ଶ୍ରୀ ମାୟା ଚନ୍ଦ୍ରୋଦୟ ମନ୍ଦିର, ମାୟାପୁର

Coordinates: 23°25′29″N 88°23′19″E / 23.4248°N 88.3887°E / 23.4248; 88.3887
ଉଇକିପିଡ଼ିଆ‌ରୁ
ଶ୍ରୀ ମାୟା ଚନ୍ଦ୍ରୋଦୟ ମନ୍ଦିର
বৈদিক তারামণ্ডল মন্দির
ନବଦ୍ୱୀପରୁ (Navadwip) ମନ୍ଦିରର ସମ୍ମୁଖ ଭାଗର ଦର୍ଶନ
Religion
ଅନୁବନ୍ଧଗୁଡ଼ିକଗୌଡିୟ ବୈଷ୍ଣବ (Gaudiya Vaishnavism)
ଦେବାଦେବୀSri Sri Radha-Madhava, Sri Sri Panca Tattva and Sri Sri Prahlada-Narasimha
ପର୍ବ
Governing bodyISKCON
Location
ସ୍ଥାନମାୟାପୁର (Mayapur, ନ‌ଦିଆ ଜିଲ୍ଲା (Nadia district)
Stateପଶ୍ଚିମ ବଙ୍ଗ
Countryଭାରତ
ଭୌଗଳିକ ଅବସ୍ଥିତି23°25′29″N 88°23′19″E / 23.4248°N 88.3887°E / 23.4248; 88.3887
Architecture
Architect(s)ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପଦ (A.C. Bhaktivedanta Swami Prabhupada ଓ ସୁରଭି ଦାସ
TypeEclectic| (Nagara and Odisha Hindu temple architecture, U.S. Capitol)
Specifications
Lengthପ୍ରାୟ ୨୨ ଏକର ଜାଗା
ଉଚ୍ଚତା (ସର୍ବୋଚ୍ଚ)113 metres
Website
tovp.org

ଶ୍ରୀ ମାୟା ଚନ୍ଦ୍ରୋଦୟ ମନ୍ଦିର, (ଅନ୍ୟ ନାମ ବୈଦିକ ପ୍ଲାନେଟାରିଅମ ମନ୍ଦିର ବା ଇଶକନ ମାୟାପୁର) ଏକ ହିନ୍ଦୁ ମନ୍ଦିର ତଥା ଇଶକନର ସଦର ମହକୁମା ଯାହା ଭାରତର ପଶ୍ଚିମ ବଙ୍ଗରେ ଅବସ୍ଥିତ । ହିନ୍ଦୁ ଦେବତା ରାଧା କୃଷ୍ଣଙ୍କୁ ଏହି ମନ୍ଦିର ସମର୍ପିତ ହୋଇଛି । ଏହି ମନ୍ଦିର ତିଆରି ୨୦୧୦ ମସିହାରେ ଆରମ୍ଭ ହୋଇ[୧] ସମାପ୍ତ ହେଲା ବେଳକୁ ଏହା ପୃଥିବୀରେ ସର୍ବୋଚ୍ଚ ମନ୍ଦିରରେ ପରିଗଣିତ ହେବ ।[୨] କୋଲକାତାଠାରୁ ୧୩୫ କିମି ଦୂରରେ ଥିବା ଏହି ମନ୍ଦିର ୨୦୨୨ ମସିହା ସୁଦ୍ଧା ଶେଷ ହୋଇଯିବା ଆଶା କରାଯାଉଥିଲା ।[୩][୪] କିନ୍ତୁ କୋଭିଡ଼ ସଂକ୍ରମଣ ଯୋଗୁ ମନ୍ଦିର ତିଆରି ବିଳମ୍ବ ହୋଇ ୨୦୨୩ ସୁଦ୍ଧା ଶେଷ ହେବା ଆଶା କରାଯାଉଛି ।

ଇତିହାସ[ସମ୍ପାଦନା]

Idols of Sri Sri Radha Madhava, Jagannath, Balarama, Subhadra and Chaitanya Mahaprabhu at the Temple of the Vedic Planetarium (ISKCON Mayapur) in Mayapur.

ପୃଷ୍ଠଭୂମି[ସମ୍ପାଦନା]

ଇଶକନର ପ୍ରତିଷ୍ଠାତା ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପଦଙ୍କ ଦିବ୍ୟଦୃଷ୍ଟିରେ ଏହି ମନ୍ଦିର ତିଆରି ପରିକଳ୍ପନା କରାଯାଇ ସଂଯୁକ୍ତ ରାଷ୍ଟ୍ର କାପିଟଲ ଅଟ୍ଟାଳିକା ଆକାର ବା ଡିଜାଇନରେ ତିଆରି କରିବା ସ୍ଥିର ହୋଇଥିଲା । ୧୯୭୬ ମସିହାରେ ମନ୍ଦିରର ବାହାର ପାଖର ତିଆରି ଶୈଳୀ ନିମନ୍ତେ ତାଙ୍କର ମତ ବ୍ୟକ୍ତ କରିଥିଲେ । ସେହି ଅନୁସାରେ ଇଶକନ ସଂସ୍ଥା (ISKCON) ମନ୍ଦିର ତିଆରି ଆରମ୍ଭ କରିଥିଲେ ।[୫]

ତିଆରି[ସମ୍ପାଦନା]

ଏହି ମନ୍ଦିର ତିଆରି ୨୦୧୦ ମସିହାରେ ଆରମ୍ଭ କରାଯାଇଥିଲା ।[୫]

ବିଳମ୍ବ[ସମ୍ପାଦନା]

ମନ୍ଦିର ତିଆରି ୨୦୧୬ ସୁଦ୍ଧା ଶେଷ କରିବାକୁ ଲକ୍ଷ ରଖାଯାଇଥିଲା । ତିଆରି ସମସ୍ୟା ଯୋଗୁ ଏହା ବିଳମ୍ବ ହେଲା । ଏହା ପରେ କରୋନା ସଂକ୍ରମଣ ଯୋଗୁ ବିଳମ୍ବ ହେଲା । ଅଧୁନା ଏହି ମନ୍ଦିର ଦର୍ଶକମାନଙ୍କ ପାଇଁ ୨୦୨୩ ମସିହା ଜୁଲାଇ ବା ଅଗଷ୍ଟ ମାସରେ ଖୋଲା ହେବା ସ୍ଥିର ହୋଇଛି ।[୬]

ସ୍ଥାପତ୍ୟ[ସମ୍ପାଦନା]

ପୂର୍ବ ଓ ପଶ୍ଚିମ ସ୍ଥାପତ୍ୟର ମିଶ୍ରଣରେ ଏହି ମନ୍ଦିର ନିର୍ମାଣ ହେଉଛି । ମନ୍ଦିର ନିର୍ମାଣ ସରିଲେ ଏହାର ଉଚ୍ଚତା ୧୧୩ ମିଟର ହେବ ଓ ଏହା ପୃଥିବୀର ଉଚ୍ଚତମ ସ୍ମାରକୀ ହେବ[୭][୮][୯] ଓ ଏହା ପୃଥିବୀର ଦ୍ୱିତୀୟ ଉଚ୍ଚତମ ମନ୍ଦିର ବା ଧର୍ମସ୍ଥଳୀ ହେବ, ପ୍ରଥମରେ ଅଛି ୧୩୮ ମିଟର ଉଚ୍ଚତା ବିଶିଷ୍ଟ ଭାଟିକାନର ସେଣ୍ଟ ପିଟର୍ଷ ବାସିଲିକା ଚର୍ଚ୍ଚ ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ISKCON aims to build world's largest temple in Bengal". Hindustan Times. February 26, 2013. Retrieved 2020-01-28.
  2. "ISKCON's Mayapur in West Bengal temple to be world's biggest". Telangana Today. Retrieved 2020-08-12.
  3. King, Anna S. (2015). "Vedic science, modern science and reason". In Keul, István (ed.). Asian Religions, Technology and Science. Routledge. p. 55. ISBN 9781317674481.
  4. Valpey, Kenneth R. (2019). Cow Care in Hindu Animal Ethics. Springer Nature. pp. 214–218. ISBN 9783030284084.
  5. ୫.୦ ୫.୧ "হার মানবে তাজমহল, ভ্যাটিকান! মায়াপুরে ইসকন মন্দিরের এক এক তলায় ঠাঁই হবে কত জনের?" (in Bengali). bangla.hindustantimes.com. Hindustan Times - Bangla. 27 August 2022. Retrieved 28 August 2022.
  6. "বিশ্বের বৃহত্তম মন্দির বাংলায়, ১০ অজানা কথার সন্ধান" (in Bengali). zeenews.india.com. Zee News. 27 August 2022. Retrieved 28 August 2022.
  7. "Vedic Planetarium, 'world's largest temple', to open in Bengal". www.hindustantimes.com. Hindustan Times. 27 August 2022. Retrieved 28 August 2022.
  8. "World's largest religious monument will soon be in India—with the help of Ford heir". theprint.in. The Print. 26 August 2022. Retrieved 28 August 2022.
  9. "World's largest religious monument to open in West Bengal, check details". www.livemint.com. Live Mint. 27 August 2022. Retrieved 28 August 2022.