ସପ୍ତକାଣ୍ଡ ରାମାୟଣ

ଉଇକିପିଡ଼ିଆ ରୁ
Jump to navigation Jump to search

ସପ୍ତକାଣ୍ଡ ରାମାୟଣ  , 14 ଶ ଶତାବ୍ଦୀରେ ଅସମୀୟ ଭାଷାରେ ରାମାୟଣର ରୂପାନ୍ତର ଆସାମର କବି ମାଧବ କାଣ୍ଡଳୀଙ୍କଦ୍ୱାରା କରାଯାଇଥିଲା । ଏହାକୁ ସଂସ୍କୃତ ଭାଷାରେ ଲିଖିତ ମୂଳ ରାମାୟଣର ପ୍ରଥମ କରି ଇଣ୍ଡୋ-ଅର୍ଜୟନ ଭାଷାରେ ଭାଷାନ୍ତର ଅନୁବାଦ କୁହାଯାଇଥାଏ । ଏହା ଅସମୀୟ ଭାଷାରେ ଲିଖିତ ଏକ ପ୍ରଥମ ଲେଖା ପୁସ୍ତକ ବୋଲି ମଧ୍ୟ ଗଣନା କରାଯାଇଥାଏ । 

ମୂଳ ରାମାୟଣ ଠାରୁ ଏହା ବିଭିନ୍ନ ପ୍ରକାର ବ୍ୟତିକ୍ରମ ଅନୁସାରେ ଲିଖିତ ହେଇଛି । ଏଥିରେ ରାମ , ସୀତା ଓ ଅନନ୍ୟ ଚରିତ୍ର ଗୁଡିକୁ ମୂଳ ରାମାୟଣ ପରି ଅତିମାନବୀୟ ଭାବରେ ଚିତ୍ରଣ କରାନ ଯାଇ ସାଧାରଣ ଚରିତ୍ର ଭାବରେ ଚିତ୍ରଣ କରାଯାଇଛି । ତେଣୁ ଏହା ଧାର୍ମିକ ଗ୍ରନ୍ଥ ପରି ବ୍ଯ୍ୱହାର ନ ହେଇ ସାଧାରଣ କାବ୍ୟ ଭାବରେ ଗଣିତ ହେଇଥାଏ । ଏଥିରେ ପ୍ରଥମ ଖଣ୍ଡ , ଯାହା , ଆଦିଖଣ୍ଡ ଭାବରେ ପରିଚିତ ଓ ଶେଷ କାଣ୍ଡ , ଯାହା ଉତ୍ତରାକାଣ୍ଡ ହିସାବରେ ପରିଚିତ ତାହା ମୂଳ ଲେଖାରୁ ବିଛିନ୍ନ ହେଇ ଯାଇଥିଲା । ପରେ 16 ଶ ଶତାବ୍ଦୀରେ ମାଧବଦେବ ନାମକ କବି ନିଜେ ତାହା ଲେଖି ଯୋଗ କରିଥିଲେ । ଏହି ମହାକାବ୍ୟକୁ ଇଂରେଜୀ ଭାଷାରେ ମଧ୍ୟ ସାଂପ୍ରତିକ ଅନୁବାଦ ହେଇଛି । 

ରାମାୟଣ [ସମ୍ପାଦନା]

ଏହି ରାମାୟଣ ମହାମଣିକ୍ୟ ରାଜ୍ୟର ରାଜା କଚେରୀଙ୍କ ଅନୁରୋଧରେ ଲେଖା ଯାଇଥିଲା । ସେତେବେଳେ ଏହି ରାଜ୍ୟ ବର୍ତମାନର ନଗାଁଓଠାରେ ଅବସ୍ଥିତ ଥିଲା । କୁଣ୍ଡଳୀ ଲେଖିଥିବା କିଛି ଅଂଶର ଇଂରେଜୀ ଅନୁବାଦ ଏହି ପାରିଥିଲା 

kavirāj kandali ye āmākese buliwāyā kariloho sarvajana bodhe. ramayana supa yara, shri mahamanike ye, baraha rajar anurudhe. sat kanda ramayana padabandhe nibandhilo lambha parihari sarodhrite. mahamanikyoro bolo kavyarasa kicho dilon dugdhak mathilo yena ghrite pandit lokar yebe asantosa upajaya hat yore bolon shudha bak pustak bichari yebe taite katha napawaha tebe sabe nindiba amak.

ଏହି କାବ୍ଯରେ ବିଭିନ୍ନ ପରିସ୍ଥିତି ପାଇଁ ବିଭିନ୍ନ ପ୍ରକାର ପଦ , ଝୁମୁରା , ଦୁଲାରି ଓ ଛବି ବ୍ୟବହାର ହେଇଥିଲା । ତାହା ପରେ ଅସମୀୟ ଭାଷାର ଅନନ୍ୟ ଲେଖକ ମାନଙ୍କୁ ସେହି ପ୍ରକାର ଶୈଳୀ ବ୍ୟବହାର ପାଇଁ ମାର୍ଗ ଦର୍ଶନା କରିଥିଲା । 

ପରବର୍ତୀ ସଂଯୋଗ ଓ ପ୍ରଭାବ [ସମ୍ପାଦନା]

ପଞ୍ଚଦଶ ଶତାବ୍ଦୀ ବେଳକୁ ଆଦିକାଣ୍ଡ ଓ ଉତ୍ତର କାଣ୍ଡ ବିଲୁପ୍ତ ହେଇଯିବା ପରେ ମାଧବ ଦେବା ଓ ସଙ୍କରଦେବାଙ୍କ ପ୍ରଚେଷ୍ଟା ବଳରେ ଠିକ ଅନ୍ନଯାଂଶ ପରି ପୁନର୍ଗଠନ କରି ଯୋଡା ଯାଇପାରିଥିଲା , ଓ ତାହାଦ୍ୱାରା ଏହି ପୁସ୍ତକ ପୁରଣତା ଲାଭ କରିଥିଲା । 16 ଶ ଶତାବ୍ଦୀରେ ଅନନ୍ତ କୁଣ୍ଡଳୀ ଅନ୍ୟ କିଛି ଅଂଶରେ ମଧ୍ୟ ନୂତନ ଲେଖା ଯୋଗ କରିଥିଲେ । 

ପ୍ରାଚୀନ କାଳରେ ରଚିତ ଏହି ଲେଖା ପରବର୍ତୀ କାଳରେ ଅସମୀୟ ଭାଷାର ଲେଖାକୁ ବହୁଳ ପରିମାଣରେ ପ୍ରଭାବିତ କରିଥିଲା ଓ ସଙ୍କର ଦେବ ଏହା ଢାଞ୍ଚାରେ ବହୁ ନୂତନ ଲେଖବାଳି ପ୍ରକାଶ କରିଥିଲେ । ଏହାଦ୍ୱାରା ପ୍ରେରିତ ହେଇ ନୂତନ ପ୍ରସ୍ଥର "କାର୍ବୀ ରାମାୟଣ" ନାମକ ଆଉ ଏକ ଆସାମୀ ଭାଷା ରାମାୟଣ ଲେଖା ଯାଇଥିଲା । 

ଆଧାର ସମୂହ [ସମ୍ପାଦନା]

  • Kandali, Madhava. সপ্চকাণ্ড ৰামায়ন (in Assamese). Banalata.CS1 maint: unrecognized language (link)
  • Goswami, Indira (1996). Ramayana from Ganga to Brahmaputra. B.R. Pub. Corp. ISBN 81-7018-858-X.

ବାହ୍ୟ ସଂଯୋଗ [ସମ୍ପାଦନା]