ସାରା ଜୋସେଫ

ଉଇକିପିଡ଼ିଆ‌ରୁ
ସାରା ଜୋସେଫ
ସାରା ଜୋସେଫ
ସାରା ଜୋସେଫ
ଜନ୍ମ ଓ ଜନ୍ମସ୍ଥାନ1946 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଥ୍ରିସୁର, କୋଚିନ୍ ରାଜ୍ୟ, ବ୍ରିଟିଶ ଭାରତ
ବୃତ୍ତିଲେଖକ
ସମୟନାରୀବାଦ
ଶୈଳୀଉପନ୍ୟାସ, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ
ସାହିତ୍ୟର ଆନ୍ଦୋଳନନାରୀବାଦୀ ସାହିତ୍ୟ

ସାରା ଜୋସେଫ (ଜନ୍ମ ୧୯୪୬) ଜଣେ ଭାରତୀୟ ଔପନ୍ୟାସିକ ତଥା ମାଲାୟାଲମର କ୍ଷୁଦ୍ରଗଳ୍ପ ଲେଖକ ଅଟନ୍ତି । ସେ ତାଙ୍କ ଉପନ୍ୟାସ ଆଲାହାୟୁଡେ ପେନମାକାଲ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଭୟଲାର ପୁରସ୍କାର ଲାଭ କରିଥିଲେ । ସେ କେରଳର ନାରୀବାଦୀ ଆନ୍ଦୋଳନର ଜଣେ ନେତା ଏବଂ କାର୍ଯ୍ୟକର୍ତ୍ତା ସଂଗଠନ ମାନୁଷୀର ପ୍ରତିଷ୍ଠାତା ଅଟନ୍ତି । ସେ ୨୦୧୪ ମସିହାରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ଥ୍ରୀସୁରରୁ ୨୦୧୪ ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ଜୀବନୀ[ସମ୍ପାଦନା]

ସାରା ଜୋସେଫ ୧୯୪୬ ମସିହାରେ ଲୁଇସ ଏବଂ କୋଚୁମାରିୟମରେ ଥ୍ରିସୁର ସହରର କୁରିଆଚିରାରେ ଏକ ରକ୍ଷଣଶୀଳ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ମାତ୍ର ୧୫ ବର୍ଷ ବୟସରେ ବିବାହ କରିଥିଲେ। ସେ ଶିକ୍ଷକ ପାଇଁ ତାଲିମ ପାଠ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟର ଶିକ୍ଷକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ, ସେ ବି.ଏ ଏବଂ ମାଲାୟାଲମରେ ଏମ.ଏ କରିଥିଲେ । ଏହା ପରେ ସେ ସରକାରୀ ସେବାରୁ ଅବସର ନେଇ ଥ୍ରିସୁର ଜିଲ୍ଲାର ମୁଲାମୁକୁନାଥୁକାଭୁରେ ରହୁଛନ୍ତି । ତାଙ୍କ ଝିଅ ସଂଗୀତା ଶ୍ରୀନିବାସନ ମଧ୍ୟ ଜଣେ ଲେଖିକା ଅଟନ୍ତି ।[୨]

ସାରା ଜୋସେଫ ମଧ୍ୟ ଜଣେ ଜଣାଶୁଣା ସାମାଜିକ କାର୍ଯ୍ୟକର୍ତ୍ତା ତଥା ନାରୀବାଦୀ ଆନ୍ଦୋଳନର ନେତା ଅଟନ୍ତି ।[୩][୪] ୧୯୮୦ ଦଶକରେ ସେ ପଟ୍ଟାମ୍ବିର ସଂସ୍କୃତ କଲେଜରେ ମାନୁଷୀ ମହିଳା ଗୋଷ୍ଠୀ ପ୍ରତିଷ୍ଠା କରିଥିଲେ । ସେହି କଲେଜରେ ସେ ମାଲାୟାଲମ୍ ଏବଂ ସାହିତ୍ୟ ଶିକ୍ଷା ଦେଉଥିଲେ । ସେ ନିଜ ଗୋଷ୍ଠୀ ସହିତ ବଳାତ୍କାର, ଯୌତୁକ ନିର୍ଯ୍ୟାତନା ମୃତ୍ୟୁ, ଯୌନ କାରବାର ସମେତ ମହିଳାଙ୍କ ପ୍ରତି ହେଉଥିବା ବିଭିନ୍ନ ଅପରାଧର ଜବାବରେ ଅନେକ ଦଶନ୍ଧି ଧରି ବିରୋଧ ପ୍ରଦର୍ଶନ କରିଥିଲେ । ପରେ ସେ ଜାନୁଆରୀ ୨୦୧୪ ମସିହାରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।[୫]

ସାହିତ୍ୟିକ ବୃତ୍ତି[ସମ୍ପାଦନା]

ଯେତେବେଳେ ସେ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ ସେତେବେଳେ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ତାଙ୍କର ଅନେକ କବିତା ମାଲାୟାଲମର ସାପ୍ତାହିକ ଖବରକାଗଜରେ ପ୍ରକାଶିତ ହୋଇଥିଲା । ସେ କବିମାନଙ୍କ ସଭାରେ ନିଜ କବିତା ପାଠ କରିବାରେ ମଧ୍ୟ ବହୁ ଭଲ ଥିଲେ ଯାହା ଭିଲୋପିଲି ଶ୍ରୀଧରା ମେନନ୍ ଏବଂ ଏଡାସେରି ଗୋବିନ୍ଦନ ନାୟାରଙ୍କ ପରି କବିମାନଙ୍କଦ୍ୱାରା ପ୍ରଶଂସିତ ହୋଇଥିଲା ।[୬]

ସେ ତ୍ରିଲୋଜି ନାମକ ଏକ ଉପନ୍ୟାସ ପ୍ରକାଶ କରିଛନ୍ତି ଯେଉଁଥିରେ ଆଲାହାୟୁଡେ ପେନ୍ମାକ୍କାଲ, ମତ୍ତାଥୀ ଏବଂ ଓଥାପୁ ଅନ୍ତର୍ଭୁକ୍ତ ରହିଛି ।[୭][୮] ଓଥାପ୍ପୁ ଭାଲସନ୍ ଥାମ୍ପୁଙ୍କଦ୍ୱାରା ଇଂରାଜୀରେ ଅନୁବାଦ କରାଯାଇଛି ।[୯][୧୦] ତାଙ୍କର ଉପନ୍ୟାସ ଆଲାହାୟୁଡେ ପେନ୍ମାକ୍କାଲ ତିନୋଟି ପ୍ରମୁଖ ପୁରସ୍କାର ଯଥା- କେରଳ ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଭାୟାଲ ପୁରସ୍କାର ପାଇଛି ।[୧୧] ଏହି ଉପନ୍ୟାସ ଚେରୁକାଡ୍ ପୁରସ୍କାର ମଧ୍ୟ ପାଇଛି ।[୧୨]

ସେ ନିଜର ଉପନ୍ୟାସ ଓରୁ କାଭଲ ପାଇଁ ୨୦୧୧ ମସିହାରେ ପ୍ରଥମ O. V. ବିଜୟ ସାଧ୍ୟା ପୁରସ୍କରାମର ମଧ୍ୟ ପ୍ରାପ୍ତକର୍ତ୍ତା ଅଟନ୍ତି । ୨୦୧୨ ମସିହାରେ ସେ ପଦ୍ମପ୍ରଭା ସାହିତ୍ୟ ପୁରସ୍କାର ଲାଭ କରିଥିଲେ ।[୧୩]

ଆଧାର[ସମ୍ପାଦନା]

  1. "സാറാ ജോസഫ്". Mathrubhumi (in ଇଂରାଜୀ).
  2. "എഴുത്തുകാര്‍ ആക്രമിക്കപ്പെടുന്നു ; നാം ജീവിക്കുന്നത് ഭീതി ഒരു അനുഭവമായി നിലനില്‍ക്കുന്ന കാലത്ത് : സാറാ ജോസഫ്". azhimukham.com (in ମାଲାୟଲମ୍). 15 February 2019. Archived from the original on 20 September 2022. Retrieved 31 July 2022.
  3. Santhosh, K. (June 12, 2011). "A voice against violation". The Hindu. Retrieved 29 July 2021.
  4. Binduraj, J (January 11, 2014). "Kerala opens up to AAP, writer-activist Sara Joseph to join Arvind Kejriwal". India Today. Retrieved 29 July 2021.
  5. Special Correspondent (January 13, 2014). "Sara Joseph joins AAP". The Hindu. Retrieved 29 July 2021. Updated May 13, 2016
  6. Panjikaran, Mariamma. "Sarah Joseph – A writer of women, for women". Government of Kerala. Archived from the original (PDF) on 3 May 2020. Retrieved 20 March 2010.
  7. Satchidanandan, K (April 3, 2015). "Finding her voice". Frontline. Retrieved 29 July 2021.
  8. Babu Paul, D. (19 July 2009). "Cross Examination". Indian Express. Retrieved 20 March 2010.
  9. "Wages of freedom". The Hindu. Chennai, India. 6 September 2009. Archived from the original on 7 November 2012. Retrieved 20 March 2010.
  10. "Veiled passions: 'Othappu' by Sarah Joseph and 'Amen' by Sister Jesme". himalmag.com. Archived from the original on 21 December 2009. Retrieved 20 March 2010.
  11. "Sarah Joseph bags Vayalar Award". The Hindu. Chennai, India. 10 October 2004. Archived from the original on 4 November 2004. Retrieved 20 March 2010.
  12. "ചെറുകാട് അവാര്‍ഡ് സാറാജോസഫിന്". Oneindia (in Malayalam). 2 October 2000. Retrieved 28 February 2021.
  13. "Padmaprabha award for Sara Joseph". Kerala Women. 20 November 2012. Retrieved 22 November 2015.