Jump to content

ଶ୍ରୀଜା ଅକୁଲା

ଉଇକିପିଡ଼ିଆ‌ରୁ
ଶ୍ରୀଜା ଅକୁଲା
ଜନ୍ମ (1998-07-31) ୩୧ ଜୁଲାଇ ୧୯୯୮ (ବୟସ ୨୫)
ଜାତୀୟତାଭାରତୀୟ


ଶ୍ରୀଜା ଅକୁଲା (ଜନ୍ମ : ୩୧ ଜୁଲାଇ ୧୯୯୮), ଜଣେ ଭାରତୀୟ ଟେବୁଲ ଟେନିସ ଖେଳାଳି । ସେ ଦୁଇଥର ଜାତୀୟ ଚାମ୍ପିୟାନ ହୋଇସାରିଛନ୍ତି । ବର୍ତ୍ତମାନ ସେ ଭାରତର ଏକ ନମ୍ବର ମହିଳା ଏକକ ଖେଳାଳି ।[୧] ୨୦୨୨ ମସିହାରେ ସେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ ।

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଶରତ କମଳଙ୍କ ସହ ଯୁଗଳ ଖେଳାଳି ଭାବରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୪ ମସିହା ଜୁନ ମାସରେ ସେ ପ୍ରଥମ ଭାରତୀୟ ଖେଳାଳି ଭାବରେ ଡବ୍ଲୁଟିଟି କଣ୍ଟେଣ୍ଡର ଏକଳ ପ୍ରତିଯୋଗିତା ଜିତିଥିଲେ ।

ପ୍ରାରମ୍ବିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଶ୍ରୀଜା, ହାଇଦ୍ରାବାଦର ଅଧିବାସୀ । ତାଙ୍କ ପିତା ପ୍ରବୀଣ କୁମାର ଓ ବଡ଼ ଭଉଣୀ ରାଭାଲୀ ଉଭୟ ଟେବୁଲ ଟେନିସ ଖେଳାଳି ଅଟନ୍ତି । ରାଭାଲୀ, ବିଶ୍ୱବିଦ୍ୟାଳୟ ସ୍ତରରେ ଟେବୁଲ ଟେନିସ ଖେଳିଛନ୍ତି ।[୨] ଶ୍ରୀଜା ୯ ବର୍ଷ ବୟସରେ ପ୍ରଥମେ ବସିରବାଗଠାରେ ଥିବା ପଲ୍ସ ଏକାଡେମୀରୁ ଟେବୁଲ ଟେନିସ ଖେଳ ଶିଖିଥିଲେ । ତାପରେ ସେ ନାରାୟଣଗୁଡ୍ଡାଠାରେ ଥିବା ୱାଇଏମସିଏଠାରେ ଖେଳୁଥିଲେ । ସେ ସୋମନାଥ ଘୋଷଙ୍କଠାରୁ ତାଙ୍କ କୁକଟ୍ଟପଲ୍ଲୀଠାରେ ଥିବା କେନ୍ଦ୍ରରେ ମଧ୍ୟ ଟେବୁଲ ଟେନିସ ପ୍ରଶିକ୍ଷଣ ନେଇଥିଲେ ।[୩] ସେ ନଗେନ୍ଦ୍ର ରେଡ଼ିଙ୍କଠାରୁ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ । ଶ୍ରୀଜା +୨ରେ ୯୮.୭ ପ୍ରତିଶତ ନମ୍ବର ରଖି ପାସ କରିଥିଲେ । ପରେ ସେ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ ।

ଖେଳ ଜୀବନ[ସମ୍ପାଦନା]

୨୦୧୯ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଶ୍ରୀଜା ଉଭୟ ମହିଳା ଯୁଗଳ ଓ ଦଳଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୪] ୨୦୨୨ ମସିହାରେ ଅନୁଷ୍ଠିତ ୮୩ତମ ଜାତୀୟ ସିନିୟର ଟେବୁଲ ଟେନିସ ଓ ଆନ୍ତଃରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତାରେ ମଧ୍ୟ ଶ୍ରୀଜା ଚାମ୍ପିୟନ ହୋଇଥିଲେ ।[୫] ୮୨ତମ ସିନିୟର ଜାତୀୟ ପ୍ରତିଯୋଗିତାରେ ସେ ମନିକା ବାତ୍ରାଙ୍କଠାରୁ ହାରି ରନର୍ସ ଅପ ହୋଇଥିଲେ । ୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସେ ଶରତ କମଳଙ୍କ ସହ ମିଶି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୬]

୨୦୨୪ ମସିହା ଜାନୁଆରୀ ମାସରେ ଶ୍ରୀଜା ନିଜ ଜୀବନର ପ୍ରଥମ ଡବ୍ଲୁଟିଟି ଏକଳ ଟାଇଟେଲ ଜିତିଥିଲେ । ସେହି ବର୍ଷ ମାର୍ଚ୍ଚ ମାସରେ ସେ ସାରା ଡେ ନଟଲଙ୍କୁ ହରାଇ ନିଜର ଦ୍ୱିତୀୟ ଟାଇଟେଲ ଜିତିଥିଲେ ।[୭] ୨୦୨୪ ମସିହା ଜୁନ ମାସରେ ସେ ଚିନର ଡିଂ ଜିଜେଙ୍କୁ ହରାଇ ପ୍ରଥମ ଭାରତୀୟ ଖେଳାଳି ଭାବରେ ଡବ୍ଲୁଟିଟି କଣ୍ଟେଣ୍ଡର ଏକଳ ପ୍ରତିଯୋଗିତା ଜିତିଥିଲେ । ସେହି ପ୍ରତିଯୋଗିତାରେ ସେ ଅର୍ଚ୍ଚନା କାମଥଙ୍କ ସହ ଖେଳି ଯୁଗଳ ଟାଇଟେଲ ମଧ୍ୟ ଜିତିଥିଲେ ।[୮]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Subrahmanyam, V. V. (2024-01-02). "Sreeja shifts focus to Paris Olympics after ranking first in women's singles for the fourth consecutive year". Sportstar (in ଇଂରାଜୀ). Retrieved 2024-03-05.
  2. ୨.୦ ୨.୧ Tomar, Ajay (2024-02-18). "Telangana paddler Sreeja Akula has her eyes set on Paris Olympics after beating World No 2". The South First (in ଇଂରାଜୀ). Retrieved 2024-03-05.
  3. Subrahmanyam, V. V. (2024-01-02). "Sreeja shifts focus to Paris Olympics after ranking first in women's singles for the fourth consecutive year". Sportstar (in ଇଂରାଜୀ). Retrieved 2024-03-05.
  4. Today, Telangana (2022-04-25). "Akula Sreeja, the new queen of Indian table tennis". Telangana Today (in ଆମେରିକୀୟ ଇଂରାଜୀ). Retrieved 2022-07-29.
  5. "Senior TT Championships: Sharath Kamal wins 10th national title, Sreeja Akula her first". 25 April 2022.
  6. "Mental strength, variations and forearm conditioning on national TT champion Sreeja Akula's mind as she aims for Olympic qualification". The Indian Express (in ଇଂରାଜୀ). 2024-01-23. Retrieved 2024-03-05.
  7. Nag, Utathya (24 March 2024). "WTT Feeder Beirut II 2024: Sreeja Akula wins singles title". Olympics. Retrieved 24 June 2024.
  8. "Table Tennis: Sreeja Akula does the double: Wins singles and doubles WTT titles in Lagos". The Indian Express (in ଇଂରାଜୀ). 2024-06-23. Retrieved 2024-06-24.
  9. Today, Telangana (2022-11-16). "Arjuna Award a big motivation, says Hyderabad paddler Sreeja". Telangana Today (in ଇଂରାଜୀ). Retrieved 2024-03-06.
  10. "Birmingham CWG star Sreeja Akula excited to be honoured with Arjuna award". The Times of India. 2022-11-30. ISSN 0971-8257. Retrieved 2024-03-06.