ସାର୍

ଉଇକିପିଡ଼ିଆ‌ରୁ

ସାର୍ (ଇଂରାଜୀ ଭାଷାରେ Sir) ଏକ ସମ୍ମାନ ସୂଚକ ସମ୍ବୋଧନ ଯାହା ସ୍ଥଳ ବିଶେଷରେ ବ୍ୟବ‌ହାର କରାଯାଇଥାଏ । ଏହି ସମ୍ବୋଧନ ସାଧାରଣତଃ କମନ‌ୱେଲ୍‌ଥ ଦେଶମାନଙ୍କରେ ସମ୍ମାନ ପ୍ରଦର୍ଶନ କରିବାକୁ ଓ କେତେକ ଉପାଧିପ୍ରାପ୍ତ ପୁରୁଷମାନଙ୍କ (ନାଇଟ୍ବ୍ୟାରୋନେଟ୍) ପ୍ରତି ନାମ ପୂର୍ବରୁ ବ୍ୟବ‌ହାର କରାଯାଏ ଓ ନିର୍ଦ୍ଦିଷ୍ଟ କାନୁନ୍ ଓ ପରମ୍ପରା ଅନୁଯାୟୀ ଡକାଯାଏ ।

ସମାଜରେ ନିଜର ଉପରିସ୍ଥ ସାମାଜିକ ସ୍ତରରେ ଥିବା ବା ମିଲିଟାରୀ ର‍୍ୟାଙ୍କ (ଶ୍ରେଣୀ)ରେ ଥିବା ପୁରୁଷ ଲୋକଙ୍କୁ ସମ୍ମାନ ଦେଖାଇବା ନିମନ୍ତେ ଏହି ସାର୍ ଶବ୍ଦ ବ୍ୟବ‌ହାର କରାଯାଏ । ଅଧିକାଂଶ ସ୍ଥଳରେ ମହିଳାମାନଙ୍କ ପ୍ରତି ଏହାର ଅନୁରୂପ ଶବ୍ଦ ମାମ ବା ମ୍ୟାଡାମ୍ ("ma'am" or "madam") ବ୍ୟବ‌ହାର କରାଯାଏ, ଅବିବାହିତା ମହିଳା ବା ଝିଅମାନେ ମିସ୍ ଶବ୍ଦ ପସନ୍ଦ କରନ୍ତି । ନାଇଟ୍ ବା ବ୍ୟାରୋନେଟ୍‌ମାନଙ୍କ ପତ୍ନୀମାନଙ୍କୁ ଲେଡି କ‌ହି ସମ୍ବୋଧନ କରାଯାଏ ଓ ନାଇଟ୍ ଉପାଧି ପ୍ରାପ୍ତ ମହିଳା ବା ବ୍ୟରୋନେଟେସ୍‌ମାନଙ୍କୁ ଡେମ୍ (Dame) କ‌ହି ସମ୍ବୋଧନ କରିବା ପରମ୍ପରା ପ୍ରଚଳିତ ଅଛି ।

ଶବ୍ଦ ସାଧନ[ସମ୍ପାଦନା]

ମଧ୍ୟଯୁଗୀୟ ଫରାସୀର ସମ୍ମାନସୂଚକ ଶବ୍ଦ ଶାୟାର୍‌ରୁ (Sire) ସାର୍ ଶବ୍ଦ ଉଦ୍ଧୃତ ହୋଇଛି । "ସାର୍" ଓ ସେନର୍ (seigneur) ଶବ୍ଦ ଦୁଇଟି ସାମନ୍ତବାଦୀ ଲର୍ଡ଼ ପ୍ରତି ସଙ୍କେତ କରେ । ଏହି ଶବ୍ଦ ଦୁଇଟି ଅଶିଷ୍ଟ ଲାଟିନରୁ ନିଆଯାଇଥିବା ଜଣାଯାଏ ।[୧]

ଇଂରାଜୀ ଭାଷାରେ ସାର୍ ଶବ୍ଦ ପ୍ରଥମେ ନାଇଟ୍‌ମାନଙ୍କ ସମ୍ମାନାର୍ଥେ ସନ ୧୨୯୭ରୁ ବ୍ୟବ‌ହୃତ ହୋଇଆସିଛି ଓ ପରବର୍ତ୍ତୀ ସମୟରେ ବ୍ୟାରୋନେଟମାନଙ୍କ ସମ୍ମାନାର୍ଥେ ୧୨୨୫ରୁ ବ୍ୟବ‌ହାର ହୋଇଆସିଥିବା ସାୟାର ଶବ୍ଦଟି ପରିବର୍ତ୍ତୀତ ହୋଇଛି । ନାମ ପୂର୍ବରୁ ନାଇଟ୍‌ମାନଙ୍କର ପ୍ରଭୁତ୍ତ୍ୱକୁ ସଙ୍କେତ କରିବାକୁ ଏହି ଶବ୍ଦ ଉଲ୍ଲେଖ କରାଯାଏ । ପରେ ସନ ୧୨୫୦ରେ ପିତା ଓ ୧୩୬୨ରୁ ମୁଖ୍ୟ ବୟସ୍କ ଲୋକଙ୍କ ପ୍ରତି ପ୍ର‌ଯୁଜ୍ୟ ହେଉଥିଲା ।

ଇଂରାଜୀ ଓ ବ୍ରିଟିଶ୍ ରାଷ୍ଟ୍ରମଣ୍ଡଲ ସମ୍ମାନ[ସମ୍ପାଦନା]

Sir Thomas Troubridge. His entitlement to the style of "sir" derived from his position as a baronet.

ସାର୍ ଶବ୍ଦଟି ନାମ ବା ପୁରା ନାମର ଉପସର୍ଗ ଭାବରେ ଲେଖାଯାଏ, କିନ୍ତୁ ସାଙ୍ଗିଆ ପୂର୍ବରୁ ଲେଖାଯାଏ ନାହିଁ । ଉଦାହରଣ ସ୍ୱରୂପ ସାର୍ ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗ ଲେଖାଯିବ, ସାର୍ ଫ୍ଲେମିଙ୍ଗ ନୁହେଁ ।[୨]

ମହିଳାମାନେ ନାଇଟ‌ହୁଡ ପାଇଥିଲେ ବା ବ୍ୟରୋନେଟ ହୋଇଥିଲେ ପରମ୍ପରା ଅନୁଯାୟୀ ସାର୍ ଅନୁରୂପ ଡେମ ଲେଖାଯାଏ ।[୩] ପୂର୍ବରୁ ନାଇଟ ଓ ବ୍ୟରୋନେଟମାନଙ୍କ ପତ୍ନୀମାନଙ୍କୁ ଏହି ନାମ ଦିଆ ଯାଉଥିଲେ ମଧ୍ୟ ଅଧୁନା ସେମାନଙ୍କୁ ଲେଡି ପରେ ତାଙ୍କ ସାଙ୍ଗିଆ ଲେଖାଯାଉଛି, ପୁରା ନାମ ସ‌ହିତ ଲେଖାଯାଉ ନାହିଁ, ଉଦାହରଣ ସ୍ୱରୂପ ଲେଡି ଫିନେସ୍ ସଠିକ, କିନ୍ତୁ ଲେଡି ଭିରଜିନିଆ ଫିନେସ୍ ନୁହେଁ ।[୪][୫] ନାଇଟ୍‌ମାନଙ୍କର ବିଧବାମାନେ ସଧବା ବେଳର ନାମ ସ୍ଟାଇଲ ରଖନ୍ତି,[୫] କିନ୍ତୁ ବ୍ୟରୋନେଟମାନଙ୍କୁ ତାଙ୍କ ପୂର୍ବ ନାମ ପୂର୍ବରୁ ଏକ ଅଧିକ ନାମ ଡୋୱେଜର ଦିଆଯାଏ ଯେପରି ଡୋୱେଜର ଲେଡି ଟ୍ରୋବ୍ରିଜ୍ ବା ଲରା, ଲେଡି ଟ୍ରୋବ୍ରିଜ୍[୬]

ଅନ୍ୟ ପଦବୀ ସ‌ହିତ ସାର୍‌ର ମିଶ୍ରଣ[ସମ୍ପାଦନା]

ମିଲିଟାରୀ ଲୋକଙ୍କର ରାଙ୍କ ପ୍ରଥମେ ଲେଖାଯାଇ ତା ପରେ ସାର୍ ଲେଖାଯାଏ । ଉଦାହରଣ ସ୍ୱରୂପ ଆଡମିରାଲ ଅଫ ଦି ଫ୍ଲିଟ ସାର୍ ଲେଖି ସାରିବା ପରେ ନାମ ଲେଖାଯାଏ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସେହିଭଳି ଲେଖାଯାଏ ଯଥା:- ପ୍ରଫେସର୍ ସାର୍ ପରେ ନାମ ଲେଖାଯାଏ । ଚର୍ଚ୍ଚର ଲୋକମାନଙ୍କୁ ସାର୍ ଉପାଧୀ ଦେଲେ ମଧ୍ୟ ସେମାନେ ଏହା ନାମ ପୂର୍ବରୁ ଲେଖନ୍ତି ନାହିଁ, କିନ୍ତୁ ନାମ ପରେ କେବିଇ ଇତ୍ୟାଦି ଲେଖନ୍ତି (ଯଥା:- Reverend Dr John Polkinghorne, KBE) ।

ଆଧାର[ସମ୍ପାଦନା]

  1. Ayres-Bennet, Wendy (1996). "The 'heyday' of Old French (French in the 12th and 13th centuries)". A History of the French Language Through Texts. London: Routledge. ISBN 0415099994. {{cite book}}: |access-date= requires |url= (help)
  2. "Knight". Debretts. n.d. Retrieved 2 February 2015.
  3. "Baronetess". n.d. Retrieved 2 February 2014.
  4. "Family of a Baronet". Debretts. n.d. Retrieved 2 February 2015.
  5. ୫.୦ ୫.୧ "Wife of a Knight". Debretts. n.d. Retrieved 2 February 2015.
  6. "Wife of a Baronet". Debretts. n.d. Retrieved 2 February 2015.

ବାହାର ଲିଙ୍କ[ସମ୍ପାଦନା]