ଷ୍ଟୀଭ ଇରୱିନ

ଉଇକିପିଡ଼ିଆ‌ରୁ
ଷ୍ଟୀଭ ଇରୱିନ
ଅଷ୍ଟ୍ରେଲିଆ ଚିଡିଆଖାନାରେ ଷ୍ଟୀଭ ଇରୱିନ
Born
Stephen Robert Irwin

(1962-02-22)୨୨ ଫେବୃଆରୀ ୧୯୬୨
Essendon, Victoria, ଅଷ୍ଟ୍ରେଲିଆ
Died୪ ସେପ୍ଟେମ୍ବର ୨୦୦୬(2006-09-04) (ବୟସ ୪୪)
Cause of deathହୃଦୟରେ ଆଘାତ
Nationalityଅଷ୍ଟ୍ରେଲିଆ
Other names"The Crocodile Hunter"
Occupation(s)Naturalist, zoologist, conservationist, television personality, herpetologist
Years active1991–2006
Notable workThe Crocodile Hunter
Spouseଟେରୀ ଇରୱିନ
ChildrenBindi Irwin
Robert Irwin
Parent(s)ବବ୍ ଇରୱିନ
ଲୀନ ଇରୱିନ
WebsiteAustralia Zoo
Signature

ଷ୍ଟିଫେନ ରବର୍ଟ ଇରୱିନ (୨୨ ଫେବୃଆରୀ ୧୯୬୨-୪ ସେପ୍ଟେମ୍ବର ୨୦୦୬), ଜଣେ ଅଷ୍ଟ୍ରେଲୀୟ ଚିଡିଆଘର ସଂଚାଳକ ତଥା ଟେଲିଭିଜନରେ କାର୍ଯ୍ୟକରୁଥିବା ବ୍ୟକ୍ତିତ୍ୱ ଭାବେ ଜଣାଶୁଣା । ଏହାଛଡା ସେ ଷ୍ଟୀଭ ଇରୱିନ ବା ଦ କ୍ରୋକଡାଇଲ ହଣ୍ଟର ନାମରେ ମଧ୍ୟ ପରିଚିତ । ଅନ୍ତରାଷ୍ଟ୍ରୀୟ ସ୍ତରରେ ବନ୍ୟଜୀବଙ୍କ ଉପରେ ନିର୍ମିତ ଏକ ଟେଲି ବୃତ୍ତଚିତ୍ର "ଦ କ୍ରୋକଡାଇଲ ହଣ୍ଟର"ରେ (୧୯୯୬-୨୦୦୭)[୧] ତାଙ୍କରି ଆକର୍ଷଣୀୟ କାରନାମା ଯୋଗୁଁ ସେ ପ୍ରସିଦ୍ଧି ହାସଲ କରିଥିଲେ । ଏହି ଟେଲି ବୃତ୍ତଚିତ୍ରରେ ସେ ନିଜ ପତ୍ନୀ ଟେରୀଙ୍କ ସହ କାର୍ଯ୍ୟ କରିଥିଲେ । ସେ ଏବଂ ତାଙ୍କ ପତ୍ନୀ ଟେରୀଙ୍କ ଜୋଡି ସେତେବେଳେ ଅନେକ ଲୋକ ପ୍ରିୟ ବିଦେଶୀ ଟେଲି ଶୃଙ୍ଖଳା ଯଥା; କ୍ରୋକ ଫାଇଲସ (୧୯୯୯-୨୦୦୧), ଦ କ୍ରୋକୋଡାଇଲ ହଣ୍ତର ଡାଏରିଜ (୨୦୦୨-୨୦୦୬), ଓ ନିୟୁ ବ୍ରୀଡ ବେଟସ(2005)ରେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି । ବ୍ରିସବେନର ରାଜଧାନୀ କୁଇନସଲ୍ୟାଣ୍ଡର ଉତ୍ତରରେ ପ୍ରାୟ ୨୬୦୦୦୦ ଫୁଟ ଉଚ୍ଚରେ ବୀରବାହରେ ଅବସ୍ଥିତ ଚିଡିଆଘରର ସଂଚାଳକ ଭାବେ କାର୍ଯ୍ୟ କରିଛନ୍ତି ।

ମାତ୍ର ୪୪ ବର୍ଷ ବୟସରେ ସମୁଦ୍ର ପାଣି ଭିତରେ ଏକ ବୃତ୍ତ ଚିତ୍ରର ନିର୍ମଣ କରିବା ସମୟରେ ଷ୍ଟିଗ୍ରେ ବାର୍ବ ନାମକ ଏକ ବୃହଦକାୟ ମାଛର ଆକ୍ରମଣରେ ସେ ହୃତପିଣ୍ଡ ଆଘାତ ଜନିତ ମୃତ୍ୟୁବରଣ କରିଥିଲେ ।[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଇରୱିନଙ୍କ ପିତା ଥିଲେ ଜଣେ ବନ୍ୟ ହିଂସ୍ର ଜନ୍ତୁ ବିଶେଷଜ୍ଞ ଥିଲେ । ମା ଲିନ ଇରୱିନ ବନ୍ୟଜୀବ ଜନ୍ତୁଙ୍କ ପୁନର୍ବାସ କ୍ଷେତ୍ରରେ କାର୍ଯ୍ୟରତ ଥିଲେ । ମାତା ପିତା ଯେଉଁ ଚିଡିଆଘର ଖୋଲିଥିଲେ, ସେଥିରେ ଅନେକ ମଗରମଛ ତଥା ସାପ ରଖିଥିଲେ । ତେଣୁ ପିଲାଟିବେଳୁ ସେ ଏଭଳି ହିଂସ୍ର ଜୀବଜନ୍ତୁଙ୍କ ସହ ଖେଳିବା ସୂଯୋଗ ପାଇଥିଲେ ଏବଂ ଏହି ସୂଯୋଗରେ ସେ ମଧ୍ୟ ସେମାନଙ୍କ ସହ ଖେଳୁଥିଲେ । ଇତ୍ୟବସରରେ ତାଙ୍କରି ପିତା ତାଙ୍କୁ ମଗରମଛକୁ ଧରିବାର ଅଦ୍ଭୁତ କଳା କୌଶଳ ଶିକ୍ଷା ଦେଇଥିଲେ ।

୧୯୯୨ ମସିହାରେ ଷ୍ଟୀଭଙ୍କ ବିବାହ ଆମେରିକା ନିବାସୀ ଟେରୀ ରେନସଙ୍କ ସହ ହୋଇଥିଲା । ୧୯୯୧ ମସିହାରେ ଟେରୀ ଯେତେବେଳେ ଅଷ୍ଟ୍ରେଲିଆ ବୁଲିବାକୁ ଆସିଥିଲେ, ସେତେବେଳେ ତାଙ୍କର ଦେଖା ହୁଏ ଷ୍ଟୀଭଙ୍କ ସହ । ଏହି ମିଳାମିଶା ପରବର୍ତ୍ତୀ ସମୟରେ ଉଭୟେ ଉଭୟଙ୍କୁ ଭଲପାଇ ବସିଲେ ଏବଂ ୧୯୯୨ରେ ସେମାନଙ୍କର ବିବାହ ହେଲା । ଉଭୟେ ପଶୁପ୍ରେମୀ ଥିଲେ ।

ଅଷ୍ଟ୍ରେଲିଆର ଗ୍ରେଟ ବାରିଅର ରିଫରେଏକ ଅନ୍ତର୍ଜଳୀୟ ଡକୁମେଣ୍ଟାରୀ 'ସମୁଦ୍ରର ଘାତକଶ୍ରେଷ୍ଠ' (Ocean's Deadliest) ପ୍ରସ୍ତୁତ କରିବାବେଳେ ଏକ ବିଶାଳକାୟ ସ୍ଟ୍ରିଙ୍ଗରେ (stingray) ମାଛର କଣ୍ଟାଯୁକ୍ତ ଲାଞ୍ଜ ତାଙ୍କ ଛାତିରେ ପଶିଯିବାରୁ ମୃତ୍ୟୁ ହୋଇଗଲା । [୩] ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପତ୍ନୀ ଟେରି ଇଉ‌ୱିନ ଅଷ୍ଟ୍ରେଲିଆ ଚିଡ଼ିଆଖାନାର ପରିଚାଳନା ଚାଲୁରଖିଲେ ଓ ଦୁଇଟି ଛୁଆଙ୍କ ଲାଳନପାଳନ କରିବାକୁ ଲାଗିଲେ ।

ସମ୍ମାନ[ସମ୍ପାଦନା]

୧୯୯୭ ମସିହାରେ ନିଜ ପିତାଙ୍କ ସହ କୁଇନ୍ସଲ୍ୟାଣ୍ଡର ତଟବର୍ତ୍ତୀ ଇଲାକାରେ ମାଛ ଶୀକାର କରୁଥିବା ବେଳେ ସେ ଏକ ନୂତନ ପ୍ରଜାତିର କଇଁଛର ଆବିଷ୍କାର କରିଥିଲେ । ପରବର୍ତ୍ତୀ ସମୟରେ ଏହାର ନମକ ରଣ ବେଳେ ତାଙ୍କରି ସମ୍ମାନରେ ଏହି ପ୍ରଜାତିର କଇଁଛକୁ ଇରୱିନଙ୍କ କଇଁଛ ବୋଲି ନାମିତ କରାଯାଇଛି । ଆଉଏକ ଅଷ୍ଟ୍ରେଲୀୟ ସ୍ଥଲଚର ପ୍ରାଣୀକୁ ସେ ଆବିଷ୍କାର କରିଥିଲେ ଯାହାକୁ କ୍ରୀକି ଷ୍ଟୀଭଇରୱିନ ନାମରେ ନାମିତ କରି ତାଙ୍କୁ ସମ୍ମାନିତ କରାଯାଇଛି ।

ବିଶ୍ୱ ସଂରକ୍ଷଣ ତଥା ଅଷ୍ଟ୍ରେଲିଆର ପର୍ଯ୍ୟଟନ ବିକାଶ ଦିଗରେ ପ୍ରସଂଶନୀୟ କାର୍ଯ୍ୟଯୋଗୁଁ, ୨୦୦୧ ମସିହାରେ ଅଷ୍ଟ୍ରେଲିଆ ସରକାରଙ୍କ ତାଙ୍କୁ ସେଣ୍ଟେନାରୀ ମେଡାଲରେ ସମ୍ମାନିତ କରିଛନ୍ତି । ୨୦୦୪ ମସିହାରେ ତାଙ୍କୁ Tourism Export of the Year ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । ୨୦୦୪ରେ Queensland Australian of the Year ସମ୍ମାନରେ ସେ ମଧ୍ୟ ସମ୍ମାନିତ । ଏହାଛଡା University of Queensland's School of Integrative Biologyଦ୍ୱାରା ୧୪ ନଭେମ୍ବର ୨୦୦୭ରେ ତାଙ୍କୁ ମରଣୋତ୍ତର ଭାବେ adjunct professorship ସମ୍ମାନରେ ସମ୍ମାନିତ କରାଯାଇଛି ।[୪]

୨୦୦୭ ମସିହାରେ ଭାରତରେ କେରଳର ରାଜ୍ୟ ସରକାର ନେୟାର ବନ୍ୟଜନ୍ତୁ ଅଭୟାରଣ୍ୟକୁ ଷ୍ଟୀଭଙ୍କ ନାମତେ ନାମିତ କରି ତାଙ୍କୁ ସମ୍ମାନିତ କରାଯାଇଛି । ତେବେ ଷ୍ଟୀଭଙ୍କ ପତ୍ନୀ ଟେରୀଙ୍କ ବିନାନୁମତିରେ ଷ୍ଟୀଭଙ୍କ ନାମ ତଥା ଚିତ୍ରକୁ ଏଭଳିଭାବେ ବ୍ୟବହାର କରାଯାଇଥିବାରୁ, ଟେରୀଙ୍କ ଆପତ୍ତିକ୍ରମେ କେରଳ ସରକାର ୨୦୦୯ ମସିହାରେ ଏହି ନାମକରଣ ତଥା ସମ୍ମାନ ପ୍ରକ୍ରୀୟାକୁ ରଦ୍ଦ କରିଦେଇଥିଲେ ।

ତାଙ୍କ ସମ୍ମାନରେ ସି ସେଫର୍ଡ଼ କଞ୍ଜରଭେସନ ସୋସାଇଟିର (Sea Shepherd Conservation Society) ଜାହାଜ 'ମୋର ସ୍ଟିଭ ଇର‌ୱିନ' ( MY Steve Irwin) ନାମିତ ହୋଇଛି ।

ଆଧାର[ସମ୍ପାଦନା]

  1. "Interview with Steve Irwin". www.cnn.com. Retrieved 12 December 2019.
  2. "Google Doodle celebrates 57th birth anniversary of Steve Irw .. Read more at: web.archive.org/web/20190222065522/http://timesofindia.indiatimes.com//articleshow/68105486.cms?&utm_source=contentofinterest&utm_medium=text&utm_campaign=cppst". www.timesofindia.com. Archived from the original on 22 February 2019. Retrieved 12 December 2019.{{cite web}}: CS1 maint: bot: original URL status unknown (link)
  3. "Steve Irwin: Google Doodle celebrates 57th birth anniversary of Steve Irwin, the crocodile hunter". Times of India. 22 February 2019. Archived from the original on 22 February 2019. Retrieved 22 February 2019.
  4. "Croc Hunter becomes a professor". www.abc.net.au. Retrieved 12 December 2019.