ସବିତା ପୁନିଆ

ଉଇକିପିଡ଼ିଆ‌ରୁ
ସବିତା ପୁନିଆ

ସବିତା ପୁନିଆ (ଜନ୍ମ ୧୧ ଜୁଲାଇ ୧୯୯୦) ଜଣେ ଭାରତୀୟ ଫିଲ୍ଡ ହକି ଖେଳାଳି ଏବଂ ସେ ଭାରତୀୟ ଜାତୀୟ ଫିଲ୍ଡ ହକି ଦଳର ସଦସ୍ୟା ଅଟନ୍ତି । ସେ ହରିୟାଣାରୁ ଏବଂ ଗୋଲକିପର ଭାବରେ ଖେଳନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପୁନିଆ ୧୯୯୦ ଜୁଲାଇ ୧୧ରେ ହରିୟାଣାର ସିରସା ଜିଲ୍ଲାର ଜୋଡକାନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉଚ୍ଚତର ବିଦ୍ୟାଳୟ ଶିକ୍ଷା ପାଇଁ ତାଙ୍କୁ ସଦର ମହକୁମାକୁ ପଠାଯାଇଥିଲା । ସେ କ୍ରୀଡ଼ା ଏକାଡେମୀରେ ନାମ ଲେଖାଇଥିଲେ । ତାଙ୍କୁ ତାଙ୍କ ଜେଜେବାପା ମହୀନ୍ଦର ସିଂ ହକି ଶିଖିବା ପାଇଁ ଉତ୍ସାହିତ କରିଥିଲେ । ସେ ହିସାରସ୍ଥିତ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (ଏସଏଆଇ) କେନ୍ଦ୍ରରେ ଯୋଗ ଦେଇଥିଲେ ।[୧] ତାଙ୍କର ପ୍ରାରମ୍ଭିକ ବର୍ଷରେ ସୁନ୍ଦର ସିଂ ଖରାବ ତାଙ୍କୁ ତାଲିମ ଦେଇଥିଲେ ।[୨] ସେ ପ୍ରଥମେ ଖେଳ ପ୍ରତି ଅଧିକ ଆଗ୍ରହୀ ନଥିଲେ । ପରେ ତାଙ୍କ ପିତା ତାଙ୍କ କିଟ୍‌ରେ କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ କରିବା ପରେ ସେ ଖେଳ ବାବଦରେ ଗମ୍ଭୀର ହୋଇଥିଲେ । ୨୦୦୭ରେ ପୁନିଆଙ୍କୁ ଲକ୍ଷ୍ନୌରେ ଏକ ପ୍ରଥମ ଜାତୀୟ ଶିବିର ପାଇଁ ବଛାଯାଇଥିଲା । ସେ ସେଠାରେ ଜଣେ ଶୀର୍ଷରେ ଥିବା ଗୋଲକିପରଙ୍କ ସହ ତାଲିମ ନେଇଥିଲେ ।[୩]

ଆଧାର[ସମ୍ପାଦନା]

  1. Sen, Debayan (19 July 2018). "Savita Punia fulfills grandfather's dream to become world's best". ESPN. Retrieved 22 July 2018.
  2. "Savita Punia: 10 things to know about India's female hockey goalkeeper at Rio Olympics 2016". 14 July 2016. Retrieved 13 May 2017.
  3. "Savita Punia fulfills grandfather's dream to become world's best". ESPN (in ଇଂରାଜୀ). Retrieved 28 July 2018.