Jump to content

ଶୁଭେନ୍ଦୁ ମୋହନ ଦାସ

ଉଇକିପିଡ଼ିଆ‌ରୁ
ଶୁଭେନ୍ଦୁ ମୋହନ ଦାସ
ଜନ୍ମ(1936-06-25)୨୫ ଜୁନ ୧୯୩୬
ଓସ୍ତପାଳ, କୁପାରୀ, ବାଲେଶ୍ୱର
ମୃତ୍ୟୁ୨୦ ସେପ୍ଟେମ୍ବର ୨୦୨୪(2024-09-20) (ବୟସ ୮୮)
ଜାତୀୟତାଭାରତୀୟ
ଶିକ୍ଷାଅର୍ଥନୀତିରେ ସ୍ନାତକ
ବୃତ୍ତିଶିକ୍ଷକ
ଉଲ୍ଲେଖନୀୟ କୃତିସବୁ ଶବ୍ଦ ହଜିଯାଏ (କବିତା)
ବୈବାହିକ-ସାଥୀଆନନ୍ଦଲତା ମହାନ୍ତି
ସନ୍ତାନରଂଜିତା
ପିତାମାତାପିତା - ଲଳିତ ମୋହନ ଦାସ

ଶୁଭେନ୍ଦୁ ମୋହନ ଦାସ (୨୫ ଜୁନ ୧୯୩୬ - ୨୦ ସେପ୍ଟେମ୍ବର ୨୦୨୪) ଜଣେ ଓଡ଼ିଆ କବି ଥିଲେ ।[] ସେ ବାଲେଶ୍ୱର ଜିଲ୍ଲାର କୁପାରୀ ସନ୍ନିକଟ ଓସ୍ତମାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । 'ତିନୋଟି ନିଃଶ୍ୱାସର ଆକାଶ' ତାଙ୍କର ଏକ ବିଶିଷ୍ଟ କବିତା ଗ୍ରନ୍ଥ ।[]

ସଂକ୍ଷିପ୍ତ ଜୀବନୀ

ଶୁଭେନ୍ଦୁ ମୋହନଙ୍କ ବାପା ଲଳିତ ମୋହନ ଦାସ ଜଣେ ଓକିଲ । ୧୯୪୭ରେ ସେ କଲିକତାରେ ଓକିଲାତି ପ୍ରାକ୍ଟିସ କରି ଆନନ୍ଦପୁର ଆସିଲେ । ଶୁଭେନ୍ଦୁଙ୍କ ପିଲାଦିନ ଆନନ୍ଦପୁରରେ କଟିଥିଲା । ସେଠାରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ୯ମ ରୁ ୧୧ଶ ଶ୍ରେଣୀ ପର୍ଯ୍ୟନ୍ତ ମାମୁଁଘର କଟକର ମାରୁଆଡି ହାଇସ୍କୁଲରେ ପଢିଲେ । ତା’ପରେ ରେଭେନ୍ସା କଲେଜରେ ଦୁଇ ବର୍ଷ ଆଇଏସ୍‌ସି ପଢ଼ିଲେ। ସେଇ ସମୟରେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଶୁଭେନ୍ଦୁ ମୋହନଙ୍କ ବାପା ଆଡଭୋକେଟ୍ ଲଳିତ ମୋହନ ଦାସ ୧୯୫୮ରେ ବାଲେଶ୍ୱର ଚାଲି ଆସିଲେ। ସେତେବେଳେ ନୂଆବଜାରରେ ଭଡ଼ା ଘରେ ରହିଲେ ସେ । ପରେ ବାଲେଶ୍ୱରକୁ ଆସିଲେ ଶୁଭେନ୍ଦୁ ମୋହନ। ଏଠାରେ ସେ ଫକୀରମୋହନ କଲେଜରେ ସ୍ନାତକ ପଢ଼ିଲେ । ଅର୍ଥନୀତି ଅନର୍ସ ନେଇ ସେ ୧୯୬୧ରେ ସ୍ନାତକ ଶିକ୍ଷା ଶେଷ କଲେ । ୧୯୬୦ରେ ସ୍ନାତକ ପରୀକ୍ଷା ଡ୍ରପ୍ କରିଥିଲେ ସେ ।

ସାହିତ୍ୟ ସର୍ଜନା

୧୯୪୮ ମସିହାରେ ସେତେବେଳର ପ୍ରମୁଖ ଓଡ଼ିଆ ପତ୍ରିକା ‘ଡଗର’ରେ ପ୍ରକାଶ ପାଇଲା ଶୁଭେନ୍ଦୁ ମୋହନଙ୍କ କବିତା । ତେବେ କଲିକତାରୁ ସେତେବେଳେ ପ୍ରକାଶ ପାଉଥିବା ‘ସମାବେଶ’ର ସମ୍ପାଦକ ଜଗଦୀଶ ପାଣିଙ୍କୁ ଦେଖା କରି କବିତା ଦେଇ ଆସିବା ପରେ ପ୍ରକାଶ ପାଇଥିଲା ତାଙ୍କ କବିତା । ‘ସମାବେଶ’ରେ କବିତା ପ୍ରକାଶ ପାଇବା ପରେ ଶୁଭେନ୍ଦୁ ମୋହନଙ୍କୁ କବି ଭାବରେ ଖ୍ୟାତି ମିଳିବା ଆରମ୍ଭ ହେଲା । ସ୍ନାତକ ପଢ଼ୁଥିବା ବେଳୁ ସାହିତ୍ୟ ପଢ଼ିବାର ଅଭ୍ୟାସ ଆରମ୍ଭ ହୋଇ ଯାଇଥିଲା । ସେତେବେଳେ ଶୁଭେନ୍ଦୁ ମୋହନ ଡାକରେ ମଗାଉଥିଲେ ଗୁରୁପ୍ରସାଦ, ରାଧାମୋହନ, ରମାକାନ୍ତ ପ୍ରଭୃତିଙ୍କ ବହି । ଟିଉସନ୍ କରିବା ସହ ସଂଧ୍ୟାରେ ନୂଆବଜାର ସ୍ଥିତ ଏକ ପବ୍ଲିକ ପାଠାଗାରରେ ଲାଇବ୍ରେରିଆନ୍ ଭାବେ ୧୫ ଟଙ୍କା ବେତନ ପାଉଥିବା ଶୁଭେନ୍ଦୁ ମୋହନ ବହି ଓ ପତ୍ରିକା କିଣାରେ ସାରି ଦେଉଥିଲେ ଏସବୁ ପଇସା । କବି ବ୍ରଜନାଥ ରଥଙ୍କ ସମସାମୟିକ ଶୁଭେନ୍ଦୁ ମୋହନଙ୍କର ‘ସବୁ ଶବ୍ଦ ହଜିଯାଏ’ ଶୀର୍ଷକରେ କବିତା ବହି ପ୍ରକାଶ ପାଇଛି, ଯେଉଁଥିରେ ୧୯୬୦ରୁ ୧୯୯୧ ପର୍ଯ୍ୟନ୍ତ ଲେଖା ହୋଇଥିବା କବିତା ମଧ୍ୟରୁ ଚୟନିତ ୫୧ଟି କବିତା ସ୍ଥାନିତ ହୋଇଥିଲା । ତାଙ୍କର ଅସଂଖ୍ୟ କବିତା ମୂଲ୍ୟାୟନ ହୋଇପାରିନାହିଁ କି ସଂକଳନ ହୋଇ ପାରିନାହିଁ । ଦିନଥିଲା ଡଗର, ସମାବେଶ, ଆସନ୍ତାକାଲି, ନବରବି ଓ ଝଙ୍କାର ଭଳି ମାନ୍ୟତାପ୍ରାପ୍ତ ଓଡ଼ିଆ ପତ୍ରିକାକୁ ସମୃଦ୍ଧ କରିଥିଲେ ଏଇ କବି ଜଣକ । ପତ୍ନୀ ଆନନ୍ଦଲତା ମହାନ୍ତି ୨୦୧୫ରେ ସ୍ୱର୍ଗାରୋହଣ କରିବା ପରେ ଏକମାତ୍ର ଝିଅ ରଂଜିତା ବାହା ହୋଇ ଦୂରରେ ଥିବା କାରଣରୁ ସଂପୂର୍ଣ୍ଣ ଏକା ହୋଇଯାଇଥିଲେ କବି । ଶେଷରେ ତା ୨୦ ସେପ୍ଟେମ୍ବର ୨୦୨୪ରେ ସ୍ୱର୍ଗାରୋହଣ କଲେ ।

ପ୍ରକାଶିତ କବିତାଗ୍ରନ୍ଥ

  • ସବୁ ଶବ୍ଦ ହଜିଯାଏ
  • ତିନୋଟି ନିଃଶ୍ୱାସର ଆକାଶ (ଯୁଗ୍ମ: ବ୍ରଜନାଥ ରଥ ଓ ପ୍ରହରାଜ ସତ୍ୟନାରାୟଣ ନନ୍ଦ)

ପ୍ରବନ୍ଧ/ସମାଲୋଚନା

  • ସମାଲୋଚନା ନା ଅସଭ୍ୟତା ୧୯୯୨ []
  • ସାହିତ୍ୟ ବିଷୟକ ୨୦୦୩

ଅନ୍ୟାନ୍ୟ

  • ରବୀନ୍ଦ୍ର କବିତା ଚୟନ (ଅନୁବାଦ) ୨୦୧୮, ଯୁଗ୍ମ: ସୁଖେନ୍ଦୁ ମୋହନ ଦାସ (ଶୁଭେନ୍ଦୁଙ୍କ ବଡ଼ ଭାଇ)

ତାଙ୍କ ମୃତ୍ୟୁ ଉପରାନ୍ତେ ସ୍ମୃତିଚାରଣ ନିମନ୍ତେ ପ୍ରକାଶ ପାଇଥିଲା 'ଶୁଭେନ୍ଦୁ ସମଷ୍ଟି' ।

  1. Bureau, OB (21 September 2024). "Noted Odia Poet Subhendu Mohan Das Passes Away In Balasore At 89". odishabytes. Retrieved 23 September 2024.
  2. The Samaja ePaper https://samajaepaper.in/imageview_4_219202414440792_4_73_21-09-2024_12_i_1_sf.html. Retrieved 23 September 2024. {{cite web}}: Missing or empty |title= (help)
  3. ଦାସ, ଶୁଭେନ୍ଦୁ ମୋହନ (୧୯୯୨). ସମାଲୋଚନା ନା ଅସଭ୍ୟତା. ବାଲେଶ୍ୱର: ସାମୟିକୀ ପ୍ରକାଶନୀ. pp. ୧-୩.