ସଚିନ ବେହେରା

ଉଇକିପିଡ଼ିଆ‌ରୁ

ସଚିନ ବେହେରା, ଜଣେ ଓଡ଼ିଆ ବ୍ୟକ୍ତି ଯିଏ ଗୋଟିଏ ମିନିଟରେ ୧୩୭ ଥର ଆଣ୍ଠୁଆ ମାରି ଗିନିଜ ବୁକ ଅଫ ୱାର୍ଲଡରେ କୀର୍ତ୍ତିମାନ ସ୍ଥାପନ କରିଥିଲେ ।

ବ୍ୟକ୍ତିଗତ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ସଚିନ ନୂଆପଡ଼ା ଜିଲ୍ଲାର ଲାକ୍ରା ଗ୍ରାମର ଅଟନ୍ତି । ତାଙ୍କର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ମାତା ଆରତୀ ବେହେରା । ହାଇଟେକ କଲେଜ ଅଫ ଫିଜିଓ ଥେରାପି କଲେଜର ଫିଜିଓ ଥେରାପି ପାଠ୍ୟକ୍ରମର ଛାତ୍ର ହେଉଛନ୍ତି ସଚିନ ।[୧]

ଗିନିଜ୍ ବୁକ୍ସ ଅଫ୍ ରେକର୍ଡସରେ ସ୍ଥାନ[ସମ୍ପାଦନା]

୨୦୧୯ ମସିହାରେ ବିଶେଷଜ୍ଞ ଏବଂ ସ୍ୱୀକୃତିପ୍ରାପ୍ତ ସମୟ ଜଗୁଆଳିଙ୍କ ଉପସ୍ଥିତିରେ ସେ ବିଶ୍ୱର ସର୍ବାଧିକ ୧୩୭ ଫୁଲ କଣ୍ଟାକ୍ଟ ନି ଷ୍ଟ୍ରାଇକ୍ (ପୂର୍ଣ୍ଣ ଆଣ୍ଠୁଆ) ମାରିଥିଲେ । ସ୍ୱୀକୃତି ପାଇଁ ଏହାର ଭିଡିଓ ଗିନିଜ ବୁକ୍ସ ଅଫ ରେକର୍ଡସ କର୍ତୃପକ୍ଷଙ୍କ ପାଖକୁ ପଠାଇଥିଲେ । ଗିନିଜ କର୍ତୃପକ୍ଷ ଏହି ଭିଡିଓକୁ ତର୍ଜମା କରି ଜୁନ ୧୫ ତାରିଖରେ ଏହାକୁ ଲିଖିତ ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ । ଖୁବଶୀଘ୍ର ତାଙ୍କୁ ଏହାର ପ୍ରମାଣପତ୍ର ମିଳିବ ବୋଲି ଇମେଲ ଜରିଆରେ ସଚିନଙ୍କୁ ଜଣାଇ ଦେଇଥିଲେ ।[୨]

ଆଧାର[ସମ୍ପାଦନା]

  1. Bureau, Odisha Sun Times. "Two Odisha youths enter Guinness World Records | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-07-30.
  2. "ଗିନିଜ୍ ରେକର୍ଡ୍ସରେ ଆଉ ଜଣେ ଓଡ଼ିଆ:ସତ୍ୟପୀରଙ୍କ ପରେ ସଚିନ". Sambad (in ଆମେରିକୀୟ ଇଂରାଜୀ). 2019-07-23. Retrieved 2019-07-30.

ବାହାର ଆଧାର[ସମ୍ପାଦନା]