ସିଦ୍ଧ ବାବା ମନ୍ଦିର

Coordinates: 27°43′19.06″N 83°28′7.11″E / 27.7219611°N 83.4686417°E / 27.7219611; 83.4686417
ଉଇକିପିଡ଼ିଆ‌ରୁ
ସିଦ୍ଧ ବାବା ମନ୍ଦିର
Siddhababa Mandir
ସିଦ୍ଧ ବାବା ମନ୍ଦିର
A view of Siddha Baba Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictRupandehi
ଦେବାଦେବୀShiva
FestivalsShivaratri, Teej, Bala Chaturdashi etc.
Location
ସ୍ଥାନButwal
CountryNepal
ସିଦ୍ଧ ବାବା ମନ୍ଦିର is located in Nepal
ସିଦ୍ଧ ବାବା ମନ୍ଦିର
Location in Nepal
ଭୌଗଳିକ ଅବସ୍ଥିତି27°43′19.06″N 83°28′7.11″E / 27.7219611°N 83.4686417°E / 27.7219611; 83.4686417

ସିଦ୍ଧ ବାବା ମନ୍ଦିର (ନେପାଳୀ: श्री सिद्धबाबा मन्दिर) ନେପାଳର ଦୋଭାନ ୫, ପାଲପା ଜିଲ୍ଲାର ବୁତୱାଲ (Butwal) ସହରରେ ଅବସ୍ଥିତ ଏକ ଶିବ ମନ୍ଦିର ।[୧] ଏହି ମନ୍ଦିରକୁ ନେପାଳର ରୂପାନ୍ଦେହି, ପାଲପା (Palpa) ଓ ପଡ଼ୋଶୀ ଜିଲ୍ଲାର ହିନ୍ଦୁମାନେ ମୂଖ୍ୟତଃ ଦର୍ଶନ ନିମନ୍ତେ ଆସନ୍ତି ।[୨] ଏକ ବିଶ୍ୱାସ ରହିଛି ଏ କୌଣସି ମାନସିକ କରି ଏହି ମନ୍ଦିରକୁ ଆସିଲେ ମନୋକାମନା ନିଶ୍ଚୟ ପୂରଣ ହୁଏ । ମନୋକାମନା ପୂରଣ ହେଲେ ଗୋଟିଏ ପାରାକୁ ମୁକ୍ତ କରିବା ପରମ୍ପରା ଅଛି । ସେହି ହେତୁ ଏଠାରେ ବହୁତ ସଂଖ୍ୟକ ପାରା ଦେଖିବାକୁ ମିଳନ୍ତି ।

ସିଦ୍ଧବାବାଙ୍କ ମନ୍ଦିରରେ ହିନ୍ଦୁ ଭକ୍ତମାନେ ଶନି ବାର, ସୋମ ବାର ଓ ଶିବଙ୍କ ସମ୍ପର୍କୀୟ ପର୍ବତମାନଙ୍କରେ ପୂଜା କରନ୍ତି । ଶିବରାତ୍ରି ଦିନ ପୂଜା ନିମନ୍ତେ ଏହି ମନ୍ଦିରରେ ଅସଂଖ୍ୟ ଲୋକଙ୍କର ଶିବ ସମାଗମ ହୁଏ ।

ସ୍ଥାନ[ସମ୍ପାଦନା]

ବୁଟୱାଲ ସବ-ମେଟ୍ରୋ ସହରଠାରୁ୨ କିମି ଦୂରରେ ନେପାଳର ଦୋଭାନ ୫, ପାଲପା ଜିଲ୍ଲାରେ ସିଦ୍ଧ ବାବା ମନ୍ଦିର ଅବସ୍ଥିତ । ସିଦ୍ଧାର୍ଥ ରାଜପଥରେ ଗଲା ବେଳେ ତିନାଉ ନଦୀର (Tinau River) ବାମ କୂଳରେ ମନ୍ଦିର ଦେଖିବାକୁ ମିଳେ ।[୩] ଚିଡ଼ିଆ ଖୋଲ ନାମକ ଏକ ଛୋଟ ନଦୀ ମନ୍ଦିର ପାଖରେ ପ୍ରବାହିତ ହେଉଛି । ଏହି ନଦୀର ଜଳକୁ ଲୋକମାନେ ଅତି ପବିତ୍ର ମାନନ୍ତି ।[୪]

ଇତିହାସ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ବିକ୍ରମ ସମ୍ବତ (Bikram Sambat) ଆରମ୍ଭ କରିଥିବା ବିକ୍ରମାଦିତ୍ୟଙ୍କ () ବଡ଼ଭାଇ ଭର୍ତୃହରି ନିଜର ଆତ୍ମଦଣ୍ଡ ନିମନ୍ତେ ଏହି ମନ୍ଦିର ସ୍ଥାପନ କରିଥିଲେ ।[୫] ପାଳପାର ଜିଲ୍ଲା ଶାସନରେ ଏହି ମନ୍ଦିର ୧୯୯୮ ମସିହାରେ ରେଜିଷ୍ଟ୍ରିଭୁକ୍ତ ହୋଇଛି ।

ଅଭ୍ୟନ୍ତର[ସମ୍ପାଦନା]

ଶିବଙ୍କ ବ୍ୟତୀତ ଗଣେଶ, ନାଗ, ମନସା ଦେବୀ (Mansa Devi) ଓ ବିଶ୍ୱକର୍ମା (Bishwokarma) ଭଳି ଦେବତାମାନଙ୍କର ମୂର୍ତ୍ତି ଏଠାରେ ଅଛି । ମନ୍ଦିରରେ ଏକ ଅଖଣ୍ଡ ଧୁନି ଚାଲିଥାଏ । ପାଖରେ ଧର୍ମଶାଳା, ପାର୍କିଂ ସ୍ଥାନ ଓ ମନ୍ଦିର ହତାରେ ଅନ୍ୟାନ୍ୟ ଆବଶ୍ୟକୀୟ ପଦାର୍ଥ ମିଳେ ।[୫]


ଆଧାର[ସମ୍ପାଦନା]

  1. "Siddha Baba Temple - khojnu.com". Retrieved 2021-02-24.
  2. "Visit Tansen". Archived from the original on 2018-06-30. Retrieved 2022-09-01.
  3. 99MustSee.com. "Siddha Baba Temple in BUTWAL - Unexplored Attraction in Butwal - Lumbini Nepal". Archived from the original on 2016-03-26. Retrieved 2021-02-24.{{cite web}}: CS1 maint: numeric names: authors list (link)
  4. Maurya, Shiva. "Siddha Baba Mandir Details In Hindi". Retrieved 2021-02-24.
  5. ୫.୦ ୫.୧ Parajuli, Dipak (2018-12-01). "Siddhababa Temple: Religious Connectivity and Believe Center". Nepalayatimes. Archived from the original on 2020-08-03. Retrieved 2021-02-24.