ସୁନିତା ଦନୁୱାର

ଉଇକିପିଡ଼ିଆ‌ରୁ
ସୁନିତା ଦନୁୱାର
୨୦୧୮ରେ ସୁନିତା ଦନୁୱାର
ଜନ୍ମ(1977-07-16)ଜୁଲାଇ ୧୬, ୧୯୭୭
ବୃତ୍ତିPresident of Sunita Foundation
ପ୍ରସିଦ୍ଧିSocial activist, president of Sunita Foundation, a NGO that works against the trafficking of women.
ୱେବସାଇଟOfficial website

ସୁନିତା ଦନୁୱାର (ଜନ୍ମ ଜୁଲାଇ ୧୬, ୧୯୭୭) ଜଣେ ନେପାଳୀ ମାନବ ଅଧିକାର କର୍ମୀ (ମହିଳା) ଯିଏ ସୁନିତା ଫାଉଣ୍ଡେସନ ଓ ନେପାଳରେ ‘ଶକ୍ତି ସମୂହ’ ନାମକ ଏକ ଅଣ-ସରକାରୀ ସଂଗଠନ (ଏନଜିଓ) ମଧ୍ୟ ସ୍ଥାପନ କରିଛନ୍ତି ଯାହା ଭାରତର ବେଶ୍ୟାଳୟରୁ ଉଦ୍ଧାର କରାଯାଇଥିବା ମହିଳାମାନଙ୍କଦ୍ୱାରା ପରିଚାଳିତ ହେଉଛି ଓ ସେମାନେ ମାନବ ଚାଲାଣ ବିରୁଦ୍ଧରେ କାମ କରୁଛନ୍ତି । [୧]

ପ୍ରାକ୍ ଜୀବନ[ସମ୍ପାଦନା]

ବାଲ୍ୟକାଳ (୧୯୭୭-୧୯୯୨)[ସମ୍ପାଦନା]

ପଶ୍ଚିମ ନେପାଳର ସୀମାନ୍ତବର୍ତ୍ତୀ ଦଇଲେଖ (Dailekh) ଜିଲ୍ଲାର କାଶିଗଡ଼ରେ ଚନ୍ଦ୍ରକଳା ବନ ଓ ଗଙ୍ଗ ବନଙ୍କ ଔରସରୁ ସୁନିତା ଦନୁୱାର ଜନ୍ମ ଗ୍ରହଣ କରିଥିଲେ ।[୨] ଗରିବ ନେପାଳୀ ପରିବାରରେ ଝିଅ ଶିକ୍ଷାକୁ ଅଗ୍ରାଧିକାର ଦିଆଯାଉନଥିବାରୁ ଦନୁୱାର ବାଲ୍ୟକାଳରେ ସ୍କୁଲ ଯିବା ସୁବିଧା ପାଇନଥିଲେ । ଏହା ସତ୍ତ୍ୱେ ତାଙ୍କ ପିତା ତାଙ୍କୁ ନେପାଳୀ ଅକ୍ଷର ଓ ସଂଖ୍ୟା ବତେଇଦେଇଥିଲେ । ଦାରିଦ୍ର୍ୟ, ଡାକ୍ତରୀ ଚିକିତ୍ସା ଅଭାବ ଓ ଖାଦ୍ୟାଭାବ ଜନିତ ଅପପୁଷ୍ଟିର ଶିକାର ହୋଇ ଛଅ ଭାଇ ଭଉଣୀ ମୃତ୍ୟୁ ମୁଖରେ ପଡ଼ିବା କାରଣରୁ ସେ ତାଙ୍କ ପରିବାର ସହିତ ଉତ୍ତର ଭାରତରେ ଥିବା ଜାମୁ କାଶ୍ମୀର ଯାଇ ସେଠାରେ ବସବାସ କରିବାକୁ ବାହାରିଲେ ।[୩] ଦନୁୱାରକୁ ୧୪ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ପରିବାର ପୁନର୍ବାର ଅନ୍ୟ ସ୍ଥାନକୁ ଯିବାକୁ ବାହାରିଲେ, ଏଥର ନୈନିତାଲ୍­କୁ

ବେଶ୍ୟାଳୟରେ ଛଅ ମାସ (୧୯୬୬)[ସମ୍ପାଦନା]

ନୈନିତାଲ୍ ଯିବା ବାଟରେ ଉତ୍ତରାଖଣ୍ଡର ଆଲାମୋରାରେ କିଛି ରୋଜଗାର କରିବା ଆଶାରେ ରହିଲେ । ସେଠାରେ ଦୁଇଜଣ ନେପାଳୀ ଟ୍ରାକ୍ଟର ଡ୍ରାଇଭରଙ୍କ ସହ ବନ୍ଧୁତା ହୋଇଗଲା । ସେମାନଙ୍କର କିଛି ରୋଜଗାର ହୋଇଗଲା ପରେ ନୈନିତାଲ୍­ ଯିବାକୁ ବାହାରିବା ସମୟରେ ଡ୍ରାଇଭରଦ୍ୱୟ ଦନୁୱାରକୁ ଖାଦ୍ୟ ସାଥିରେ ଔଷଧ ଦେଇ ବେହୋସ କରେଇଦେଲେ ।[୨][୩] ମୁମ୍ବାଇର ଏକ ବେଶ୍ୟାଳୟକୁ ୪୦,୦୦୦ ଟଙ୍କାରେ ଦନୁୱାରକୁ ବିକ୍ରି କରିଦେଲେ ।

ଦନୁୱାରଙ୍କର ଚେତା ଆସିବା ପରେ ସେ ବେଶ୍ୟାଳୟରେ ଥିବା ଅନୁଭବ କଲେ ଓ ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ସତ୍ତ୍ୱେ ସହବାସ କରିବାକୁ ମନା କରି ଆତ୍ମହତ୍ୟା କରିବାକୁ ସ୍ଥିର କଲେ । ଏକ ମାସ ପରେ ତାଙ୍କୁ ଭାରତୀୟ ମୁଦ୍ରାରେ ଏକ ଲକ୍ଷ ଟଙ୍କାରେ ଅନ୍ୟ ଏକ ବେଶ୍ୟାଳୟକୁ ବିକ୍ରୟ କରିଦିଆଗଲା ।[୩] ସେଠାରେ ମଧ୍ୟ ମୃତ୍ୟୁ ଭୟ ଦେଖେଇ ପାଞ୍ଚ ଜଣ ତାଙ୍କୁ ଧର୍ଷଣ କଲେ । ପ୍ରାୟ ଛଅ ମାସ ଧରି ସେ ଯୌନ କର୍ମୀ ଭାବରେ ରହିଲେ । ଅବଶେଷରେ ୫ ଫେବୃୟାରୀ ୧୯୯୬ରେ,[୪] ଜାତୀୟ ଓ ଆନ୍ତର୍ଜାତୀୟ ଚାପ ଯୋଗୁ ଯୌନ ଦାସତ୍ୱରୁ ମୁକ୍ତି ଦେବା ପାଇଁ ବଡ଼ ଧରଣର ଚଢଉ (ରେଡ) କରାଗଲା । [୫] ସେହି ରେଡ ସମୟରେ ଦନୁୱାରଙ୍କ ସହିତ ୪୮୪ ଜଣ ଝିଅଙ୍କୁ ମୁକ୍ତ କରାଗଲା । ତାଙ୍କ ମଧ୍ୟରୁ ୪୦%ରୁ ଅଧିକ କେବଳ ନେପାଳୀ ଥିଲେ ।

ସାତ ମାସ ପରେ ୧୨୮ ଜଣ ନେପାଳୀ ଝିଅ ଓ ମହିଳା କାଠମାଣ୍ଡୁ ଫେରିଗଲେ ଓ ତାଙ୍କ ମଧ୍ୟରୁ ୧୫ ଜଣ ମିଶି ‘ଶକ୍ତି ସମୂହ’ ନାମକ ଏକ ସଂସ୍ଥା ସୃଷ୍ଟି କଲେ ।

ବେଶ୍ୟାଳୟ ପରବର୍ତ୍ତୀ ଜୀବନ (୧୯୯୬-ଚାଲିଛି)[ସମ୍ପାଦନା]

ଶକ୍ତି ସମୂହ[ସମ୍ପାଦନା]

ଦନୁୱାର ତାଙ୍କ ବନ୍ଧୁମାନେ ମିଶି ୧୯୯୬ ମସିହାରେ ‘ଶକ୍ତି ସମୂହ’ ନାମକ ଏକ ଅନୁଷ୍ଠାନ ଗଠନ କଲେ । ବେନିୟମ ଭାବରେ ଝିଅ ଓ ମହିଳାଙ୍କର ଚାଲାଣ କରିବା ବିଷୟରେ ଜଣ ସାଧାରଣଙ୍କୁ ସଚେତନ କରିବା ଏହାର ଲକ୍ଷ ଥିଲା । ନେପାଳରେ ଥିବା ଅନେକ ଗ୍ରାମରେ ଅନେକ ସମୟ ନଷ୍ଟ କରି ରାସ୍ତାରେ ଚାଲି ଚାଲି ସେ ଝିଅ ଓ ମହିଳାଙ୍କୁ ଚାଲାଣ ସଙ୍କଟ ବିଷୟରେ ସଚେତନ କରିବାକୁ ଲାଗିଲେ ।[୬] ସେ ଅନେକ ନାଟକର ପାଣ୍ଡୁଲିପି ଲେଖି ତାକୁ ପଥପ୍ରାନ୍ତରେ ନାଟକ କରି ନିଜେ ବେଶ୍ୟାଳୟ ମାଲିକ ବା ଦଲାଲ ଭୂମିକାରେ ଅଭିନୟ କରିଥିଲେ । ଦନୁୱାର ନିଜକୁ କେବଳ ଉକ୍ତ ଅନୁଷ୍ଠାନ ଗଢିବାରେ ସୀମିତ ରଖିନଥିଲେ । ଉଦ୍ଧାର କରିଥିବା ଝିଅ ଓ ମହିଳାମାନଙ୍କର ସେ ଉଭୟ ପରାମର୍ଶଦାତ୍ରୀ ଓ ଶିକ୍ଷୟିତ୍ରୀ ଥିଲେ । ଅନୁଷ୍ଠାନର ନୀତି-ତିଆରି, ରଣନୀତି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଇତ୍ୟାଦି ୨୦୦୪ରୁ ୨୦୦୦ ପର୍ଯ୍ୟନ୍ତ ସେ ପ୍ରସ୍ତୁତ କରୁଥିଲେ । ସଂସ୍ଥାର ସଭାପତି ଭାବରେ ୨୦୧୧ ମସିହାରୁ ସେବା କରୁଛନ୍ତି ।

ଶିକ୍ଷା[ସମ୍ପାଦନା]

ଦନୁୱାର ୨୦୦୧ ମସିହାରେ ନେପାଳର କାଠମାଣ୍ଡୁ ସ୍କୁଲରେ ସପ୍ତମ ଗ୍ରେଡରେ ଭର୍ତ୍ତି ହୋଇ ଦୁଇ ବର୍ଷ ରହିଥିଲେ ଯାହା ଶକ୍ତି ସମୂହର ଦାନ ଯୋଗୁ ସମ୍ଭବ ହୋଇଥିଲା । ୨୦୦୯ ମସିହାରେ ପୂର୍ବ ଭଳି ଫଣ୍ଡ ଯୋଗାଡ଼ କରି ଚାରି ମାସ ପଢ଼ିବା ପରେ ଏସ.ଏଲ.ସି.ର ଶେଷ ବର୍ଷରେ ଯୋଗଦେଲେ ଓ ସେକେଣ୍ଡାରୀ ସ୍କୁଲରୁ ପାସ କରି କାଠମାଣ୍ଡୁର ପଦ୍ମ କନ୍ୟା କ୍ୟାମ୍ପସରେ ଦୁଇ ବର୍ଷ ପଢ଼ିଥିଲେ । ତାପରେ ସେ କାଠମାଣ୍ଡୁ କଦମବେରି ଅକାଦେମୀରେ ସୋସିଆଲ ୱର୍କ ବିଷୟରେ ବ୍ୟାଚେଲର ଡିଗ୍ରୀ ପାଠ କରିଥିଲେ ।

ଅନ୍ୟାନ୍ୟ ପ୍ରତିବଦ୍ଧତା[ସମ୍ପାଦନା]

‘ଗ୍ଲୋବାଲ ଆଲିଆନ୍ସ ଏଗେନଷ୍ଟ ଟ୍ରାଫିକ ଇନ ଓମେନ’ (Global Alliance Against Traffic in Women) ସଂସ୍ଥାରେ ଦନୁୱାର ୨୦୦୮ରୁ ବୋର୍ଡ ସଭ୍ୟ ଅଛନ୍ତି ଓ [୭] ‘ଏନ.ଜି.ଓ. ଫେଡେରେସନ ଅଫ ନେପାଳ’ର ବୋର୍ଡ ସଭ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ ।[୮] ସେ ୨୦୦୯ରୁ ୨୦୧୦ ପର୍ଯ୍ୟନ୍ତ ଆଲିଆନ୍ସ ଆଗେନଷ୍ଟ ଟ୍ରାଫିକିଙ୍ଗ ଇନ ଓମେନ ଆଣ୍ଡ ଚିଲ୍ଡ୍ରେନ ଇନ ନେପାଳ ((AATWIN)) ସଂସ୍ଥାର ଚେୟାର ପରସନ ଥିଲେ । [୯] ଏପ୍ରିଲ ୧୪, ୨୦୧୫ରେ ମାନବ ଚାଲାଣର ଶିକାର ଜନିତ ବିଶ୍ୱ ଜାତିସଂଘ ସ୍ୱେଚ୍ଛାକୃତ ଟ୍ରଷ୍ଟ ଫଣ୍ଡର (United Nations Voluntary Trust Fund for Victims of Trafficking in Persons) ଏକ ଉଚ୍ଚସ୍ତରୀୟ ସଭାରେ ଆମନ୍ତ୍ରିତ ବକ୍ତାମାନଙ୍କ ମଧ୍ୟରୁ ଦନୁୱାର ଜଣେ ଥିଲେ ।[୧୦]

ନେପାଳରେ ଏପ୍ରିଲ ୨୦୧୫ରେ ହୋଇଥିବା ଭୂମକମ୍ପ ପରେ ଦନୁୱାର ତାଙ୍କ ସାଥୀମାନଙ୍କ ସହିତ ଝିଅ ଓ ମହିଳାମାନକୁ ଯୌନ ଚାଲାଣରୁ ସୁରକ୍ଷା ଦେବାପାଇଁ ଜାଗରୁକ ରହିଲେ । ସେ ଘୋଷଣା କରି କହିଲେ, “ଅନେକ ଲୋକ ସୁରକ୍ଷା ଦେବା ଆଳରେ ଏହି ଚାଲାଣ କରିବା ନିମନ୍ତେ ଝିଅ ଓ ମହିଳା ଖୋଜୁଛନ୍ତି ।”[୧୧][୧୨] ଚାଇଲ୍ଡରିଚ ଇଣ୍ଟରନ୍ୟାସନାଲ (Childreach International) ଚ୍ୟାରିଟି ସଂସ୍ଥା ଅନ୍ତର୍ଗତ ଟଟ ନଟ ଟ୍ରାଫିକଡ଼ (Taught, Not Trafficked project) ପ୍ରୋଜେକ୍ଟର ଶକ୍ତି ସମୂହ ଏକ ପାର୍ଟନର । [୧୩] ଏହି ପ୍ରୋଜେକ୍ଟ ବିଷୟରେ ସେ କହନ୍ତି, “ଚାଲାଣର ଭୁକ୍ତଭୋଗୀ ଭାବରେ ତାହା କେତେ କ୍ଷତିକାରକ ଓ ହାନିକାରକ ଅଭ୍ୟାସ, ସେ କଥା ମୁଁ ଜାଣିଛି ଏହାର ଫଳାଫଳ କେବଳ ଚାଲାଣ ହୋଇଥିବା ମଣିଷ ଭୋଗକରେନି, ସାରା ଗୋଷ୍ଠୀ ଭୋଗକରେ ।” ଚାଇଲ୍ଡରିଚ ଇଣ୍ଟରନ୍ୟାସନାଲ (en:Childreach International) ଚ୍ୟାରିଟି ସଂସ୍ଥା ଅନ୍ତର୍ଗତ ଟଟ ନଟ ଟ୍ରାଫିକଡ଼ ଏକ ବିରାଟ ଆବଶ୍ୟକୀୟ ଅଭିଯାନ ଯାହା ନେପାଳରୁ ଚାଲାଣ ଦୂର କରିଦେବ ଓ ଶିକ୍ଷା ତଥା କାହାଣୀ ମାଧ୍ୟମରେ ଏହାକୁ ପ୍ରତିରୋଧ କରିବ ।

ପ୍ରଯୋଜକ ବିନୋଦ ଅଧିକାରୀଙ୍କ ନିର୍ଦ୍ଦେଶିତ ଡକୁମେଣ୍ଟାରି ‘କଲର ଅଫ ଦି ବ୍ରେଭ’ରେ ଥିବା ଦୁଇଟି ଚରିତ୍ର ମଧ୍ୟରୁ ଗୋଟିଏ ଚରିତ୍ର ତାଙ୍କର ଥିଲା ।[୧୪][୧୫][୧୬]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ୨୦୧୨ ମସିହାରେ ଦନୁୱାର ଆମେରିକାର ସ୍ୱତନ୍ତ୍ର ଅପରେସନ କମାଣ୍ଡରୁ ଏକ ସମ୍ମାନପତ୍ର ପାଇଥିଲେ ଯେଉଁଥିରେ ସେମାନେ ମାନବ ଚାଲାଣ ବିରୁଦ୍ଧରେ ତାଙ୍କର ଯୁଦ୍ଧକୁ ସ୍ୱୀକୃତି ଦେଉଥିଲେ ।[୧୭]ଛାଞ୍ଚ:Better source needed
  • ୨୦୧୩ ମସିହାରେ ମହିଳା ଚାଲାଣ କ୍ଷେତ୍ରରେ ତାଙ୍କ ଗୋଷ୍ଠୀ ଶକ୍ତି ସମୂହ ପାଇଁ ତାଙ୍କୁ ରୋମାନ ମାଗସେସେ ପୁରସ୍କାର ଦିଆଯାଇଥିଲା ।
  • ୨୦୧୪ ମସିହାରେ ସେ ରୋଲାଣ୍ଡ ବର୍ଜର ହ୍ୟୁମାନ ଡିଗ୍ନିଟି ପୁରସ୍କାରର ଅନ୍ୟତମ ଫାଇନାଲିଷ୍ଟ ଭାବରେ ମନୋନୀତ ହୋଇଥିଲେ ।[୧୮]
  • ଶିଶୁ ଚାଲାଣ ବିରୁଦ୍ଧରେ ଯୁଦ୍ଧ କରୁଥିବା ଲୋକଙ୍କୁ ୨୦୧୪ ମସିହାରେ ଦିଆଯାଉଥିବା ‘ଶିଶୁ ଦଶ’ ପୁରସ୍କାର ନିମନ୍ତେ ଦଶ ଜଣଙ୍କ ମଧ୍ୟରୁ ସେ ଜଣେ ଥିଲେ ।[୧୯][୨୦][୨୧][୨୨][୨୩][୨୪][୨୫]
  • ଯୁକ୍ତ ରାଜ୍ୟ, ୱାସିଙ୍ଗଟନ (U.S. Department of State) ପକ୍ଷରୁ ୨୦୧୮ ମସିହାର ସେ ତାଙ୍କ କାମ ନିମନ୍ତେ ସ୍ୱିକୃତୀପ୍ରାପ୍ତ ହୋଇଥିଲେ ।[୨୬]

ଆଧାର[ସମ୍ପାଦନା]

  1. "Shakti-Samuha | Home". shaktisamuha.org.np. Retrieved 2016-05-05.
  2. ୨.୦ ୨.୧ "Sunita Danuwar - Biography". www.sunitadanuwar.net. Archived from the original on 2021-05-22. Retrieved 2016-05-05.
  3. ୩.୦ ୩.୧ ୩.୨ Bista, Devaki (2013-09-06). "Sunita's long walk to freedom". Nepali Times. Retrieved 2016-05-05.
  4. "Sunita Danuwar | Berliner Menschenwürde Forum". www.human-dignity-forum.org. Archived from the original on 2021-11-19. Retrieved 2016-05-05.
  5. Kocieniewski, David (1996-11-24). "Police Arrest 70 at a Queens Brothel So Bold That Employees Handed Out Fliers on the Street". The New York Times. ISSN 0362-4331. Retrieved 2016-05-05.
  6. Nosheen, Habiba; Kaphle, Anup (2011-11-30). "For Nepali Girls Trafficked to Indian Brothels, Where Is Home?". Pulitzer Center. Archived from the original on 2016-05-03. Retrieved 2016-05-05.
  7. "Sunita Danuwar". N-Peace Network. Archived from the original on June 28, 2014. Retrieved 2016-05-05.{{cite web}}: CS1 maint: unfit URL (link)
  8. "Executive Board". NGO Federation of Nepal. Retrieved 2016-05-05.
  9. "AATWIN Secretariat". Alliance Against Trafficking in Women and Children in Nepal. Archived from the original on 2017-07-28. Retrieved 2016-05-05.
  10. "The UN Voluntary Trust Fund for Victims of Trafficking in Persons: Achievements and Challenges Five Years On". United Nations Office on Drugs and Crime. Archived from the original on 2015-12-12. Retrieved 2016-05-05.
  11. Burke, Jason (2015-05-05). "Nepal quake survivors face threat from human traffickers supplying sex trade". the Guardian. Retrieved 2016-05-05.
  12. Dedrick, Carrie (2015-05-05). "Human Traffickers Target Nepal Earthquake Survivors under Guise of Rescue Effort". ChristianHeadlines.com. Retrieved 2016-05-05.
  13. "Taught Not Trafficked". Childreach International. Retrieved 2016-05-05.[permanent dead link]
  14. "Feature: Documentary tells stories of women trafficking in Nepal". Xinhua. 2014-01-09. Retrieved 2016-05-05.
  15. "the color of brave". thecolorofbrave.blogspot.ca. 2013-10-21. Retrieved 2016-05-05.
  16. "The Color Of Brave". Safe World for Women. Archived from the original on 2016-03-04. Retrieved 2016-05-05.
  17. "Sunita Danuwar | Berliner Menschenwürde Forum". www.human-dignity-forum.org. Archived from the original on 2021-11-19. Retrieved 2016-05-05.
  18. "Sunita Danuwar nominated as top finalist of Roland Berger Human Dignity Award 2014". Nepalipana (in ଆମେରିକୀୟ ଇଂରାଜୀ). Archived from the original on 2016-02-28. Retrieved 2016-05-05.
  19. "Child10 Stockholm 2014 «  Reach for Change". reachforchange.org. Retrieved 2016-05-05.
  20. "Sunita Danuwar President of Shakti Samuha is Awarded the Child 10 (C10) Award for Her Work Against Child Trafficking". Childreach International. Retrieved 2016-05-05.[permanent dead link]
  21. "#TaughtNotTrafficked partner Sunita Danuwar wins award for fighting against child trafficking". Childreach International. Retrieved 2016-05-05.[permanent dead link]
  22. "C10 Award-2014 officially announced for Ms. Sunita Danuwar, Founder Member & Current Chairperson of Shakti Samuha". Shakti Samuha. Retrieved 2016-05-05.
  23. "Danuwar bags C10 2014". kathmandupost.ekantipur.com. Retrieved 2016-05-05.
  24. "Sunita Danuwar is honored by C10 Award". MediaNP TV (in ଆମେରିକୀୟ ଇଂରାଜୀ). 2014-11-09. Archived from the original on 2016-03-04. Retrieved 2016-05-05.
  25. Shrestha, Hari Kumar (2014-11-06). "C10 award conferred on Sunita". Nepal Mountain News. Retrieved 2016-05-05.
  26. "Nepal's Danuwar Honored as "TIP Hero" during U.S. State Department Release of the Annual Trafficking in Persons (TIP) Report". np.usembassy.gov. 2018-06-29. Archived from the original on 2018-07-01. Retrieved 2018-07-01.