ସାରି ମନ୍ଦିର
ସାରି ମନ୍ଦିର, ଅନ୍ୟ ନାମ “କାନ୍ଦି ବେଣ୍ଡନ” ଏକ ଅଷ୍ଟମ ଶତାବ୍ଦୀରେ ନିର୍ମିତ ବୁଦ୍ଧ ମନ୍ଦିର[୧] ଯାହା ଇଣ୍ଡୋନେସିଆର ଯୋଗ୍ୟା ବିଶେଷ ସ୍ଥାନରେ ଥିବା ସଲେମାନ ରିଜେନ୍ସିର ଟିର୍ତୋମାରତାନି ଗ୍ରାମର ଦୁସୁନ ବେଣ୍ଡାନରେ ଅବସ୍ଥିତ । ଏହା କାଲାସନ (Kalasan) ମନ୍ଦିରର ଉତ୍ତର ପୂର୍ବ ଦିଗରେ ୧୩୦ ମାଇଲ ଦୂରରେ ଅବସ୍ଥିତ । ଏହା ଏକ ଦୁଇ ମହଲା ବିଶିଷ୍ଟ ଘର ଯେଉଁଥିରେ କାଠରେ ନିର୍ମିତ ବିମ, ଚଟାଣ, ଶିଡ଼ି, ଝରକା ଓ କବାଟ ଲାଗିଛି କିନ୍ତୁ ଅର୍ଗାନିକ ସାମଗ୍ରୀରେ ତିଆରି ହୋଇଥିବା ହେତୁ ନଷ୍ଟ ହୋଇଗଲାଣି । ପ୍ରଥମେ ଏହି ଘର ବୌଦ୍ଧ ଭିକ୍ଷୁମାନଙ୍କ ନିମନ୍ତେ ତିଆରି ହୋଇଥିଲା ଯାହାକୁ ବିହାର ବୌଦ୍ଧ ମୋନସଟେରୀ କୁହାଯାଉଥିଲା ।[୨] ଜାଭା ଭାଷାରେ ସାରି ବା ସାରେ ଅର୍ଥ ଶୟନ ଓ ସେହି କାରଣ ନିମନ୍ତେ ତିଆରି ହୋଇଥିବା ପ୍ରମାଣ ମିଳୁଛି ।
ଇତିହାସ
[ସମ୍ପାଦନା]ଐତିହାସିକମାନଙ୍କ ମତରେ ଏହି ମନ୍ଦିର ଓ କଲସନ ମନ୍ଦିର ଏକ ସମୟରେ ତିଆରି ହୋଇଥିଲା । ପ୍ରାଣଗାରି ଲିପିରେ ସଂସ୍କୃତ ଭାଷାରେ କଲସନ ମନ୍ଦିରର ଶିଳାଲେଖରେ ସେହି ମନ୍ଦିର ୭୭୮ ମସିହାରେ ତିଆରି ହୋଇଥିବା ଲେଖାଅଛି ‘ଗୁରୁ ସାଙ୍ଗ ରାଜା ଶୈଳେନ୍ଦ୍ରବମକାଂତିଲେକ ଇଚ୍ଛା ଅନୁସାରେ ବୋଧିଷତ୍ୱ ତାରାଙ୍କ ନିମନ୍ତେ ମହାରାଜା ପନଙ୍ଗକରଣ ଏକ ପବିତ୍ର କୋ[୩]ଠା ଓ ବୌଦ୍ଧ ଭିକ୍ଷୁମାନଙ୍କ ନିମନ୍ତେ ଏକ ବିହାର ତିଆରି କରିଥିଲେ । କଲର ନାମକ ଏକ ଗ୍ରାମକୁ ପନଙ୍ଗକରଣ ବୌଦ୍ଧ ସଙ୍ଘକୁ ଦାନ କରିଥିଲେ । ଏଥିରୁ ଜଣାପଡ଼େ, କଲସନ ମନ୍ଦିରର ସେବା କରୁଥିବା ଭିକ୍ଷୁମାନଙ୍କ ନିମନ୍ତେ କାନ୍ଦି ଶାଢ଼ୀ ତିଆରି ହୋଇଥିଲା । ୧୯୨୦ ମସିହାରେ ଏହି ମନ୍ଦିରର ଧ୍ୱଂସାବଶେଷ ଆବିଷ୍କାର କରି ପୁନର୍ନିମାଣ ୧୯୨୦ ମସିହାରେ ଆରମ୍ଭ କରି ୧୯୩୦ ମସିହାରେ ଶେଷ ହୋଇଥିଲା । ମୂଳ ମନ୍ଦିରର କିଛି ଅଂଶ ତିଆରି ବାକି ରହିଥିଲା ।[୨]
ସ୍ଥାପତ୍ୟ
[ସମ୍ପାଦନା]ମନ୍ଦିର ଭିତରେ ଉତ୍ତର, ମଧ୍ୟ ଓ ଦକ୍ଷିଣ ବଖରା ନାମରେ ୩ମି x ୫୮ ମି ମାପର ତିନି ବଖରା ଅଛି ୫ ୧୯୨୦ ମସିହାରେ ଏହି ମନ୍ଦିରର ଧ୍ୱଂସାବଶେଷ ଆବିଷ୍କାର କରି ପୁନର୍ନିମାଣ ୧୯୨୦ ମସିହାରେ ଆରମ୍ଭ କରି ୧୯୩୦ ମସିହାରେ ଶେଷ ହୋଇଥିଲା । ମୂଳ ମନ୍ଦିରର କିଛି ଅଂଶ ତିଆରି ବାକି ରହିଥିଲା ।[୨] ପୂର୍ବ ଦିଗରେ ଏମାନଙ୍କର ପ୍ରବେଶ ପଥ ଅଛି । ପ୍ରତ୍ୟକ ବଖରାରେ ପଥର ସ୍ତମ୍ବ ଅଛି ଯାହା କାଠ ବିମକୁ ଭାରା ଦେଉଛି ।
ଉପର ମହଲାଟି ପୂଜା ଓ ଧ୍ୟାନ ନିମନ୍ତେ ତିଆରି ହୋଇଛି । ଅନ୍ୟ କେତେକ ମତରେ ତଳ ମହଲା ପୂଜା ଓ ଧ୍ୟାନ ନିମନ୍ତେ ଥିଲା ଓ ଉପରେ ମହଲା ବିଶ୍ରାମ ତଥା ଶୟନ ପାଇଁ ଥିଲା । ତଳ ମହଲାରେ କିଛି ବିଗ୍ରହ ଥିଲା ଯାହା ଅଧୁନା ନାହିଁ । ବତୀ ରଖିବା ପାଇଁ କାନ୍ଥରେ ଖୋପ ଥିଲା । ବାହାର କାନ୍ଥରେ ବୌଦ୍ଧ ଠାକୁର ମୂର୍ତ୍ତି ଥିଲା । ଏଥିରେ ତାରା ଓ ବୋଧିସତ୍ୱଙ୍କ ବାଦ୍ୟ ଯନ୍ତ୍ର ଧରିଥିବା ଛବି ଥିଲା ।[୪] ଝରକା ପାଖରେ ଉପର ତଳ କରି ଦୁଇ ଧାଡ଼ିରେ ବିଗ୍ରହ ଥିଲା । ମୋଟ ଉପରେ ୩୬ ବିଗ୍ରହ ଥିଲା: ପୂର୍ବ, ଦକ୍ଷିଣ ଓ ଉତ୍ତର ଦିଗରେ ୮ଟି କରି ୨୪ଟି ଓ ପଶ୍ଚିମ ଦିଗରେ ୧୨ଟି ବିଗ୍ରହ ଅଛି । ବୁଦ୍ଧ ବିଗ୍ରହ ତ୍ରିଭଙ୍ଗ ଠାଣିରେ ବସି ଛନ୍ତି ଲାଲ ଓ ନୀଳ ପଦ୍ମ ଧରିଛନ୍ତି । କାନ୍ଥରେ କିନ୍ନର ଓ କିନ୍ନରୀ ଚିତ୍ର ଅଛି ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Cœdès, George (1968). Walter F. Vella (ed.). The Indianized States of Southeast Asia. trans.Susan Brown Cowing. University of Hawaii Press. ISBN 978-0-8248-0368-1.
- ↑ ୨.୦ ୨.୧ ୨.୨ The information board at the Sari Temple vicinity
- ↑ Soetarno, Drs. R. second edition (2002). Aneka Candi Kuno di Indonesia (Ancient Temples in Indonesia), pp. 41. Dahara Prize. Semarang. ISBN 979-501-098-0.
- ↑ Dumarçay, Jacques (1978). translated by Michael Smithies (ed.). Borobudur. Oxford University Press. p. 47. ISBN 978-0-19-580379-2.
ବାହ୍ୟ ଲିଙ୍କ
[ସମ୍ପାଦନା]- Sari Temple
- location on wikimapia.
- Official site Archived 2009-07-08 at the Wayback Machine.
- Article with photos from borobudur.tv