ସଦା କୌର

ଉଇକିପିଡ଼ିଆ‌ରୁ
ସଦା କୌର
ସରକାର-ଇ-ଖାଲସର ରାଣୀ
କାନହାଇୟସର ମୁଖ୍ୟ

ଜୀବନସାଥୀ ଗୁରୁବାକ୍ଷ ସିଂ କହ୍ନାଇୟା (୧୭୬୮- ୧୭୮୫ ତାଙ୍କ ମୃତ୍ୟୁ)
ସନ୍ତାନସନ୍ତତିଗଣ
ମହତାବ କୌର
ବାପା ଦାଶବନ୍ଧ ସିଂ ଧାଲିୱାଲ
ଜନ୍ମ ୧୭୬୨
ମୃତ୍ୟ 1832 (aged 69–70)
ଲାହୋର, ପଞ୍ଜାବ, ଶିଖ ସାମ୍ରାଜ୍ୟ
ଧର୍ମ ଶିଖ୍ ଧର୍ମ

ରାଣୀ ସଦା କୌର (ପଞ୍ଜାବୀ:ਸਦਾ ਕੌਰ; ୧୭୬୨ – ୧୮୩୨) ଜଣେ ଶିଖ୍ ନେତା ଥିଲେ । ସେ ୧୭୮୯ ମସିହାରୁ ୧୮୨୧ ମସିହା ପର୍ଯ୍ୟନ୍ତ କହ୍ନାଇୟା ମିସଲର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ, ତାଙ୍କ ସ୍ୱାମୀ ଗୁରୁବାକ୍ଷ ସିଂ କହ୍ନାଇୟାଙ୍କ ମୃତ୍ୟୁ ପରେ, କହ୍ନାଇୟା ମିସଲର ନେତା ଜୟ ସିଂ କହ୍ନାଇୟାଙ୍କ ଉତ୍ତରାଧିକାରୀ ହୋଇଥିଲେ । ତାଙ୍କୁ ବେଳେବେଳେ ସର୍ଦ୍ଦାର ସଦା କୌର ବୋଲି ମଧ୍ୟ କୁହାଯାଏ ।[୧]

ବୁଦ୍ଧିମାନ ଏବଂ ଉଚ୍ଚାଭିଳାଷୀ ଭାବରେ ବର୍ଣ୍ଣିତ ରାଣୀ ସଦା କୌର, ରଣଜିତ ସିଂଙ୍କୁ ଶିଖ ସାମ୍ରାଜ୍ୟ ଖୋଜିବା ପାଇଁ ମାର୍ଗଦର୍ଶନ କରିବାରେ ଏବଂ ପଞ୍ଜାବର ସିଂହାସନରେ ରଣଜିତ ସିଂଙ୍କ ଯୋଗଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପଞ୍ଜାବରେ ଶିଖ୍ ଶକ୍ତି ବୃଦ୍ଧି ଏବଂ ଏକୀକରଣରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।[୨]

ବାଲ୍ୟ ଜୀବନ ଏବଂ ବିବାହ[ସମ୍ପାଦନା]

ସଦା କୌର ୧୭୬୨ ମସିହାରେ ଧାଲିୱାଲ ଜାଟ ଶିଖ ପରିବାରରେ ସର୍ଦ୍ଦାର ଦାସବନ୍ଧା ସିଂ ଧାଲିୱାଲଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।[୩] ସେ କହ୍ନାଇୟା ମିସଲର ସନ୍ଧୁ ଜାଟ ଶାସକ ଜୟ ସିଂଙ୍କ ଜ୍ୟେଷ୍ଠ ପୁତ୍ର ତଥା ଉତ୍ତରାଧିକାରୀ ୭ ବର୍ଷିୟ ଗୁରୁବାକ୍ଷ ସିଂ କହ୍ନାଇୟାଙ୍କୁ ୧୭୬୮ ମସିହାରେ ବିବାହ କରିଥିଲେ ଏବଂ ୧୭୮୨ ମସିହାରେ ସେ ମେହତାବ କୌର ନାମକ ଜଣେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।[୪][୫]

କହ୍ନାଇୟା ମିସାଲର ନେତୃତ୍ୱ[ସମ୍ପାଦନା]

ଗୁରୁବାକ୍ଷ ସିଂ ବଟାଲା ଯୁଦ୍ଧରେ ସୁକରଚକିୟା ମିସଲ, ରାମଗଡଢ଼ିୟା ମିସଲ ଏବଂ ସଂସାର ଚନ୍ଦ କାଟୋଚ ବିରୋଧରେ ଲଢେଇ କରି ମୃତ୍ୟୁବରଣ କରିଥିଲେ । ୧୭୮୫ ମସିହାରେ ସଦା କୌର, ଜୟ ସିଂ କହ୍ନାଇୟାଙ୍କ ସହ ମିଶି ନିଜ ଝିଅଙ୍କୁ ସୁକରଚକିୟା ମିସଲର ମୁଖ୍ୟ ରଣଜିତ ସିଂଙ୍କ ସହିତ ବିବାହ ପ୍ରସ୍ତାବ ରଖି ୧୭୮୬ ମସିହାରେ ସେମାନଙ୍କ ବିବାହ କରେଇଥିଲେ ।[୬] ୧୭୮୯ ମସିହାରେ ତାଙ୍କ ଶ୍ୱଶୁର ଜୟ ସିଂ କହ୍ନାଇୟାଙ୍କର ମୃତ୍ୟୁ ହୋଇଥିଲା । ତା’ପରେ ସଦା କୌର କହ୍ନାଇୟା ମିସଲର ନେତୃତ୍ୱ ନେବା ସହିତ ଏହାର ୮,୦୦୦ ଅଶ୍ୱାରୋହୀଙ୍କ ବିଶ୍ୱସ୍ତତା ମଧ୍ୟ ଗ୍ରହଣ କରିଥିଲେ । ମହାନ ସିଂଙ୍କ ମୃତ୍ୟୁ ପରେ, ୧୭୯୨ ମସିହାରେ, ରଣଜିତ ସିଂଙ୍କୁ ସୁକରଚକିୟା ମିସଲ ମୁଖ୍ୟ କରାଯାଇଥିଲା ଏବଂ ସଦା କୌର ତାଙ୍କର ସଂରକ୍ଷକ ହୋଇଗଲେ । ରଣଜିତଙ୍କୁ ସମର୍ଥନ କରିବା ପାଇଁ ସଦା କୌର ଉଭୟ କହ୍ନାଇୟା ଏବଂ ସୁକରଚକିୟା ମିସଲର ବ୍ୟବହାର କରିଥିଲେ ।

ଭଙ୍ଗି ମିସଲର ଶାସନରେ କ୍ଳାନ୍ତ ହୋଇଥିବା ଲାହୋରର ଲୋକମାନେ ସଦା କୌର ଏବଂ ରଣଜିତ ସିଂଙ୍କୁ ଲାହୋର ଦଖଲ କରିବାକୁ ଅନୁରୋଧ କରିଥିଲେ । ସଦା କୌର, ରଣଜିତଙ୍କୁ ପରାମର୍ଶ ଦେଇଥିଲେ ଯେ, ଲାହୋର ଯିଏ ନିୟନ୍ତ୍ରଣ କରେ ସେ ହିଁ ପଞ୍ଜାବକୁ ନିୟନ୍ତ୍ରଣ କରିଥାଏ । ୭ ଜୁଲାଇ ୧୭୯୯ ମସିହାରେ ରଣଜିତ ସିଂ ଏବଂ ସଦା କୌର ୨୫,୦୦୦ ସୈନ୍ୟମାନଙ୍କ ସହିତ ଲାହୋର ଉପରେ ଆକ୍ରମଣ କରିଥିଲେ । ଲାହୋରର ଲୋକମାନେ ସେମାନଙ୍କ ପାଇଁ ନଗର ଫାଟକ ଖୋଲିଥିଲେ । ରଣଜିତ ଲାହୋର ଗେଟ ଦେଇ ସହରକୁ ପ୍ରବେଶ କରିଥିଲେ ଏବଂ ସଦା କୌର ଦିଲ୍ଲୀ ଗେଟ ଦେଇ ପ୍ରବେଶ କରିଥିଲେ । ପରେ ସଦା କୌର ୧୮୦୧ ମସିହାରେ ରଣଜିତ ସିଂଙ୍କୁ ଲାହୋରର ରାଜା କରିଥିଲେ ।

ସେ ୧୮୨୦ ମସିହା ପର୍ଯ୍ୟନ୍ତ ନିଜର ଅଧିକାଂଶ ସମ୍ପତ୍ତି ବଜାୟ ରଖିଥିଲେ । ପରେ ସଦା ୧୮୩୨ ମସିହାରେ ଲାହୋରରେ ମୃତ୍ୟୁ ବରଣ କରିଥିଲେ ।

ଆଧାର[ସମ୍ପାଦନା]

  1. Singha, H.S. (2000). The encyclopedia of Sikhism (over 1000 entries). New Delhi: Hemkunt Publishers. p. 137. ISBN 9788170103011.
  2. Singh, Ranveer (2021). Warrior Queen Rani Sada Kaur. United Kingdom: Khalis House Publishing. ISBN 978-1838143725.
  3. Chilana, Rajwant Singh (2005). International bibliography of Sikh studies. Dordrecht: Springer. p. 408. ISBN 9781402030444.
  4. Kakshi, S.R.; Pathak, Rashmi; Pathak, S.R.Bakshi R. (1 January 2007). Punjab Through the Ages. Sarup & Sons. pp. 272–274. ISBN 978-81-7625-738-1. Retrieved 12 June 2010.
  5. Noor, Harbans Singh (2004). Connecting the dots in Sikh history. Chandigarh: Institute of Sikh Studies. p. 67. ISBN 9788185815237.
  6. Griffin, Sir Lepel Henry; Massy, Charles Francis (1890). The Panjab chiefs: historical and biographical notices of the principal families in the Lahore and Rawalpindi divisions of the Punjab. Civil and Military Gazette press. pp. 161–162. Retrieved 13 June 2010.