ସହଯୋଗ:ଓଡ଼ିଆରେ ଟାଇପ କରିବେ କେମିତି/ଫଣ୍ଟ ରୂପାନ୍ତରଣ

ଉଇକିପିଡ଼ିଆ‌ରୁ

ଫଣ୍ଟ ରୂପାନ୍ତରଣ ଅଣ-ୟୁନିକୋଡ଼ ଫଣ୍ଟରୁ ୟୁନିକୋଡ଼ ଫଣ୍ଟ ରୂପାନ୍ତର ପାଇଁ ବ୍ୟବହାର କରାଯାଇଥାଏ । ଉଇକିପିଡ଼ିଆରେ କେବଳ ୟୁନିକୋଡ଼ ବ୍ୟବହାର ହେଉଥିବାରୁ ଆଗରୁ ଟାଇପ ହୋଇଥିବା ଲେଖା ବ୍ୟବହାର ଅନୁପଯୋଗୀ ହୋଇଥାଏ । ଅଣ-ୟୁନିକୋଡ଼ ଫଣ୍ଟରେ ଅଭ୍ୟସ୍ତ ବ୍ୟବହାରକାରୀଙ୍କ ପାଇଁ ଓ ଆଗରୁ ଟାଇପ ହୋଇଥିବା ଲେଖାର ପୁନଃବ୍ୟବହାର ପାଇଁ ଫଣ୍ଟ ରୁପାନ୍ତର ଜରୁରୀ ।

ତଳେ କେତେକ ଫଣ୍ଟ ରୂପାନ୍ତରକ (ଫଣ୍ଟ କନଭର୍ଟର) ବାବଦରେ ସୂଚନା ଦିଆଗଲା ।

ଆକୃତି ସାରଳା - ୟୁନିକୋଡ଼ ଫଣ୍ଟ କନଭର୍ଟର[ସମ୍ପାଦନା]

ଏହା ଆକୃତି ସଫ୍ଟୱାରରେ ସାରଳା (AkrutiOriSarala99 ଓ AkrutiOriSarala ଫଣ୍ଟ)ରୁ ୟୁନିକୋଡ଼କୁ ରୂପାନ୍ତର କରିଥାଏ ।

କିପରି ଏହା ବ୍ୟବହାର କରିବେ ତାହା ତଳେ ଦେଖନ୍ତୁ । ଏଠିରେ କିଛି ଭୁଲ ଥିଲେ ଏଠାରେ ଜଣାନ୍ତୁ

ଶ୍ରୀଲିପି[ସମ୍ପାଦନା]

ଆକୃତି ଭଳି ଶ୍ରୀଲିପି ଆଉ ଏକ ଫଣ୍ଟ । ଓଡ଼ିଶା ସରକାରଙ୍କ ପ୍ରକାଶିତ ଅନେକ ସରକାରୀ ନଥିପତ୍ର ଓ ଉତ୍କଳ ପ୍ରସଙ୍ଗ ଆଦି ପତ୍ରିକାରେ ଏହା ବ୍ୟବହାର ହୋଇଥାଏ । ସେଥିରେ ଲେଖାଥିବା ପାଠକୁ ୟୁନିକୋଡ଼ରେ ରୂପାନ୍ତର କରିବା ପାଇଁ ଏକ କନଭର୍ଟର http://bitly.com/shreelipi ରେ ଉପଲବ୍ଧ । ଏହା ବ୍ୟବହାର କରିବା ପ୍ରଣାଳୀ ଆକୃତି ଭଳି (ଉପରବର୍ଣ୍ଣିତ) ।