ସରସ୍ୱତୀ ହେମ୍ୱ୍ରମ

ଉଇକିପିଡ଼ିଆ‌ରୁ

ସରସ୍ୱତୀ ହେମ୍ବ୍ରମ[ସମ୍ପାଦନା]

ଜନ୍ମ:[ସମ୍ପାଦନା]

ଓଡ଼ିଶାର ପ୍ରଥମ ଅାଦିବାସୀ ମହିଳା ମନ୍ତ୍ରୀ ହେଉଛନ୍ତି ସରସ୍ୱତୀ ହେମ୍ବ୍ରମ। ସେ ଜନ୍ମ ହୋଇଥିଲେ ୧୯୪୯ ମସିହା ମେ ମାସ ୧୦ ତାରିଖରେ। [୧] ତାଙ୍କ ବାପାଙ୍କ ନାଁ ହେଉଛି ଅନିପା ମାଝୀ। ସେ ଦଶମ ଶ୍ରେଣୀ ଯାଏ ପଢ଼ିଛନ୍ତି। କ୍ଷେତୀ ଚରଣ ହେମ୍ବ୍ରମଙ୍କୁ ସେ ବିବାହ କରିଥିଲେ।

ରାଜନୀତି:[ସମ୍ପାଦନା]

ସେ ୧୯୬୪ରୁ ୧୯୬୭ ପର୍ଯ୍ୟନ୍ତ ମୟୂରଭଞ୍ଜ ଅାଦିବାସୀ ଛାତ୍ର ସଂଘର ସଦସ୍ୟ ଥିଲେ। ୧୯୭୫ରୁ ୧୯୮୦ ପଯର୍ୟନ୍ତ ମୋରଡ଼ା ବ୍ଲକ୍ ଅନ୍ତର୍ଗତ ପଲାସମୁଣ୍ଡଲୀ ପଞ୍ଚାୟତର ସରପଞ୍ଚ ଦାୟିତ୍ୱରେ ଥିଲେ। ଛୋଟ ସମୟରୁ କଂଗ୍ରେସ ଦଳର ନୀତି ଓ ଅାଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ଓଡ଼ିଶାର ଏକାଦଶ ବିଧାନ ସଭା ନିର୍ବାଚନରେ ଖୁଣ୍ଟା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବରେ ସେ ନିର୍ବାଚିତ ହୋଇଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ୨୦୦୯ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

ସାମାଜିକ ଦାୟିତ୍ୱ:[ସମ୍ପାଦନା]

ସେ ଅାଦିବାସୀ ପିଲାଙ୍କ ଶିକ୍ଷା ପାଇଁ ବାରିପଦା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ୨୦୧୦ରେ ସେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଅାୟୋଗର ପ୍ରଥମ ଅଧ୍ୟକ୍ଷା ଭାବରେ ମଧ୍ୟ କାମ କରିଛନ୍ତି। ଗଛ ଲଗାଇବା ସହିତ ଶିଶୁମାନଙ୍କ ସେବା କରିବାରେ ତାଙ୍କର ଅାଗ୍ରହ ରହିଛି। ସେ ରୁଷିଅା ଦେଶ ଭ୍ରମଣ କରିଛନ୍ତି। 

ଆଧାର[ସମ୍ପାଦନା]

  1. http://www.moodisha.com/Profile-of-Saraswati-Hembram-of-KHUNTA-constituency-167.html. {{cite web}}: Missing or empty |title= (help)[permanent dead link]