ସୁବର୍ଣ୍ଣପ୍ରଭା ଦେବୀ

ଉଇକିପିଡ଼ିଆ‌ରୁ
(ସୁବର୍ଣ୍ଣା ପ୍ରଭା ଦେବୀରୁ ଲେଉଟି ଆସିଛି)
ରାଣୀ ସୁବର୍ଣ୍ଣପ୍ରଭା
ରାନେପାଳର ରାଜମାତା ଓ ମହାରାଣୀ

ଜୀବନସାଥୀ ରାଣା ବାହାଦୂର ଶାହା
ସନ୍ତାନସନ୍ତତିଗଣ
ରଣୋଦୟତ ବିକ୍ରମ ଶାହା
ସମରଶର ଶାହା
ଜଣେ ରାଜକୁମାରୀ
ସମ୍ପୂର୍ଣ୍ଣ ନାମ
ସୁବର୍ଣ୍ଣପ୍ରଭା ଦେବୀ
ବାପା ସୁବୁଧୀ ଖଡକା , ବାସନ୍ୟତ ପରିବାର[ଆଧାର ଲୋଡ଼ା]
ଜନ୍ମ ୧୭୭୯
ମୃତ୍ୟ ୧୮୦୬
ଧର୍ମ [[ହିନ୍ଦୁ ଧର୍ମ]]

ସୁବର୍ଣ୍ଣପ୍ରଭା ଦେବୀ (୧୭୭୯-୧୮୦୬) (ନେପାଳୀ: सुवर्णप्रभा देवी) ବିକ୍ରମ ଶାହାଙ୍କ ସମୟରେ ୧୮୦୨ ମସିହାରୁ ୧୮୦୬ ମସିହା ମଧ୍ୟରେ ନେପାଳର ମହାରାଣୀ ଥିଲେ ।

ଜୀବନୀ[ସମ୍ପାଦନା]

ସୁବର୍ଣ୍ଣପ୍ରଭା ଦେବୀ ନେପାଳର ରାଜା ବାହାଦୂର ଶାହାଙ୍କ ଦ୍ୱିତୀୟ ପତ୍ନୀ ଥିଲେ । ସେ ଜ୍ୟେଷ୍ଠ ରାଜକୁମାର ରଣୋଦୟତ ବିକ୍ରମ ଶାହା, ରାଜକୁମାର ସମରଶର ଶାହା ଏବଂ ଜଣେ ରାଜକୁମାରୀଙ୍କ ମା' ଥିଲେ । ସେ ସୁବୁଧୀ ଖଡକା ବାସନ୍ୟତଙ୍କ ଝିଅ ଥିଲେ । ରାଜା ରାଣା ବାହାଦୂର ଶାହା, ରାଜ ରାଜେଶ୍ୱରୀ ଦେବୀ ଏବଂ ତାଙ୍କ ପରାମର୍ଶଦାତା ଭୀମସେନ ଥାପା ବାରାଣାସୀ ଅଭିମୁଖେ ଯାତ୍ରା କରୁଥିବାବେଳେ ସେ କାଠମାଣ୍ଡୁରେ ରହି ରାଜପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ ।[୧] ଏହି ସମୟରେ, ପ୍ରଥମ ପତ୍ନୀ ରାଜ ରାଜେଶ୍ୱରୀ ଦେବୀ ୨୬ ଜୁଲାଇ ୧୮୦୧ ମସିହାରେ ନେପାଳ ସୀମାରେ ପ୍ରବେଶ କରିଥିଲେ ଏବଂ ସୁବର୍ଣ୍ଣପ୍ରଭାଙ୍କର ଦୁର୍ବଳ ରାଜପ୍ରତିନିଧି ପଦର ସୁଯୋଗ ନେଇ ଧୀରେ ଧୀରେ କାଠମାଣ୍ଡୁ ଆଡକୁ ଯାଇଥିଲେ ।[୨][୩]

ଫଳସ୍ୱରୂପ, ୨୮ ସେପ୍ଟେମ୍ବର ୧୮୦୧ ମସିହାରେ ରାଜରାଜସ୍ୱୋରୀଙ୍କ ସମର୍ଥକଙ୍କଦ୍ୱାରା ସୁବର୍ଣ୍ଣ ପ୍ରଭାଙ୍କର ପ୍ରିୟ ଦରବରୀ ମୂଳକାଜି (ମୁଖ୍ୟମନ୍ତ୍ରୀ) କୀର୍ତ୍ତୀମାନ ସିଂ ବାସନ୍ୟତଙ୍କୁ ଗୁପ୍ତରେ ହତ୍ୟା କରାଯାଇଥିଲା ।[୪] ୨୮ ଅକ୍ଟୋବର ୧୮୦୧ ମସିହାରେ, ନେପାଳ ଏବଂ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ଶେଷରେ ଏକ ବାଣିଜ୍ୟ ଏବଂ ମିଳିତ ଚୁକ୍ତି ସ୍ୱାକ୍ଷରିତ ହେଲା ।[୫][୬]

ରାଜପ୍ରତିନିଧି[ସମ୍ପାଦନା]

ରେସିଡେନ୍ସି ପ୍ରତିଷ୍ଠା ହେବାର ପ୍ରାୟ ଆଠ ମାସ ପରେ, ରାଣୀ ରାଜରାଜେସ୍ୱରୀ ୧୭ ଡିସେମ୍ବର ୧୮୦୨ ମସିହାରେ ସୁବର୍ଣ୍ଣପ୍ରଭାଙ୍କୁ କ୍ଷମତାରୁ ବହିଷ୍କୃତ କରିବାରେ ସଫଳ ହୋଇଥିଲେ ।[୭][୩] ୨୫ ଏପ୍ରିଲ ୧୮୦୬ ମସିହାରେ ରାତି ପ୍ରାୟ ୧୦ ଟା ସମୟରେ ଶେର ବାହାଦୂର ଶାହା ରାଣା ବାହାଦୂର ଶାହାଙ୍କୁ ହତ୍ୟା କରିଥିଲେ ।[୮][୯] ରାଜନୈତିକ ବିଶୃଙ୍ଖଳାର ସୁଯୋଗ ନେଇ ଭୀମସେନ ମୁଖିଆ (୧୮୦୬-୧୮୩୭) ହୋଇଗଲେ, ଏବଂ ତ୍ରିପୁରାସୁନ୍ଦରୀଙ୍କୁ ଲଳିତା ତ୍ରିପୁରାସୁନ୍ଦରୀ ଆଖ୍ୟା ଦିଆଗଲା । ରାଣା ବାହାଦୂରଙ୍କର ଅନ୍ୟ ସମସ୍ତ ପତ୍ନୀ ଏବଂ ଉପପତ୍ନୀମାନେ ସେମାନଙ୍କର ଚାକରାଣୀମାନଙ୍କ ସହିତ ସୁବର୍ଣ୍ଣପ୍ରଭାଙ୍କୁ ବାରଣ କରି ସତୀ[୧୦][୧୧] କରିବାପାଇଁ ବାଧ୍ୟ ହୋଇଥିଲେ ।[୧୨]

ଆଧାର[ସମ୍ପାଦନା]

  1. Acharya 2012, p. 32.
  2. Nepal 2007, p. 52.
  3. ୩.୦ ୩.୧ Acharya 2012, pp. 36–37.
  4. Acharya 2012, p. 34.
  5. Amatya 1978.
  6. Nepal 2007, p. 51.
  7. Pradhan 2012, p. 14.
  8. Acharya 2012, p. 67.
  9. Nepal 2007, pp. 62–63.
  10. Nepal 2007, p. 64.
  11. Acharya 2012, p. 163.
  12. Karmacharya 2005, p. 80.