ସନ୍ ଅଫ୍ ସତ୍ୟମୂର୍ତ୍ତି

ଉଇକିପିଡ଼ିଆ‌ରୁ
ସନ୍ ଅଫ୍ ସତ୍ୟମୂର୍ତ୍ତି‌
ନିର୍ଦ୍ଦେଶକତ୍ରିବିକ୍ରମ ଶ୍ରୀନିବାସ
ପ୍ରଯୋଜକଏସ୍. ରାଧା କ୍ରିଷ୍ଣା
ସଂଳାପତ୍ରିବିକ୍ରମ ଶ୍ରୀନିବାସ
କଳାକାରଅଲ୍ଲୁ ଅର୍ଜୁନ
ଉପେନ୍ଦ୍ର
ପ୍ରକାଶ ରାଜ
ବ୍ରହ୍ମାନନ୍ଦମ
ରାଜେନ୍ଦ୍ର ପ୍ରସାଦ
ସାମନ୍ତା ଅକ୍କିନେନୀ
ସ୍ନେହା
ଅଦା ଶର୍ମା
ନିତ୍ୟା ମେନନ
ବର୍ଣ୍ଣନାଅଲ୍ଲୁ ଅର୍ଜୁନ
ସଙ୍ଗୀତଦେବୀ ଶ୍ରୀ ପ୍ରସାଦ[୧]
ଚିତ୍ରଗ୍ରହଣପ୍ରସାଦ ମୁରେଲ୍ଲା
ସମ୍ପାଦକପ୍ରବୀଣ ପୁଡ଼ି
Production
company
ହାରିକା ଆଣ୍ଡ୍ ହୁସେନ୍ କ୍ରିଏସନ୍
ବିତରକକ୍ଲାସିକ୍ ଏଣ୍ଟରଟେନମେଣ୍ଟସ୍
(ବେଦଶୀ)[୨]
ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍
(ନିଜାମ୍)[୩]
ମୁକ୍ତିଲାଭ ତାରିଖ
୯ ଅପ୍ରେଲ ୨୦୧୫[୪]
ଦେଶଭାରତ
ଭାଷାତେଲୁଗୁ
ଖର୍ଚ୍ଚ୪୦-୫୦ କୋଟି[୫][୬]
ମୋଟ ଆୟ୯୫ କୋଟି[୭]

ସନ୍ ଅପ୍ ସତ୍ୟମୂର୍ତ୍ତି (S/O Satyamurthy ଭାବରେ ମଧ୍ୟ ଜଣା) ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏସ୍. ରାଧାକ୍ରିଷ୍ଣା, ଯାହାକି ହାରିକ ଆଣ୍ଡ୍ ହାସିନ୍ କ୍ରିଏସନ୍ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତ୍ରିବିକ୍ରମ ଶ୍ରୀନିବାସ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଲ୍ଲୁ ଅର୍ଜୁନ, ସମନ୍ତା ଅକ୍କିନେନୀ ଏବଂ ନିତ୍ୟା ମେନନ । କନ୍ନଡ଼ ଅଭିନେତା ଉପେନ୍ଦ୍ର ଏହି କଥାଚିତ୍ରଟିର ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଅନ୍ୟାନ୍ୟ ପ୍ରମୁଖ କଳାକାରମାନାନଙ୍କ ମଧ୍ୟରେ ଥିଲେ ସ୍ନେହା, ଅଦା ଶର୍ମା, ରାଜେନ୍ଦ୍ର ପ୍ରସାଦ, ବ୍ରହ୍ମାନନ୍ଦମ ଏବଂ ଅଲ୍ଲୀ । ଜଣାଶୁଣା ଅଭିନେତା ପ୍ରକାଶ ରାଜ ଏହି କଥାଚିତ୍ରରେ ଜଣେ ଅତିଥି କଳାକାର ଭାବରେ କାର୍ଯ୍ୟ କରିଥିଲେ, ଯିଏକି ସତ୍ୟମୂର୍ତ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରରେ ମୁଖ୍ୟତଃ ତିନିଗୋଟି ଚରିତ୍ର ଉପରେ ଚିତ୍ରଣ କରାଯାଇଛି, ପ୍ରଥମ ଚରିତ୍ରଟି ତା'ର ହୃଦୟକୁ ଅନୁସରଣ କରେ, ଦ୍ୱିତୀୟ ଜଣଙ୍କ ତା'ର ମସ୍ତିଷ୍କର ବୁଦ୍ଧି ଏବଂ ତୃତୀୟ ଜଣଙ୍କ ତା'ର ବାହୁବଳକୁ ବ୍ୟବହାର କରିଥାଏ । ପ୍ରଥମ ଜଣଙ୍କ ହେଉଛି ସତ୍ୟମୂର୍ତ୍ତି ନାମକ ଜଣେ କୋଟିପତିର ପୁଅ ଆନନ୍ଦ, ଯିଏକି ତା'ର ବାପାଙ୍କର ମୃତ୍ୟୁ ପରେ ସବୁ ସମ୍ପତ୍ତି ଋଣଦାତାଙ୍କୁ ପ୍ରଦାନ କରିଦିଏ । ଦ୍ୱିତୀୟ ଜଣଙ୍କ ହେଉଛି ସାମ୍ବାଶିବା ରାଓ, ଯିଏକି ଜଣେ ଧନୀ ବ୍ୟକ୍ତି ଏବଂ ତା ଝିଅ ସମୀରା ଆନନ୍ଦର ପ୍ରେମରେ ପଡ଼ିଯାଏ । ତୃତୀୟ ଚରିତ୍ରଟି ହେଉଛି ଦେବରାଜ ନାଇଡ଼ୁ, ଯିଏକି ଗୋଟିଏ ଅଞ୍ଚଳରେ ଏକ ବଡ଼ ଗୁଣ୍ଡା ଭାବରେ ପରିଚିତ । ସତ୍ୟମୂର୍ତ୍ତି ସାମ୍ବାଶିବ ରାଓଙ୍କୁ ବିକିଥିବା ଏକ ସମ୍ପତ୍ତି ଉପରେ ଦେବରାଜର ଅକ୍ତିଆର ଥାଏ, ତେଣୁ ସାମ୍ବାଶିବ ରାଓ ଏହି ସମ୍ପତ୍ତିର ପ୍ରକୃତ କାଗଜପତ୍ର ଯୋଗାଡ଼ କରିବାକୁ ଆନନ୍ଦକୁ ଦେବରାଜ ପାଖକୁ ପଠାଏ । ଏହି କଥାଚିତ୍ରଟିର କାହାଣୀ ଆନନ୍ଦ ଭୋଗୁଥିବା ଅସୁବିଧା ଏବଂ ତାକୁ କେମିତି ସାମ୍ନା କରି ଲୋକମାନଙ୍କୁ ନିଜ କଥାରେ ଏକଯୁଟ କରାଇପାରୁଛି, ସେ ଉପରେ ନିର୍ମାଣ କରାଯାଇଛି ।

୨୦୧୪ ମସିହାର ନଭେମ୍ବର ମାସରେ ଏହି କଥାଚିତ୍ରଟିର ୫ ଫେବୃଆରୀ ୨୦୧୫ରେ ମୁକ୍ତିଲାଭ କରିବା ପାଇଁ ଘୋଷଣା କରାଯାଇଥିଲା,[୮] ମାତ୍ର ପରବର୍ତ୍ତୀ ସମୟରେ ଏହାର ମୁକ୍ତିଲାଭ ତାରିଖ ୨ ଅପ୍ରେଲ ୨୦୧୫କୁ ଘୁଞ୍ଚାଇ ଦିଆଯାଇଥିଲା ।[୯][୧୦] ୩୦ ମାର୍ଚ୍ଚ ୨୦୧୫ରେ ଏହି କଥାଚିତ୍ରଟି ସେନ୍ସର୍ ବୋର୍ଡ଼ର ଅନୁମୋଦନ ପାଇବା ପରେ ପୁଣିଥରେ ମୁକ୍ତିଲାଭ ତାରିଖ ୯ ଅପ୍ରେଲ ୨୦୧୫କୁ ଘୁଞ୍ଚାଯାଇଥିଲା, ଯେଉଁଦିନ ଶେଷରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।[୧୧] ଏହି କଥାଚିତ୍ରଟିର ଇଂରାଜୀ ସବ୍‌ଟାଇଟଲ୍ ସହିତ ତାମିଲନାଡ଼ୁରେ ମୁକ୍ତିଲାଭ କରିଥିବା କିଛି ବିରଳ ତେଲୁଗୁ କଥାଚିତ୍ର ମଧ୍ୟରୁ ଅନ୍ୟତମ ।[୧୨]

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବୀ ଶ୍ରୀ ପ୍ରସାଦ । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁ ଦିକ୍ଷୀତ ଏହି କଥାଚିତ୍ରରେ ଗୀତ ଗାଇଥିଲେ, ଯାହା ଥିଲା ତାଙ୍କର ପ୍ରଥମ ତେଲୁଗୁ ଗୀତ ।[୧୩][୧୪] ଏହି କଥାଚିତ୍ରଟିର ଗୀତ ୧୪ ମାର୍ଚ୍ଚ ୨୦୧୫ରେ ମୁକ୍ତିଲାଭ କରିଥିଲା ।[୧୫] ଗୀତ ରିଲିଜ୍ ବେଳେ ତେଲୁଗୁ କଥାଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ର ପବନ କଲ୍ୟାଣମହେଶ ବାବୁ ଅତିଥି ଭାବରେ ଉପସ୍ଥିତ ଥିଲେ ।[୧୬]

ଆଧାର[ସମ୍ପାଦନା]

  1. Times News Network (19 December 2013). "Devi Sri Prasad to compose tunes for Allu Arjun's next". The Times of India. Archived from the original on 31 October 2014. Retrieved 8 April 2014.
  2. "Allu Arjun's film overseas rights sold out". The Times of India. 21 October 2014. Archived from the original on 22 October 2014. Retrieved 22 October 2014.
  3. "Allu Arjun – Trivikram movie Nizam rights sold for a bomb". IndiaGlitz. 21 November 2014. Archived from the original on 21 November 2014. Retrieved 21 November 2014.
  4. H. Hooli, Shekhar (30 March 2015). "Allu Arjun's 'Son of Satyamurthy' Gets 'U/A' Certificate from Censor Board; Set For Grand Release". International Business Times India. Archived from the original on 30 March 2015. Retrieved 30 March 2015.
  5. V. P., Nicy (4 April 2015). "Allu Arjun to Join Twitter Ahead of 'S/O Sathyamurthy' Release". International Business Times India. Archived from the original on 4 April 2015. Retrieved 4 April 2015.
  6. Anjuri, Pravallika (31 March 2015). "Son of Satyamurthy Enters Profit Zone Before Its Release". Oneindia Entertainment. Archived from the original on 31 March 2015. Retrieved 31 March 2015.
  7. Pudipeddi, Harichandran (1 July 2015). "Content over star power: Story of south cinema in first half of 2015". Hindustan Times. Archived from the original on 11 July 2015. Retrieved 11 July 2015.
  8. Seshagiri, Sangeetha (25 November 2014). "Allu Arjun-Trivikram Film to Release on 5 February; Will it Clash with 'Rudhramadevi'?". International Business Times India. Archived from the original on 25 November 2014. Retrieved 25 November 2014.
  9. Kamal, S. S. (22 January 2015). "Allu will come after World Cup". Bangalore Mirror. Archived from the original on 26 January 2015. Retrieved 26 January 2015.
  10. Srinivasan, Latha (6 March 2015). "Allu Arjun-Trivikram film Son of Satyamurthy to release on April 2!". Bollywood Life. Archived from the original on 7 March 2015. Retrieved 7 March 2015.
  11. Anjuri, Pravallika (30 March 2015). "Son of Satyamurthy Clears Censor And Gets A Release Date". Oneindia Entertainment. Archived from the original on 30 March 2015. Retrieved 30 March 2015.
  12. "Allu Arjun to make a grand entry ..." Behindwoods. 5 April 2015. Archived from the original on 5 April 2015. Retrieved 5 April 2015.
  13. "Raghu Dixit croons for Allu Arjun's next". The Times of India. 4 February 2015. Archived from the original on 4 February 2015. Retrieved 4 February 2015.
  14. "DSP introduces another pop singer with Allu Arjun's film". IndiaGlitz. 4 February 2015. Archived from the original on 4 February 2015. Retrieved 4 February 2015.
  15. "Mahesh Babu and Pawan Kalyan for 'Son of Satya Murthy' audio ?". IndiaGlitz. 13 February 2015. Archived from the original on 13 February 2015. Retrieved 13 February 2015.
  16. "Pawan, Mahesh to promote Allu Arjun?". The Times of India. 14 February 2015. Archived from the original on 14 February 2015. Retrieved 14 February 2015.