ସମୁଦ୍ର

ଉଇକିପିଡ଼ିଆ ରୁ
(ସାଗର ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
A wave dashing on the shore
A wave hitting a breakwater in the Gulf of Santa Catalina.
Shipping in Singapore Harbour
Seas are essential for human development and trade, as at Singapore, the world's busiest entrepôt.

ସମୁଦ୍ର ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗ ଦ୍ୱାରା ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ଆବଦ୍ଧ ହୋଇଥାଏ । ପୃଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସନ୍ତୁଳିତ ରଖିବାରେ ସମୁଦ୍ରର ଭୂମିକା ରାହିଅଛି । ପୃଥିବୀର ଏହି ସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍‌ଲାଣ୍ଟିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର । [୧]

ବର୍ତ୍ତମାନର ସମୟରେ, ପୃଥିବୀର ଉପର ଅଧା ଅଂଶ ପ୍ରାୟ ସମାନ ଭାବରେ ସ୍ଥଳ ଭାଗ ଏବଂ ଜଳ ଭାଗ ମଧ୍ୟରେ ବିଭକ୍ତ ହୋଇ ରହି ଅଛି (୨:୩ ଅନୁପାତ) । କିନ୍ତୁ ଦକ୍ଷିଣରେ ଥିବା ଅଧା ଅଂଶ ସମୁଦ୍ରରେ ପୂର୍ଣ୍ଣ ହୋଇରହିଅଛି ।

ମଣିଷ ଜୀବନରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ବାଣିଜ୍ୟ, ଯାତାୟତ, ସାମୁଦ୍ରିକ ଶକ୍ତି ଇତ୍ୟାଦିରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ।

ସଂଜ୍ଞା[ସମ୍ପାଦନା]

ସମୁଦ୍ର ହେଉଛି ପ୍ରଚୁର ପରିମାଣର ଲୁଣି ପାଣିର ସମନ୍ଵୟ । ସମୁଦ୍ର ଏବଂ ମହାସାଗର ମଧ୍ୟରେ ଏମିତି କିଛି ପାର୍ଥକ୍ୟ ନଥିଲେ ମଧ୍ୟ, ସମୁଦ୍ର ଆକାରରେ ମହାସାଗରଠାରୁ ସାନ ଅଟେ ।

MS Freedom of the Seas in its maiden voyage

ବସ୍ତୁତତ୍ତ୍ୱ[ସମ୍ପାଦନା]

ବର୍ତ୍ତମାନ ପର୍ଯନ୍ତ ଅବିଷ୍କାର ହୋଇଥିବା ଗ୍ରହମାନଙ୍କ ମଧ୍ୟରୁ, ପୃଥିବୀ ଏକମାତ୍ର ଗ୍ରହ ଯେଉଁଠାରେ ସମୁଦ୍ର ଥିବାର ସଙ୍କେତ ମିଳି ଅଛି । ପୃଥିବୀର ଏହି ସମୁଦ୍ର କେଉଁଠାରୁ ଅସିଛି ତାହା ଆଜି ପର୍ଯ୍ୟନ୍ତ ଏକ ବଡ ରହସ୍ୟ, କିନ୍ତୁ ମହାକାଶରୁ ପୃଥିବୀ ଏକ କାଚବାଟି ପାରି ଦେଖାଯାଏ । ପୃଥିବୀର ୧,୩୩୫,୦୦୦,୦୦୦ ଘନକିଲୋମିଟର ଅଧିକାର କାରିଥିବା ସମୁଦ୍ର, ପୃଥିବୀର ସମୁଦାୟ ଜଳର ୯୭ ପ୍ରତିଶତ ଅଟେ ଏବଂ ସମଗ୍ର ପୃଥିବୀର ୭୦ ପ୍ରତିଶତରୁ ଅଧିକ ଏହି ସମୁଦ୍ର ଦ୍ୱାରା ଘୋଡ଼ାଇ ହୋଇ ରହିଅଛି ।

ସମୁଦ୍ର ଜଳ[ସମ୍ପାଦନା]

Solutes in seawater at 35‰ salinity
Solute of water
(by mass)
 % of total
solutes
Chloride 19 .3 55 .0
Sodium 10 .8 30 .6
Sulfate 2 .7 7 .7
Magnesium 1 .3 3 .7
Calcium 0 .41 1 .2
Potassium 0 .40 1 .1
Bicarbonate 0 .10 0 .4
Bromides 0 .07 0 .2
Carbonate 0 .01 0 .05
Strontium 0 .01 0 .04
Borate 0 .01 0 .01
Fluoride 0 .001 < 0 .01
All others < 0 .001 < 0 .01

ସମୁଦ୍ର ଜଳ ବହୁତ ଲୁଣିଆ, କିନ୍ତୁ ଏହି ଲବଣାଂଶ ସବୁ ସ୍ଥାନରେ ସମାନ ନୁହେଁ । ସମୁଦ୍ର ଜଳରେ ଥିବା ଏହି ଲବଣାଂଶ ମୁଖ୍ୟତଃ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ ଗୁଡ଼ିକରୁ ଆସିଥାଏ । ସମୁଦ୍ର ଜଳରେ ସୋଡିୟମ ଏବଂ କ୍ଲୋରାଇଡ଼ର ମାତ୍ର ୮୫ ପ୍ରତିଶତ ଅଟେ । ଅନ୍ୟ ଦ୍ରବୀଭୂତ ପଦାର୍ଥ ଗୁଡିକ ମଧ୍ୟରୁ ଧାତଵ ଅୟନ ଯଥା ମଗ୍ନେଶୀୟମ, କଲେସିୟମ, ସଲ୍ଫଏଟ, କାର୍ବୋନେଟ ଅନ୍ୟତମ । ସମୁଦ୍ର ଜଳ ଶରୀର ପକ୍ଷେ କ୍ଷତିକାରକ ନ ହେଲେ ମଧ୍ୟ ଏହା ପାନୀୟ ଯୋଗ୍ୟ ନୁହେଁ । ଏହି ଜଳ ସିଧା ସଳଖ ଭାବେ କୌଣସି ଚାଷ କାମରେ ମଧ୍ୟ ବ୍ୟବହାର କରିହେବ ନାହିଁ ।

ସମୁଦ୍ର ଜଳରେ ଏହି ଲବନାଂଶର ଭିନ୍ନତା ଭିନ୍ନ ଭିନ୍ନ କାରଣରୁ ଆସିଥାଏ । ଉଦାହରଣ ସ୍ଵରୂପ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ, ସବୁ ସମୟରେ ତରଳୁଥିବ ବରଫ, ସମୁଦ୍ର ମଧ୍ୟରେ ପ୍ରବାହିତ ହେଉଥିବା ବୈଦ୍ୟୁତିକ ଶକ୍ତି ଇତ୍ୟାଦି । ଯାହାସବୁକି ତାପମାତ୍ରା, ପବନର ସ୍ରୋତ ଏବଂ ସମୁଦ୍ରର ଢେଉ ଯୋଗୁଁ ପ୍ରଭାବିତ ହୋଇଥାଏ ।

ସମୁଦ୍ରର ତାପମାତ୍ରା ମୁଖ୍ୟତଃ ସୂର୍ଯ୍ୟକିରଣ ଉପରେ ନିର୍ଭର କରିଥାଏ । ଯେତେ ପରିମାଣର ସୂର୍ଯ୍ୟକିରଣ ସମୁଦ୍ର ନେଇଥାଏ ସେହି ଅନୁସାରେ ଏହାର ତାପମାତ୍ରାର ପରିବର୍ତ୍ତନ ହୋଇଥାଏ ।

ସମୁଦ୍ର ଢେଉ[ସମ୍ପାଦନା]

ସମୁଦ୍ରରେ ସୃଷ୍ଟି ହୋଇଥିବା ତରଙ୍ଗମାନଙ୍କ ଯୋଗୁଁ ସମୁଦ୍ରରେ ଢେଉ ଅର୍ଥାତ ଲହରୀର ସୃଷ୍ଟି ହୋଇଥାଏ । ଏହି ତରଙ୍ଗ ଗୁଡିକ ମୁଖ୍ୟତଃ ସମୁଦ୍ର ଉପରେ ପ୍ରବାହିତ ହେଉଥିବା ପବନ ଏବଂ ସମୁଦ୍ରର ଜଳସ୍ତର ମଧ୍ୟରେ ସୃଷ୍ଟି ହେଉଥିବା ଘର୍ଷଣ ଶକ୍ତିରୁ ଜାତ ହୋଇଥାଏ ।

ସୁନାମୀ ଏକ ପ୍ରାକୃତିକ ଢେଉ ଯାହାକି ସମୁଦ୍ର ମଧ୍ୟରେ ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥାଏ । ଏହି ଘଟଣା ଗୁଡିକ କିଛି ସମୟପାଇଁ ସମୁଦ୍ରସ୍ଥରକୁ ଉପରକୁ କିମ୍ବା ତଳକୁ କରିଦେଇଥାନ୍ତି ।

ସମୁଦ୍ର କୂଳ[ସମ୍ପାଦନା]

ଯେଉଁଠି ସମୁଦ୍ର ଏବଂ ସ୍ଥଳଭାଗ ଏକାଠି ହୋଇଥାନ୍ତି, ତାହାକୁ ସମୁଦ୍ରକୂଳ ବୋଲି କୁହାଯାଏ ।

ଜଳଚକ୍ର[ସମ୍ପାଦନା]

ଜଳଚକ୍ରକୁ ସୁଚାର ରୂପରେ ଚଳାଇବାରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ସମୁଦ୍ର ଜଳ ସୂର୍ଯ୍ୟକିରଣରେ ବାଷ୍ପୀଭୂତ ହୋଇ, ଉପରକୁ ଯାଇଥାଏ । ଏହି ବାଷ୍ପ ଉପରେ ଘନୀଭୂତ ହୋଇ ମେଘର ସୃଷ୍ଟି କରି ଥାଏ । ଏହି ମେଘ ପରବର୍ତ୍ତୀ ସମୟରେ ବର୍ଷାର ରୂପ ନେଇ ପୃଥିବୀ ପୃଷ୍ଟକୁ ଫେରି ଆସିଥାଏ । ଏହି ଚକ୍ରକୁ ଜଳଚକ୍ର ବୋଲି ମଧ୍ୟ କୁହା ଯାଏ ।

ସମୁଦ୍ର ମଧ୍ୟରେ ଜୀବନ[ସମ୍ପାଦନା]

ସମୁଦ୍ର ହେଉଛି ଜୀବନର ଏକ ଗନ୍ତାଘର । ସମୁଦ୍ରରେ ଥିବା ଜୀବ ମାନଙ୍କ ସଂଖ୍ୟା ଅସରନ୍ତି ଅଟେ । ପୁଣି ପ୍ରତିବର୍ଷ ଏହି ସଂଖ୍ୟାରେ ପରିବର୍ତ୍ତନ ଆସି ଥାଏ । ଏବେ ମଧ୍ୟ ଏପରି ଅନେକ ସାମୁଦ୍ରିକ ଜୀବ ଅଛନ୍ତି ଯେଉଁମାନେକି ଆଜି ଯାଏଁ ଆବିଷ୍କାର ହୋଇନାହାଁନ୍ତି ।

ମଣିଷ ଓ ସମୁଦ୍ର[ସମ୍ପାଦନା]

ମାନବ ଇତିହାସରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ । ପୁରାତନ କାଳରେ ମଣିଷ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାପାଇଁ ସମୁଦ୍ରର ବ୍ୟବହାର କରୁଥିଲେ । ଓଡ଼ିଶାର ବଣିକମାନେ ଜାଭା, ସୁମାତ୍ରା ଅଦି ଦ୍ଵୀପକୁ ଯାଇ ବ୍ୟବସାୟ ବାଣିଜ୍ୟ କରିବା କଥା ପୁରାଣରେ ଲେଖା ଅଛି ।

ବାଣିଜ୍ୟ[ସମ୍ପାଦନା]

ମାନବ ଇତିହାସର ପ୍ରଥମ ଅଧ୍ୟାୟରୁ ଜଳପଥରେ ବାଣିଜ୍ୟ ଏକ ସାଧାରଣ କଥା ବୋଲି ରହିଆସିଅଛି । ଏହି ଜଳପଥ ପ୍ରାଚୀନ ସମୟରେ ଭାରତକୁ ଜାଭା, ସୁମାତ୍ରା ଭଳି ସୁଦୂର ଦ୍ଵୀପ ମାନଙ୍କ ସହ ସଂଯୁକ୍ତ କରୁଥିଲା । ଏହି ଜଳ ପଥ ଦେଇ, ଉତ୍କଳର ବଣିକମାନେ ସେହିସବୁ ଦେଶଗୁଡିକ ସାଙ୍ଗରେ ବ୍ୟବସାୟ ବାଣିଜ୍ୟ କରୁଥିଲେ ।

ବର୍ତ୍ତମାନ ପ୍ରଚୁର ପରିମାଣର ସାମଗ୍ରୀ ଏହି ସମୁଦ୍ର ଦେଇ, ଅନ୍ୟ ଦେଶମାନଙ୍କ ସହ ଆଦାନ ପ୍ରଦାନ ହେଉଅଛି । ଆକାଶପଥରେ ବୃହତକାୟ ସାମଗ୍ରୀ ନେବା ବିପଦ ସଂକୁଳ ହେଉଥିବାରୁ ବ୍ୟବସାୟୀମାନେ ଜଳୀୟ ମାର୍ଗର ବ୍ୟବହାର କରିଥାନ୍ତି । ଆଜି ସମୟରେ ଏହି ଜଳପଥରେ ପ୍ରତିବର୍ଷ $୪୦ ହଜାର କୋଟିର ବ୍ୟବସାୟ ହେଉଅଛି ।

ଗମନାଗମନ[ସମ୍ପାଦନା]

ପୁରାତନ କାଳରୁ ସମୁଦ୍ରକୁ ଗମନାଗମନର ପଥ ଭାବରେ ବ୍ୟବହାର କରାଯାଉଅଛି । ଆଗ କାଳରେ ଲୋକମାନେ ଛୋଟ ଛୋଟ ଡଙ୍ଗାକୁ ବ୍ୟବହାର କରି ସମୁଦ୍ରରେ ଯାତାୟତ କରୁ ଥିଲେ କିନ୍ତୁ ଆଜିକାଲି ବଡ଼ ବଡ଼ ଜାହାଜ ମାନଙ୍କରେ ଏହି ଗମନାଗମନ ହେଉଛି ।

ସାମୁଦ୍ରିକ କ୍ରୀଡା[ସମ୍ପାଦନା]

ଆଜିକାଲି ସାମୁଦ୍ରିକ କ୍ରୀଡା ଯୁବପୀଢିଙ୍କ ଏକ ମନ ପସନ୍ଦର କାମ ହୋଇ ଗଲାଣି । ଯୁବପିଢି ଏହି ସମୁଦ୍ରରେ ମାଛ ଧରିବା ଠାରୁ ଆରମ୍ଭ କରି, ପାୱର ବୋଟିଙ୍ଗ ଭଳି ଭିନ୍ନ ଭିନ୍ନ କୌତୁହଳ ପୂର୍ଣ୍ଣ କାମ ଗୁଡିକ କରୁଛନ୍ତି । ସମୁଦ୍ରରେ ପହଁରିକି ସମୁଦ୍ର ଭିତରେ ଥିବା ଜିନିଷ ମାନଙ୍କ ବିଷୟରେ ଜାଣିବା ଅଧିକାଂଶଙ୍କ ହବି ହୋଇଗଲାଣି ।

ସାମୁଦ୍ରିକ ଶକ୍ତି[ସମ୍ପାଦନା]

ସମୁଦ୍ର ହେଉଛି ଅସରନ୍ତି ଶକ୍ତିର ଏକ ଭଣ୍ଡାର । ଏହି ଶକ୍ତି ମୁଖ୍ୟତଃ ଜୁଆର, ଭଟ୍ଟା ଏବଂ ସମୁଦ୍ରର ଢେଉ ଯୋଗୁଁ ଉତ୍ପନ୍ନ ହୋଇ ଥାଏ । ନବୀକରଣ ଯୋଗ୍ୟ ଶକ୍ତି ହୋଇଥିବାରୁ, ଭବିଷ୍ୟତର ଶକ୍ତି ଜନିତ ସମସ୍ୟାର ସମାଧାନ କରିବାରେ ସମୁଦ୍ର ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଅଛି ।

ଆଧାର[ସମ୍ପାଦନା]

  1. "list of the 5 oceans". orma.com. Retrieved 31 July 2016. 

ବାହାର ଲିଙ୍କ[ସମ୍ପାଦନା]