ସର୍ଜିକାଲ ଆକ୍ରମଣ

ଉଇକିପିଡ଼ିଆ‌ରୁ

ସର୍ଜିକାଲ ଷ୍ଟ୍ରାଇକ ଏକ ପ୍ରକାରର ସାମରିକ ଆକ୍ରମଣ । ଏଥିରେ କେବଳ ପ୍ରକୃତ ସାମରିକ ଲକ୍ଷ ଉପରେ ଆକ୍ରମଣ କରାଯାଇଥାଏ ବା ଏହିଭଳି କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥାଏ । ଏଥିରେ ଆଖପାଖର କୌଣସି ଗାଡ଼ି, କୋଠା କିମ୍ବା ସର୍ବସାଧାରଣ ବସ୍ତୁ ଓ ବ୍ୟବସ୍ଥାର କ୍ଷତି ହୋଇନଥାଏ ।[୧]

ପ୍ରିସିସନ ବୋମାମାଡ଼ ସର୍ଜିକାଲ ଆକ୍ରମଣର ଏକ ଉଦାହରଣ । ଏହା ଉଡ଼ାଜାହାଜ ଉପରୁ କରାଯାଇଥାଏ ଓ କାର୍ପେଟ ବା ଅନ୍ଧାଧୁନିଆ ବୋମାମାଡ଼ଠାରୁ ଅଲଗା । ଦ୍ୱିତୀୟଟିରେ ଖୁବ ଅଧିକ ଆନୁଷଙ୍ଗିତ କ୍ଷତି ହେବା ସଙ୍ଗେ ସଙ୍ଗେ ବ୍ୟାପକ ଧ୍ୱଂସ ହୋଇଥାଏ । ତେବେ ଏଥିରେ ବେସାମରିକ ନାଗରିକଙ୍କ ଧନଜୀବନ କ୍ଷତି ହେବାର ସମ୍ଭାବନା ମଧ୍ୟ ଥାଏ । ୨୦୦୩ ଇରାକ ଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ବାଗଦାଦରେ ବୋମାମାଡ଼ ଏକ ସଂଗଠିତ ସର୍ଜିକାଲ ଆକ୍ରମଣର ଉଦାହରଣ । ଏହି ଯୁଦ୍ଧ "ସକ ଆଣ୍ଡ ଅ" ନାମରେ ଜଣା ଓ ଏଥିରେ ଆମେରିକା ଦ୍ୱାରା ସଦାମ ହୁସେନଙ୍କ ଅଧୀନରେ ପରିଚାଳିତ ବା'ଆଥିଷ୍ଟକୁ ଧ୍ୱଂସ କରିବା ଲକ୍ଷରେ ସରକାରୀ କୋଠାଘର ଓ ସାମରିକ ଲକ୍ଷସବୁ ଉପରେ ସଂଗଠିତ ଭାବେ ଆକ୍ରମଣ କରାଯାଇଥିଲା ।

ଅଧିକ ପଠନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Pfaltzgraff, Robert L., ed. (1992). The Future of Air Power: In the Aftermath of the Gulf War. DIANE Publishing. ISBN 1-58566-046-9. {{cite book}}: Missing |editor1= (help)