ସବିତା ଶାସ୍ତ୍ରୀ

ଉଇକିପିଡ଼ିଆ‌ରୁ
ସବିତା ଶାସ୍ତ୍ରୀ
ସବିତା ଶାସ୍ତ୍ରୀ
Born
ସବିତା ସୁବ୍ରମନିଅମ

୧୧ ଡିସେମ୍ବର ୧୯୬୯
Alma materସ୍ଟେଲା ମାରିସ କଲେଜ (Stella Maris College), ଚେନଇ
Occupationଭାରତନାଟ୍ୟମ ନର୍ତ୍ତକୀ ଓ ନିର୍ଦ୍ଦେଶିକା
Years active୧୯୮୧ – ବର୍ତ୍ତମାନ ପର୍ଯ୍ୟନ୍ତ
Spouseଏ.କେ. ଶ୍ରୀକାନ୍ତ
Websitesavithasastry.com

ସବିତା ଶାସ୍ତ୍ରୀ (ଇଂରାଜୀ ଭାଷାରେ Savitha Sastry) ଭାରତର ଜଣେ ଭାରତନାଟ୍ୟମ (Bharatanatyam) ଶାସ୍ତ୍ରୀୟ ନୃତ୍ୟର ନର୍ତ୍ତକୀ ଓ ନିର୍ଦ୍ଦେଶିକା । ପାରମ୍ପରିକ ଭାରତନାଟ୍ୟମର ଟେକନିକ ସ‌ହିତ ସେ ବିଭିନ୍ନ ଭାରତୀୟ ପୁରାଣ ବା ଧର୍ମ ସମ୍ପର୍କ ନରଖି ନୂତନ କାହାଣୀକୁ ନେଇ ନୃତ୍ୟ ସମ୍ପାଦନା କରନ୍ତି ।[୧][୨][୩][୪] ତାଙ୍କର ନବୋନ୍ମେଷକୁ କିଛି ସମାଲୋଚକ 'ବାଟଭଙ୍ଗା' କ‌ହନ୍ତି ।[୫] କେହି କେହି ତାଙ୍କୁ ରେନାଁସା ଆର୍କିଟେକ୍ଟ କ‌ହନ୍ତି,[୬] ଯେପରି ରୁକ୍ମିଣୀ ଦେବୀ ଅରୁଣ୍ଡେଲ (Rukmini Devi Arundale) ତାଙ୍କ ସମୟରେ କରୁଥିଲେ । [୭][୮]


ପ୍ରାକ୍ ଜୀବନ ଓ ଶିକ୍ଷା[ସମ୍ପାଦନା]

ସବିତା ସୁବ୍ରମନିଅମ ଜନ୍ମ ଗ୍ରହଣ କରିଥିଲେ ହାଇଦରାବାଦରେ ଓ ପରେ ପରେ ମୁମ୍ବାଇରେ ବାସକରିଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କର ନିଜ ଟାଉନ ଚେନିକୁ ଚାଲିଯାଇଥିଲେ । ମୁମ୍ବାଇର ଶ୍ରୀ ରାଜରାଜେଶ୍ୱରୀ ନାଟ୍ୟ କଳା ମନ୍ଦିରରେ ଗୁରୁ ମହାଲିଙ୍ଗମ ପିଲ୍ଲାଇଠାରୁ ଭାରତନାଟ୍ୟମ ନୃତ୍ୟ ଶିକ୍ଷା କରିଥିଲେ ଓ ପରେ ଚେନଇରେ ଅଦ୍ୟାର କେ ଲକ୍ଷ୍ମଣ ଓ ଧନଞ୍ଜୟନ ପାଖରୁ ଶିକ୍ଷା ଲାଭ କରିଥିଲେ । ସେ ପିଏସ ସିନିଅର ସେକେଣ୍ଡାରୀ ସ୍କୁଲରୁ ପାସ କରିବା ପରେ ସ୍ଟେଲା ମାରିସ କଲେଜରୁ ସ୍ନାତକ ପାସ କରିଥିଲେ ।

ସନ ୧୯୮୬ରେ ସେ 'ଆନନ୍ଦ ତଣ୍ଡବମ' ତାମିଲ ଚଳଚ୍ଚିତ୍ରରେ ମୂଖ୍ୟ ନର୍ତ୍ତକୀ ଭାବରେ କାମ କରିଥଲେ ଯାହା ତାଙ୍କ ଗୁରୁ[୯] ଅଦ୍ୟାର କେ ଲକ୍ଷ୍ମଣଙ୍କ ପ୍ର‌ଯୋଜନାରେ Adyar K Lakshman) ତିଆରି ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ସେ ନିଉରୋସାଇନ୍ସରେ ମାସ୍ଟର ଡିଗ୍ରୀ ହାସଲ କରିଥିଲେ ।

ଭାରତନାଟ୍ୟମ[ସମ୍ପାଦନା]

ସନ ୧୯୮୦,୧୯୯୦ ଓ ୨୦୨୦ର ଦଶକମାନଙ୍କରେ ସେ ଭାରତନାଟ୍ୟମର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ସମୟରେ ସେ କୃଷ୍ଣ:ପରମ ରହସ୍ୟମୟ ଓ ପୁରୁଷାର୍ଥ ନୃତ୍ୟର ଦିଗ୍‌ଦର୍ଶନ ଦେଇଥିଲେ ।[୧୦]

ଭାରତନାଟ୍ୟମରେ ଆବଶ୍ୟକ ହେଉଥିବା ଉଚ୍ଚ ଧରଣର ଟେକନିକାଲ ନୈପୁଣ୍ୟ ଓ ଲାବଣ୍ୟ ସେ ସୁନ୍ଦର ଭାଗରେ ଦର୍ଶାଉଥିଲେ ।[୧୧] ସିଡନିରେ ଥିବା ସମାଲୋଚକ ହଂସ ଭେଙ୍କଟ ତାଙ୍କ ବିଷୟରେ ଲେଖଥିଲେ: "ସବିତାଙ୍କର ନୃତ୍ୟ, ପରିସ୍ଫୁଟିତ ରେଖା ଓ ଅନିନ୍ଦ୍ୟ ଅରମାଣ୍ଡି ଏକ ସଦ୍ୟ ବାତାବରଣ ସୃଷ୍ଟି କରେ ଯାହା ନୃତ୍ୟ ବିଦ୍ୟାର୍ଥୀଙ୍କ ନିମନ୍ତେ ପ୍ରରଣାଦାୟକ ହୁଏ ।" [୧୨] "ମନ୍ଦିର କଳାକୃତି ସଜୀବ ହୋଇ ନୃତ୍ୟ କଲାଭଳି ଲାଗେ", ଏହା ତାଙ୍କ ନୃତ୍ୟ ବିଷୟରେ ସାନଫ୍ରାନସିସ୍କୋ ଏଥନିକ ନୃତ୍ୟ ଉତ୍ସାବର ଅଡିସନ ପାନେଲ କ‌ହିଥିଲେ । [୧୦]

ଉଲ୍ଲେଖନୀୟ ପ୍ର‌ଯୋଜନା[ସମ୍ପାଦନା]

ସନ ୨୦୦୯ ବେଳକୁ ଶାସ୍ତ୍ରୀ ପାରମ୍ପରିକ 'ମର୍ଗମ' ଶାସ୍ତ୍ରୀୟ ନୃତ୍ୟ ତ୍ୟାଗ କରି ଶିର୍ଷକ ଅନୁସାରେ ନୃତ୍ୟ ପ୍ର‌ଯୋଜନା କରିବାକୁ ଆରମ୍ବ କଲେ । ସେ ଏକାକୀ ଅନେକ ଚରିତ୍ରମାନଙ୍କ ଭୂମିକାରେ ନୃତ୍ୟ ପ୍ରଦର୍ଶନ କରୁଥିଲେ ଯାହା ପାରମ୍ପରିକ ଭାରତନାଟ୍ୟମରୁ ସମ୍ପର୍ଣ୍ଣ ଅଲଗା ଥିଲା ଓ ଯେଉଁଥିରେ ପୂର୍ବରୁ ପ୍ରେମାସ୍ପଦ ନାୟିକା ପ୍ରେମରେ ଛଟପଟ ହେଉଥିବା ବା ଭକ୍ତିରେ ତନ୍ମୟ ହେଉଥିବା ଦେଖାଯାଉଥିଲା । ତାଙ୍କର କେତେକ ଉଲ୍ଲେଖନୀୟ ପ୍ର‌ଯୋଜନା: ଅଭ୍ୟନ୍ତର ସଙ୍ଗୀତ (Music Within - ୨୦୧୦),[୧୩][୧୪] ଆତ୍ମା ପଞ୍ଜୁରୀ: ଜୀବନ, ମୃତ୍ୟୁ ଓ ତା'ପର କାହାଣୀ (Soul Cages) (୨୦୧୨),[୧୫][୧୬][୧୭][୧୮][୧୯][୨୦][୨୧] ପୈଗମ୍ବର: ଭାଗ୍ୟ, ସ୍ୱର୍ଗୀୟତା ଓ ସନ୍ଦେହ (The Prophet: Destiny. Divinity. Doubt[୨୨] ଓ ଜଞ୍ଜିର: ଛାୟାମାନଙ୍କର ପ୍ରେମ କାହାଣୀ (Chains: Love Stories of Shadows) (୨୦୧୫).

ଜଞ୍ଜିର: ଛାୟାମାନଙ୍କର ପ୍ରେମ କାହାଣୀ ' Love Stories of Shadows' ପ୍ରଦର୍ଶନ କରୁଛନ୍ତି ମୁମ୍ବାଇର ନ୍ୟାସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟ (NCPA Mumbai, ୨୦୧୫)

ଟାଇମସ ଅଫ ଇଣ୍ଡିଆରେ ତାଙ୍କ ପ୍ରୋଫାଇଲ କାହାଣୀରେ ଲେଖାଥିଲା: "ସବିତା ଶହ ଶହ ବର୍ଷର ପୁରାତନ ନୃତ୍ୟ ସାଥିରେ ପ୍ରଚଳିତ ନୃତ୍ୟକୁ ମିଶ୍ରଣ କରି ନୃତ୍ୟ ଜଗତରେ ଏକ ଅଦ୍ଭୁତ ଅତୁଳନୀୟ ସ୍ଥାନ ସୃଷ୍ଟି କରିଛନ୍ତି ।"[୧୦]

ଆଧାର[ସମ୍ପାଦନା]

  1. Praveen, Priyanka. (6 August 2012). Breaking free from the mould. Deccan Chronicle.
  2. Singh, Nonika. (15 July 2012). Like a Free Bird. The Tribune.
  3. Yasin, Fozia. (27 January 2013). Modern Classics. The Asian Age.
  4. Vincent, Anusha. (5 March 2013). Natya goes beyond borders. Deccan Chronicle.
  5. Walia, Yamini. (12 February, 2015). The Classical Storyteller. Afternoon Despatch & Courier.
  6. Chatterjee, Anannya. (31 January, 2015). Tussle between personal choice and societal expectations is constant. Absolute India.
  7. Vishwanath, Narayana. (9 March 2015). Telling the tale of Womanhood. Indian Express
  8. Dhamija, Ashok. (20 January, 2015). Dance Performance by Savitha Sastry. NewsBand Navi Mumbai
  9. Viswanathan, Lakshmi. (1 December 2003). Inimitable Dance Guru. The Hindu. Archived 6 December 2003 at the Wayback Machine.
  10. ୧୦.୦ ୧୦.୧ ୧୦.୨ About Savitha, savithasastry.com; accessed 28 June 2017.
  11. Suri, Sathish.Profile, Narthaki.com; accessed 25 September 2011.
  12. Venkat, Hamsa, "A Queen of Mime" Archived 2020-03-21 at the Wayback Machine., Sydhwaney.com, 11 March 2011.
  13. Das, Priya. "A Quiet Dance of the Soul" Archived 2015-04-26 at the Wayback Machine., India Currents, 29 November 2010.
  14. Bal, Harish. "Festival Rhythms", The Hindu, 13 October 2011.
  15. Subramanya, Mysore V."Music & Dance Reviews", Deccan Herald, 11 April 2013.
  16. Sharma, SD. "Savitha Sastry leaves Chandigarh Audience awestruck", Hindustan Times (July 2012).
  17. Kumar, Ranee. "Enchanting Treatment", The Hindu, 10 August 2012.
  18. Singh, Ayesha. "Soul Cages – A renaissance in Bharatanatyam", Sunday Standard, 9 December 2012.
  19. Mendoza, Conan."The Drama of Dance", Deccan Chronicle, 3 April 2013.
  20. Reviews on YUDH – the dance drama ballet by Savitha Sastry, IndiaStudyChannel, 26 April 2013.
  21. Pattabhiraman, Arundhati. "Creativity Unlimited", Deccan Herald], 10 March 2013.
  22. "Around Town", Indian Express, 19 November 2013.