ସପ୍ତଶୃଙ୍ଗୀ

Coordinates: 20°23′25″N 73°54′31″E / 20.39028°N 73.90861°E / 20.39028; 73.90861
ଉଇକିପିଡ଼ିଆ‌ରୁ
Saptashrungi Devi Temple
White coloured temple shrine located on the hill top.
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictNashik
ଦେବାଦେବୀDurga
FestivalsNavratri
Location
ସ୍ଥାନVani/Nanduri village
StateMaharashtra
CountryIndia
ସପ୍ତଶୃଙ୍ଗୀ is located in Maharashtra
ସପ୍ତଶୃଙ୍ଗୀ
Location in Maharashtra
ଭୌଗଳିକ ଅବସ୍ଥିତି20°23′25″N 73°54′31″E / 20.39028°N 73.90861°E / 20.39028; 73.90861

ସପ୍ତଶୃଙ୍ଗୀ, ଅନ୍ୟ ନାମ ସପ୍ତଶ୍ରୀଙ୍ଗୀ (Marathi: सप्तश्रृंगी, Saptaśrr̥ṇgī) ଏକ ହିନ୍ଦୁ ତୀର୍ଥଯାତ୍ରା ସ୍ଥଳ ମହାରାଷ୍ଟ୍ରର ନାଶିକଠାରୁ ୬୦ କିମି ଦୂରରେ ଅବସ୍ଥିତ । ହିନ୍ଦୁ ପରମ୍ପରା ଅନୁସାରେ ଦେବୀ ସପ୍ତଶୃଙ୍ଗୀ ନିବାସିନୀ ସାତଟି ପାହାଡ଼ ଶିଖର ମଧ୍ୟବର୍ତ୍ତୀ ସ୍ଥାନରେ ବାସ କରନ୍ତି । ଏହା ନାଶିକ ପାଖରେ ଥିବା କଲୱାନ ତାଲୁକାର ନନ୍ଦୁରି ନାମକ ଏକ ଛୋଟ ଗ୍ରାମରେ ଅଛି । ମରାଠା ଓ କେତେକ ଭିଲ ଜାତୀୟ ଲୋକମାନେ ଦେବୀଙ୍କୁ କୁଳଦେବୀ ଭାବରେ ମାନ୍ୟତା ଦେଇ ପୂଜା କରନ୍ତି । ସେଠାକୁ ଯିବା ନିମନ୍ତେ ୫୧୦ଟି ପାହାଚ ଅଛି । ସେଠାକୁ ପ୍ରତିଦିନ ଅନେକ ସଂଖ୍ୟକ ଭକ୍ତ ପୂଜା କରିବାକୁ ଆସନ୍ତି ।[୧] ଏହି ତୀର୍ଥସ୍ଥାନଟି ମହାରାଷ୍ଟ୍ରର ତିନି ଅର୍ଦ୍ଧେକ ଶକ୍ତିପୀଠ ଭାବରେ ପରିଚିତ । ଏକାବନଟି ଶକ୍ତିପୀଠରୁ ଏହି ମନ୍ଦିର ଗୋଟିଏ ଯେଉଁଠାରେ ଶିବଙ୍କ ପତ୍ନୀ ସତୀଙ୍କର ଡାହାଣ ବାହୁଟି ପଡ଼ିଯାଇଥିବା ବିଶ୍ୱାସ କରାଯାଏ । ଏଠାରେ ତଥା ମହାରାଷ୍ଟ୍ରରେ ତିନି ଅଧା ଶକ୍ତିପୀଠର ଅଧା ଶକ୍ତିପୀଠ ଅଛି । ଭାରତ ଉପମହାଦେଶରେ ୫୧ଟି ଶକ୍ତି ପୀଠ ଅଛି ।

ଭୂଗୋଳ[ସମ୍ପାଦନା]

Cluster of homes at the bottom with a hill in background. IMage is taken from another hill.
Vani village viewed from Saptashrungi gad. The peak opposite to the temple is the Markandeya hill.

ସପ୍ତଶୃଙ୍ଗୀ ଘାଟ ଏକ ପର୍ବତ ଶ୍ରେଣୀ ଓ ପଶ୍ଚିମ ଘାଟ ପର୍ବତ ମାଳାର ଏକ ଅଂଶ । ଏହାର ଗୋଟିଏ ଅଂଶର ନାମ ସହ୍ୟାଦ୍ରି ବା ଅଜନ୍ତା ସତମାଳା ଶୃଙ୍ଗ ଶ୍ରେଣୀ । ଏହାର କେନ୍ଦ୍ରରେ ଧୋଡପ ଶୃଙ୍ଗ ଅଛି ଯାହାର ଉଚ୍ଚତା ୪୫୦୦ ଫୁଟ ଓ ଏହାର ପଶ୍ଚିମ ଦିଗରେ ସପ୍ତଶୃଙ୍ଗୀ ଅଛି ।[୨][୩][୪] ସେହିଠାରେ ୧୦୮ଟି ପାଣି କୁଣ୍ଡ ଅଛି । ସେହି ପର୍ବତର ପାଦ ଦେଶରେ କୁଂଦାସ, ନନ୍ଦଉରୀ ଓ ବାଣୀ ଗ୍ରାମଗୁଡିକ ଅଛି । ନାନଡୁକି ଓ ନାସିକରୁ ଭାୟା ଡିଣ୍ଡୋରି ଗଲେ ୩୯ କିମି, ଭାୟା ପଇମ୍ପଲଗାଓଁ ଗଲେ ୫୧ କିମି ପଡ଼ିବ । ନାନଦୂର ଗ୍ରାମ ଦେଇ ସବୁଠାରୁ ସହଜ ରାସ୍ତା ମିଳେ ମାତ୍ର ୧୪ କିମି ।[୨] ମହାରାଷ୍ଟ୍ର ପ୍ରଦେଶ ରୋଡ଼ ପରିବହନ ବସରେ ମନ୍ଦିର ପରିସରକୁ ଯାଇହୁଏ [୫] ଘଞ୍ଚ ଜଙ୍ଗଲମାଳାରେ ଏହି ପର୍ବତ ପରିବେଷ୍ଟିତ ।.[୬]

ଆଧାର[ସମ୍ପାଦନା]

  1. "Places of Tourist Nashik District". Official web site of Nashik District. Archived from the original on 1 ଅକ୍ଟୋବର 2013. Retrieved 2 ମାର୍ଚ୍ଚ 2013.
  2. ୨.୦ ୨.୧ Milind Gunaji (2010). Offbeat Tracks in Maharashtra. Popular Prakashan. pp. 92–. ISBN 978-81-7991-578-3. Retrieved 3 March 2013.
  3. Ansari, M.K.; Ahmad, M.; Singh, Rajesh; Singh, T.N. (December 2012). "Rockfall assessment near Saptashrungi Gad temple, Nashik, Maharashtra, India". International Journal of Disaster Risk Reduction. 2: 77–83. doi:10.1016/j.ijdrr.2012.09.002.
  4. Ansari, M. K.; Ahmad, M.; Singh, T. N. (2014). "Rockfall risk assessment for pilgrims along the circumambulatory pathway, Saptashrungi Gad Temple, Vani, Nashik Maharashtra, India". Geomatics, Natural Hazards and Risk. 5: 81–92. doi:10.1080/19475705.2013.787657. S2CID 129789857.
  5. ve.loksatta.com/index.php?option=com_content&view=article&id=187280:2011-10-10-19-36-33&catid=46:2009-07-15-04-01-48&Itemid=57 "कोजागिरीनिमित्त सप्तश्रृंगी गडासाठी १८५ जादा बसेस" (in Marathi). Nashik: Loksatta. Retrieved 7 March 2013. {{cite web}}: Check |url= value (help)CS1 maint: unrecognized language (link)[permanent dead link]
  6. W. D. "saptashrungi devi temple vani nashik | सप्तश्रृंगी देवी का अर्धशक्तिपीठ | Webdunia Hindi" (in Hindi). Webdunia.com. Retrieved 4 March 2013.{{cite news}}: CS1 maint: unrecognized language (link)