ଶ୍ରୀଲଙ୍କାର ଇତିହାସ
ଶ୍ରୀଲଙ୍କାର ଇତିହାସ ପ୍ରାୟତଃ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଲମ୍ବି ଆସିଥିବା ଅନୁମାନ କରାଯାଏ । ପାଲି ଭାଷାରେ ଲିଖିତ ଗ୍ରନ୍ଥ ମହାବଂଶ, ଦୀପବଂଶ ଓ ଚୂଳ ବଂଶରେ ଏହାର ପ୍ରମାଣ ରହିଛି ।[୧] ଐତିହାସିକମାନଙ୍କ ମଧ୍ୟରେ ଏକ ସାଧାରଣ ବିଶ୍ୱାସ ଥିଲା ଯେ ଶ୍ରୀଲଙ୍କାର ମୂଳ ବାସିନ୍ଦା ମୁଖ୍ୟତଃ ଦକ୍ଷିଣ ଭାରତର ଆଦିମ ଅଧିବାସୀ ଅଟନ୍ତି । କିନ୍ତୁ ନିକଟରେ ହୋଇଥିବା ଖନନରୁ ଜଣାପଡିଛି ଯେ ଶ୍ରୀଲଙ୍କାର ମୂଳ ବାସିନ୍ଦାଙ୍କ ସମ୍ବନ୍ଧ ମୁଖ୍ୟତଃ ଉତ୍ତର ଭାରତର ଲୋକଙ୍କ ସହ ରହିଥିଲା । ଭାଷାଗତ ବିଶ୍ଳେଷଣରୁ ଏକଥା ମଧ୍ୟ ଜଣାପଡିଛି ଯେ ସିଂହଳୀ ଭାଷା ବହୁଳ ଭାବରେ ଗୁଜରାଟୀ ଏବଂ ସିନ୍ଧି ସହିତ ସମ୍ବନ୍ଧିତ ।
ପ୍ରାଚୀନ କାଳରୁ ଶ୍ରୀଲଙ୍କା ରାଜ୍ୟ ସିଂହଳ ରାଜବଂଶଦ୍ୱାରା ଶାସିତ ହେଉଥିଲା । ବିଭିନ୍ନ ସମୟରେ ଦକ୍ଷିଣ ଭାରତୀୟ ରାଜବଂଶର ଆକ୍ରମଣ ମଧ୍ୟ ଏହା ଉପରେ ହୋଇଆସିଛି । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ପୁତ୍ର ମହେନ୍ଦ୍ର ଏଠାକୁ ଆସିବା ପରେ ଏଠାରେ ବୌଦ୍ଧ ଧର୍ମର ଆଗମନ ହୋଇଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ ଇବନ୍ ବାତୁତା ଏସୀୟ ଭ୍ରମଣରେ ଆସି ଏହି ଦ୍ୱୀପ ପରିଦର୍ଶନ କରିଥିଲେ ।
ପ୍ରାଗୈତିହାସିକ ସମୟ
[ସମ୍ପାଦନା]ଶ୍ରୀଲଙ୍କାରେ ମାନବ ଉପନିବେଶର ପ୍ରମାଣ ବାଲାଙ୍ଗୋଡା ସ୍ଥାନରେ ଦେଖାଯାଏ | ବାଲାଙ୍ଗୋଡା ମଣିଷ (ବାଲାଙ୍ଗୋଡା ସ୍ଥାନ ଅନୁଯାୟୀ ନାମକରଣ) ପ୍ରାୟ ୧,୨୫,୦୦୦ ବର୍ଷ ପୂର୍ବେ ଏହି ଦ୍ୱୀପରେ ପହଞ୍ଚିଥିଲେ ଏବଂ ଗୁମ୍ଫାରେ ରହୁଥିବା ମଧ୍ୟ-ପାଷାଣ କାଳର ଶିକାରୀ ଭାବରେ ପରିଚିତ ହୋଇଥିଲେ | ବାଲାଙ୍ଗୋଡା ମଣିଷ ହିଁ ଏହି ଦ୍ୱୀପର କେନ୍ଦ୍ରିୟ ଉଚ୍ଚଭୂମିରେ ହର୍ଟନ ସମତଳ ଭୁମି ସୃଷ୍ଟି କରିଥିଲେ, ଏବଂ ଖ୍ରୀଷ୍ତପୂର୍ବ ୧୫୦୦୦BCE ବେଲକୁ ସେଠାରେ ଓଟ୍ ଏବଂ ବାର୍ଲୀ ଉପଲବ୍ଧ ଥିଲା । ଏହା ପ୍ରମାଣିତ କରେ ଯେ ଏହି ଦ୍ୱୀପରେ ସେତେବେଳକୁ ବାର୍ଲୀ ଏବଂ ଓଟର ଚାଷ ପ୍ରଚଳିତ ଥିଲା [୨]। ଜଣାଶୁଣା ବାଟାଡୋମ୍ବଲେନା ଏବଂ ଫା ହିଆନ୍ ଗୁମ୍ଫା ସମେତ ଏ ପ୍ରକାର ଅନ୍ୟାନ୍ୟ ଗୁମ୍ଫାଗୁଡ଼ିକରେ ରହୁଥିବା ଏହି ବାସିନ୍ଦାମାନେ ହିଁ ଦ୍ୱୀପର ପ୍ରଥମ ଜଣାଶୁଣା ବାସିନ୍ଦା ଅଟନ୍ତି ।
ପ୍ରାୟ ୧୫୦୦ ଖ୍ରୀଷ୍ଟପୂର୍ବ ବେଳକୁ ପ୍ରାଚୀନ ଇଜିପ୍ଟରେ ଡାଲଚିନି ଉପଲବ୍ଧ ଥିଲା ଏବଂ ଶ୍ରୀଲଙ୍କାରେ ଏହାର ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ, ଅର୍ଥାତ୍ ସେହି ଦିନଠାରୁ ଏହି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ରହିଥିବାର ପ୍ରମାଣ ମିଳେ । ଇଂରାଜୀ ଯାତ୍ରୀ ତଥା କୂଟନୀତିଜ୍ଞ ସାର୍ ଜେମ୍ସ ଏମର୍ସନ୍ ଟେନାଣ୍ଟ ଶ୍ରୀଲଙ୍କାର ଗାଲ୍ ସହରକୁ ହିବ୍ରୁ ବାଇବଲରେ ବର୍ଣ୍ଣିତ ଟର୍ଶୀଶ ସହିତ ତୁଳନା କରିଛନ୍ତି ।
ଏହି ସ୍ଥାନକୁ ଭାରତୀୟ ପୁରାଣରେ ବର୍ଣ୍ଣିତ ଲଙ୍କା ବୋଲି ବର୍ଣ୍ଣନା କରାଯାଇଛି । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମଧ୍ୟଭାଗରେ ରାମାୟଣ ରଚନା କରାଯାଇଥାଇପାରେ, ଏହା ରାକ୍ଷସ ରାଜା ରାବଣଙ୍କ ବାସସ୍ଥାନ ବୋଲି କୁହାଯାଏ । ବୌଦ୍ଧ ଶାସ୍ତ୍ର ଦୀପବଂଶ ଏବଂ ମହାବଂଶରେ ଦିଆଯାଇଥିବା ବର୍ଣ୍ଣନା ଅନୁଯାୟୀ, ଭାରତୀୟ ଆର୍ଯ୍ୟମାନଙ୍କ ଆଗମନ ପୂର୍ବରୁ ଏହି ଦ୍ୱୀପରେ ଯକ୍ଷ ଏବଂ ନାଗ ବାସ କରୁଥିଲେ ।
ପ୍ରାଚୀନ କାଳ
[ସମ୍ପାଦନା]'ମହାବଂଶ' ହେଉଛି ନାଗସେନଙ୍କଦ୍ୱାରା ପଞ୍ଚମ ଶତାବ୍ଦୀରେ ରଚିତ ଏକ ବୈଦ୍ଧ ଗ୍ରନ୍ଥ । ଏହା ତତକାଳୀନ ଭାରତୀୟ ଏବଂ ଶ୍ରୀଲଙ୍କା ଶାସକଙ୍କ ବିବରଣୀ ପ୍ରଦାନ କରେ | ଏହା ମଧ୍ୟ ସମ୍ରାଟ ଅଶୋକଙ୍କ ଜୀବନର ଏକ ସଠିକ୍ ସୂଚନା ଦେଇଥାଏ, ଯେଉଁଥିରେ ଦର୍ଶାଯାଇଛି ଯେ ଅଶୋକ, ବୁଦ୍ଧଙ୍କ ୨୧୪ ବର୍ଷ ପରେ ଜନ୍ମ ହୋଇଥିଲେ । ଏହା ଅନୁସାରେ, ରାଜା ବିଜୟଙ୍କ ୬୦୦ ଅନୁଗାମୀ କଳିଙ୍ଗ (ଆଧୁନିକ ଓଡ଼ିଶା)ରୁ ଏହି ଦ୍ୱୀପକୁ ଆସିଥିଲେ । ରାଜା ବିଜୟ ଏହି ଦ୍ୱୀପରେ ପାଦ ଦେବା ପରେ ସେ ଏହାକୁ ତାମ୍ରପର୍ଣ୍ଣି (ତମ୍ବା ପତ୍ର ପରି) ନାମ ଦେଲେ । ଟଲେମିଙ୍କ ମାନଚିତ୍ରରେ ମଧ୍ୟ ସମାନ ନାମ ଉଲ୍ଲେଖ କରାଯାଇଥିଲା | କିମ୍ବଦନ୍ତୀ ଅନୁଯାୟୀ ରାଜକୁମାର ବିଜୟ ଜଣେ ରାଜକୁମାର ଏବଂ ତାଙ୍କ ଜନ୍ମ ଜଣେ ରାହକୁମାରୀ ଏବଂ ଏକ ସିଂହର ଔରସରୁ ଜନ୍ମ ହୋଇଥିଲେ | ତାଙ୍କର ବଂଶଧରମାନଙ୍କୁ ସିଂହଳୀ କୁହାଯାଏ | ତଥାପି, ବଂଶାନୁକ୍ରମିକ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏଠାକାର ଲୋକମାନେ ମିଶ୍ରିତ ଜାତିର ଅଟନ୍ତି ଏବଂ ଭାରତୀୟ ଉପମହାଦେଶର ଲୋକଙ୍କ ସହ ସେମାନଙ୍କର ସମ୍ପର୍କ ଏବେ ବି ଏକ ବିବାଦର ବିଷୟ ।
ମଧ୍ୟଯୁଗ
[ସମ୍ପାଦନା]ଦେବନାମ୍ପିଆ ଟିସା (ଖ୍ରୀଷ୍ଟପୂର୍ବ ୨୫୦ - ଖ୍ରୀଷ୍ଟପୂର୍ବ ୨୧୧୦)ଙ୍କର ରାଜା ଅଶୋକଙ୍କ ସହ ସୁସମ୍ପର୍କ ଥିଲା, ଯାହା ଫଳରେ ସେହି ସମୟରେ ଶ୍ରୀଲଙ୍କାରେ ବୌଦ୍ଧ ଧର୍ମର ଆଗମନ ତଥା ବିସ୍ତାର ଘଟିଥିଲା । ଅଶୋକଙ୍କ ପୁଅ ମହେନ୍ଦ୍ର ସଙ୍ଘମିତ୍ରାଙ୍କ ସହ ବୋଦ୍ଧି ବୃକ୍ଷକୁ ଜାମ୍ବୁକୋଲା (ସମ୍ବିଲିଟୁରାଇ)କୁ ଆଣିଥିଲେ । ଉଭୟ ଥେରାବାଦ (ବୌଦ୍ଧଧର୍ମ) ଏବଂ ଶ୍ରୀଲଙ୍କା ପାଇଁ ଏହି ସମୟ ଗୁରୁତ୍ୱପୂର୍ଣ୍ଣ |
ପ୍ରସିଦ୍ଧ ଚୋଳ ରାଜା ଏଲାରା ଖ୍ରୀଷ୍ଟପୂର୍ବ ୨୧୧୫ରୁ ୧୭୬୧ ଖ୍ରୀଷ୍ଟାବ୍ଦ ଶାସନ କରିଥିଲେ । କିମ୍ବଦନ୍ତୀ ଅନୁସାରେ ୧୫ ବର୍ଷର ସଂଗ୍ରାମ ପରେ କଭାଣା ଟିସାଙ୍କ ପୁତ୍ର ଦତ୍ତୁ ଗେମୁଣୂ ତାଙ୍କୁ ଖ୍ରୀଷ୍ଟପୂର୍ବ ୧୭୧ ମସିହାରେ ପରାସ୍ତ କରିଥିଲେ | ଏହା ପରେ, ପାଞ୍ଚ ଜଣ ତାମିଲ ସରଦାର ଏଠାରେ ଶାସନ କଲେ ଯାହା ପରେ ପରେ ତାମିଲ ଶାସନର ଅନ୍ତ ହେଲା । ଏହି ସମୟରେ ବୌଦ୍ଧ ଗ୍ରନ୍ଥ ତ୍ରିପିଟକ ରଚନା କରାଯାଇଥିଲା ।
ମହାସେନ୍ (୨୪-୩୦୧ ଖ୍ରୀଷ୍ଟାବ୍ଦ) ଥେରାବାଦକୁ ଦମନ କରିଥିଲେ ଏବଂ ମହାଯାନ ବୌଦ୍ଧ ଧର୍ମ ପ୍ରାଧାନ୍ୟ ଲାଭ କଲା । ପାଣ୍ଡୁ (୬୨୯ CE) ଏହି ଦ୍ୱୀପର ପ୍ରଥମ ପାଣ୍ଡ୍ୟା ଶାସକ ଥିଲେ । ତାଙ୍କ ରାଜବଂଶର ଶେଷ ଶାସକ ପାଲଭାସଙ୍କ ସାହାଯ୍ୟରେ ମନଭାମା (୬-୮ ଖ୍ରୀଷ୍ଟାବ୍ଦ)ଦ୍ୱାରା ପରାସ୍ତ ହୋଇଥିଲେ । ପରବର୍ତ୍ତୀ ତିନି ଶତାବ୍ଦୀ ପାଇଁ ପାଲାଭାସ୍ ଅଧୀନରେ ରହିବା ପରେ ପାଣ୍ଡିଆ ଦକ୍ଷିଣ ଭାରତରେ ପୁନର୍ବାର ଆବିର୍ଭାବ ହୋଇଥିଲେ । ପାଣ୍ଡ୍ୟାମାନେ ଅନୁରାଦପୁରା ଉପରେ ଆକ୍ରମଣ କରି ଲୁଟ୍ କରିଥିଲେ । ତେବେ ଏହି ସମୟରେ ସଂହଳୀମାନେ ମଧ୍ୟ ପାଣ୍ଡ୍ୟାମାନଙ୍କ ଉପରେ ଆକ୍ରମଣ କରି ପାଣ୍ଡିଆର ମଦୁରାଇ ସହରକୁ ଲୁଟ୍ କରିଥିଲେ ।
ଦଶମ ଶତାବ୍ଦୀରେ ଚୋଳ ବଂଶର ଉଦୟ ହେଲା ଏବଂ ରାଜେନ୍ଦ୍ର ଚୋଲ ସମସ୍ତଙ୍କୁ ଦକ୍ଷିଣ ପୂର୍ବକୁ ତଡିବାକୁ ଲାଗିଲେ | କିନ୍ତୁ ୧୦୫୫ ଖ୍ରୀଷ୍ଟାବ୍ଦରେ ବିଜୟବାହୁ ପୁରା ଦ୍ୱୀପକୁ ପୁନଃ ନିୟନ୍ତ୍ରଣ କଲେ । ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭରେ, କାଲିଙ୍ଗ ରାଜା ମାଧ, ତାମିଲ ଏବଂ କେରଳ ଯୋଦ୍ଧାଙ୍କ ସହିତ ଏହି ଦ୍ୱୀପ ଉପରେ ଆକ୍ରମଣ କରିଥିଲେ । ତାଙ୍କର ଏବଂ ପରବର୍ତ୍ତୀ ଶାସକମାନଙ୍କ ସମୟରେ ରାଜଧାନୀ ଅନୁରାଧାପୁରରୁ ଦକ୍ଷିଣ ଆଡକୁ ଯାଇ କାଣ୍ଡିରେ ପହଞ୍ଚିଲା | ଆହୁରି ମଧ୍ୟ, ଜାଫ୍ନା ଏକ ପ୍ରାଦେଶିକ ଶକ୍ତି ଭାବରେ ଉଭା ହେଲା | ପାରକ୍ରମ ବାହୁ ଷଷ୍ଠ ଜଣେ ଶକ୍ତିଶାଳୀ ଶାସକ ଯିଏ ସମଗ୍ର ଶ୍ରୀଲଙ୍କାକୁ ନିଜ ଅଧୀନକୁ ଆଣିଥିଲେ | ସେ ମଧ୍ୟ ସାହିତ୍ୟ ଓ କଳାର ଜଣେ ବଡ଼ ପ୍ରଶଂସକ ଥିଲେ ଏବଂ ଅନେକ କବିଙ୍କୁ ଉତ୍ସାହିତ କରିଥିଲେ । ତାଙ୍କ ଶାସନ କାଳରେ କୋଟ୍ଟେକୁ ରାଜଧାନୀ କରାଯାଇଥିଲା ଯାହାକି ବର୍ତ୍ତମାନ ଜୟବର୍ଦ୍ଧନପୁର ନାମରେ ଶ୍ରୀଲଙ୍କାର ପ୍ରଶାସନିକ ରାଜଧାନୀ (କଲମ୍ବୋର ପୂର୍ବ ଭାଗରେ) ଅଟେ ।
ଇଉରୋପୀୟ ପ୍ରଭାବ
[ସମ୍ପାଦନା]ଷୋଡଶ ଶତାବ୍ଦୀରେ ୟୁରୋପୀୟ ଶକ୍ତିମାନେ ଶ୍ରୀଲଙ୍କାରେ ପ୍ରବେଶ କଲେ ଏବଂ ଶ୍ରୀଲଙ୍କା ବାଣିଜ୍ୟର କେନ୍ଦ୍ର ହେଲା । ଏହି ଦେଶ ଚା, ରବର, ଚିନି, କଫି, ଚିନାବାଦାମ ଏବଂ ଅନ୍ୟାନ୍ୟ ମସଲା ରପ୍ତାନିକାରୀ ହେଲା | ପ୍ରଥମେ ପର୍ତ୍ତୁଗାଲ କଲମ୍ବୋ ନିକଟରେ ନିଜର ଦୁର୍ଗ ନିର୍ମାଣ କଲା | ଧୀରେ ଧୀରେ, ପର୍ତ୍ତୁଗାଲୀମାନେ ଆଖପାଖ ଅଞ୍ଚଳରେ ନିଜର ପ୍ରାଧାନ୍ୟ ବିସ୍ତାର କଲେ | ଶ୍ରୀଲଙ୍କା ବାସିନ୍ଦା ଧୀରେ ଧୀରେ ତାଙ୍କୁ ଘୃଣା କରିବା ଆରମ୍ଭ କଲେ । ସେ ସାହାଯ୍ୟ ପାଇଁ ଡଚ୍ ଲୋକଙ୍କୁ ନିବେଦନ କରିଥିଲେ । 1730 ମସିହାରେ, ଡଚମାନେ ପର୍ତ୍ତୁଗୀଜ୍ମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ହତ୍ୟା କରିଥିଲେ । ପୁଣି ସେ ସାଧାରଣ ଲୋକଙ୍କ ଉପରେ ଅଧିକ ଶକ୍ତ ଟିକସ ଆଦାୟ କରିଥିଲେ । ଖ୍ରୀଷ୍ଟପୂର୍ବ ୧୮୦୦ ସୁଦ୍ଧା ବ୍ରିଟିଶମାନେ ଉପକୂଳବର୍ତ୍ତୀ ଅଞ୍ଚଳକୁ ନିୟନ୍ତ୍ରଣ କରି ନେଇଥିଲେ । ଶେଷ ରାଜ୍ୟ କାଣ୍ଡିର ରାଜା ମଧ୍ୟ ୧୭୧୪ ସୁଦ୍ଧା ଆତ୍ମସମର୍ପଣ କରିଥିଲେ ଏବଂ ଏହିପରି ସମଗ୍ର ଶ୍ରୀଲଙ୍କା ବ୍ରିଟିଶ ଅଧୀନସ୍ଥ ହୋଇଗଲା । ୧୯୩୦ ଦଶକରେ ସ୍ୱାଧୀନତା ଆନ୍ଦୋଳନ ତୀବ୍ର ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ୪ ଫେବୃଆରୀ ୧୯୪୯ ରେ, ଦେଶ ବ୍ରିଟେନରୁ ସମ୍ପୂର୍ଣ୍ଣ ଶ୍ୱାଧୀନତା ଲାଭ କଲା [୩]।
ଆଧାର
[ସମ୍ପାଦନା]- ↑ "The Trustworthiness of the Mahavamsa". enlight.lib.ntu.edu.tw. Retrieved 16 November 2020.
- ↑ "WWW Virtual Library: Prehistoric basis for the rise of civilisation in Sri Lanka and southern India". Lankalibrary.com. Retrieved 16 November 2020.
- ↑ "Sri Lanka - Independent Ceylon (1948–71)". Encyclopedia Britannica (in ଇଂରାଜୀ). Retrieved 16 November 2020.