ସୁଚେତା କୃପାଲାନି

ଉଇକିପିଡ଼ିଆ ରୁ
Jump to navigation Jump to search

ସୁଚେତା କୃପାଲାନି (ପୂର୍ବବର୍ତ୍ତୀ ମଜୁମଦାର, ୨୫ ଜୁନ ୧୯୦୮ - ୧ ଡିସେମ୍ବର ୧୯୭୪ ) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତ୍ରୀ ଥିଲେ  । ୧୯୬୩ ମସିହା ଅକ୍ଟୋବର ମାସରେ ସେ ଭାରତର ସର୍ବପ୍ରଥମ ମହିଳା ଓ ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ ଭାର ଗ୍ରହଣ କରି ୧୯୬୭ ମସିହା ଯାଏ ଶାସନ ଭାର ସମ୍ଭାଳି ଥିଲେ। ତାଙ୍କ ରାଜ୍ୟକାଳ ମଧ୍ୟରେ ଉତ୍ତର ପ୍ରଦେଶ ସରକାରୀ କର୍ମଚାରୀ ମାନେ କରିଥିବା ୬୨ ଦିନର ଆନ୍ଦୋଳନକୁ ସେ ଖୁବ ଦୃଢ ଭାବରେ ମୁକାବିଲା କରିଥିଲେ । 

ପ୍ରାରମ୍ଭିକ ଜୀବନ [ସମ୍ପାଦନା]

ସୁଚେତାଙ୍କ ଜନ୍ମ ତତ୍କାଳୀନ ପଞ୍ଜାବଅମ୍ବାଲାଠାରେ ହୋଇଥିଲା । (ତାହା ବର୍ତ୍ତମାନ ହରିୟାଣା ରାଜ୍ୟରେ ରହିଛି ) ତାଙ୍କର ପିତାମାତା ବଙ୍ଗାଳୀ ବ୍ରାହ୍ମ ସମାଜର ଥିଲେ । ସେ ଇନ୍ଦ୍ରପ୍ରସ୍ଥ କଲେଜ[୧] ଓ ପଞ୍ଜାବ ବିଶ୍ୱବିଦ୍ୟାଳୟରେ  ପାଠ ପଢିସାରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ[୨][୩]ରେ ସାମ୍ବିଧାନିକ ଇତିହାସରେ ଅଧ୍ୟାପିକା ଥିଲେ । ୧୯୩୬ ମସିହାରେ ସେ ତାଙ୍କଠାରୁ ୨୦ ବର୍ଷ ବଡ କଂଗ୍ରେସ ନେତା ଆଚାର୍ଯ୍ୟ କୃପାଲାନିଙ୍କୁ ବିବାହ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରସ୍ତାବ ଅନୁସାରେ ଏହି ବିବାହ ହୋଇଥିଲା । [୪]

ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା [ସମ୍ପାଦନା]

ତାଙ୍କ ସମକାଳୀନ ନେତ୍ରୀ ଅରୁଣା ଆସଫ୍ ଅଲ୍ଲୀଉଷା ମେହେଟାଙ୍କ ପରି ସୁଚେତା ମଧ୍ୟ ମହାତ୍ମା ଗାନ୍ଧୀଙ୍କଦ୍ୱାରା ପ୍ରେରିତ ହେଇ ଭାରତ ଛାଡ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ପରେ ବିଭାଜନ ଜନିତ ଦଙ୍ଗା ସମୟରେ ସେ ମହାତ୍ମା ଗାନ୍ଧୀଙ୍କ ସହ କାର୍ଯ୍ୟ କରିଥିଲେ । ଭାରତ ସ୍ୱାଧୀନତା ହେବା ପୂର୍ବରୁ ସମ୍ବିଧାନ ପ୍ରଣୟନ ପାଇଁ ଗଠିତ ବିଧାୟକ ସଭାକୁ ସେ ନିର୍ବାଚିତ ହେଇଥିଲେ । ଭାରତର ନୂତନ ସମ୍ବିଧାନର ରୂପରେଖା ନିର୍ଦ୍ଧାରଣ ପାଇଁ ଗଠିତ ସବ-କମିଟିରେ ସେ ରହିଥିଲେ । ସ୍ୱାଧୀନ ଭାରତର ସମ୍ବିଧାନ ସଭାର ପ୍ରଥମ ଅଧିବେଶନରେ ସେ ବନ୍ଦେ ମାତରମ୍  ଗାନ କରିଥିଲେ । ଏହା ପରେ ପ୍ରଧାନ ମନ୍ତ୍ରୀ ନେହେରୁ ତାଙ୍କର ବିଖ୍ୟାତ " ଟ୍ରିଷ୍ଟ୍ ଓ୍ବିଥ୍ ଡେଷ୍ଟିନି (Tryst With Destiny) "[୫] ଭାଷଣ ଦେଇଥିଲେ । ୧୯୪୦ ମସିହାରେ ସ୍ଥାପିତ ହେଇଥିବା "ସର୍ବ ଭାରତୀୟ ମହିଳା କଂଗ୍ରେସ " ସୁଚେତା କୃପାଲାନି ସ୍ଥାପନ କରିଥିଲେ । 

ସ୍ୱାଧୀନତା ପରବର୍ତ୍ତୀ[ସମ୍ପାଦନା]

୧୯୪୯ ମସିହାରେ ଉଲ୍ଲା ଲିଣ୍ଡଷ୍ଟ୍ରମ , ବାରବାରା କାଷ୍ଟଲ , କାରିଣୀ ବିଳସନ ଓ ଏଲିନର ଋଜଭେଲ୍ଟଙ୍କ ସହ ସୁଚେତା

ସ୍ୱାଧୀନତା ପରେ ସୁଚେତା ସକ୍ରିୟ ରାଜନୀତିରେ ରହି ୧୯୫୨ ସାଧାରଣ ନିର୍ବାଚନରେ ସେ ନୂଆ ଦିଲ୍ଲୀରେ ଏକ ନୂତନ ଦଳ କେ ଏମ ପି ପି (କିଷାନ ମଜଦୁର ପ୍ରଜା ପାର୍ଟି)ତରଫରୁ ନିର୍ବାଚନ ଲଢ଼ି କଂଗ୍ରେସ ଦଳର ମନମୋହିନୀ ସହଗଳଙ୍କୁ ପରାସ୍ତ କରିଥିଲେ । ସେହି ସମୟରେ ତାଙ୍କ ସ୍ୱାମୀଙ୍କ ସହ ସେ କଂଗ୍ରେସ ଦଳ ଛାଡି ସେହି ନୂତନ ଦଳ ଗଠନ କରିଥିଲେ । ତେବେ ପରେ ସେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ନିର୍ବାଚନ କଂଗ୍ରେସ ପ୍ରାର୍ଥିନୀ ଭାବରେ ଜିତି ଥିଲେ ।[୬] ଏହା ପରେ ସେ ଉତ୍ତର ପ୍ରଦେଶର ଗୋଣ୍ଡା ନିର୍ବାଚନ ମଣ୍ଡଳୀରୁ ପାର୍ଲିଆମେଣ୍ଟ ନିର୍ବାଚନ ଜିତିଥିଲେ । 

ପରେ ସେ ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନରେ ପ୍ରାର୍ଥୀ ହେଇ ବିଜୟିନୀ ହେଇଥିଲେ ଓ ୧୯୬୦ ମସିହାରୁ ୧୯୬୩ ମସିହା ଯାଏ ରାଜ୍ୟର ଶ୍ରମ ବିଭାଗ , ଶିଳ୍ପ ଓ ଗୋଷ୍ଠୀ ଉନ୍ନୟନ ବିଭାଗ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।

ସୁଚେତା ୧୯୭୧ ମସିହାରେ ରାଜନୀତିରୁ ସନ୍ୟାସ ଗ୍ରହଣ କରି ୧୯୭୪ରେ ତାଙ୍କର ପରଲୋକ ପର୍ଯ୍ୟନ୍ତ ନିରୋଳା ଜୀବନ ଯାପନ କରିଥିଲେ । 

ଆଧାର ସମୂହ [ସମ୍ପାଦନା]

  1. "Vital statistics of colleges that figure among India's top rankers". India Today. 21 May 2001. More than one of |work= and |newspaper= specified (help)
  2. http://www.sandesh.org/Story_detail.asp?pageID=1&id=48
  3. http://indiancoastguard.nic.in/indiancoastguard/history/morehistory.html
  4. Usha Thakkar, Jayshree Mehta (2011). Understanding Gandhi: Gandhians in Conversation with Fred J Blum. SAGE Publications. pp. 409–410. ISBN 978-81-321-0557-2.
  5. "Constituent Assembly of India - Volume-V". Parliament of India. 14 August 1947. Retrieved 18 January 2016.
  6. David Gilmartin (2014). "Chapter 5: The paradox of patronage and the people's sovereignty". In Anastasia Pivliavsky (ed.). Patronage as Politics in South Asia. Cambridge University Press. pp. 151–152. ISBN 978-1-107-05608-4.