ଶୋଭା ଡେ

ଉଇକିପିଡ଼ିଆ‌ରୁ
ଶୋଭା ଡେ
ଜନ୍ମ ଓ ଜନ୍ମସ୍ଥାନଶୋଭା ରାଜାଧ୍ୟକ୍ଷ
(1948-01-07) ୭ ଜାନୁଆରୀ ୧୯୪୮ (ବୟସ ୭୬)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ବୃତ୍ତିଲେଖିକା, ସ୍ତମ୍ଭକାର ଏବଂ ଉପନ୍ୟାସକାର
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନସେଣ୍ଟ ଜାବିୟର୍ସ କଲେଜ, ମୁମ୍ବାଇ
ୱେବସାଇଟ
ବ୍ଲଗ

ଶୋଭା ଡେ (ମୂଳ ନାମ : ଶୋଭା ରାଜାଧ୍ୟକ୍ଷ , ଜନ୍ମ : ୭ ଜାନୁଆରୀ ୧୯୪୮) ଏକ ଭାରତୀୟ ଲେଖିକା, ସ୍ତମ୍ଭକାର ଏବଂ ଉପନ୍ୟାସକାର ଅଟନ୍ତି । [୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶୋଭା ଡେ ଗୁରଗାଓଁ, ମୁମ୍ବାଇରେ ୭ ଜାନୁଆରୀ ୧୯୪୮ ମସିହାରେ ଏକ ଗୌଡ଼ ସାରସ୍ୱତ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ।[୨]ତାଙ୍କ ପିଲା ଦିନର ନାମ ଶୋଭା ରାଜାଧ୍ୟକ୍ଷ ଅଟେ । ସେ କୁଇନ ମେରୀ ସ୍କୁଲ, ମୁମ୍ବାଇରେ ସ୍କୁଲ ଶିକ୍ଷା ପୁରଣ କରିଥିଲେ ଏବଂ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରେ ମନୋବିଜ୍ଞାନରେ ସ୍ନାତକ କରିଥିଲେ । [୩] ସେ କିଛି ବର୍ଷ ପର୍ଯ୍ୟନ୍ତ "ଜିନତ ଅମନ"ଙ୍କ ସହ ମଡେଲିଂରେ ଯୋଡିହୋଇ ରହିଥିଲେ ।[୪]


କ୍ୟାରିଅର[ସମ୍ପାଦନା]

ଜଣେ ମଡେଲ ରୂପେ କିଛି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ୧୯୭୦ ମସିହାରେ ସେ ପତ୍ରକାରିତା କ୍ଷେତ୍ରରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ତିନି ପତ୍ରିକା କ୍ରମଶଃ - ଷ୍ଟାରଡ଼ଷ୍ଟ, ସୋସାଇଟି ଓ ସେଲିବ୍ରେଟିର ସମ୍ପାଦନା କରିଥିଲେ । ସେ ଟାଇମ୍ସ ଅଫ ଇଣ୍ଡିଆ ଏବଂ ଦି ଏସିଆନ ଏଜ ସହିତ ମୁଖ୍ୟ ଧାରାର ଚାରି ସମାଚାର ପତ୍ରରେ ସାପ୍ତାହିକ ସ୍ତମ୍ଭ ଲେଖନ୍ତି । ସେ ଧାରାବାହିକ "ସ୍ୱାଭିମାନ" ସହିତ ଟେଲିଭିଜନର ବହୁ ଲୋକପ୍ରିୟ ଧାରାବାହିକ ଅଥବା ବିଜ୍ଞାପନ ଲେଖିଛନ୍ତି । [୫]

କୃତି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Shobhaa De, Penguin script new chapter". The Times of India. 9 अप्रैल 2010. Retrieved 5 अप्रैल 2014. {{cite news}}: Check date values in: |accessdate= and |date= (help)
  2. "Biography". I love India.
  3. "Freebase Infograph".[permanent dead link]
  4. "iTimes DB".
  5. "Bio-Bibliographical Information Biographical references (ग्रन्थसूची सूचना जीवनी संदर्भ)". Archived from the original on 2009-10-27. Retrieved 2009-10-27.