ସିଦ୍ଧାର୍ଥ ଭରତନ
ସିଦ୍ଧାର୍ଥ ଭରତନ (ଜନ୍ମ: ୨୬ ମଇ ୧୯୮୩), ଜଣେ ଭାରତୀୟ ଅଭିନେତା, ଚିତ୍ରନାଟ୍ୟ ଲେଖକ ଏବଂ କଥାଚିତ୍ର ନିର୍ଦ୍ଦେଶକ ଯିଏକି ମୁଖ୍ୟତଃ ମାଲାୟାଲମ୍ କଥାଚିତ୍ର ଜଗତରେ କାମ କରନ୍ତି ।
ଜନ୍ମ ଓ ପରିବାର
[ସମ୍ପାଦନା]ସିଦ୍ଧାର୍ଥ ୧୯୮୩ ମସିହାର ମଇ ୨୬ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭରତନ ଜଣେ କଥାଚିତ୍ର ନିର୍ଦ୍ଦେଶକ ଓ ମାଆ କେ.ପି.ଏ.ସି. ଲଳିତା ଜଣେ ଅଭିନେତ୍ରୀ । ୧୨ ଡିସେମ୍ବର ୨୦୦୮ରେ ସେ ଅଞ୍ଜୁ ମୋହନ ଦାସଙ୍କୁ ବିବାହ କରିଥିଲେ ଏବଂ ୨୦୧୩ ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା । ପରବର୍ତ୍ତୀ ସମୟରେ ୩୧ ଅଗଷ୍ଟ ୨୦୧୯ରେ ସେ ସୁନିଜାଙ୍କୁ ବିବାହ କରିଥିଲେ ।[୧] ଉଭୟଙ୍କର ଏକ ଝିଅ ୨୨ ଜୁଲାଇ ୨୦୨୦ରେ ଜନ୍ମ ହୋଇଥିଲା ।
ପେଷା
[ସମ୍ପାଦନା]୨୦୦୨ ମସିହାରେ ସେ ମାଲାୟଲମ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ନାମ୍ମାଲ । ୨୦୧୨ ମସିହାରେ ସେ ନିର୍ଦ୍ଦେଶକ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ହେଉଛି ନିଦ୍ରା । ଏହି କଥାଚିତ୍ରଟି ୧୯୮୧ ମସିହାରେ ତାଙ୍କ ବାପାଙ୍କ ନିର୍ଦ୍ଦେଶନାରେ ମାଲାୟଲମ ଭାଷାରେ ମୁକ୍ତିଲାଭ କରିଥିଲା ଏବଂ ସେ ସମାନ ନାମରେ ପୁଣିଥରେ ଏହାକୁ ନିର୍ମାଣ କରିଥିଲେ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା |
|---|---|---|---|
| ୨୦୦୨ | ନମ୍ମାଲ | ଶ୍ୟାମ | ମାଲାୟଲମ |
| ୨୦୦୪ | ୧ ୟୁଥ୍ ଫେଷ୍ଟିଭାଲ୍ | ଅର୍ଜୁନ | ମାଲାୟଲମ |
| କାକ୍କାକରୁମ୍ବନ୍ | ରମେଶନ୍ | ମାଲାୟଲମ | |
| ରସିକାନ୍ | ସୁଧି | ମାଲାୟଲମ | |
| ଏନ୍ନିଟ୍ଟୁମ୍ | ଜିତ୍ | ମାଲାୟଲମ | |
| ୨୦୧୨ | ନିଦ୍ରା | ରାଜୁ | ମାଲାୟଲମ |
| ଆତ୍ମା | ସମୀର | ମାଲାୟଲମ | |
| ୨୦୧୩ | ରେବେକା ଉଥୁପ୍ କିଜାକ୍କେମାଲା | ଅର୍ଜୁନ | ମାଲାୟଲମ |
| ଓଲିପୋରୁ [୩] | ମାଲାୟଲମ | ||
| ୨୦୧୫ | ନିଜାନ ନିନ୍ନୋଡ଼ୁ କୂଡେୟୁଣ୍ଡୁ | ମାଲାୟଲମ | |
| ୨୦୧୬ | କୋପ୍ପାଇଲେ କୋଡୁମକଟ୍ଟୁ | ମାଲାୟଲମ |
ନିର୍ଦ୍ଦେଶିତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ମୁକ୍ତିଲାଭ ତାରିଖ | ମନ୍ତବ୍ୟ |
|---|---|---|---|
| ୨୦୧୨ | ନିଦ୍ରା | ୨୪ ଫେବୃଆରୀ ୨୦୧୨ | ୧୯୮୧ ମସିହାର କଥାଚିତ୍ରର ରିମେକ୍[୪] |
| ୨୦୧୫ | ଚନ୍ଦ୍ରେତ୍ତାନ ଏବିଦେୟା | ୧ ମଇ ୨୦୧୫ | |
| ୨୦୧୭ | ବର୍ଣ୍ଣ୍ୟଥିଲ ଆଶଙ୍କା | ୪ ଅଗଷ୍ଟ ୨୦୧୭ | |
| ୨୦୨୨ | ଛତୁରାମ | ୪ ନଭେମ୍ବର ୨୦୨୨ | |
| ୨୦୨୩ | ଦିଜାନ୍ | ୬ ଜାନୁଆରୀ ୨୦୨୩ | [୫][୬] |
ଦୁର୍ଘଟଣା ଏବଂ ପରବର୍ତ୍ତୀ ଜୀବନ
[ସମ୍ପାଦନା]୧୧ ସେପ୍ଟେମ୍ବର ୨୦୧୫ରେ ସେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ସେ ଚଳାଉଥିବା ଫୋର୍ଡ ଫିଗୋ କାର କୋଚି ନିକଟସ୍ଥ ଚାମ୍ବକକରା ରାସ୍ତାରେ ଏକ କାନ୍ଥକୁ ଧକ୍କା ଦେଇଥିଲା ଏବଂ ତାଙ୍କ ଗୋଡ଼ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେ କୋଚିରେ ଥିବା ମେଡିକାଲ ଟ୍ରଷ୍ଟ ହସ୍ପିଟାଲର ଭେଣ୍ଟିଲେଟରରେ ଥିଲେ ।[୭]
ଆଧାର
[ସମ୍ପାଦନା]- ↑ "സിദധാർഥ ഭരതൻ വീണടം വിവാഹിതനായി : Cinema News".
- ↑ "Nidra starts". Mathrubhumi. 10 December 2011. Archived from the original on 10 December 2011. Retrieved 10 December 2011.
- ↑ "Fahad Fazil in "Olipporu". :News - Movie News, Film News, Cinema News - Malayalam Movie News". www.metromatinee.com. Archived from the original on 2012-11-19.
- ↑ "'Nidhra' for next week". IndiaGlitz. 18 February 2012. Archived from the original on 20 February 2012. Retrieved 18 February 2012.
- ↑ Digital Native. "Soubin Shahir's 'Djinn' wrapped up". The News Minute. Retrieved 17 March 2020.
- ↑ TIMESOFINDIA.COM. "Dulquer Salmaan unveils the motion poster of Soubin Shahir's 'Djinn'". The Times of India. Retrieved 3 August 2020.
- ↑ " Actor Siddharth Bharathan seriously injured in accident" Archived 2018-02-18 at the Wayback Machine.. Kerala Kaumudi. 11 September 2015. Retrieved 11 September 2015.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସିଦ୍ଧାର୍ଥ ଭରତନ