ସୀତା କୋଲେମାନ-କାମ୍ମୁଲା

ଉଇକିପିଡ଼ିଆ‌ରୁ
ସୀତା କୋଲେମାନ-କାମ୍ମୁଲା
କେମିକାଲ୍ ହେରିଟେଜ୍ ଫାଉଣ୍ଡେସନ୍, ୨୦୧୪
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଓସମାନିଆ ବିଶ୍ୱବିଦ୍ୟାଳୟ
ଆବୁର୍ନ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ରସାୟନ ବିଜ୍ଞାନୀ, ପରିବେଶବିତ୍
ଚାକିରିକ୍ଷେତ୍ର(ସମୂହ)ରୟାଲ୍ ଡଚ୍ ସେଲ୍
ବେସେଲ ପଲିଓଲିଫିନ୍ସ
ସଷ୍ଟେନ ଏଲ.ସି.
ବୈବାହିକ-ସାଥୀବ୍ରାଏନ କୋଲେମାନ

ସୀତା କୋଲେମାନ-କାମ୍ମୁଲା ଜଣେ ଭାରତୀୟ ରସାୟନ ବିଜ୍ଞାନୀ, ପରିବେଶବିତ ତଥା ଉଦ୍ୟୋଗୀ ଅଟନ୍ତି । ୨୫ ବର୍ଷରୁ ଅଧିକ ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରିରେ ପ୍ଲାଷ୍ଟିକ ବିକଶିତ ହେବା ପରେ ସେ ୨୦୦୫ ମସିହାରେ ସେ ଏକ ପରିବେଶ ପରାମର୍ଶଦାତା ସଂସ୍ଥା ଆରମ୍ଭ କରିଥିଲେ । ତାଙ୍କ କମ୍ପାନୀ ଶିଳ୍ପ ପରିବେଶ ଏବଂ ଉତ୍ପାଦଗୁଡିକର ଜୀବନଚକ୍ର ମୂଲ୍ୟାଙ୍କନ ଉପରେ ଧ୍ୟାନ ଦେଇଥାଏ ଯାହାକି, ଭବିଷ୍ୟତର ପ୍ରଭାବ ବିଷୟରେ ପରିବେଶକୁ ସଚେତନ କରାଇପାରିବ ।

ଜୀବନୀ[ସମ୍ପାଦନା]

ସୀତା କୋଲେମାନ-କାମ୍ମୁଲା ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ସୀତା କୋଲେମାନ-କାମ୍ମୁଲା[୧] ଭାରତରେ ରହୁଥିଲେ ଏବଂ ଭାରତର ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରେ ସ୍ନାତକ ଅଧ୍ୟୟନ କରିଥିଲେ । ସେ ଆଲାବାମାର ଆବୁର୍ନସ୍ଥିତ ଆବୁର୍ନ ବିଶ୍ୱବିଦ୍ୟାଳୟରୁ ଜୈବ ରସାୟନରେ ପିଏଚଡି ହାସଲ କରିଥିଲେ ଏବଂ ପରେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରେ ଗବେଷଣାରେ ସ୍ନାତକୋତ୍ତର ଲାଭ କରିଥିଲେ । ତାଙ୍କୁ ନାଟୋ (NATO) ଫେଲୋସିପ ପ୍ରଦାନ କରାଯାଇଥିଲା । ୧୯୭୮ ମସିହାରେ, ସେ ଆମଷ୍ଟରଡାମ ରୟାଲ ଡଚ ସେଲରେ ଗବେଷକ ଭାବରେ ନିଯୁକ୍ତି ପାଇଲେ ଯେଉଁଠାରେ ସେ ୧୯୮୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଦଶ ବର୍ଷ ପରେ, ସେ[୨] ଇଂଲଣ୍ଡକୁ ଚାଲିଗଲେ ଯେଉଁଠାରେ ସେ ଏକ ବ୍ୟବସାୟ ବିକାଶ ପରିଚାଳକ ଭାବରେ କାର୍ଯ୍ୟ କରିଥିଲେ ।[୩] ପରେ, ସେ ପ୍ଲାଷ୍ଟିକ ତିଆରି କରୁଥିବା ଏପୋକ୍ସି ରେସିନ ୟୁନିଟର ମୁଖ୍ୟ ଭାବରେ କୋଲେମାନ-କାମ୍ମୁଲା ଉଭୟ ବେଲଜିୟମ ଏବଂ ହ୍ୟୁଷ୍ଟନ, ଟେକ୍ସାସକୁ ସ୍ଥାନାନ୍ତରିତ ହୋଇଥିଲେ ।[୪] ୨୦୦୦ ମସିହାରେ, ସେ ସେଲ ଛାଡି ବ୍ୟାସେଲ ପଲିଓଲିଫିନ୍ସରେ ବରିଷ୍ଠ ଉପସଭାପତି ହୋଇଥିଲେ, ଯେଉଁଠାରେ ସେ ସମ୍ପତ୍ତି ପରିଚାଳନା, ନବସୃଜନ ଏବଂ ରଣନୈତିକ ମାର୍କେଟିଂ ଉପରେ ଧ୍ୟାନ ଦେଇଥିଲେ । ସେ ମେକ୍ସିକୋର ବେସେଲ ଏବଂ ଆଲଫା ମଧ୍ୟରେ ମିଳିତ ଉଦ୍ୟମରେ ଥିବା ଇଣ୍ଡେଲପ୍ରୋ ଅଫ ଡାଇରେକ୍ଟର୍ସ ବୋର୍ଡରେ ମଧ୍ୟ କାର୍ଯ୍ୟ କରିଥିଲେ ।

୨୦୦୫ ମସିହାରେ, କୋଲେମାନ-କାମ୍ମୁଲା ବ୍ୟାସେଲ ଛାଡି ସିମ୍ପଲି ସଷ୍ଟେନ ପ୍ରତିଷ୍ଠା କରିଥିଲେ, ଯାହାକି ଅଧିକ ସ୍ଥାୟୀ ମଡେଲ ଉପରେ ବ୍ୟବସାୟକୁ ପରାମର୍ଶ ଦେବା ପାଇଁ ଏକ ପରାମର୍ଶଦାତା ସଂସ୍ଥା ଅଟେ ।[୫] ସେହି ସମୟରେ ଭାରତ ଗସ୍ତ ପରେ,[୬] କୋଲେମାନ-କାମମୁଲା ହୃଦୟଙ୍ଗମ କରିଥିଲେ ଯେ ସେ ବିକାଶ କରିବାରେ ସାହାଯ୍ୟ କରିଥିବା ପ୍ଲାଷ୍ଟିକ[୭] ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଉଛି କାରଣ ଉଦ୍ଭାବକ ଏବଂ ଡିଜାଇନର ଭାବରେ ସେ କେବେ ଭାବି ନଥିଲେ ଯେ ଉତ୍ପାଦଟି କ’ଣ ହେବ? ଆଉ ବ୍ୟବହାର ଯୋଗ୍ୟ ନୁହେଁ ଏବଂ ଏହା ଅଦରକାରୀ ହୋଇଗଲା ।[୮] ସେ ବର୍ତ୍ତମାନ କମ୍ପାନୀଗୁଡିକ ସହିତ ପରାମର୍ଶ କରୁଛନ୍ତି ଏବଂ ପରିବେଶର ସୁରକ୍ଷା ତଥା ନିଷ୍କାସନ ଏବଂ ପୁନଃ ବ୍ୟବହାରରେ ଚାକିରୀ ଯୋଗାଇବା ପାଇଁ ସେମାନଙ୍କ ଉତ୍ପାଦରେ କ’ଣ ଅଛି ଏବଂ ସେମାନଙ୍କୁ କିପରି ପୃଥକ କରାଯିବ ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି ।[୯] ସେ "ଶିଳ୍ପ ପର୍ଯ୍ୟାବରଣ"କୁ ପ୍ରୋତ୍ସାହିତ କରିଛନ୍ତି ଏବଂ କର୍ପୋରେଟ ସଂସ୍ଥାଗୁଡ଼ିକ ଉତ୍ପାଦର ଜୀବନଚକ୍ର ଉପରେ ପରିବେଶର ପ୍ରଭାବ[୧୦]କୁ ଉତ୍ପାଦର ମୂଲ୍ୟ ବୃଦ୍ଧି ତଥା ପରିବେଶ ଉପରେ ନକାରାତ୍ମକ ପ୍ରଭାବ ହ୍ରାସ କରିବାର ମାଧ୍ୟମ ଭାବରେ ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦେଇଛନ୍ତି ।[୧୧] ସେ ଡୋ କେମିକାଲ କମ୍ପାନୀର ସଷ୍ଟେନେବିଲିଟି ବାହ୍ୟ ପରାମର୍ଶଦାତା ପରିଷଦ ଏବଂ ଅନ୍ୟାନ୍ୟ କର୍ପୋରେଟ ସଂସ୍ଥା ସହିତ କାର୍ଯ୍ୟ କରିଛନ୍ତି ।

ଆଧାର[ସମ୍ପାଦନା]

  1. "Seetha M. Coleman-Kammula". Find the Data. Retrieved 26 November 2015.[permanent dead link]
  2. "Dr. Seetha Coleman-Kammula". Detroit, Michigan: Plastics News. 11 February 2008. Retrieved 26 November 2015.
  3. "Seetha Coleman-Kammula, PhD". Spartanburg, South Carolina: International Recycling. 2013. Retrieved 26 November 2015.[permanent dead link]
  4. Hardman 2009, pp. 136–137.
  5. Hardman 2009, p. 106.
  6. Hardman 2009, p. 135.
  7. Hardman 2009, p. 122.
  8. Hardman 2009, p. 137.
  9. Dobransky, Megan. "What is a Producer's Responsibility?". Colony, Texas: Earth 911. Archived from the original on 21 July 2014. Retrieved 26 November 2015.
  10. "DSU to Host Guest Lecture Green Chemistry in Ag/Industry Jan. 23". Dover, Delaware: Delaware State University. 21 January 2014. Retrieved 26 November 2015.
  11. Senge, et al. 2008, p. 216.