ସଚ୍ଚିଦାନନ୍ଦ ମହାନ୍ତି

ଉଇକିପିଡ଼ିଆ‌ରୁ

ସଚ୍ଚିଦାନନ୍ଦ ମହାନ୍ତି (୧୯ ଡିସେମ୍ବର ୧୯୫୩) ଜଣେ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟ ଗବେଷକ । ଜାତିସଙ୍ଘ ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ସହାୟତାରେ ୧୯୪୯ରେ ଭାରତ ସରକାରଙ୍କଦ୍ୱାରା ଜାତୀୟ ଶିକ୍ଷା କମିଶନ ଗଠନ କରାଯାଇଥିଲା । ଏହା ଏକ ବୈଧାନିକ ସଂସ୍ଥା । ଦେଶର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଓ ୟୁନେସ୍କୋ ଆଭିମୁଖ୍ୟର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରୁଛି । ରାଷ୍ଟ୍ରପତି ଏହାର ସଦସ୍ୟଙ୍କୁ ମନୋନୀତ କରିଥାନ୍ତି । ୨୦୧୫ ମସିହାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୂଳପତି ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ୟୁନେସ୍କୋ ଶିକ୍ଷା କମିଶନର ସଦସ୍ୟ ଭାବେ ମନୋନୀତ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୧୯୫୩ ଡିସେମ୍ବର ୧୯ରେ ସଚ୍ଚିଦାନନ୍ଦ ମହାନ୍ତି କଟକଠାରେ ଜନ୍ମଗ୍ରହଣ କରିଥଲେ ।[୧] ଭଦ୍ରକ ଜିଲ୍ଲା ଆଗରପଡ଼ାର କୁଆଁସମଜ୍ଜିଆ ହେଉଛି ତାଙ୍କ ପୈତୃକ ବାସସ୍ଥାନ । ମାତା ବିଶିଷ୍ଟ କବି ବିଦ୍ୟୁତପ୍ରଭା ଦେବା ଓ ପିତା ଥଲେ ପଞ୍ଚାନନ ମହାନ୍ତି । ଅଜା, ଲେଖକ ନିମାଇଁ ଚରଣ ଦାସଙ୍କ ଆଶୀର୍ବାଦ ଓ ମାତା ବିଦ୍ୟୁତପ୍ରଭାଙ୍କ ସାହିତ୍ୟିକ ପ୍ରେରଣା ତାଙ୍କୁ ଜଣେ ଆଗଧାଡ଼ିର ଗବେଷକ ଓ ଲେଖକ ହେବାରେ ଯଥେଷ୍ଟ ସାହାଯ୍ୟ କରିଥିଲା । ପଣ୍ଡିଚେରୀସ୍ଥିତ ଅନ୍ତର୍ଜାତୀୟ ଶିକ୍ଷା କେନ୍ଦ୍ରରୁ ସ୍କୁଲ ପାଠ୍ୟକ୍ରମ ଓ ଇଂଲିଶ ସାହିତ୍ୟରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ୟୁନିଭର୍ସିଟି ଅଫ ହାଇଦ୍ରାବାଦରୁ ସେ ଇଂଲିଶ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥଲେ । ପରେ ଆଇଆଇଟି କାନପୁରରୁ ‘ଡି.ଏଚ. ଲରେନ୍ସ ଆଣ୍ଠ ଟ୍ୱେଣ୍ଟିଥ ସେଞ୍ଚୁରୀ ଫିକ୍ସନ' ଉପରେ ଗବେଷଣା କରି ପିଏଚଡି ଉପାଧ ଅର୍ଜନ କରିଥିଲେ । ଫୁଲ ବ୍ରାଇଟ ବୃତ୍ତି ପାଇ ପୋଷ୍ଟ ଡକ୍ଟରାଲ କରିବା ଲାଗି ଯେ ଆମେରିକାର ଅଷ୍ଟିନସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟ ଯାଇଥଲେ । ସେହିଭଳି ଅନ୍ୟ ଏକ ପୋଷ୍ଟ ଡକ୍ଟରାଲ କରିବା ସକାଶେ ଯେ ବ୍ରିଟେନର ୟୁନିଭରସିଟି ଅଫ ନଟିଂହାମ ଯାଇଥଲେ । ତେବେ ଇଂଲିଶ ସାହିତ୍ୟରେ ସ୍ନାତକୋତ୍ତର କରିବା ପରେ ସେ ୧୯୭୯ରୁ ୧୯୮o ଭିତରେ ଏସସିଏସ ସନ୍ଧ୍ୟା କଲେଜ, ପୁରୀଭୁବନେଶ୍ୱର ବିଜେବି ସନ୍ଧ୍ୟା କଲେଜରେ ଆଡ଼ହକ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ୧୯୮୦ରୁ ୧୯୮୧ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ୧୯୮୨ରୁ ୧୯୮୪ ଯାଏ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥଲେ । ୧୯୮୪ରୁ ୧୯୮୭ ପର୍ଯ୍ୟନ୍ତ ଆଇଆଇଟି କାନପୁରରେ ପିଏଚଡି ସାରି ସେ ସେହିବର୍ଷ ୟୁନିଭର୍ସିଟି ଅଫ ହାଇଦ୍ରାବାଦରେ ଇଂଲିଶ ସାହିତ୍ୟ ବିଭାଗରେ ନିଯୁକ୍ତ ପାଇଥିଲେ । ଏଥି ସହିତ ସେ ବହୁ ବିଦେଶୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଦାୟିତ୍ୱ ନିର୍ବାହ କରିଛନ୍ତି । ୟୁନିଭର୍ସିଟି ଅଫ ହାଇଦ୍ରାବାଦରେ ଇଂଲିଶ ସାହିତ୍ୟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ମହାନ୍ତି ପରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅବସ୍ଥାପିତ ହେଲେ । ତାଙ୍କର ଶିକ୍ଷା ଓ ଗବେଷଣା ପ୍ରତି ଯେତିକି ଆଗ୍ରହ ରହିଛି ଓଡ଼ିଆ ଓ ଇଂଲିଶ ଭାଷା ଏବଂ ସାହିତ୍ୟ ସକାଶେ ଅଛି ଗଭୀର ଅନୁରାଗ । ମାତା ବିଦ୍ୟୁତପ୍ରଭା ଦେବୀଙ୍କ ଲେଖାର ପ୍ରଭାବ ତାଙ୍କ ଉପରେ ପଡ଼ିଥିବା ଲକ୍ଷ୍ୟ କରାଯାଏ । ହେଲେ ମା’ଙ୍କ ଭଳି କବିତା ମନସ୍କ ନ ହୋଇ ସେ ସାହିତ୍ୟ ଆଲୋଚନା ଓ ସମାଲୋଚନା ପରିଧାରେ ରହିବାକୁ ପସନ୍ଦ କରନ୍ତି ।

କୃତି[ସମ୍ପାଦନା]

ଅଦ୍ୟାବଧି ଓଡ଼ିଆ ଓ ଇଂରାଜୀ ଭାଷାରେ ୨୬ଟି ପୁସ୍ତକ ରଚନା କରିଛନ୍ତି । ନିଜର ଗବେଷଣା ଓ ସାହିତ୍ୟ କୃତି ପାଇଁ ସେ 'ବ୍ରିଟଶ କାଉନସିଲ', 'ଦି ସାଲବର୍ଗ', 'ଦି କଥା ଆଣ୍ଡ ଦି ଫୁଲବ୍ରାଇଟ' ଭଳି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଓଡ଼ିଆ ଭାଷା, ସଂସ୍କୃତର ଗବେଷଣା ଓ ଅଧ୍ୟୟନ କରି ଏହାର ପ୍ରଚାର ଓ ପ୍ରସାର ଦିଗରେ ବ୍ରତୀ ଥିବା ସେ ଅଭିଲେଖାଗାର ତଥା ବିଶିଷ୍ଟ ଲେଖିକାଙ୍କ ଅପନ୍ତରା ନିବାସରେ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥବା ପୁରୁଣା ଲେଖାଗୁଡ଼ିକୁ ପୁନରୁଦ୍ଧାର ପୂର୍ବକ ଏଗୁଡ଼ିକୁ ଇଂଲିଶ ଭାଷାରେ ଜୀବନ୍ତ ରୂପ ଦେଇ ସେ ୨oo୬ରେ ଓଡ଼ିଆ ଜାତି ପାଇଁ ଏକ ଆହ୍ୱାନ ସୃଷ୍ଟ କରିଥଲେ । ଉନବିଂଶ ଶତାବ୍ଦୀର ଶେଷ ଭାଗ ଓ ବିଂଶ ଶତାବ୍ଦୀର ମଧ୍ୟଭାଗ ମଧ୍ୟରେ ଓଡ଼ିଆ ନାରୀ ଲେଖିକାଙ୍କ ଲେଖାର ପ୍ରାସଙ୍ଗିକତା ଏବେର ସମୟରେ ରହିଥିବା ଅନୁଭବ କରିବା ପରେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ପୁସ୍ତକ 'ଆର୍ଲି ଓମେନ ରାଇଟିଂ ଇନ ଓଡ଼ିଶା ୧୮୯୮-୧୯୫o: ଏ ଲଷ୍ଟ ଟ୍ରାଡିଶନ' । ‘ବିସ୍ମୃତ ପରମ୍ପରା, ଓଡ଼ିଆ ସାହିତ୍ୟରେ ନାରୀ ପ୍ରତିଭା' ନାମକ ଏହି ପୁସ୍ତକ ପ୍ରକାଶ ପାଇବା ପରେ ୨୦୦୬ରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଓଡ଼ିଶାର ପ୍ରତିଷ୍ଠିତ ଲେଖକଙ୍କଦ୍ୱାରା ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଆଧାର[ସମ୍ପାଦନା]

  1. "ଧୂଣୀର ଗବେଷକ". ଧରିତ୍ରୀ. Retrieved 19 April 2019.

Lua error in package.lua at line 80: module 'Module:Authority control/config' not found.