ସତ୍ୟ ସୁନ୍ଦର ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ସତ୍ୟ ସୁନ୍ଦର ତ୍ରିପାଠୀ
Nationalityଭାରତୀୟ
Parentକିଶୋର ଚନ୍ଦ୍ର ତ୍ରିପାଠୀ

ସତ୍ୟ ସୁନ୍ଦର ତ୍ରିପାଠୀ, ଜଣେ ପରିବେଶବିତ । ୨୦୧୮ ଅଗଷ୍ଟ ମସିହାରେ ସେ ଜାତିସଂଘର ସହାୟକ ମହାସଚିବ(ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ) ଭାବରେ ନିଯୁକ୍ତ ହୋଇଛନ୍ତି । ସେ ନ୍ୟୁୟର୍କଠାରେ ଜାତିସଂଘ ପରିବେଶ କାର୍ୟ୍ୟକ୍ରମର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିବେ ।[୧]

ସତ୍ୟ ସୁନ୍ଦରଙ୍କ ପିତାଙ୍କ ନାମ କିଶୋର ଚନ୍ଦ୍ର ତ୍ରିପାଠୀ । ୧୯୮୬-୮୭ ବର୍ଷରେ ଖଲ୍ଲିକୋଟ ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟ ଓ ଆଇନ ଶିକ୍ଷାରେ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି । ଭାରତୀୟ ପୁଲିସ ସେବାରେ କୃତିତ୍ୱ ହାସଲ କରି, ନାଗାଲାଣ୍ଡରେ ଚାକିରୀ ଆରମ୍ଭ କରିଥିଲେ । କିନ୍ତୁ ସମାଜସେବାପ୍ରତି ଆକର୍ଷିତ ହୋଇ, ସେ ଚାକିରୀ ଛାଡିଥିଲେ ।[୨] ଗତ ୨୦ବର୍ଷ ଧରି ସେ ଜାତିସଂଘର ପରିବେଶ, ମାନବ ଅଧିକାର ଓ ନିରନ୍ତର ବିକାଶ ଆଦି ବିଭିନ୍ନ ବିଭାଗରେ କାମ କରିଛନ୍ତି । ସେ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ(ୟୁଏନଇପି)ର ଦୀର୍ଘସ୍ଥାୟୀ ବିକାଶ ୨୦୩୦ ଯୋଜନାର ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩]

ଆଧାର[ସମ୍ପାଦନା]