ସିଗମଣ୍ଡ ଫ୍ରଏଡ଼

ଉଇକିପିଡ଼ିଆ‌ରୁ

ସିଗମଣ୍ଡ ଫ୍ରଏଡ଼ (ମୋରାଭିଆ, ୬ ମଇ ୧୮୫୬ - ଲଣ୍ଡନ, ୨୩ ସେପ୍ଟେମ୍ବର ୧୯୩୯) ଜଣେ ଅଷ୍ଟ୍ରିଆର ସ୍ନାୟୁବିଜ୍ଞାନୀ ଥିଲେ। ସେ ମାନସିକ ରୋଗ ଏବଂ ସ୍ନାୟୁ ରୋଗର ଚିକିତ୍ସା ମନସ୍ତାତ୍ତ୍ୱିକ ବିଶ୍ଳେଷଣ ମାଧ୍ୟମରେ ଉଦ୍ଭାବନ କରିଥିଲେ।

ମନୋବିଜ୍ଞାନରେ ଫ୍ରଏଡ୍ ଜଣେ ଗୁରୁତ୍ୱପୂର୍ଣ୍ଣ ପ୍ରତିଭା କାରଣ ସେ ଅବଚେତନ ମନକୁ ଅଧ୍ୟୟନ କରିଥିଲେ । ମନର ଅବଚେତନ ଅଂଶକୁ ମଣିଷଦ୍ୱାରା ସହଜରେ ନିୟନ୍ତ୍ରଣ କିମ୍ବା ଅନୁଭବ କରାଯାଇପାରେ ନାହିଁ ।

୧୮୬୦ ମସିହାରେ ତାଙ୍କ ପରିବାର ସିଗମଣ୍ଡଙ୍କ ସହିତ ଭିଏନାକୁ ଚାଲିଗଲେ | ସେ ବିଦ୍ୟାଳୟରେ ଭଲ ପାଠ ପଢ଼ି ଡାକ୍ତର ହୋଇଥିଲେ । ଫ୍ରଏଡ୍ ୧୮୮୬ ମସିହାରେ ମାର୍ଥା ବର୍ନାଏସଙ୍କୁ ବିବାହ କରିଥିଲେ। ସେମାନଙ୍କର ଛଅଟି ସନ୍ତାନ ଥିଲେ।

ଫ୍ରଏଡ୍ ୧୯୩୦ ଦଶକରେ ଅଷ୍ଟ୍ରିଆରେ ରହୁଥିଲେ | ଜର୍ମାନୀର ଅଷ୍ଟ୍ରିଆ ଅଧିକାର ପରେ ସେ ଇହୂଦୀ ହୋଇଥିବାରୁ ସେ ଗେଷ୍ଟାପୋ ନଜରକୁ ଆସିଥିଲେ । ଏହାପରେ ଫ୍ରଏଡ ଏବଂ ତାଙ୍କ ପରିବାର ଭିଏନା ଛାଡି ଜୁନ୍ ୧୯୩୮ରେ ଇଂଲଣ୍ଡ ଯାଇଥିଲେ ।

ଅବଦାନ[ସମ୍ପାଦନା]

ସିଗମଣ୍ଡ ଫ୍ରଏଡ଼,୧୯୦୫

ଫ୍ରଏଡ୍ ମାନବ ମନର ଏକ ସିଦ୍ଧାନ୍ତ (ଏହାର ସଂଗଠନ ଏବଂ କାର୍ଯ୍ୟ) ବିକଶିତ କରିଥିଲେ | ତାଙ୍କର ଅନ୍ୟ ଏକ ମୌଳିକ ସିଦ୍ଧାନ୍ତ ଥିଲା ଯେ ମଣିଷର ଆଚରଣ ମନର ସଂଗଠନ ପ୍ରଭାବିତ କରେ ଓ ଏହା ଦ୍ୱର ପ୍ରଭାବିତ ହୁଏ ।

ଏହି ଧାରଣା ତାଙ୍କୁ ମାନସିକ ରୋଗର ଉପଶମ ପାଇଁ କିଛି ଚିକିତ୍ସା କୌଶଳକୁ ବ୍ୟବହାର କରିବାକୁ ଅନୁପ୍ରାଣିତ କଲା । ତାଙ୍କ ଅନୁସନ୍ଧାନର ଏକ୍ ମୁଖ୍ୟ ସିଦ୍ଧାନ୍ତ ହେଉଛି ଯେ ବ୍ୟକ୍ତିତ୍ୱ ପିଲାଦିନର ଅନୁଭୂତିଦ୍ୱାରା ବିକଶିତ ହୁଏ ।[୧]


ପ୍ରାରମ୍ଭିକ ଅବଦାନ[ସମ୍ପାଦନା]

ଫ୍ରଏଡ୍ ୧୭ ବର୍ଷ ବୟସରେ ଭିଏନା ବିଶ୍ୱବିଦ୍ୟାଳୟରେ ମେଡିସିନ୍ ଅଧ୍ୟୟନ ଆରମ୍ଭ କରିଥିଲେ। ସେ ୨୫ ବର୍ଷ ବୟସରେ ୧୮୮୧ରେ ତାଙ୍କର ଏମ୍ ଡି ଡିଗ୍ରୀ ହାସଲ କରିଥିଲେ । ଆର୍ଥିକ କାରଣରୁ ସ୍ନାୟୁବିଜ୍ଞାନରେ ଚିକିତ୍ସକ ଭାବେ କାମ ଆରମ୍ଭ କରିଥିଲେ।[୨]


ଫ୍ରଏଡ୍ ଆଶା କରିଥିଲେ ଯେ ତାଙ୍କର ଅନୁସନ୍ଧାନ ତାଙ୍କର ଚିକିତ୍ସା କୌଶଳ ପାଇଁ ଏକ ଦୃଢ଼ ବୈଜ୍ଞାନିକ ଭିତ୍ତି ପ୍ରଦାନ କରିବ । ଫ୍ରଏଡିୟ ଉପଚାରର(ମନସ୍ତାତ୍ତ୍ୱିକ ବିଶ୍ଳେଷଣ) ଲକ୍ଷ୍ୟ ଥିଲା, ଅବଚେତନ ଚିନ୍ତାଧାରା ଏବଂ ଭାବନାକୁ ଚେତନାକୁ ଆଣିବା, ରୋଗୀକୁ ବିକୃତ ଭାବନାରୁ ମୁକ୍ତି ଦେବା ।

ଫ୍ରଏଡ୍ ଏହି ସମୟରେ ଏକ ପ୍ରସ୍ତାବ ଦେଇଥିଲେ ଯେ ଶିଶୁ ଅବସ୍ଥାରେ ଯୌନ ଶୋଷଣ ପରବର୍ତି ସମୟରେ ମାନସିକ ରୋଗର କାରଣ ହୋଇଥାଏ । ଏହି ରୋଗନିର୍ଣ୍ଣୟନ ପଦ୍ଧତିକୁ ରୋଗୀମାନେ ସାଧାରଣତଃ ବିଶ୍ୱାସ କରିନଥିଲେ । [୩]

ଫ୍ରଏଡ୍ କୋକେନର ଜଣେ ପ୍ରାରମ୍ଭିକ ଉପଭୋକ୍ତା ତଥା ପ୍ରୋତ୍ସାହକ ଥିଲେ। ତାଙ୍କ ମତରେ କୋକେନ ଯନ୍ତ୍ରଣାନିବାରକ ଓ ଆଣ୍ଟିଡେପ୍ରେସାଣ୍ଟ ଭାବରେ କାର୍ଯ୍ୟ କରିଥାଏ।

ମୃତ୍ୟୁ[ସମ୍ପାଦନା]

ସେପ୍ଟେମ୍ବର ୧୯୩୯ ମଧ୍ୟଭାଗରେ, ଫ୍ରଏଡଙ୍କ ମାଢିର କର୍କଟ ତାଙ୍କୁ ଅଧିକ ଯନ୍ତ୍ରଣା ଦେଉଥିଲା ଏବଂ ଏହା ଉପରେ ଶଲ୍ୟକର୍ମ ସମ୍ବବ ନୁହେଁ ବୋଲି ଘୋଷଣା କରାଯାଇଥିଲା | ଡକ୍ଟର ଜୋସେଫାଇନ୍ ଷ୍ଟ୍ରୋସ ତାଙ୍କୁ ମର୍ଫିନ ଇଞ୍ଜେକସନ୍ ଦେଇଥିଲେ, ଯାହାଦ୍ୱାରା ୨୩ ସେପ୍ଟେମ୍ବର ୧୯୩୯ର ମଧ୍ୟରାତ୍ରିରେ ଫ୍ରଏଡଙ୍କ ମୃତ୍ୟୁ ଘଟିଥିଲା ।[୪]

ଆଧାର[ସମ୍ପାଦନା]

  1. Saracho, Olivia N. & Bernard Spodek 2007. Contemperorary perspectives on socialization and social development in early childhood education. Information Age, page 5.
  2. The history of psychiatry PGY II Lecture 9/18/03 Larry Merkel M.D. Ph.D.
  3. Freud S. 1940. An Outline of Psychoanalysis. (The Standard Edition of the Complete Psychological Works of Sigmund Freud, Volume XXIII)
  4. Lacoursiere, Roy B. (2008). "Freud's Death: Historical Truth and Biographical Fictions". American Imago. 65 (1): 107–28. doi:10.1353/aim.0.0003. S2CID 170247119.