ସନା ମିର

ଉଇକିପିଡ଼ିଆ‌ରୁ
ସନା ମିର
Refer to caption
ମାର୍ଚ୍ଚ ୨୦୦୯ ମସିହାରେ ମୀର
ବ୍ୟକ୍ତିଗତ ତଥ୍ୟ
ନାମସନା ମିର
ଜନ୍ମ (1986-01-05) ୫ ଜାନୁଆରୀ ୧୯୮୬ (ବୟସ ୩୮)
ଆବୋଟାବାଦ, Khyber Pakhtunkhwa, Pakistan
ବ୍ୟାଟିଂ ପ୍ରକାରଡାହାଣ-ହାତ
ବୋଲିଂ ପ୍ରକାରଡାହାଣ ବାହୁ offspin
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap 42)28 ଡିସେମ୍ବର 2005 v ଶ୍ରୀଲଙ୍କା
ଶେଷ ଦିନିକିଆ4 ନଭେମ୍ବର 2019 v ବଙ୍ଗଳାଦେଶ
ଦିନିକିଆ ଜାମା ନମ୍ବର5
ପ୍ରଥମ ଟି୨୦ (cap 10)25 ମଇ 2009 v ଆୟର୍ଲ୍ୟାଣ୍ଡ
ଶେଷ ଟି୨୦28 ଅକ୍ଟୋବର 2019 v ବଙ୍ଗଳାଦେଶ
ଘରୋଇ ଦଳ ତଥ୍ୟ
YearsTeam
2009–till dateZarai Taraqiati Bank Limited Women
2005–2010Pakistan Cricket Board Women Greens
2008–2009South Zone (Pakistan) Women
2005–2008Karachi
Career statistics
ପ୍ରତିଯୋଗିତା WODI WT20I WLO WT20
ମ୍ୟାଚ ସଂଖ୍ୟା 120 106 136 101
ମୋଟ ରନ 1,630 802 1,888 1.028
ବ୍ୟାଟିଂ ହାର 17.91 14.07 20.52 16.85
ଶତକ/ଅର୍ଦ୍ଧଶତକ 0/3 0/0 1/5 0/1
ସର୍ବାଧିକ ରନ 52 48* 104* 50*
ବଲ ସଂଖ୍ୟା 5,942 2,270 6,224 2,000
ଉଇକେଟ 151 89 165 87
ବୋଲିଂ ହାର 24.27 23.42 21.12 18.90
ଇନିଙ୍ଗସରେ ୫ଟି ଉଇକେଟ 1 0 3 0
ମ୍ୟାଚରେ ୧୦ଟି ଉଇକେଟ n/a n/a n/a n/a
ସବୁଠୁ ଭଲ ବୋଲିଂ 5/32 4/13 5/18 4/9
କ୍ୟାଚ/ଷ୍ଟମ୍ପିଙ୍ଗ 42/– 26/– 45/– 24/–
Source: ESPNcricinfo, 25 ଏପ୍ରିଲ୍ 2020
Medal record
Competitor for  ପାକିସ୍ଥାନ
Women's Cricket
Asian Games
Gold 2010 Guangzhou Team
Gold 2014 Incheon Team

ସନା ମିର (ଜନ୍ମ: ୫ ଜାନୁଆରୀ ୧୯୮୬) ଜଣେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଯିଏ, ODI ଏବଂ T20Iରେ ପାକିସ୍ତାନ ଜାତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଭାବରେ କାର୍ଯ୍ୟ କରିଥିଲେ ।[୧][୨] ସେ ୨୨୬ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । [୩] ସେ ପାକିସ୍ତାନ ପାଇଁ ପ୍ରଥମ ବୋଲର ଅଟନ୍ତି ଯିଏକି WODIରେ ୧୦୦ ୱିକେଟ୍ ନେଇଥିଲେ ।[୪]

ଆନ୍ତର୍ଜାତିକ କ୍ୟାରିଅର[ସମ୍ପାଦନା]

ଅକ୍ଟୋବର ୨୦୧୮ ମସିହାରେ ସେ ପ୍ରଥମ ପାକିସ୍ତାନୀ ମହିଳା କ୍ରିକେଟର ହୋଇଥିଲେ ଯାହାକି ICC ODI ବୋଲର ମାନ୍ୟତାରେ 1 ନମ୍ବର ସ୍ଥାନ ଅଧିକାର କରିଥିଲେ । ସେ ଏସିଆନ ଗେମ୍ସ ୨୦୧୦ ଏବଂ ୨୦୧୪ ମସିହାରେ ପାକିସ୍ତାନକୁ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।[୫] ସେ ୨୦୦୮ ମସିହାରେ ମହିଳା କ୍ରିକେଟ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ପ୍ଲେୟାର ଅଫ ଟୁର୍ଣ୍ଣାମେଣ୍ଟ ଭାବରେ ଘୋଷିତ ହୋଇଥିଲେ ଏବଂ ବର୍ତ୍ତମାନ ICC ପ୍ଲେୟାର ମାନ୍ୟତାରେ ମହିଳା ODI ବୋଲରମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଗତ ୯ ବର୍ଷ ଧରି ଟପ ୨୦ ICC ର଼୍ୟାଙ୍କିଙ୍ଗରେ ରହିଛନ୍ତି । ତାଙ୍କ କ୍ୟାପଟେନ୍ସି ସମୟରେ ପାକିସ୍ତାନର ୮ ଖେଳାଳୀ ଶ୍ରେଷ୍ଠ 20 ICC ମାନ୍ୟତାରେ ପ୍ରବେଶ କରିଛନ୍ତି। [୬]

ଫେବ୍ରୁଆରୀ ୨୦୧୭ ମସିହାରେ , 2017 ମହିଳା କ୍ରିକେଟ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ସେ WODIରେ ୧୦୦ ୱିକେଟ୍ ନେଇଥିବା ପ୍ରଥମ ପାକିସ୍ତାନୀ ମହିଳା ହୋଇଥିଲେ ।[୭] ସେପ୍ଟେମ୍ବର ୨୦୧୭ ମସିହାରେ ମିର ଏହି ପଦରୁ ଇସ୍ତଫା ଦେବା ପରେ ବିସ୍ମା ମାରୋଫଙ୍କୁ ପାକିସ୍ତାନ ମହିଳା ODI ଦଳର ଅଧିନାୟକ କରାଯାଇଥିଲା ।[୮] ଫେବ୍ରୁଆରୀ ୨୦୧୯ ମସିହାରେ ସେ ପାକିସ୍ତାନ ପାଇଁ ପ୍ରଥମ ମହିଳା ହୋଇଥିଲେ ଯେଉଁଥିରେ ୧୦୦ଟି T20 ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ ।[୯] ନଭେମ୍ବର୨୦୧୯ ମସିହାରେ ସେ ଘୋଷଣା କରିଥିଲେ ଯେ ସେ ଆନ୍ତର୍ଜାତିକ କ୍ରିକେଟରୁ ବିରତି ନେବେ ।[୧୦]

୨୫ ଏପ୍ରିଲ ୨୦୨୦ ମସିହାରେ ସେ ଆନ୍ତର୍ଜାତିୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।[୧୧]

ଆଧାର[ସମ୍ପାଦନା]

  1. "The fast bowler".
  2. "Sana Mir: Pakistan's 'Captain Cool' who leads by example".
  3. "Sana Mir announces retirement". International Cricket Council. Retrieved 25 April 2020.
  4. "Leading Ladies: First to 100 ODI wickets from each team". Women's CricZone. Retrieved 6 June 2020.
  5. Sana retains captaincy, Retrieved 25 August 2010.
  6. Reliance Mobile Rankings: Women's ODI Bowlers, Retrieved 25 August 2010.
  7. "Mir looks at big picture after 1000-100 double". International Cricket Council. Retrieved 9 February 2017.
  8. "Sana Mir: Walking into the fire". DAWN. Retrieved 25 April 2020.
  9. "Sana Mir becomes first Asian woman to play hundred T20Is". Geo TV. Retrieved 3 February 2019.
  10. "Sana Mir takes break from international cricket; to miss series against England next month". ESPN Cricinfo. Retrieved 20 November 2019.
  11. "Sana Mir retires from international cricket". ESPN Cricinfo. Retrieved 25 April 2020.