ସପ୍ତାବରଣ ନୀତି

ଉଇକିପିଡ଼ିଆ ରୁ
Jump to navigation Jump to search

ସପ୍ତାବରଣ ନୀତି, ଜଗନ୍ନାଥ ମନ୍ଦିରରେ ହେଉଥିବା ଏକ ନୀତି ଅଟେ । ପୌରଣିକ ମତ ଅନୁସାରେ ଜଗତ ୭ ଉପାଦାନକୁ ନେଇ ଗଠିତ । ଯଥା - ଶସ୍ୟ, ଜଳ, ପଶୁ, ବୃକ୍ଷଲତା, କୀଟପତଙ୍ଗ, ଗନ୍ଧ ଓ ରୂପ ।

ତାତ୍ପର୍ଜ୍ୟ[ସମ୍ପାଦନା]

ମନୁଷ୍ୟ ମଧ୍ୟ ଏଇ ସାତ ଉପାଦାନ ଭିତରେ ରହିଛି । ଜଗତର ଏହି ୭ଟି ପ୍ରତୀକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସପ୍ତାବରଣ ଭଳି ରହିଛି । ଏ ସଂସାର ୧୪ ବ୍ରହ୍ମାଣ୍ଡକୁ ନେଇ ଗଠିତ । ତଳେ ସାତ ବ୍ରହ୍ମାଣ୍ଡ ଓ ଉପରେ ସାତ ବ୍ରହ୍ମାଣ୍ଡ । ଏହି ସାତ ବ୍ରହ୍ମାଣ୍ଡକୁ ନେଇ ଜଗତ ସୃଷ୍ଟି, ଯାହା ଶ୍ରୀଜଗନ୍ନାଥ୍ଙ୍କ ସପ୍ତାବରଣରେ ରହିଛି । ନୂଆ ବିଗ୍ରହ ଗଢାଯିବା ପରେ ତାଙ୍କୁ ଜଗତର ପ୍ରତୀକ ରୂପକ ସପ୍ତାବରଣ ଦିଆଯିବ । ବ୍ରହ୍ମକୁ ପିଣ୍ଡ ଧରିଲେ ତାଙ୍କ ଚାରିପଟେ ରହିଛି ଜଗତ । ଏହା ହେଉଛି ପିଣ୍ଡ-ବ୍ରହ୍ମାଣ୍ଡ ତତ୍ୱ । ଜଗତ ଯେପରି ୭ଟି ବ୍ରହ୍ମାଣ୍ଡକୁ ନେଇ ସୃଷ୍ଟି, ଶରୀର ମଧ୍ୟ ୭ଟି ଆବରଣକୁ ନେଇ ସୃଷ୍ଟି । ମହାପ୍ରଭୁ ଏହି ୭ଟି ଆବରଣର ସମଷ୍ଟିରେ ପୂର୍ଣବ୍ରହ୍ମ ସ୍ୱରୂପରେ ଦର୍ଶନ ଦିଅନ୍ତି ।

ଏହି ସପ୍ତାବରଣ ରହସ୍ୟକୁ ଜଣାଇ ଦେବାପାଇଁ ସେ ରତ୍ନସିଂହାସନରେ ସପ୍ତାବରଣ ହୋଇ ବସିଛନ୍ତି । ଯଥା

  1. ଦର୍ଶନ ଶକ୍ତି ଶ୍ରୀଜଗନ୍ନାଥ
  2. ଶ୍ରବଣ ଶକ୍ତି ଶ୍ରୀବଳଭଦ୍ର
  3. ଧାରଣ ଶକ୍ତି ମା' ସୁଭଦ୍ରା
  4. କାର୍ଯ୍ୟ ଶକ୍ତି ଶ୍ରୀସୁଦର୍ଶନ
  5. ଇଚ୍ଛା ଶକ୍ତି ଶ୍ରୀଦେବୀ ଓ ସୃଷ୍ଟି ଶକ୍ତି ମା'ଭୂଦେବୀ । ରତ୍ଣସିଂହାସନର ଏହି ସପ୍ତାବରଣ ଭିତରୁ ତିନି ଶକ୍ତି ବେଶ ତାତ୍ପର୍ଯପୂର୍ଣ । ମନୁଷ୍ୟ ଶରୀରର ତିନି ଶକ୍ତି ଯେପରି ତାକୁ ଚଳଚଞ୍ଚଳ କରିଥାଏ, ମହାପ୍ରଭୁ ମଧ୍ୟ ଏହି ତିନି ଶକ୍ତିକୁ ନେଇ ଚଳଚଞ୍ଚଳ ଥା'ନ୍ତି । ଶକ୍ତି ହେଲେ ମା'ସୁଭଦ୍ରା, ଶ୍ରୀଦେବୀ ଓ ଭୂଦେବୀ । ଜଣେ ଧାରଣ ଶକ୍ତି, ଜଣେ ଇଚ୍ଛା ଶକ୍ତି, ଆଉ ଜଣେ ସୃଷ୍ଟି ଶକ୍ତି ।


ପ୍ରକ୍ରିୟା[ସମ୍ପାଦନା]

ମହାପ୍ରଭୁଙ୍କ ସପ୍ତାବରଣ ଏକ ଅପ୍ରକାଶ୍ୟ ଲୀଳା । ଏହି ଲୀଳା ଲୁ ଗୁପ୍ତରେ ଦଇତା ପତି, ଶୁଦ୍ଧସୁଆର,ଦତ୍ତମହାପାତ୍ର, ପାଟରା, ବୈଦ୍ୟସେବକ ମାନେ କରିଥାନ୍ତି । ସପ୍ତାବରଣ ଲୀଳା ଶେଷରେ ରହିଯାଇଥିବା ତତ୍ୱ ବ ପଦାର୍ଥ ଗୁଡିକ ଗଜପତିଙ୍କୁ ପ୍ରମାଣ ସ୍ୱରୂପ ଦିଅନ୍ତି । ଏହି ରହସ୍ୟୟକୁ ଶ୍ରୀଜଗନ୍ନାଥଙ୍କ ଉପାସନାରେ ରାଜପ୍ରସାଦ ବିଜେ ବୋଲି କୁହାଯାଏ । ଏହି ରାଜପ୍ରସାଦ ବିଜେ ହେଉଛି ସପ୍ତାବରଣ ଲୀଳାର ପ୍ରମାଣ ବିଶେଷ । ଏଥିରେ ବ୍ୟବହୃତ ହେଉଥିବା ପ୍ରତ୍ୟେକ ଜିନିଷର ମହତ୍ୱ ରହିଛି । ଯଥା

  • କୁଙ୍କୁମ(ରୂପର ପ୍ରତୀକ)
  • କସ୍ତୁରୀ(ପଶୁ)
  • ଚନ୍ଦନ(ବୃକ୍ଷଲତା)
  • ଝୁଣା(ଗନ୍ଧ)
  • ପାଟକନା(କୀଟ)
  • ଖଳୀ(ଶସ୍ୟ) ଓ ଖଡି(ଜଳ) । ଏହି ସପ୍ତାବରଣ ମାଧ୍ୟମ ଦେଇ ମନିଷ୍ୟ ପୂର୍ଣରୂପ ଧାରଣ କରିଛି । ସପ୍ତାବରଣରେ ଜଗତ ମଧ୍ୟ ପୂର୍ଣ ହୋଇଛି । ଭିସପ୍ତାବରଣ ମଧ୍ୟ ୫ଟି ତତ୍ୱରେ ନିର୍ମିତ ହୋଇଥାଏ ତାହା ହେଲା ଆକାଶ, ଜଳ, ବାୟୁ, ଅଗ୍ନି ଓ ପୃଥିବୀ । ଏହି ୫ ତତ୍ୱରେ ୭ଆବରଣ ହେବାପରେ ସମ୍ପୂର୍ଣ ହୁଅନ୍ତି ବିଗ୍ରହ ।

ଅନେକ ଗବେଷକଙ୍କ ମତରେ ଜଗନ୍ନାଥଙ୍କ ସପ୍ତାବରଣକୁ ମାଂସ, ରକ୍ତ, ମଜ୍ଜା, ଶିରାପ୍ରଶିରା,ଅସ୍ଥି,ଚର୍ମ, ଶୁକ୍ର ନାମକ ୭ଟି ବରଣ ପର୍ଯାୟକ୍ରମେ ଦିଆଯାଏ । ଏହି ସାତ ବରଣ ପ୍ରସ୍ତୁତ କରିବାରେ ୫ ସମ୍ପ୍ରଦାୟର ସେବକଙ୍କ ସମ୍ପୃକ୍ତି ରହିଛି ।

ଅବଲମ୍ବନ ପ୍ରକ୍ରିୟା[ସମ୍ପାଦନା]

ସପ୍ତବରଣ ଲୀଳା ସମ୍ପୂର୍ଣ ହେବ ପାଇଁ ମୋଟା ମୋଟି ଭାବେ ୯ଟି ସୋପାନ ଅବଲମ୍ବନ କରାଯାଏ । ଯଥା

  1. ବିଶ୍ୱକର୍ମା ମାନେ ଦାରୁ ବିଗ୍ରହକୁ ଅସ୍ଥି ଉପେ ଗଢିବା ପରେ ସେଥିରେ ପାଟରା ସେବକ ମାନେ ଛାଚି ପାଟକୁ ଶିରାପ୍ରଶିରା ବ ନାଡି ଭାବେ ଅବରଣ କରିବାକୁ ଦିଅନ୍ତି ।
  2. ଦଇତା ସେବକମାନେ ଏହାକୁ ନାଡି ଭଳି ପ୍ରସ୍ତୁତକରି ଆବରଣ ଦେଇଥାନ୍ତି ।
  3. ଝୁଣାରେ ତେଲ ମିଶାଇ ଲେପ ଦେଇଥାନ୍ତି (ଅସ୍ଥିର ମଜ୍ଜା) ।
  4. ଏହାପରେ ନେତ ପାଟକନାକୁ ଶ୍ରୀଅଙ୍ଗରେ ଗୁଡାଇ ଦିଆଯାଏ (ରକ୍ତର କଳ୍ପନା) ।
  5. ଏହି ନୀତି ପରେ ଚନ୍ଦନ, କସ୍ତୁରୀ, କୁଙ୍କୁମ, କର୍ପୁର, ତଥା ଚନ୍ଦନସାରକୁ ଏକତ୍ର ମିଶାଇ ଦିଅଯାଏ ।
  6. ଏହାକୁ ସର୍ବଙ୍ଗେ ଲେପନ କରାଯାଏ (ମାଂସର ପରିକଳ୍ପନା) ।
  7. ଏହାପରେ ଖଳି ପ୍ରସାଦ ଲାଗି କରାଯାଇ ଠାକୁରଙ୍କ ରକ୍ତର ବର୍ଣ୍ଣନା କରାଯାଏ ।
  8. ପରେ ଶ୍ୱେତ କନାକୁ ଗୁଡାଇ ତ ଉପରେ ଲେପ ଦିଆଯିବାକୁ ଚର୍ମ ବୋଲି କୁହାଯାଏ ।
  9. ଏହିପରି ଅଣସରରେ ସାତବରଣ ଠାକୁରଙ୍କୁ ଦିଆଯାଏ ।



ଆଧାର[ସମ୍ପାଦନା]

ପ୍ରମେୟ,ପୃଷ୍ଠା-୨,୧୬ ଜୁନ ୨୦୧୫