ଶ୍ରୀ ରାମାୟଣ ଦର୍ଶନମ

ଉଇକିପିଡ଼ିଆ‌ରୁ

ଶ୍ରୀ ରାମାୟଣ ଦର୍ଶନମ (ಶ್ರೀ ರಾಮಾಯಣ ದರ್ಶನ) ଭାରତୀୟ ଭାଷା କନ୍ନଡରେ ଏହା ଏକ ସର୍ବୋତ୍ତମ ଅନୁବାଦ । ମହାକାବ୍ୟ ରାମାୟଣକୁ କନ୍ନଡ ଭାଷାରେ କୁଭେମ୍ପୁ ନାମକ କବି ଖୁବ ଉନ୍ନତ ଶୈଳୀରେ  ଅନୁବାଦ କରିଥିଲେ ।ଏହା ଅପେକ୍ଷୟକୃତ ନୂତନ ଯୁଗର ଅନୁବାଦ ହୋଇଥିଲେ ମଧ୍ୟ ଏଥିରେ ମୂଳ ରାମାୟଣର ସମସ୍ତ ବଇଶିଷ୍ଟତାକୁ ଅକ୍ଷୁର୍ଣ ରକ୍ଷା ଯାଇ ପ୍ରକାଶିତ ହେଇଥିଲା । ଏଠି ପାଇଁ କବି କୁଭେମ୍ପୁ ସାହିତ୍ଯ ଏକାଡେମି ତଥା 1967 ମସିହାରେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାରର ଅଧିକାରୀ ହେଇଥିଲେ । [୧] [୨]

ବିଷୟବସ୍ତୁ [ସମ୍ପାଦନା]

ବାଲ୍ମୀକି ରାମାୟଣରେ ଥିବା ମୂଳ କଥାବସ୍ତୁକୁ ଅକ୍ଷୁର୍ଣ ରାଖୀ କବି ଏହାକୁ ଦିବ୍ୟ ଦୃଷ୍ଟି ଅନୁସାରେ ନୂତନ ଶୈଳୀରେ ଉପସ୍ଥାପନା କରିଛନ୍ତି । ଏଥିରେ ସମସ୍ତ ପାର୍ଥିବ ବିଷୟ ବସ୍ତୁର ସତ୍ୟତା , କ୍ରୂରତା ଓ ପାପ କର୍ମର ଅଧ୍ୟାତିମିକ ବର୍ଣ୍ଣନା କଥା ଶୈଳୀ ସହ ମିଶ୍ରଣ ପୂର୍ବକ ଉପସ୍ଥାପନା କରି ସମ୍ପୂର୍ଣ୍ଣ ସତ୍ୟତାର ବିଷୟ ମଧ୍ୟ ବର୍ଣ୍ଣନା କରିଛନ୍ତି ।  

ମୂଳ କାହାଣୀର ପରିବର୍ତ୍ତନ [ସମ୍ପାଦନା]

ବାଲ୍ମୀକି ରାମାୟଣର ମୂଳ ଓ ମୁଖ୍ୟ ବିଷୟ ବସ୍ତୁକୁ ପରିବର୍ତ୍ତନ ନ କରି କୁଭେମ୍ପୁ ଏଥିରେ ଆହୁରି କିଛି ପ୍ରଯୁକ୍ତିକ ବିଷୟ ସଂଯୋଗ କରିଛନ୍ତି , ଯାହାଦ୍ୱାରା କାହାଣୀ ଆହୁରି ଜୀବନ୍ତ ହେଇପାରିଛି । କିଛି ନୂତନ ଚରିତ୍ର ମଧ୍ୟ ସେ ଯୋଗ କରିଛନ୍ତି , ଯାହାର ଆବଶ୍ୟକତା ଅନୁଭୂତ ହେଇଥିଲା । 

ସିତାଙ୍କ ଅଗ୍ନି ପ୍ରବେଶ କାହାଣୀ [ସମ୍ପାଦନା]

ସିତାଙ୍କ " ଅଗ୍ନି ପ୍ରବେଶ " ନାମରେ ଏକ ନୂତନ ଅଧ୍ୟାୟ ସେ ଯୋଡିଛନ୍ତି । ସୀତା ଜୀବନ ପ୍ରତି ବିତଶ୍ରୁହ୍ୟ ହେଇ ଲକ୍ଷ୍ମଣଙ୍କୁ ଆଦେଶ ଦେଇଥିଲେ ତାଙ୍କ ପାଇଁ ଚିତା ପ୍ରସ୍ତୁତ କରିବାକୁ । ସେ ସେହି ଚିତା ଉପରେ ଉପବେଶନ ମଧ୍ୟ କରିଥିଲେ ନିଜକୁ ଆତ୍ମାହୁତି ଦେବା ପାଇଁ । ଅଗ୍ନି ପ୍ରଜ୍ୱଳିତ ହେଇଥିବା ସମୟରେ ରାମ ଅଗ୍ନି ଭିତରକୁ ପ୍ରବେଶ କରି ସିତାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟନା ରାମାଙ୍କ ସୀତାଙ୍କ ପ୍ରତି ଅଗାଢ ପ୍ରେମକୁ ସୁଚେଇବା ସହ ସୀତାଙ୍କ ନିର୍ମଳତାକୁ ସ୍ୱଚ୍ଛ ଭାବରେ ପ୍ରତିପାଦନ କରେ । 

ପୁସ୍ତକ ବିଷୟ ରେ [ସମ୍ପାଦନା]

କବି ଏହି ଲେଖା ପୂର୍ଣ କରିବାକୁ 9 ବର୍ଷ ସମୟ ନେଇଥିଲେ । ଏହି ପୁସ୍ତକ ମାତ୍ର ଗୋଟିଏ ପୁସ୍ତକ ଆକାରରେ 877 ପ୍ରୁଷ୍ଠା ବିଶିଷ୍ଟ ହେଇ ଏଥିରେ 22284 ଧାଡି ରହିଛି । ପ୍ରତିଟି ଧାଡି ଅତି ସୁନ୍ଦର ଭାବରେ ସଂଗୀତା ମୟ ଭାବରେ ସଜ୍ଜିତ ହୋଇଛି । ଏହାକୁ ଗିତିନାଟ୍ୟ ହିସାବରେ ବ୍ୟବହାର କରାଯାଇପାରେ । ଏହାକୁ ଭଗବାନ ରାମାଙ୍କ ପାଇ ଉପଯୁକ୍ତ ସମ୍ମାନ ବୋଲି କୁହାଯାଇଥାଏ ।[୩]

ଆଧାର [ସମ୍ପାଦନା]

  1. "Nine Indian Writers Who Should Have Won The Nobel". Swarajya mag. Retrieved 10 December 2016.
  2. "Shadow On The Glen". Outlook. Retrieved 10 December 2016.
  3. "Channels". Deccan Chronicle. Archived from the original on 2017-12-30. Retrieved 2012-02-01.

ବାହାର ଲିଙ୍କ [ସମ୍ପାଦନା]