ସୁଧାଂଶୁବାଳା ହାଜରା

ଉଇକିପିଡ଼ିଆ‌ରୁ
ଆଇନଜ୍ଞ

ସୁଧାଂଶୁବାଳା ହାଜରା
ପାଟଣା ଉଚ୍ଚ ନ୍ୟାୟାଳୟ
Assumed office
୧୯୨୩
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତା ଭାରତ
ବାପା/ବୋଉମଧୁସୂଦନ ଦାସ (ପାଳିତ)
ଶିକ୍ଷାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ

ସୁଧାଂଶୁବାଳା ହାଜରା, ଓଡ଼ିଶାର[୧] ଓ ବ୍ରିଟିଶ୍ ଭାରତର[୨] ପ୍ରଥମ ମହିଳା ଆଇନଜ୍ଞ । ସେ ସ୍ୱାଧୀନତା ସଂଗ୍ରାମୀ ମଧୁସୂଦନ ଦାସଙ୍କ ପାଳିତ କନ୍ୟା[୩] । ସେ ପାଟନା ଜିଲ୍ଲା ନ୍ୟାୟାଳୟରେ ଆଇନଜ୍ଞ ଥିଲେ[୪] । ସେ କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ୍ ଡିଗ୍ରୀ ଲାଭ କରିଥିଲେ[୫]

ଆଇନଜ୍ଞ ଜୀବନ[ସମ୍ପାଦନା]

ସୁଧାଂଶୁବାଳା ୧୯୨୧ରେ ଆଇନରେ ସ୍ନାତ୍ତକ ଲାଭ କରିଥିଲେ ଓ ମଧୁସୂଦନଙ୍କ ଉପଦେଶରେ ପାଟଣା ଉଚ୍ଚ ନ୍ୟାୟାଳୟରେ ଜୀବିକା ଆରମ୍ଭ ପାଇଁ ଦରଖାସ୍ତ ଦେଇଥିଲେ । ମାତ୍ର ଲିଙ୍ଗ‌ଗତ ବିଭେଦ ହେତୁ ତାଙ୍କ ଦରଖାସ୍ତକୁ ୨୦ ନଭେମ୍ବର ୧୯୨୧ରେ ନାମଞ୍ଜୁର କରାଯାଇଥିଲା[୬] । ନ୍ୟାୟାଳୟ ମତରେ ଲିଗାଲ୍ ପ୍ରାକ୍ଟିସ୍‌ନର୍ ଆକ୍ଟ୍ ଅନୁଯାୟୀ ମହିଳାମାନଙ୍କୁ ଏହି ସୁଯୋଗ ଦିଆ ଯାଇପାରିବ ନାହିଁ ଓ ଏହା ପାଇଁ ଆଇନର ସଂଶୋଧନ ଆବଶ୍ୟକ । ସେ ଏହା ବିରୁଦ୍ଧରେ ନଲଢ଼ିବାକୁ ନିଷ୍ପତି ନେଇଥିଲେ ମଧ୍ୟ ସେତେବେଳେ ସ୍ଥାନୀୟ ସରକାରର ମନ୍ତ୍ରୀମଣ୍ଡଳରେ ଥିବା ମଧୁବାବୁ ଏହା ସମ୍ବନ୍ଧରେ ଅଗଷ୍ଟ ୧୯୨୨ରେ ଭାଇସ୍‌ରୟ୍‌ଙ୍କ ପାଖକୁ ଏକ ଚିଠା ପଠାଇଥିଲେ । କେନ୍ଦ୍ର ବିଧାନ ସଭାର ସଭାପତି ସାର୍ ଫ୍ରେଡ଼୍‌ରିକ୍ ହ୍ୱାଇଟ୍‌ ଏହାକୁ ଗୁରୁତର ଭାବେ ନେଇଥିଲେ । ସଂଶୋଧନ ନିମନ୍ତେ ଅର୍ଥର ଆବଶ୍ୟକତା ଥିଲେ ମଧ୍ୟ, ଘଟଣାଟି ସାର୍ବଜନୀକ ଓ ମହିଳାମାଙ୍କଙ୍କର ସମ୍ମାନ ହୋଇଥିବାରୁ, ସୁଧାଂଶୁବାଳାଙ୍କଠାରୁ କୌଣସି ଅର୍ଥ ନିଆଯାଇନଥିଲା ।

୧୯୨୩ ମସିହାରେ ଏହା ସମ୍ବନ୍ଧରେ ବିଲ୍ ଆଗତ ହୋଇଥିଲା ଓ ବିନା କୌଣସି ପ୍ରତିରୋଧରେ ଗ୍ରହଣ ହୋଇଥିଲା । ୧୨ ଡିସେମ୍ବର ୧୯୨୩ ମସିହାରେ ସୁଧାଂଶୁବାଳା ଆଇନଜ୍ଞ ଭାବେ ଗ୍ରହଣୀୟ ହୋଇଥିଲେ ଓ ମଧୁସୂଦନ ଦାସଙ୍କ ଅଧୀନରେ ପାଟଣା ଉଚ୍ଚନ୍ୟାୟାଳୟରେ କାମ କରିବା ଆରମ୍ଭ କରିଥିଲେ[୩]

ଆଧାର[ସମ୍ପାଦନା]

  1. [୧], first woman of odisha list odia women in orissa
  2. [୨], Facts to know about great Utkal Gourab Madhusudan Das alias Madhu Babu
  3. ୩.୦ ୩.୧ [୩], Utkal Gaurab Madhusudan Das as a Protagonist of Gender Equality and Skill Development
  4. [୪], In Re: Miss Sudhansu Bala Hazra vs Unknown on 28 November, 1921
  5. [୫][permanent dead link], 024_Sudhansu Bala Hazra (104-146).pdf
  6. [୬] Archived 2017-06-28 at the Wayback Machine., Advocate Sudhansu Bala Hazra