ସତୀ ସାଧନୀ

ଉଇକିପିଡ଼ିଆ‌ରୁ
ସତୀ ସାଧନୀ
ରାଣୀ ସାଧନୀଙ୍କ ଆଧୁନିକ ଚିତ୍ର
ଶାସନକାଳ ୧୫୨୨-୧୫୨୪
ରାଜ୍ୟାଭିଷେକ ୧୫୨୨
ଜୀବନସାଥୀ ନିତ୍ୟପାଲ
ବଂଶ ଶୁତୀୟା ରାଜବଂଶ
ବାପା ଧର୍ମଧ୍ୱଜପାଲ (ଧୀରନାରାୟଣ)
ଜନ୍ମ ସଦିୟା, ଆସାମ
ମୃତ୍ୟ ୨୧ ଏପ୍ରିଲ,୧୫୨୪
ଚନ୍ଦନଗିରି ପାହାଡ, ସଦିୟା, ଆସାମ

ସତୀ ସାଧନୀ ଶୁତୀୟା ରାଜବଂଶର ଶେଷ ରାଣୀ ଥିଲେ । ସେ ରାଜା ଧର୍ମାଧ୍ୱଜପାଲଙ୍କ (ଧୀରନାରାୟଣ) ଝିଅ ଥିଲେ । ସେ ଆସାମର ସଦିୟାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ନିତ୍ୟପାଲଙ୍କୁ (ଛଦ୍ମନାମ ନିତାଇ) ବିବାହ କରିଥିଲେ ।

ଇତିହାସ[ସମ୍ପାଦନା]

୧୫୨୪ ମସିହାରେ, ଅହୋମ ନିତ୍ୟପାଲଙ୍କ ଦୁର୍ବଳ ନେତୃତ୍ୱର ସୁଯୋଗ ନେଇ ରାଜ୍ୟ ଉପରେ ଆକ୍ରମଣ କରି ସଦିୟାକୁ ପରାସ୍ତ କରି ନିତ୍ୟପାଲଙ୍କୁ ହତ୍ୟା କରିଥିଲେ । ଯେତେବେଳେ ଅହୋମ ବିରୋଧରେ ହୋଇଥିବା ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାଧନୀଙ୍କୁ ସଦିୟାର ଅହୋମ ରାଜ୍ୟପାଳ ସଦିୟାଖୋଭା ଗୋହେନଙ୍କୁ ବିବାହ କରିବାକୁ କୁହାଯାଇଥିଲା, ପରେ ସେ ୧୫୨୪ ମସିହାରେ ସଦିୟା ନିକଟସ୍ଥ ଚନ୍ଦ୍ରଗିରି ପାହାଡ଼ ଉପରୁ ଡେଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ ।

ଦିବସ[ସମ୍ପାଦନା]

ଆସାମରେ ପ୍ରତିବର୍ଷ ୨୧ ଏପ୍ରିଲରେ ଶୁତୀୟା ରାଣୀଙ୍କଦ୍ୱାରା ଦିଆଯାଇଥିବା ବଳିଦାନକୁ ସମ୍ମାନ ଜଣାଇବା ପାଇଁ ସତୀ ସାଧନୀ ଦିବସ ଭାବରେ ପାଳନ କରାଯାଏ । ଆସାମ ସରକାର ଏହି ଦିନକୁ ରାଜ୍ୟ ଛୁଟିଦିନ ବୋଲି ଘୋଷଣା କରିଛନ୍ତି ।[୧][୨]

ପୁରସ୍କାର[ସମ୍ପାଦନା]

ସତୀ ସାଧନୀ ପୁରସ୍କାର ଶୁତୀୟା ଜତି ଉନ୍ନୟନ ପରିଷଦଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । କଳା, ସଂସ୍କୃତି ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ସମ୍ମାନର ଚୟନ ପରିଷଦଦ୍ୱାରା ଗଠିତ ଏକ କମିଟିଦ୍ୱାରା ମନୋନୀତ ହୋଇଛି ।[୩]

ଆଧାର[ସମ୍ପାଦନା]

  1. "Sati Sadhani Divas observed at North Lakimpur". Archived from the original on 2015-09-24.
  2. "Sati Sadhani Divas around the world in 2021". Office Holidays (in ଇଂରାଜୀ). Retrieved 2021-06-19.
  3. "Sati Sadhani Award being launched".