Jump to content

ସିନ ସ୍ପ୍ଲିଣ୍ଟସ

ଉଇକିପିଡ଼ିଆ‌ରୁ
Shin splints
Medial tibial stress syndrome (MTSS),[] soleus syndrome,[] tibial stress syndrome,[] periostitis[]
Red area represents the tibia. Pain is generally in the inner and lower 2/3rds of tibia.
ବିଭାଗSports medicine
ଲକ୍ଷଣPain along the inside edge of the shinbone[]
ବିପଦ କାରକRunners, dancers, military personnel[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, medical imaging[]
ସଠିକ ରୋଗ ନିର୍ଣ୍ଣୟStress fracture, tendinitis, exertional compartment syndrome[]
ଚିକିତ୍ସାRest with gradual return to exercise[][]
PrognosisGood[]
ପୁନଃପୌନିକ4 to 35% (at risk groups)[]
Patient UKShin splints

ସିନ ସ୍ପ୍ଲିଣ୍ଟସ ଏକ ପ୍ରଦାହର ନାମ ଯାହା ଟିବିଆ ଅସ୍ଥିର ନିମ୍ନ ଅର୍ଦ୍ଧେକ ଭାଗରେ ଥିବା ତନ୍ତୁମାନଙ୍କରେ ହୁଏ ଓ ଯନ୍ତ୍ରଣା ହୁଏ ।[] ସାଧାରଣତଃ ଏହି ଯନ୍ତ୍ରଣା ଗୋଡ଼ର ମଧ୍ୟଭାଗରୁ ବଳାଗଣ୍ଠି ପର୍ଯ୍ୟନ୍ତ ହୁଏ | [] ଯନ୍ତ୍ରଣା ସାମାନ୍ୟ କିମ୍ବା ତୀକ୍ଷ୍ଣ ହୋଇପାରେ ଓ ବ୍ୟାୟାମ କଲେ ଅନୁଭବ ହୁଏ ।[] ଏହା ସାଧାରଣତ ବିଶ୍ରାମ ସମୟରେ ଉପଶମ ହୁଏ | [] ଜଟିଳତା ମଧ୍ୟରେ ସ୍ଟ୍ରେସ ବା ଚାପ‌ଯୁକ୍ତ ଭଙ୍ଗା ହୋଇପାରେ | []

ଅତ୍ୟଧିକ ଶାରୀରିକ ପରିଶ୍ରମ କଲେ ଏହି ରୋଗ ହୁଏ ।[] ସାଧାରଣତଃ ପ୍ରଭାବିତ ହେଉଥିବା ଗୋଷ୍ଠୀ ମଧ୍ୟରେ ଦୌଡ଼ାଳି, ନୃତ୍ୟଶିଳ୍ପୀ ଏବଂ ସାମରିକ କର୍ମଚାରୀ ଅନ୍ତର୍ଭୁକ୍ତ | [] ଅନ୍ତର୍ନିହିତ କାର୍ଯ୍ୟବିଧି ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ନୁହେଁ। [] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ଓ ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପାଇଁ ମେଡିକାଲ ଇମେଜିଙ୍ଗ କରାଯାଏ ।[]

ସିନ ସ୍ପ୍ଲିଣ୍ଟସଗୁଡିକ ସାଧାରଣତଃ ବିଶ୍ରାମଦ୍ୱାରା ଚିକିତ୍ସା କରାଯାଏ ଏବଂ ପରେ ଧୀରେ ଧୀରେ ସମୟକ୍ରମେ ବ୍ୟାୟାମ କରିବାକୁ ଉପଦେଶ ଦିଆଯାଏ | [] [] [] ଅନ୍ୟାନ୍ୟ ପଦକ୍ଷେପ ଯେପରିକି ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAIDs), ଥଣ୍ଡା ପ୍ୟାକ୍, ଫିଜିଓ ଥେରାପି ଏବଂ ଚାପ ଚିକିତ୍ସା ବ୍ୟବହାର କରାଯାଇପାରେ | [] [] ଜୋତାରେ ଇନସୋଲ ଦେଲେ କିଛି ଲୋକଙ୍କୁ ସାହାଯ୍ୟ କରିପାରେ | [] ଅସ୍ତ୍ରୋପଚାର କ୍ୱଚିତ୍ ଆବଶ୍ୟକ ହୁଏ, କିନ୍ତୁ ଅନ୍ୟ ପଦକ୍ଷେପଗୁଡିକ ପ୍ରଭାବଶାଳୀ ନେହେଲେ କରାଯାଇପାରେ | [] ବିପଦସଙ୍କୁଳ ଗୋଷ୍ଠୀରେ ସିନ ସ୍ପ୍ଲିଣ୍ଟସଗୁଡ଼ିକର ହାର ୪%ରୁ ୩୫% ମଧ୍ୟରେ ରହିଥାଏ | [] ମହିଳାମାନଙ୍କଠାରେ ଏହି ଅବସ୍ଥା ଅଧିକ ଦେଖାଯାଏ। [] ଏହା ୧୯୫୮ ମସିହାରେ ପ୍ରଥମେ ଏହି ରୋଗର ବର୍ଣ୍ଣନା ହୋଇଥିଲା []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Shin Splints - OrthoInfo - AAOS". www.orthoinfo.org. Retrieved 14 July 2019.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ Reshef, N; Guelich, DR (April 2012). "Medial tibial stress syndrome". Clinics in Sports Medicine. 31 (2): 273–90. doi:10.1016/j.csm.2011.09.008. PMID 22341017.
  3. McClure, CJ; Oh, R (January 2019). "Medial Tibial Stress Syndrome". PMID 30860714. {{cite journal}}: Cite journal requires |journal= (help)
  4. McClure, CJ; Oh, R (January 2019). "Medial Tibial Stress Syndrome". PMID 30860714. {{cite journal}}: Cite journal requires |journal= (help)