ସରବଜିତ ସିଂହ

ଉଇକିପିଡ଼ିଆ ରୁ
(ସରବଜିତ ସିଂ ରୁ ଲେଉଟି ଆସିଛି)
Jump to navigation Jump to search
ସରବଜିତ ସିଂହ
ଜନ୍ମ ଓ ଜନ୍ମସ୍ଥାନ
ସରବଜିତ ସିଂହ

୧୯୬୩ କିମ୍ବା ୧୯୬୪[୧]
ମୃତ୍ୟୁ୨ ମଇ ୨୦୧୩(୨୦୧୩-୦୫-୦୨)[୨] (୪୯ ବର୍ଷ)
ଜାତୀୟତାଭାରତୀୟ
ମୋକଦମା ଜୋରିମାନାମୃତ୍ୟୁଦଣ୍ଡ
ମାଲି ମୋକଦମାର ସ୍ଥିତିପାକିସ୍ତାନରେ ଗୁପ୍ତଚର ଓ ବୋମା ନିକ୍ଷେପକାରୀ
Conviction(s)Espionage ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ

ସରବଜିତ ସିଂ (୧୯୬୩ କିମ୍ବା ୧୯୬୪ - ୨ ମଇ ୨୦୧୩) (ପାକିସ୍ତାନଦ୍ୱାରା ମଞ୍ଜିତ ସିଂ ନାମିତ କରଯାଇଥିଲା ।)[୧][୩][୪] ଜଣେ ଭାରତୀୟ ନାଗରିକ ଅଟନ୍ତି । ସରବଜିତଙ୍କୁ ପାକିସ୍ତାନ ଅଦାଲତ ତରଫରୁ ଜଣେ ଆତଙ୍କବାଦୀ ଓ ଗୁପ୍ତଚର ହେବା ଦୋଷରେ ଫାଶୀ ଦଣ୍ଡରେ ଦଣ୍ଡ଼ିତ କରାଯାଇଥିଲା । ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋଟରେ ୧୪ ଜଣ ସାଧାରଣ ଜନତାଙ୍କୁ ମାରିଦେବାର ଦୋଷାରୋପ କରାଯାଇଥିଲା । କିନ୍ତୁ ସରବଜିତ ପରେ ଦାବି କରିଥିଲେ ଯେ, ସେ ଜଣେ ସାଧାରଣ ଚାଷୀ ଯିଏକି ବୋମା ବିସ୍ଫୋରଣର ୩ ମାସ ପରେ ଭୁଲ୍ ବଶତଃ ପାକିସ୍ତାନରେ ପ୍ରବେଶ କରିଯାଇଥିଲେ । ଅସ୍ପଷ୍ଟ ଭାରତୀୟ ସୂତ୍ରରୁ ପ୍ରକାଶ ପାଇଥିଲା କି, ସରବଜିତ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର) ପାଇଁ କାମ କରୁଥିଲେ ।[୫][୬] ପାକିସ୍ତାନ ଉଚ୍ଚନ୍ୟାୟାଳୟ ତରଫରୁ ସରବଜିତଙ୍କୁ ୧୯୯୧ରେ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା । କିନ୍ତୁ ତାଙ୍କର ଫାଶୀକୁ ପାକିସ୍ତାନ ସରକାର ତରଫରୁ ବାରମ୍ବାର ସ୍ଥଗିତ କରାଯାଉଥିଲା । କିନ୍ତୁ କୋତ ଲଖପତ ଜେଲରେ ତାଙ୍କୁ ସାଥି କଏଦୀମାନେ ଆକ୍ରମଣ କରିଥିଲେ ଓ ୬ ଦିନ ଲାହୋର ଡାକ୍ତରଖାନାରେ ରହିବା ପରେ ୨୦୧୩ ଅପ୍ରେଲରେ ତାଙ୍କ ମୃତ୍ୟୁ ହୋଇଥିଲା ।[୭]

ତାଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଏକ କଥାଚିତ୍ର ପ୍ରକାଶ କରାଯାଇଅଛି । ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ତାଙ୍କ ଭଉଣୀ ଦଲବୀର ସିଂ, ରନବୀର ହୂଡାରିଚା ଚଡା, ଯଥାକ୍ରମେ ସରବଜିତ ଓ ତାଙ୍କ ପତ୍ନୀ ସୁଖପ୍ରୀତ ଭୂମିକାରେ ଅଭିନୟ କରିଛନ୍ତି ।[୮][୯][୧୦]

ଜୀବନୀ ଓ ପରିବାର[ସମ୍ପାଦନା]

ସରବଜିତ ଭିଖିୱିଣ୍ଡ (ଭାରତ-ପାକିସ୍ତାନ ସୀମା ପଞ୍ଜାବର ଟର୍ନ ତରଣ ଜିଲ୍ଲା)ରେ ଜନ୍ମ ଗ୍ରହଣ କରିଥିଲେ ।[୧୧] ମଲ୍ଲଯୁଦ୍ଧ ଓ ବିଲୁପ୍ତ ପ୍ରାୟ ପାରା ରଖିବା ତାଙ୍କର ସଉକ ଥିଲା । ଭାଗଚାଷୀ ଭାବରେ ସେ ଅନ୍ୟ ମାନଙ୍କ ଜମିରେ ଚାଷକରୁଥିଲେ । ସେ ସୁଖପ୍ରୀତ କୌରଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇ କନ୍ୟା ଥିଲେ (ସ୍ୱପ୍ନଦୀପ ଓ ପୁନମ) । ସରବଜିତଙ୍କ ମୁକ୍ତି ପାଇଁ ତାଙ୍କ ଭଉଣୀ ଦଳବୀର ସିଂ ୧୯୯୧ରୁ ୨୦୧୩ ପର୍ଯ୍ୟନ୍ତ ଲଢେଇ କରିଚାଲିଥିଲେ ।[୧୨][୧୩]

ଗିରଫ ଓ ମାମଲା ରୁଜୁ[ସମ୍ପାଦନା]

ସରବଜିତ ଭାରତ-ପାକିସ୍ତାନ ସୀମାରେ ଏକ ଅଗୋଚର ରୂପରେ ପାକିସ୍ତାନର କସୁରଠାରେ ରେଞ୍ଜର ମାନଙ୍କଦ୍ୱାରା ଧରାପଡ଼ିଥିଲେ ।[୧୩] ତାଙ୍କ ସମର୍ଥକ ମାନେ ଦାବି କରିଥିଲେ ଯେ ସରବଜିତ ନିସାସକ୍ତ ଅବସ୍ଥାରେ ଭୁଲ୍ ବଶତଃ ପାକିସ୍ତାନ ପଳାଇଥିଲେ ଓ ଯେଉଁଠି ତାଙ୍କୁ ସନ୍ଦେହରେ ମଞ୍ଜିତ ନାମରେ ନାମିତ କରାଯାଇ ଗିରଫ କରଯାଇଥିଲା ।[୧୨] ତାଙ୍କ ଯିବାର ପ୍ରାୟ ୯ ମାସ ପର୍ଯ୍ୟନ୍ତ ତାଙ୍କ ପରିବାର ତାଙ୍କୁ ପାଗଳପ୍ରାୟ ଖୋଜି ବାକୁ ଚେଷ୍ଟା କରିଥିଲେ ଓ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ ।[୧୩] ପ୍ରାୟ ୧ ବର୍ଷ ପରେ ତାଙ୍କ ଭଉଣୀ ଦଲଜିତ ସରବଜିତଙ୍କ ହାତ ଲେଖା ଚିଠି ପାଇଲେ ଓ ଜାଣିବାକୁ ପାଇଲେ ଯେ ସରବଜିତ ପାକିସ୍ତାନରେ ବୋମା ବିସ୍ଫୋରଣ ଅପରାଧରେ ଭୁଲରେ ମଞ୍ଜିତ ପରିଚୟ ନେଇ ଜେଲରେ ଅଛନ୍ତି ଓ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଅଛି ।[୧୪] .[୧୨]

ଅନ୍ୟ ଏକ ତଥ୍ୟରୁ ପ୍ରକାଶ କି ସରବଜିତଙ୍କୁ ପ୍ରଥମେ ବେଆଇନ ଭାବରେ ଭାରତ-ପାକିସ୍ତାନ ସୀମା ଅତିକ୍ରମ ଅଭିଯୋଗରେ ଗିରଫ କରଯାଇଥିଲା । କିନ୍ତୁ ୮ ଦିନ ପରେ ପାକିସ୍ତାନ ପୋଲିସ ୧୯୯୦ରେ ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣ ଅପରାଧରେ ଦୋଷୀ କରାଇଦେଇଥିଲା ।[୧୫] ତାଙ୍କୁ ମଞ୍ଜିତ ସିଂ ରୂପରେ ଗିରଫ କରାଯାଇଥିଲା ଓ ଫାଶୀ ଦଣ୍ଡ ଦିଆଯାଇଥିଲା । ପରେ ମଞ୍ଜିତ ସିଂକୁ ପ୍ରଥମେ କାନାଡା ଓ ପରେ ଭାରତରେ ଗିରଫ କରଯାଇଥିଲା । [୧୬] .[୧୭][୧୮]

ମୃତ୍ୟୁ ଦଣ୍ଡାଦେଶ[ସମ୍ପାଦନା]

୧୯୯୧ରେ ସରବଜିତଙ୍କୁ ପାକିସ୍ତାନ ପାକିସ୍ତାନ ସେନା ଅଧିନିୟମ ଅନୁସାରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।[୧୪] କିନ୍ତୁ ତାଙ୍କ ମୃତ୍ୟୁ ଦଣ୍ଡାଦେଶ ପ୍ରଥମେ ଉଚ୍ଚ ନାୟାଳୟ ଓ ପରେଉଚ୍ଚତମ ନ୍ୟାୟାଳୟ ତରଫରୁ ସ୍ଥଗିତ ରଖାଯାଇଥିଲା । ମାର୍ଚ୍ଚ ୨୦୦୬ରେ ସରବଜିତଙ୍କ ଓକିଲ ଉପସ୍ଥିତ ନଥିବାରୁ ସୁପ୍ରିମ କୋର୍ଟ ସରବଜିତଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ପିଟିସନ ଖାରଜ କରିଦେଇଥିଲେ ।[୧୯] .[୨୦]

ପ୍ରଶିକ୍ଷଣ ଓ ସମସ୍ୟା[ସମ୍ପାଦନା]

ପାକିସ୍ତାନ ମାନବ ଅଧିକାରର କର୍ମୀ ଅଂଶର ବୁରନେ ଦାବି କରିଥିଲେକି ସରବଜିତ କୌଣସି ବୋମା ବିସ୍ଫୋରଣ ଅପରାଧ ସହ ଜଡ଼ିତ ନାହାନ୍ତି ଓ ୩୦ ଅଗଷ୍ଟ ୧୯୯୦ରେ କସୁରଠାରେ ତାଙ୍କୁ ବେଆଇନ ଭାବରେ ପାକିସ୍ତାନ ସୀମାରେ ପଶିଯିବା ପାଇଁ ଗିରଫ କରଯାଇଥିଲା । ସେ ଆହୁରି ମଧ୍ୟ ଦାବି କରିଥିଲେ କି ୮ ଦିନ ପରେ ପୋଲିସ ତାଙ୍କୁ ଆତଙ୍କବଦୀର ଆଖ୍ୟା ଦେଇ ବୋମା ବିସ୍ଫୋରଣ ଅପରାଧରେ ଗିରଫ କରିଥିଲା । ଆଉ ଜଣେ ବ୍ରିଟିଶ ଓକିଲ ସରବଜିତଙ୍କ ମୁକ୍ତି ପାଇଁ ଆନ୍ଦୋଳନ କରିଥିଲେ ଓ ଅନେକ ଅସୁବିଧାର ସମୁଖୀନ ହୋଇଥିଲେ ।

ଦୋଷୀ ସାବ୍ୟସ୍ତ ହେବା ପରେ[ସମ୍ପାଦନା]

୨୬ ଏପ୍ରିଲ ୨୦୦୮ରେ ମୁଖ୍ୟ ସାକ୍ଷୀ ଶୌକତ ସଲିମ[୨୧][୨୨] ସମ୍ବାଦିକଙ୍କ ସମୁଖରେ ନିଜର ବୟାନ ବଦଳାଇଥିଲା ଓ କହିଥିଲା କି ତାର ବାପା, ମା ବୋମା ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିଲେ ଏବଂ ପୋଲିସର ଧମକରେ ସେ ସରବଜିତଙ୍କ ଦୋଷୀ ବୋଲି କହିଥିଲା ।[୧୫] ସରବଜିତଙ୍କ ଓକିଲ ଅବଦୁଲ ରାଣା ହାମିଦ ପ୍ରମାଣ କରିଥିଲେ କି ସଲିମ କଥାରେ କୌଣସି ସତ୍ୟତା ନଥିଲା ଓ ସେ ପୋଲିସର ଧମକରେ ସରବଜିତଙ୍କ ବିରୁଦ୍ଧରେ କହିଥିଲା ।[୧୫]

କିନ୍ତୁ ତାଙ୍କ କ୍ଷମା ଆବେଦନକୁ ପ୍ରଥମେ ଅଦାଲତରେ ଓ ପରେ ପାକିସ୍ତାନ ରାଷ୍ଟ୍ରପତିଙ୍କଦ୍ୱାରା ଖାରଜ କରଯାଇଥିଲା । ୨୦୦୮ରେ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସରବଜିତଙ୍କ କ୍ଷମା ଆବେଦନକୁ ପୁଣିଥରେ ଖାରଜ କରିଥିଲେ ।[୨୩]

ପାକିସ୍ତାନ ରାଷ୍ଟ୍ରପତିଙ୍କ ମୁର୍ଖାମି[ସମ୍ପାଦନା]

୨୬ ଜୁନ ୨୦୧୨ରେ ଏମିତି ଏକ ଘଟଣା ଘଟିଥିଲା କି ତାହା ପ୍ରଥମେ ସରବଜିତଙ୍କ ପରିବାରକୁ ଓ ସମ୍ପୂର୍ଣ୍ଣ ଭାରତବାସୀଙ୍କୁ ଖୁସି କରେଇଦେଇଥିଲା ଓ ପରେ ଜଣା ପଡ଼ିଥିଲା ଯେ ସେମାନଙ୍କ ଖୁସି କ୍ଷଣସ୍ଥାୟୀ ଥିଲା କାରଣ ସେହିଦିନ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ନିଜେ ସରବଜିତଙ୍କ ମୁକ୍ତି ଘୋଷଣା କରିଥିଲେ ।[୨୪][୨୫] କିନ୍ତୁ ପରେ କହିଥିଲେ କି ସେ ମୁକ୍ତି ସରବଜିତଙ୍କ ନୁହେଁ ତାହା ହେଉଛି ସୁରଜୀତ ସିଂଙ୍କର । (୧୯୮୯ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଅନ୍ୟ ଏକ କଏଦୀ )[୨୬][୨୭] ସରବଜିତଙ୍କ ପରିବାର ପାଇଁ ଏହା ଏକ କ୍ରୁର ହସକଥା ଛଡା ଆଉ କିଛି ନଥିଲା ।[୨୮][୨୯] ସରବଜିତ ଆଉଥରେ ୬୫ତମ ସ୍ୱାଧୀନତା ଦିବସରେ କ୍ଷମା ଆବେଦନ ଅପିଲ କରିଥିଲେ ।[୩୦]

ମୁକ୍ତିର ସଂଗ୍ରାମ[ସମ୍ପାଦନା]

୨୩ ଅଗଷ୍ଟ ୨୦୦୫ରେ ସରବଜିତଙ୍କ କଥା ଭାରତୀୟ ପାର୍ଲିଆମେଣ୍ଟରେ ପଡ଼ିଥିଲା ଓ ସରକାର ଏହାର ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ ଓ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଚୁପ ବସିପଡ଼ିଥିଲେ ।[ଆଧାର ଲୋଡ଼ା] ୨୦୦୮ରେ ସରବଜିତଙ୍କ ପରିବାର ପାକିସ୍ତାନ ଗସ୍ତରେ ଯାଇ ପାକିସ୍ତାନର ପ୍ରମୁଖ ନେତା ମନ୍ତ୍ରୀ ତଥା ରାଷ୍ଟ୍ରପତି ନବାଜ ସରିଫଙ୍କୁ ଭେଟିଥିଲେ । ସେ ସରବଜିତଙ୍କ ଦୁଃଖ ଓ କଷ୍ଟକୁ ବୁଝିଥିଲେ ଓ ଏକ ସର୍ତ୍ତରେ ଛାଡ଼ିବାକୁ ରାଜିହୋଇଥିଲେ । ତାଙ୍କ ସର୍ତ୍ତ ଥିଲା କି ଭାରତ ସରକାର ଦରକାର, ପଡ଼ିଲେ କିମ୍ବା କିଛି ପ୍ରମାଣ ମିଳିଲେ ପୁଣିଥରେ ସରବଜିତଙ୍କୁ ପାକିସ୍ତାନକୁ ପଠେଇବେ ।[୩୧]

କ୍ଷମା ପ୍ରାର୍ଥନା[ସମ୍ପାଦନା]

୧୯୯୧ ପରେ ସରବଜିତଙ୍କ ଓକିଲଙ୍କଦ୍ୱାରା ବହୁତ ପିଟିସନ ଭରାଯାଇଥିଲା । ପଞ୍ଚମ ପିଟିସନ ୨୮ ମଇ ୨୦୧୨ରେ ପ୍ରାୟ ୧୦୦,୦୦୦ ଭାରତୀୟଙ୍କ ସ୍ୱାକ୍ଷର ସହ ଭରାଯାଇଥିଲା । କିନ୍ତୁ କ୍ରୁର ପାକିସ୍ତାନ ସରକାରଙ୍କ ପାଇଁ ଏହା ଯଥେଷ୍ଟ ନଥିଲା ଓ ସମସ୍ତ ପିଟିସନକୁ ଖାରଜ କରିଦେଇଥିଲା ।

ସରବଜିତଙ୍କୁ ମୁକ୍ତି ପାଇଁ ଆନ୍ଦୋଳନ[ସମ୍ପାଦନା]

୨୦୦୯ରେ ବ୍ରିଟିଶ ଓକିଲ ଯାସ ଉପ୍ପଳ ସରବଜିତଙ୍କ କଥାକୁ ସମସ୍ତ ଲୋକଲୋଚନକୁ ଆଣିବାକୁ freesarabjitsingh.com[୩୨] ନାମରେ ଏକ ୱେବସାଇଟ ତିଆରି କରିଥିଲେ । ପାକିସ୍ତାନ ଓକିଲ ଅବସିସ ସେଖ ତାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ ଓ ସମସ୍ତ ମାନବ ଅଧିକାରୀଙ୍କୁ ସେମାନଙ୍କୁ ସାହାଯ୍ୟର ହାତ ବଢେଇଥିଲେ ।[୧୯][୧୯]

ବଲିଉଡ ଅଭିନେତା ଓ କର୍ମୀ ରାଜା ମୁରାଦ ସରବଜିତଙ୍କ ମୁକ୍ତି ପାଇଁ ଆନ୍ଦୋଳୋନରେ ଯୋଗ ଦେଇ ପ୍ରାୟ ୧୩୮,୨୨୬ ସ୍ୱାକ୍ଷର ଏକାଠି କରିଥିଲେ ।[୩୩]

ସରବଜିତଙ୍କ ମୃତ୍ୟୁ[ସମ୍ପାଦନା]

୨୬ ଏପ୍ରିଲ ୨୦୧୩ ପ୍ରାୟ ସନ୍ଧ୍ୟା ବେଳେ ସେଣ୍ଟ୍ରାଲ ଜେଲ ଲାହୋରରେ ସରବଜିତଙ୍କୁ ଅନ୍ୟ କଏଦୀମାନେ ଇଟା, ଧାରୁଆ ଧାତୁ ଖଣ୍ଡ, ଲୁହା ଛଡ, ବ୍ଲେଡ, ପ୍ରଭୃତିଦ୍ୱାରା ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜିନ୍ନା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରଯାଇଥିଲା । ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଓ ପିଠି ହାଡ ଭାଙ୍ଗି ଯାଇଥିଲା; ଏପରିକି ସେ କୋମାକୁ ଚାଲିଯାଇଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।[୩୪] ତାଙ୍କ ଆକ୍ରମଣକୁ ବିଭିନ୍ନ ସୂତ୍ରରୁ ବିଭିନ୍ନ ପ୍ରକାରରେ ଦେଖାଯାଇଥିଲା । କିଏ କହିଲା ୬ ଜଣ ସମ୍ପୃକ୍ତ ଥିଲେ ତ କିଏ କହିଲା ୨ ଜଣ ।[୧୬] ଅନ୍ୟ ଏକ ସୂତ୍ରରୁ ପ୍ରକାଶ ପାଇଲା କି ତାଙ୍କୁ ତାଙ୍କ ଜେଲ କୋଠରି ମଧ୍ୟରେ ଆକ୍ରମଣ କରଯାଇଥିଲା । ଆଉ କିଏ କହିଥିଲେ ଯେ ମଧ୍ୟାନ୍ନ ଭୋଜନ ପାଇଁ ତାଙ୍କୁ ଅଧଘଣ୍ଟା ପାଇଁ ବାହାରକୁ ଅଣାଯାଇଥିଲା ଆଉ ସେତିକି ମଧ୍ୟରେ ତାଙ୍କୁ ଆକ୍ରମଣ କରଯାଇଥିଲା ।[୧୬] ତାଙ୍କ ଭଉଣୀ କହିବା ମୁତାବକ ତାଙ୍କ ଭାଇଙ୍କ ମୃତ୍ୟୁ ପଛରେ ପାକିସ୍ତାନ ପୋଲିସର ହାତ ଅଛି । ଡାକ୍ତରଖାନାକୁ ତାଙ୍କ ଭଉଣୀ,ପତ୍ନୀ, ଓ ଦୁଇ ଝିଅଙ୍କୁ ଦେଖିବାକୁ ଛଡ଼ାଯାଇଥିଲା ।[୩୫][୩୬][୩୭][୩୮]

ସରବଜିତଙ୍କୁ ଅଫଜଲ ଗୁରୁର ମୃତ୍ୟୁ ପରେ ଧମକ ଦିଆଯାଇଥିଲା । ୨୦୦୧ରେ ଭାରତୀୟ ରାଜ୍ୟସଭା ଉପରେ ଆକ୍ରମଣ[୩୯] ପାଇଁ ଗୁରୁକୁ ଫେବୃଆରି ୨୦୧୩ରେ ଭାରତରେ ଫାଶୀ ଦିଆଯାଇଥିଲା । କିଛି ସୂତ୍ରରୁ ପ୍ରକାଶ ପାଇଥିଲା କି ଗୁରୁର ମୃତ୍ୟୁ ପାଇଁ ସରବଜିତଙ୍କ ଉପରେ ଆକ୍ରମଣ ହୋଇଥିଲା ।[୪୦][୪୧] ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ଆକ୍ରମଣକୁ ଅତ୍ୟନ୍ତ ଦୁଃଖର ବିଷୟ କହିବା ସହ ନିନ୍ଦା କରିଥିଲେ ।[୪୨][୪୩] ୨୯ ଅପ୍ରେଲ ୨୦୧୩ରେ ମାନବିକତା ଦୃଷ୍ଟିରୁ ସରବଜିତଙ୍କୁ ଛାଡ଼ିବା କିମ୍ବା ଭାରତରେ ଚିକିତ୍ସା ପାଇଁ ଛାଡ଼ିବା ପାଇଁ ଅନୁରୋଧ କରଯାଇଥିଲା । କିନ୍ତୁ ପାଷାଣ ପ୍ରାୟ ପାକିସ୍ତାନ ସରକାର ଏଥିରେ ମଧ୍ୟ ରାଜି ହୋଇ ନଥିଲା ।[୪୪][୪୫] ଆହୁରି ମଧ୍ୟ ପାକିସ୍ତାନର ଉଚ୍ଚତମ ନ୍ୟାୟାଳୟ ସରବଜିତଙ୍କ ଚିକିତ୍ସା ଆମେରିକାରେ ହେବାକୁ ଦେଇନଥିଲା ।[୪୬]

ମଇ ୧, ୨୦୧୩ ଜିନ୍ନା ଡାକ୍ତରଖାନାରେ ଡାକ୍ତରମାନେ ମସ୍ତିଷ୍କ ମୃତ ହୋଇଯିବା ଫଳରେ, ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । କିନ୍ତୁ ପାକିସ୍ତାନ କର୍ତ୍ତୁପକ୍ଷ କୌଣସି ମନ୍ତବ୍ୟ ଦେଇନଥିଲେ । ପରିବାରର ସମସ୍ତେ ଭାରତ ଫେରିଆସିଥିଲେ । ତାଙ୍କ ଭଉଣୀ ଦଳଜିତଙ୍କ କହିବା ଅନୁସାରେ ଯେଉଁ ଡାକ୍ତର ମାନେ ତାଙ୍କ ଭାଇର ଚିକିତ୍ସା କରୁଥିଲେ ସେମାନେ ସଚ୍ଚୋଟ ନଥିଲେ ଓ ସେମାନଙ୍କ ବାମହାତର ବୁଢା ଆଙ୍ଗୁଠିରେ କାଳିର ଚିହ୍ନ ଦେଖିଥିଲେ।[୪୭][୪୮]

ମଇ ୨, ୨୦୧୩ ରାତି ୧୨ଟା ୪୫ରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା ।[୨][୪୯] ସେହିଦିନ ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କୁ ଭାରତ ଅଣାଯାଇଥିଲା । ଭାରତୀୟ ଡାକ୍ତର ମାନେ କହିଥିଲେ କି ସରବଜିତଙ୍କ ଦେହରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗର ଚିହ୍ନବର୍ଣ୍ଣ ନ ଥିଲା ।[୧୪] ତାଙ୍କ ଖପୁରି ୨ ଫାଳ ହୋଇଯାଇଥିଲା ।[୫୦]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Obituary: Sarabjit Singh". BBC News. 2 May 2013. Retrieved 5 May 2013.
  2. ୨.୦ ୨.୧ "Sarabjit Singh dead". Mumbaivoice.com. 2 May 2013. Retrieved 2 May 2013.
  3. "For Pakistan, Sarabjit was always Manjit". 3 May 2013, 18:57:07. indiatvnews.com. Retrieved 3 May 2013.
  4. News Desk Pakistan (2 May 2013 Last updated at). "Sarabjit Singh: Indian 'spy' dies after Pakistan attack". BBC Pakistan Department. Retrieved 2 May 2013. Pakistan says his real name was Manjit Singh..BBC Quoted Check date values in: |date= (help)
  5. Web Edition (29 June 2012 – Updated 1148 PKT). "Sarabjit Singh is a terrorist: Surjeet". The News International 2012. Retrieved 2 May 2013. According to the testament of his fellow spy operatives, Surjeet Singh, confirming that Sarabjit Singh is a terrorist and terrorists are neither released by India nor Pakistan.... Check date values in: |date= (help)
  6. staff (2 May 2013). "Sarabjit Singh, how a terrorist becomes a hero". Voice of Journalist. Retrieved 2 May 2013.
  7. staff. "Last rites for India's 'spy' Sarabjit Singh who never came home". web news. Retrieved 2 May 2013.
  8. Priya Gupta (4 June 2015). "Aishwarya Rai Bachchan to play the role of Dalbir Kaur in Omung Kumar's 'Sarbjit' biopic". The Times of India.
  9. "Aishwarya Rai Bachchan to play Sarabjit Singh's sister in biopic". mid-day. 5 June 2015.
  10. "Randeep Hooda to play Aishwarya Rai Bachchan's brother in Sarabjit biopic". The Indian Express. 24 June 2015.
  11. "Sarabjit's family meets Krishna". The Times of India. 28 June 2012. Retrieved 28 June 2012.
  12. ୧୨.୦ ୧୨.୧ ୧୨.୨ "Sister visits condemned Indian Sarabjit in Lahore jail". BBC News. 16 June 2011. Retrieved 26 June 2012.
  13. ୧୩.୦ ୧୩.୧ ୧୩.୨ Jolly, Asit (2 May 2013). "Dalbir Kaur, whose fight for her brother Sarabjit Singh, ended with tears". India Today. Retrieved 2 May 2013.
  14. ୧୪.୦ ୧୪.୧ ୧୪.୨ "Sarabjit Singh's body reaches Amritsar, protests held across India". CNN-IBN. 2 May 2013. Retrieved 2 May 2013.
  15. ୧୫.୦ ୧୫.୧ ୧୫.୨ "Sarabjit case: Key witness retracts statement". CNN IBN. 27 April 2008. Retrieved 26 June 2012.
  16. ୧୬.୦ ୧୬.୧ ୧୬.୨ "EXCLUSIVE: Sarabjit's letter exposes Pakistan and its lies". Dainik Bhaskar. 2 May 2013. Retrieved 2 May 2013.
  17. "Rattu arrest boosts hopes for Sarabjit's release". The Hindu. 17 December 2010. Retrieved 2 May 2013.
  18. "New twist in Sarabjit Singh case with arrest of 'fraudster'". India Today. 17 December 2010. Retrieved 2 May 2013.
  19. ୧୯.୦ ୧୯.୧ ୧୯.୨ "UK lawyer takes up case of condemned Indian". BBC News. 26 December 2009. Retrieved 26 June 2012.
  20. "Sarabjit files fresh plea, seeks mercy on Pak I-day". 13 July 2012. Retrieved 13 July 2012.
  21. Re: Shaukat Salim – a key witness in the trial of Sarabjit Singh on YouTube
  22. Sarabjit Singh – proof of his innocence on YouTube
  23. Agencies, various others (2 May 2013). "Sarabjit dies at Lahore's Jinnah hospital". Dawn News Channel. Retrieved 2 May 2013.
  24. "Sarabjit Singh gets Pakistan President Zardari's pardon, to walk free". 26 June 2012.
  25. Press Trust of India (26 Jun 2012). "Sarabjit Singh gets Pakistan President Zardari's pardon, to walk free". The Times of India. Retrieved 4 May 2013.
  26. "Sarabjit's sentence commuted, may return home soon". The Hindu. 26 June 2012. Retrieved 26 June 2012.
  27. Dasgupta, Sabyasachi (8 September 2012). "Sarabjit Singh's case will be considered, says Pakistan President Asif Ali Zardari". New Delhi Television Limited. Retrieved 4 May 2013.
  28. "India in new Sarabjit Singh death row release call". BBC News. 27 June 2012. Retrieved 27 June 2012.
  29. "It is a deliberate and cruel joke: Sarabjit Singh's wife". The Times of India. 27 June 2012. Retrieved 27 June 2012.
  30. "Sarabjit files fresh appeal for mercy to Zardari". 13 July 2012.
  31. ଆଧାର ଭୁଲ: ଅଚଳ <ref> ଚିହ୍ନ; BBC_hanging_deferred ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  32. "Free Sarabjit Singh online campaign". Retrieved 30 June 2012.
  33. "Raza Murad to intensify his 'Free Sarabjit' campaign". The Times of India. 3 July 2012. Retrieved 5 July 2012.
  34. "slamabad deeply assessing Sarabjit's fate". The Nation. 30 April 2013. Retrieved 5 May 2013.
  35. "Indian spy Sarabjit's family arrive in Pakistan". The Nation (Pakistan). 28 April 2013. Retrieved 28 April 2013.
  36. "Sarabjit critical after attack in jail". The Nation (Pakistan). 27 April 2013. Retrieved 28 April 2013.
  37. "Family of Indian spy Sarabjit Singh visit him in hospital". BBC News. 29 April 2013. Retrieved 29 April 2013.
  38. "Sarabjit Singh attacked: Pakistan grants second consular access after initial refusal". NDTV. 28 April 2013. Retrieved 28 April 2013.
  39. "Indian spy Sarabjit Singh fights for his life after Pakistan prison attack". The Australian. 28 April 2013. Retrieved 28 April 2013.
  40. "India wants Sarabjit home, Pak turns down appeal". Hindustan Times. 30 April 2013. Retrieved 1 May 2013.
  41. "On life support: No need to shift Sarabjit abroad, says hospital chief". The Express Tribune. 30 April 2013. Retrieved 1 May 2013.
  42. "PM Manmohan Singh terms attack on Sarabjit Singh as very sad". The Indian Express. Retrieved 28 April 2013.
  43. "Manmohan terms attack on Sarabjit very sad". The Hindu. 27 April 2013. Retrieved 28 April 2013.
  44. "Sarabjit Singh attacked: Release him on humanitarian ground, Government appeals to Pakistan". NDTV. 29 April 2013. Retrieved 29 April 2013.
  45. "India formally asks Pakistan to release Sarabjit Singh". The Times of India. 29 April 2013. Retrieved 29 April 2013.
  46. "Petition filed to send Sarabjit to UK for better treatment". Zee News. 29 April 2013. Retrieved 29 April 2013.
  47. Singh, Perneet (30 April 2013). "Upset, Sarabjit's family to return home today". The Tribune (Chandigarh). Retrieved 2 May 2013.
  48. Rana Yudhvir, Farooque Omar (1 May 2013). "Sarabjit Singh is brain dead, Pak doctors say". The Times of India. Retrieved 1 May 2013.
  49. Joshua, Anita (12 May 2013). "Sarabjit Singh dead". The Hindu. Retrieved 2 May 2013.
  50. "Sarabjit's skull was broken into two pieces". Hindustan Times. 4 May 2013. Retrieved 5 May 2013.