ସନ୍ଥ ନିର୍ମଳା

ଉଇକିପିଡ଼ିଆ‌ରୁ
ସନ୍ଥ ନିର୍ମଳା
संत निर्मळा
ଜନ୍ମ୧୪ଶ ଶତାବ୍ଦୀ
ସକ୍ରିୟ ବର୍ଷ୧୪ଶ ଶତାବ୍ଦୀ
ବୈବାହିକ-ସାଥୀସନ୍ଥ ବାଙ୍କା

ସନ୍ଥ ନିର୍ମଳା ଚତୁର୍ଦ୍ଦଶ ଶତାବ୍ଦୀର ଭାରତର ମହାରାଷ୍ଟ୍ରରେ ଜନ୍ମିତ ଜଣେ କବି ଥିଲେ । ତାଙ୍କୁ ଜଣେ ହିନ୍ଦୁ ସନ୍ଥ ଭାବରେ ମଧ୍ୟ ବିବେଚନା କରାଯାଏ । ସେ ଥିଲେ ଚୋଖାମେଳାଙ୍କ ସାନ ଭଉଣୀ ଏବଂ ତାଙ୍କୁ ତାଙ୍କ ଭାଇଙ୍କ ସହିତ ସମାନ ଜଣେ ହିନ୍ଦୁ ସନ୍ଥ ଭାବରେ ବିବେଚନା କରାଯାଏ ।[୧] ନିର୍ମଳା ସନ୍ଥ ବାଙ୍କାଙ୍କୁ ବିବାହ କରିଥିଲେ । ବାଙ୍କା ଥିଲେ ମହାର ଜାତିର ।[୨] ନିର୍ମଳା ମୁଖ୍ୟତଃ ଅଭଙ୍ଗମାନ ରଚନା କରିଥିଲେ ଓ ସେଥିରେ ପ୍ରଧାନତଃ ଜାତି ପ୍ରଥା ଯୋଗୁଁ ସେ ଭୋଗୁଥିବା ଅନ୍ୟାୟ ଓ ଅସମାନତା ବର୍ଣ୍ଣନା କରିଥିଲେ ।[୨]

ନିର୍ମଳା ସଂସାରିକ ବୈବାହିକ ଜୀବନକୁ ନେଇ ଦୁଃଖ ପ୍ରକାଶ କରିବା ସହ ପଣ୍ଢରପୁରର ଭଗବାନଙ୍କୁ ନିଜର କରିଥିଲେ । ସେ ତାଙ୍କ କବିତାରେ କେବେ ବି ବାଙ୍କାଙ୍କ ବିଷୟରେ ଉଲ୍ଲେଖ କରିନାହାଁନ୍ତି ।[୩]

ଆଧାର[ସମ୍ପାଦନା]

  1. Kher, B.G. (1979). "Maharashtra Women Saints". In Swami Ganananda; Steward-Wallace, John (eds.). Women Saints, East & West. Hollywood, Calif.: Vedanta. pp. 61–62. ISBN 0874810361.
  2. ୨.୦ ୨.୧ Zelliot, Eleanor (2000). "Sant Sahitya and its Effect on Dalit Movements". In Kosambi, Meera (ed.). Intersections: Socio-cultural Trends in Maharashtra. New Delhi: Orient Longman. p. 190. ISBN 8125018786.
  3. Ghokale-Turner, Jayashree B. (1981). "Bakhti or Vidroha: Continuity and Change in Dalit Sahitya". In Lele, Jayant (ed.). Tradition and modernity in Bhakti movements. Leiden: Brill. p. 29. ISBN 9004063706.