ସାମରିକ ଏୟାର ବେସ

ଉଇକିପିଡ଼ିଆ‌ରୁ
Part of Spangdahlem Air Base in 1990
Osan Air Base, an air base shared by United States Air Force and Republic of Korea Air Force in South Korea.

ମିଲିଟାରୀ ବା ସାମରିକ ଏୟାର ବେସ ,  ଏକ ସାମରିକ ବାହିନୀର ଏରୋଡ୍ରାମ ଯେଉଁଠାରୁ ସାମରିକ ବିମାନର ଉଡାଣ ଓ ଅବତରଣ ହେଇଥାଏ । 

ଏୟାର ବେସ ସୁବିଧା ସମୂହ [ସମ୍ପାଦନା]

ଏୟାର ବେସରେ ସାଧାରଣ ବିମାନ ବନ୍ଦର ପରି ଟ୍ରାଫିକ କଣ୍ଟ୍ରୋଲ , ଅଗ୍ନି ନିବାରକ ଓ ଅନ୍ୟ ଆଧୁନିକ ସୁବିଧା ସବୁ ରହିଥାଏ । କେତେକ ସାମରିକ ବେସରେ ଯାତ୍ରୀ ଯାତାୟତ ଟର୍ମିନାଲ ମଧ୍ୟ ରହିଥାଏ । ବେଜିଂ ନନ୍ୟୁଆନ ବିମାନ ବନ୍ଦର , ଚଣ୍ଡିଗଡ ଅନ୍ତର୍ଜାତିକ ବିମାନ ବନ୍ଦର ପରି କେତେକ ବିମାନ ବନ୍ଦରରେ ଏୟାର ବେସ ସୁବିଧା ସହ ସାଧାରଣ ଯାତ୍ରୀ ବିମାନ ପରଚଳନା ଏକ ସଙ୍ଗେ ହେଇଥାଏ । 

ଅନେକ ଏୟାର ବେସରେ ସାଧାରଣ ହାଙ୍ଗର ସହ ସାମରିକ ବିମାନ ସବୁକୁ ସୁରକ୍ଷିତ ରଖିବାକୁ ସ୍ୱତନ୍ତ୍ର ସୁରକ୍ଷ୍ୟା ଯୁକ୍ତ ବିମାନ ରହଣି ସ୍ଥଳ , ଓ ଭୂତଳ ହାଙ୍ଗରର ବ୍ୟବସ୍ଥା ଥାଏ । ଏହି ପ୍ରକାର ବେସରେ ଆକାଶ ସୁରକ୍ଷ୍ୟା ଅସ୍ତ୍ର ଶସ୍ତ୍ର ମଧ୍ୟ ମହଜୁଦ ରହିବା ସହ ସ୍ୱତନ୍ତ୍ର ସାମରିକ ପ୍ରହରୀର ବୁଅବସ୍ଥା ରହିଥାଏ । 

ରୋଡ ଏୟାର ବେସ [ସମ୍ପାଦନା]

କେତେକ ଅନିବାର୍ଯ୍ୟ ସ୍ଥଳରେ ରାଜପଥକୁ ରାନୱେ ଭାବରେ ବ୍ୟବହାର କରିବା ପାଇଁ ସୁବିଧା କରାଯାଇଥାଏ ଓ ସେହି ଅଞ୍ଚଳ ରୋଡ ଏୟାର ବେସ ଭାବରେ ବ୍ଯବହ୍ରୁତ ହେଇଥାଏ । ଭାରତ [୧] ସ୍ୱିଡେନ ,[୨]ଫିନଲାଣ୍ଡ , ଦକ୍ଷିଣ କୋରିଆ , ସ୍ୱିଜର୍ଲାଣ୍ଡ [୩]   ତୁର୍କୀ , ପାକିସ୍ଥାନ ଆଦି ଦେଶରେ ଏହିପରି ରୋଡ ବେସ ସବୁ ରହିଛି ।  ଫିନଲାଣ୍ଡରେ ଏହି ପରି ରୋଡ ବେସରେ ରାନୱେ ପାଇଁ ପର୍ଯ୍ୟାପ୍ତ ଜାଗା ନ ଥିବାରୁ ସେଠାରେ ସାମରିକ ଉଡାଜାହାଜର ବେଗ କମ କରିବାକୁ ବେଗରୋଧକର ବ୍ୟବହାର କରାଯାଇଥାଏ । ତାହାଦ୍ୱାରା ସାନ ରାନୱେରେ ମଧ୍ୟ ବିମାନବତରଣ କରି ଥାଏ । .[୪]

ବିମାନ ବାହୀ ଜାହାଜ [ସମ୍ପାଦନା]

ବିମାନ ବହି ଜାହାଜ ଏକ ବିଶାଳ ଜାହାଜ ଯାହା ଉପରେ ରାନୱେ ପରି ଦୀର୍ଘ ବେସ ରହିଥାଏ । ସେଠାରୁ ବିମାନ ସବୁର ଉଡାଣ ଓ ଅବତରଣ ହେଇଥାଏ । ଏହାଦ୍ୱାରା ସମୁଦ୍ର ମଝିରେ ମଧ୍ୟ ସାମରିକ ବିମାନ ସବୁ ଉଡାଣ କରିଥାନ୍ତି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଆମେରିକାର ବିମାନ ବାହୀ ଜାହାଜମାନେ ଯୁଦ୍ଧରେ ଗୁରୁତ୍ୱ ପୂର୍ଣ ଭୂମିକା ନେଇଥିଲେ । ଫାକଲାଣ୍ଡ ଯୁଦ୍ଧ ବେଳେ ବ୍ରିଟେନ ରାଷ୍ଟ୍ର ସମୂହ ମଧ୍ୟ ତାହାର  ବିମାନ ବାହୀ ଜାହାଜ ମାନଙ୍କ ଯୋଗୁଁ ବହୁ ସହାୟତା ପାଇ ବିଜୟୀ ହେଇଥିଲା । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Royal Air Force station
  • List of Royal Canadian Air Force stations
  • List of United States Air Force installations
  • List of Soviet Air Force bases
  • Naming of military air bases

ଆଧାର [ସମ୍ପାଦନା]

  1. http://www.ndtv.com/india-news/mirage-fighter-jet-test-lands-on-yamuna-expressway-near-delhi-764830
  2. [୧] Archived February 2, 2007, at the Wayback Machine.
  3. Swiss Air Force, Uno Zero Zero – Ein Jahrhundert Schweizer Luftwaffe Archived 2016-08-15 at the Wayback Machine., Aeropublications, 2013, 324 pages ([//en.wikipedia.org/wiki/Special:BookSources/9783952423905 ISBN 978-3-9524239-0-5).
  4. "Puolustusvoimat - Försvarsmakten - The Finnish Defence Forces". Web.archive.org. Archived from the original on June 25, 2009. Retrieved 2015-11-26.