ସାଧବ ବୋହୁ
ସାଧବ ବୋହୂ | |
---|---|
![]() | |
ପତ୍ର ଉପରେ ସାଧବ ବୋହୁ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Arthropoda |
ଉପସଙ୍ଘ: | Chelicerata |
ବର୍ଗ: | Arachnida |
ଉପବର୍ଗ: | Acari |
ଗଣ: | Trombidiformes |
ଅଧିକୁଳ: | Trombidioidea |
କୁଳ: | Trombidiidae |
ସାଧବ ବୋହୂ ଏକ ନାଲି ରଙ୍ଗର ଛୋଟ ସଂଧିପଦ ପୋକ । ଏହା ଓଡ଼ିଶାର ଗଣ ପର୍ବ ରଜରେ ପୂଜା କରାଯାଇଥାଏ । ସାଧାରଣତଃ ବର୍ଷାଦିନେ ଏଗୁଡିକ ବୁଦାଳିଆ ଅଞ୍ଚଳରେ ଦେଖାଯାଏ । ରଜ ସଙ୍କ୍ରାନ୍ତି ଦିନ କୁଆଁରୀ ଝିଅ ମାନେ ଏମାନଙ୍କୁ ସଂଗ୍ରହ କରିଥାନ୍ତି ଓ ଭଲ ବର୍ଷା ନିମନ୍ତେ ପୂଜା କରିଥାନ୍ତି ।
ଶାରୀରିକ ଗଠନ[ସମ୍ପାଦନା]
ଏହି ପୋକର ରଂଗ ଗାଢ ସିଂଦୂର ରଂଗ ହୋଇଥିବାରୁ ଏହା ବୋହୂଟିଏ ନାଲି ପାଟ ପିଂଧି ସିଂଦୂର ଲଗାଇଥିବା ଭଳି ଦିଶେ । ସେଥିପାଇଁ ଓଡ଼ିଆରେ ଏହାକୁ ସାଧାବ ବୋହୂ କୁହାଯାଏ[୧] । ଏହି ଅମେରୁଦଣ୍ଡୀ[୨] ସନ୍ଧିପଦ ପ୍ରାଣୀ "ଆରକ୍ନିଡା" ଶ୍ରେଣୀରେ ଆସେ ଯେଉଁଥିରେ କି ବୁଢିଆଣୀ, କଂକଡାବିଚ୍ଛା ତଥା ରାମଲେଖନୀ କଂକଡା ଶ୍ରେଣୀଭୁକ୍ତ ହୋଇଥାଆଂତି । ଏହାର ଆଠଟି ଗୋଡ ଥାଏ । ଏହାର ଶରୀର ଉପର ଭାଗଟି ଭେଲଭେଟ କନା ପରି ଚିକ୍କଣ ହୋଇଥିବାରୁ ଇଂରାଜୀ ଭାଷାରେ ଏହା ରେଡ ଭେଲଭେଟ ମାଇଟ ବୋଲି ନାମିତ ହୋଇଥାଏ [୩]।
ମାଈ ସାଧବ ବୋହୂଗୁଡ଼ିକ ଅଣ୍ଡିରା ସାଧବ ବୋହୂଂକ ତୁଳନାରେ ଅଧାଅଧି ଆକାର ହୋଇଥାଆଂତି । ପ୍ରାପ୍ତ ବୟସ୍କ ଏକ ସାଧବ ବୋହୂ ପ୍ରାୟ ଏକ ସେଣ୍ଟିମିଟର ଦୈର୍ଘ୍ୟ ଯାଏଁ ବଢିଥାଆଂତି । ଏମାନଂକ ମୁହଁରେ ଏପରି ଅଂଗ ପ୍ରତ୍ୟଂଗ ଯୋଡି ହୋଇଥାଏ ଯାହା ଗଛପତ୍ରରୁ ରସ ଶୋଷିବା ତଥା ପତ୍ର କାଟିବା କାର୍ଯ୍ୟରେ ଲାଗିଥାଏ । ଗୋଡଗୁଡ଼ିକ ମାଟି ତାଡିବା ତଥା ଠେଲାପେଲା କାମରେ ଲାଗିଥାଏ ।
ଯେତେବେଳେ ଏମାନେ ଅଣ୍ଡାରୁ ଜନ୍ମ ହୋଇଥାଆଂତି, ସେତେବେଲେ ସେମାନଂକ ରଂଗ ଫିକା ନାଲି ରଂଗ ଥାଏ ଓ ପରେ ଧିରେ ଧିରେ ଗାଢ ନାଲି ରଂଗ ଆସିଥାଏ ।
ପରିବେଶ[ସମ୍ପାଦନା]
କେବଳ ବର୍ଷାଋତୁ ଆରମ୍ଭରେ ଏମାନେ ଦିନ ବେଳା ଘାସ ଉପରେ ଦେଖାଯାଇଥାଆଂତି । ଏମାନେ ସାଧରଣତଃ ଜଂଗଲିଆ ବାଲିଆ ମାଟିରେ ରହଂତି । ବର୍ଷର ଅଧିକାଂଶ ସମୟ ଏମାନେ ମାଟି ତଳେ ରୁହଂତି ଓ ବର୍ଷା ହେଲେ ବାହାରକୁ ଆସଂତି । ସେତିକି ବଳେ ଏମାନେ ଖଦ୍ୟ ଖୋଜଂତି ଓ ପ୍ରଜନନ କରିଥାଆଂତି ।
ଆଧାର[ସମ୍ପାଦନା]
- ↑ "ଲାଲ୍ ଟୁକୁଟୁକୁ ସାଧବ ବୋହୂ". ସମ୍ବାଦ ରବିବାର ପତ୍ରିକା. 17-06-2018. Check date values in:
|date=
(help) - ↑ "What Are Mites? The Red Velvet Mite (Trombidiidae)". Owlcation. Retrieved 24 June 2018.
- ↑ "Trombidium holosericeum". ଇଂରାଜୀ ଉଇକିପିଡ଼ିଆ. Retrieved 24 June 2018.