ଶ୍ରୀଲଙ୍କାର ଭୂଗୋଳ
ଶ୍ରୀଲଙ୍କା, (ପୂର୍ବନାମ "ସିଲନ୍"), ଭାରତ ମହାସାଗରର ଦକ୍ଷିଣ ପୂର୍ବରେ ଥିବା ଏକ ଦ୍ୱୀପପୁଞ୍ଜ । ଏହା ଏକ ପ୍ରମୁଖ ସମୁଦ୍ର ପଥ ନିକଟବର୍ତ୍ତି | ଦେଶର ସମୁଦାୟ କ୍ଷେତ୍ରଫଳ ୬୫,୬୧୨ ବର୍ଗ କିଲୋମିଟର, ଯେଉଥିରୁ ୬୨,୭୦୭ ବର୍ଗ କିଲୋମିଟର ସ୍ଥଳଭାଗ ଏବଂ ୨,୯୦୫ କିଲୋମିଟର ଜଳଭାଗ ଅଟେ | ଏହାର ଉପକୂଳ ରେଖା ୧,୩୪୯ ବର୍ଗ କିଲୋମିଟର (୮୩୦ ବର୍ଗ ମାଇଲ) ଲମ୍ବ | ଶ୍ରୀଲଙ୍କାର ମୁଖ୍ୟ ଦ୍ୱୀପର କ୍ଷେତ୍ରଫଳ ୬୫,୨୬୮ କିଲୋମିଟର; ଏହା କ୍ଷେତ୍ର ଅନୁଯାୟୀ ବିଶ୍ୱର ପଚିଶତମ ବୃହତ୍ତମ ଦ୍ୱୀପ ଅଟେ | ଅବଶିଷ୍ଟ ୩୪୨ ବର୍ଗ କିଲୋମିଟର ଅଞ୍ଚଳ ଡଜନେ ଛୋଟ ଦ୍ୱୀପପୁଞ୍ଜର ଅନ୍ତର୍ଭୁକ୍ତ |ଏହି ଛୋଟ ଦ୍ୱୀପପୁଞ୍ଜର ବୃହତ୍ତମ ଦ୍ୱୀପ, ମନ୍ନାର୍ ଦ୍ୱୀପ, ଯାହା ଆଦାମ ସେତୁ ଆଡକୁସ୍ଥିତ |[୧]
ଶ୍ରୀଲଙ୍କାର ଜଳବାୟୁକୁ କ୍ରାନ୍ତୀୟ ମୋୖସୁମୀ ପ୍ରଭାବିତ କରେ: ଉତ୍ତର-ପୂର୍ବ ମୋୖସୁମୀ (ଡିସେମ୍ବରରୁ ମାର୍ଚ୍ଚ) ଏବଂ ଦକ୍ଷିଣ-ପଶ୍ଚିମ ମୋୖସୁମୀ (ଜୁନ୍ରୁ ଅକ୍ଟୋବର) |ଏହାର ଭୂଭାଗରେ ପ୍ରାୟତଃ ସମତଳ ବା ଅସମାନ ସମତଳ ଭୁମି ଓ ଦକ୍ଷିଣ-କେନ୍ଦ୍ରୀୟ ଆଭ୍ୟନ୍ତର ପାର୍ବତ୍ୟାଞ୍ଚଳ ଅନ୍ତର୍ଭୁକ୍ତ | ସର୍ବୋଚ୍ଚ ସ୍ଥାନ ହେଉଛି ୨,୫୨୪.୧୩ ମିଟର (୮,୨୮୧.୩ ଫୁଟ) ଉଚ୍ଚ ପିଡୁରୁଟାଲାଗାଲା ପର୍ବତ ଶିଖର | ଶ୍ରୀଲଙ୍କା ଚୂନ ପଥର, ଗ୍ରାଫାଇଟ୍, ମିନେରାଲ୍ ବାଲି, ରତ୍ନ ପଥର, ଫସଫେଟ୍, ଏବଂ ଜଳ ବିଦ୍ୟୁତ୍ ଶକ୍ତି ଭଳି ପ୍ରାକୃତିକ ସମ୍ପଦଗୁଡ଼ିକରେ ସମୃଦ୍ଧ |
ଭୂବିଜ୍ଞାନ
[ସମ୍ପାଦନା]ଶ୍ରୀଲଙ୍କାର ୯୦%ରୁ ଅଧିକ ସ୍ଥଳଭାଗ ପ୍ରିକାମ୍ବ୍ରିଆନ୍ ସ୍ତରରେ ସ୍ଥିତ, ଏହାର କିଛି ଅଂଶ ୨୦୦ କୋଟି ବର୍ଷ ପୁରୁଣା | ଦ୍ୱୀପପୁଞ୍ଜର ଅଧିକାଂଶ ଅଂଶ ଗ୍ରାନୁଲାଇଟ୍ ପଥର (ଯଥା, ନାଇସ୍, ସିଲିମାନାଇଟ୍-ଗ୍ରାଫାଇଟ୍ ନାଇସ୍, କ୍ୱାର୍ଟଜାଇଟ୍, ମାର୍ବଲ୍, ଏବଂ ଚାର୍ନୋକାଇଟ୍)ରେ ଗଢ଼ା । କେତେକ ସ୍ଥାନରେ ଆମ୍ଫିବୋଲାଇଟ୍ ଜାତୀୟ ନାଇସ୍, ଗ୍ରାନାଇଟ୍ ଏବଂ ଗ୍ରାନାଇଟିକ୍ ନାଇସ୍ ଦେଖିବକୁ ମିଳେ | ପଶ୍ଚିମ ଉପକୂଳ ନିକଟରେ ଥିବା ଏକ ଛୋଟ ଅଞ୍ଚଳରେ ଆଜି ଜୁରାସିକ୍ ସମୟର ଅବକ୍ଷିପ୍ତ ମିଳେ। ସେହିପରି ମାଇଓସିନ୍ ସମୟର ଚୂନ ପଥର ଦେଶର ଉତ୍ତର-ପଶ୍ଚିମ ଭାଗର ଅଂଶ ଅଟେ ଏବଂ ପଶ୍ଚିମ ଉପକୂଳରେ ଅପେକ୍ଷାକୃତ ସଂକୀର୍ଣ୍ଣ ପଟ୍ଟୀ ଅକରରେ ଦକ୍ଷିଣକୁ ବିସ୍ତୃତ | ଭୂଚଳନତତ୍ତ୍ବ(ପ୍ଲେଟ ଟେକ୍ଟୋନିକ୍ସ) ସୂଚିତ କରେ ଯେ ଏହି ପଥରଗୁଡିକ ଏବଂ ଦକ୍ଷିଣ ଭାରତର ଅଧିକାଂଶ ଅଂଶ ଗଠନ କରୁଥିବା ପଥରଗୁଡିକ ଗୋଣ୍ଡୱାନାଲାଣ୍ଡ ନାମକ ଏକ ମହଦେଶର ଅଂଶ ଥିଲା | [୨] ଏହାର ପ୍ରାଚୀନ ମାଳଭୁମି ଘେରି ରହିଥିବା ଅଞ୍ଚଳରେ ସୀମିତ ପରିମାଣର ଅବକ୍ଷିପ୍ତ ସ୍ତର ଦେଖଯାଏ । ପୁଟାଲାମ ଜିଲ୍ଲାରେ ଜୁରାସିକ୍ ସମୟର (୧୪୦ରୁ ୧୯୦ ନିୟୁତ ବର୍ଷ ପୂର୍ବେ) ଦୁଇଟି ଛୋଟ ଅବକ୍ଷିପ୍ତ ସ୍ତର ସ୍ଥିତ। ଉତ୍ତର-ପଶ୍ଚିମ ଉପକୂଳରେ ମାଇଓସିନ୍ (୫ରୁ ୨୦ ନିୟୁତ ବର୍ଷ ପୂର୍ବେ) ଚୂନ ପଥରର ଏକ ବିସ୍ତୃତ ପଟ୍ଟି, ଯାହାକି ପ୍ଲାଇଷ୍ଟୋସିନ୍ (୧ ନିୟୁତ ବର୍ଷ ପୂର୍ବେ) ଅବକ୍ଷିପ୍ତଦ୍ୱାରା ଅନେକ କ୍ଷେତ୍ରରେ ଆଚ୍ଛାଦିତ , ଦେଖିବାକୁ ମିଳିଥାଏ | | ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳ ଦକ୍ଷିଣ-ପୂର୍ବ ଭାରତର ଗଭୀର କାବେରୀ ନଦୀ ଅବବାହିକାର ଏକ ଅଂଶବିଶେଷ, ଯାହା ଗୋଣ୍ଡୱାନାଲାଣ୍ଡ ଭାଙ୍ଗିବା ପରଠାରୁ ଭାରତ ଏବଂ ଶ୍ରୀଲଙ୍କାର ଉଚ୍ଚଭୂମିରୁ ଅବକ୍ଷିପ୍ତ ସଂଗ୍ରହ କରୁଛି |
ସ୍ଥଳାକୃତି(ଟପୋଗ୍ରାଫି)
[ସମ୍ପାଦନା]ଶ୍ରୀଲଙ୍କାର ସ୍ଥଳଭାଗକୁ ଉଚ୍ଚତା ହିସାବରେ ତିନୋଟି ଭାଗରେ ବିଭାଜନ କରଯାଇପାରେ: କେନ୍ଦ୍ରୀୟ ଉଚ୍ଚଭୂମି, ସମତଳ ଭୂମି ଏବଂ ଉପକୂଳ ଅଞ୍ଚଳ| ସମୟ ସହିତ ବ୍ୟାପକ ଭାଙ୍ଗ , ସ୍ତରଚ୍ୟୁତି ଏବଂ ଅବକ୍ଷୟ ବିଭିନ୍ନ ପ୍ରକାରର ଭୂମିରୁପ ସୃଷ୍ଠି କରିଛି | ଦ୍ୱୀପପୁଞ୍ଜର ଅଧିକାଂଶ ଅଂଶ ସମୁଦ୍ର ପତ୍ତନରୁ ୩୦ରୁ ୨୦୦ ମିଟର ଉଚ୍ଚ ସମତଳ ଭୂମିରେ ଗଠିତ | ଦକ୍ଷିଣ-ପଶ୍ଚିମ ଦିଗରେ, ପର୍ବତ ଧାର ଏବଂ ଉପତ୍ୟକା ଧୀରେ ଧୀରେ କେନ୍ଦ୍ରୀୟ ଉଚ୍ଚଭୂମି ସହିତ ମିଶି ଯାଇଛି | ଏହି ଅଞ୍ଚଳରେ ବ୍ୟାପକ ଅବକ୍ଷୟ ତଳମୁଣ୍ଡରେ କୃଷି ପାଇଁ ଉର୍ବର ମାଟି ସୃଷ୍ଠି କରିଛି | ଦକ୍ଷିଣ ପୂର୍ବରେ, ଲାଲ , ମୋରମ୍ ମାଟି ଭୁମିକୁ ଆଚ୍ଛାଦିତ କରିଛି | ଦକ୍ଷିଣ-ପୂର୍ବ ଦିଗରେ ସମତଳରୁ କେନ୍ଦ୍ରୀୟ ଉଚ୍ଚଭୂମିକୁ ହଠାତ୍ ପରିବର୍ତିତ ହୋଇଯାଏ ଏବଂ ପର୍ବତଗୁଡ଼ିକ କାନ୍ଥ ପରି ଉପରକୁ ଉଠିଥିବାର ଦେଖାଯାଏ | ପୂର୍ବ ଏବଂ ଉତ୍ତରରେ, ସମତଳ ସମତଳ, କେନ୍ଦ୍ରୀୟ ଉଚ୍ଚଭୂମିରୁ ଚାଲୁଥିବା ଗ୍ରାନାଇଟ୍ର ଲମ୍ବା, ସଂକୀର୍ଣ୍ଣ ଧାରଦ୍ୱାରା ବିଚ୍ଛିନ୍ନ |
ସମୁଦ୍ର ପତ୍ତନଠାରୁ ତିରିଶ ମିଟର ଉଚ୍ଚରେ ଏକ ଉପକୂଳ ଅଞ୍ଚଳ ଦ୍ୱୀପକୁ ଘେରି ରହିଛି | ଉପକୂଳର ଅଧିକାଂଶ ଅଂଶ ବାଲୁକା କୂଳ ଓ ଉପକୂଳ ଲାଗୁନ୍କୁ ନେଇ ଗଠିତ | ଜାଫ୍ନା ଉପଦ୍ୱୀପରେ ଚୂନ ପଥର ଶଯ୍ୟା ସମୁଦ୍ର ଲହଡିଦ୍ୱାରା କିଛି ସ୍ଥାନରେ ତଳୁଆ ପାହାଡ ପରି ଦେଖାଯାଏ | ଉତ୍ତର-ପୂର୍ବ ଉପକୂଳରେ ଥିବା ଟ୍ରିନକୋମାଲିରେ ବିଶ୍ୱର ଏକ ସର୍ବୋତ୍ତମ ପ୍ରାକୃତିକ ବନ୍ଦର ଏବଂ ଦକ୍ଷିଣ-ପଶ୍ଚିମ ଉପକୂଳରେ ଗଲ୍ଲେରେ ଏକ ଛୋଟ ପଥର ବନ୍ଦର ଅଛି |[୩]
ଜଳବାୟୁ
[ସମ୍ପାଦନା]ଶ୍ରୀଲଙ୍କାର ଜଳବାୟୁକୁ ଅତି ଉଷ୍ମ ଓ କ୍ରାନ୍ତିୟ ବୋଲି ବର୍ଣ୍ଣନା କରାଯାଇପାରେ | ୫ରୁ ୧୦ ଉତ୍ତର ଅକ୍ଷାଂଶ ମଧ୍ୟରେ ଏହାର ସ୍ଥିତି ଦେଶକୁ ବର୍ଷସାରା ଉଷ୍ମ ପାଗ ପ୍ରଦାନ କରିଥାଏ, ଯାହାକି ସମୁଦ୍ର ପବନ ଏବଂ ଆର୍ଦ୍ରତାଦ୍ୱାରା ପରିମିତ ହୋଇଥାଏ | କେନ୍ଦ୍ରୀୟ ଉଚ୍ଚଭୂମିର ନୁୱାରା ଏଲିୟାରେ ହାରାହାରି ତାପମାତ୍ରା ୧୬ ° C (୬୦.୮ ° F)ରୁ (ଯେଉଁଠାରେ ଶୀତ ଦିନରେ ଅନେକ ଦିନ ପର୍ଯ୍ୟନ୍ତ ଥଣ୍ଡା ହୋଇପାରେ) ଟ୍ରିନକୋମାଲିରେ ୩୨ ° C (୮୯.୬ ° F) ପର୍ଯ୍ୟନ୍ତ ରହିଥାଏ | ଉତ୍ତର-ପୂର୍ବ ଉପକୂଳ (ଯେଉଁଠାରେ ତାପମାତ୍ରା ୩୮ ° C କିମ୍ବା ୧୦୦.୪ ° Fରେ ପହଞ୍ଚିପାରେ) | ସମଗ୍ର ଦେଶ ପାଇଁ ବାର୍ଷିକ ହାରାହାରି ତାପମାତ୍ରା ୨୮ରୁ ୩୦ ° C (୮୨.୪ରୁ ୮୬ ° F) ମଧ୍ୟରେ ରହିଥାଏ | ଦିନ ଏବଂ ରାତିର ତାପମାତ୍ରା ୪ରୁ ୭ ° C (୭.୨ରୁ ୧୨.୬ ° F) ମଧ୍ୟରେ ରୁହେ | ଜାନୁଆରୀ ହେଉଛି ସବୁଠାରୁ ଶୀତଳ ମାସ, ବିଶେଷକରି ଉଚ୍ଚଭୂମିରେ, ଯେଉଁଠାରେ ରାତାରାତି ତାପମାତ୍ରା ୫ ° C (୪୧ ° F)କୁ ଖସିପାରେ |
ବୃଷ୍ଟିପାତ ଭାରତ ମହାସାଗର ଏବଂ ବଙ୍ଗୋପସାଗରର ମୋୖସୁମୀ ପବନଦ୍ୱାରା ପ୍ରଭାବିତ ହୋଇଥାଏ | ପ୍ରଥମଟି ହେଉଛି ମେ-ମଧ୍ୟଭାଗରୁ ଅକ୍ଟୋବର ପର୍ଯ୍ୟନ୍ତ, ଯେତେବେଳେ ଦକ୍ଷିଣ-ପଶ୍ଚିମ ଦିଗରେ ପବନ ଉତ୍ପନ୍ନ ହୁଏ, ଯାହା ଭାରତ ମହାସାଗରରୁ ଆର୍ଦ୍ରତା ଆଣିଥାଏ |ଯେତେବେଳେ ଏହି ବାୟୁ କେନ୍ଦ୍ରୀୟ ଉଚ୍ଚଭୂମିର ଢଲାଣକୁ ସାମ୍ନା କରେ, ପର୍ବତ ଶିଖର ଏବଂ ଦ୍ୱୀପର ଦକ୍ଷିଣ-ପଶ୍ଚିମ ଭାଗରେ ପ୍ରବଳ ବର୍ଷା ହୋଇଥାଏ | ଦ୍ୱିତୀୟ ଋତୁ ଅକ୍ଟୋବର ଏବଂ ନଭେମ୍ବରରେ ଆସେ| ଏହି ଋତୁରେ, ପର୍ଯ୍ୟାୟକ୍ରମେ ଛୋଟରୁ ବଡ଼ ସାମୁଦ୍ରିକ ଝଡ଼ ଦ୍ୱୀପର ଦକ୍ଷିଣ-ପଶ୍ଚିମ, ଉତ୍ତର-ପୂର୍ବ ଏବଂ ପୂର୍ବ ଭାଗକୁ ବର୍ଷା ଆଣିଥାଏ | ତୃତୀୟ ଋତୁ, ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ, ଉତ୍ତର-ପୂର୍ବ ଦିଗରୁ ମୋୖସୁମୀ ପବନ ଆସି ବଙ୍ଗୋପସାଗରରୁ ଆର୍ଦ୍ରତା ଆଣିଥାଏ | ମାର୍ଚ୍ଚରୁ ମେ-ମଧ୍ୟଭାଗ ପର୍ଯ୍ୟନ୍ତ ଏକ ଏକ ମଧ୍ୟବର୍ତ୍ତୀ ଋତୁ ଯେଉଥିରେ ଦିନ ବେଳେ ହାଲୁକା, ପବନ ଏବଂ ସନ୍ଧ୍ୟାରେ ବଜ୍ରପାତ ସହିତ ବର୍ଷା ହୋଇଥାଏ |[୪]
ଆଧାର
[ସମ୍ପାଦନା]- ↑ "100 Largest Islands of the World". World Island Information--The Geography of the World's Islands. Retrieved 2020-11-05.
- ↑ Pathirana, H.D.N.C., 1980, Geology of Sri Lanka in relation to Plate Tectonics; L. Natn. Sci. Coun. Sri Lanka v. 8, p. 75-85
- ↑ Swan, B. (1982). The Coastal Geomorphology of Sri Lanka: An Introductory Survey. Research series in applied geography. Department of Geography, University of New England. p. 72. ISBN 978-0-85834-474-7. Retrieved 2020-11-05.
- ↑ User, Super (2020-11-05). "Climate of Sri Lanka". Home. Archived from the original on 2021-09-28. Retrieved 2020-11-05.
{{cite web}}
:|last=
has generic name (help)