Jump to content

ଶୁଭେନ୍ଦୁ ମୋହନ ଦାସ

ଉଇକିପିଡ଼ିଆ‌ରୁ
ଶୁଭେନ୍ଦୁ ମୋହନ ଦାସ
ଜନ୍ମ(1936-06-25)୨୫ ଜୁନ ୧୯୩୬
ଓସ୍ତପାଳ, କୁପାରୀ, ବାଲେଶ୍ୱର
ମୃତ୍ୟୁ୨୦ ସେପ୍ଟେମ୍ବର ୨୦୨୪(2024-09-20) (ବୟସ ୮୮)
ଜାତୀୟତାଭାରତୀୟ
ଶିକ୍ଷାଅର୍ଥନୀତିରେ ସ୍ନାତକ
ବୃତ୍ତିଶିକ୍ଷକ
ଉଲ୍ଲେଖନୀୟ କୃତିସବୁ ଶବ୍ଦ ହଜିଯାଏ
ବୈବାହିକ-ସାଥୀଆନନ୍ଦଲତା ମହାନ୍ତି
ସନ୍ତାନରନ୍ଜିତା ଦାସ
ପିତାମାତାଲଳିତ ମୋହନ ଦାସ (ପିତା)

ଶୁଭେନ୍ଦୁ ମୋହନ ଦାସ (୨୫ ଜୁନ ୧୯୩୬–୨୦ ସେପ୍ଟେମ୍ବର ୨୦୨୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଥିଲେ ।[] ସେ ବାଲେଶ୍ୱର ଜିଲ୍ଲାର କୁପାରୀ ସନ୍ନିକଟ ଓସ୍ତମାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । 'ତିନୋଟି ନିଃଶ୍ୱାସର ଆକାଶ' ତାଙ୍କର ଏକ ବିଶିଷ୍ଟ କବିତା ଗ୍ରନ୍ଥ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଶୁଭେନ୍ଦୁ ମୋହନ ଦାସ ୧୯୩୬ ଜୁନ ୨୫ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲଳିତ ମୋହନ ଦାସ ଜଣେ ଓକିଲ ଥିଲେ । ସାହିତ୍ୟିକ ସୁଖେନ୍ଦୁ ମୋହନ ଦାସ ଥିଲେ ତାଙ୍କ ବଡ଼ଭାଇ । ୧୯୪୭ରେ ଲଳିତ ମୋହନ କଲିକତାରେ ଓକିଲାତି କରି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଆସିଲେ । ଶୁଭେନ୍ଦୁଙ୍କ ପିଲାଦିନ ଆନନ୍ଦପୁରରେ କଟିଥିଲା । ସେଠାରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ୯ମରୁ ୧୧ଶ ଶ୍ରେଣୀ ପର୍ଯ୍ୟନ୍ତ ମାମୁଁଘର କଟକର ମାରୁଆଡି ହାଇସ୍କୁଲରେ ପଢିଲେ । ତା'ପରେ ରେଭେନ୍ସା କଲେଜରେ ଦୁଇ ବର୍ଷ ଆଇଏସ୍‌ସି ପଢ଼ିଲେ । ସେଇ ସମୟରେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଲଳିତ ମୋହନ ୧୯୫୮ରେ ବାଲେଶ୍ୱର ଚାଲି ଆସିଲେ । ସେତେବେଳେ ନୂଆବଜାରରେ ଭଡ଼ା ଘରେ ରହିଲେ ସେ । ପରେ ସେ ବାଲେଶ୍ୱରକୁ ଆସିଲେ । ଏଠାରେ ସେ ଫକୀର ମୋହନ ମହାବିଦ୍ୟାଳୟରେ ସ୍ନାତକ ପଢ଼ିଲେ । ଅର୍ଥନୀତି ଅନର୍ସ ନେଇ ସେ ୧୯୬୧ରେ ସ୍ନାତକ ଶିକ୍ଷା ଶେଷ କଲେ । ୧୯୬୦ରେ ସେ ସ୍ନାତକ ପରୀକ୍ଷା ଛାଡ଼ିଦେଇଥିଲେ ।

ପରିବାର

[ସମ୍ପାଦନା]

ସେ ଆନନ୍ଦଲତା ମହାନ୍ତିଙ୍କୁ ବିବାହ କରିଥିଲେ । ୨୦୧୫ରେ ଆନନ୍ଦଲତାଙ୍କ ଦେହାନ୍ତ ହୋଇଥିଲା । ଏହି ଦମ୍ପତ୍ତିଙ୍କର ଏକମାତ୍ର ଝିଅଙ୍କ ନାମ ରଞ୍ଜିତା ।

ସାହିତ୍ୟ ରଚନା

[ସମ୍ପାଦନା]

୧୯୪୮ ମସିହାରେ ଓଡ଼ିଆ ପତ୍ରିକା ଡଗରରେ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ତେବେ କଲିକତାରୁ ସେତେବେଳେ ପ୍ରକାଶ ପାଉଥିବା ସମାବେଶର ସମ୍ପାଦକ [ଜଗଦୀଶ ପାଣି]]ଙ୍କୁ ଦେଖା କରି କବିତା ଦେଇ ଆସିବା ପରେ ତାଙ୍କ କବିତା ପ୍ରକାଶ ପାଇଥିଲା । ଏହା ପରେ ତାଙ୍କୁ କବି ଭାବରେ ଖ୍ୟାତି ମିଳିବା ଆରମ୍ଭ ହେଲା । ସ୍ନାତକ ପଢ଼ୁଥିବା ବେଳେ ସେ ଡାକରେ ଗୁରୁପ୍ରସାଦ ମହାନ୍ତି, ରାଧାମୋହନ ଗଡ଼ନାୟକ, ରମାକାନ୍ତ ରଥ ଆଦି ଲେଖକଙ୍କ ବହି ମଗାଇ ପଢ଼ୁଥିଲେ । ଟିଉସନ୍ କରିବା ସହ ସଂଧ୍ୟାରେ ନୂଆବଜାରସ୍ଥିତ ଏକ ପବ୍ଲିକ ପାଠାଗାରରେ ଲାଇବ୍ରେରିଆନ୍ ଭାବେ ୧୫ ଟଙ୍କା ବେତନରେ ଚାକିରି କରି ସେହି ବେତନ ବହି ଓ ପତ୍ରିକା କିଣାରେ ସାରିଦେଉଥିଲେ । ସେ କବି ବ୍ରଜନାଥ ରଥଙ୍କ ସମସାମୟିକ ଥିଲେ । ଶୁଭେନ୍ଦୁ ମୋହନଙ୍କ ସବୁ ଶବ୍ଦ ହଜିଯାଏ କବିତା ସଂକଳନରେ ୧୯୬୦ରୁ ୧୯୯୧ ପର୍ଯ୍ୟନ୍ତ ଲେଖିଥିବା କବିତା ମଧ୍ୟରୁ ୫୧ଟି ବଛା କବିତା ସ୍ଥାନପାଇଥିଲା । ତାଙ୍କର ଅନେକ କବିତା ବହି ଭାବେ ସଂକଳିତ ହୋଇନାହିଁ । ତାଙ୍କ ରଚନାସବୁ ଆସନ୍ତାକାଲି, ନବରବିଝଙ୍କାର ଆଦି ଓଡ଼ିଆ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା ।

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]

ପ୍ରବନ୍ଧ

[ସମ୍ପାଦନା]
  • ସମାଲୋଚନା ନା ଅସଭ୍ୟତା (୧୯୯୨)[]
  • ସାହିତ୍ୟ ବିଷୟକ (୨୦୦୩)

ଅନୁବାଦ

[ସମ୍ପାଦନା]

ମୃତ୍ୟୁ

[ସମ୍ପାଦନା]

ଶେଷରେ ୨୦୨୪ ସେପ୍ଟେମ୍ବର ୨୦ରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ସ୍ମୃତିଚାରଣ ନିମନ୍ତେ ଶୁଭେନ୍ଦୁ ସମଷ୍ଟି ପ୍ରକାଶ ପାଇଥିଲା ।

  1. Bureau, OB (21 September 2024). "Noted Odia Poet Subhendu Mohan Das Passes Away In Balasore At 89". odishabytes. Retrieved 23 September 2024.
  2. The Samaja ePaper https://samajaepaper.in/imageview_4_219202414440792_4_73_21-09-2024_12_i_1_sf.html. Retrieved 23 September 2024. {{cite web}}: Missing or empty |title= (help)
  3. ଦାସ, ଶୁଭେନ୍ଦୁ ମୋହନ (୧୯୯୨). ସମାଲୋଚନା ନା ଅସଭ୍ୟତା. ବାଲେଶ୍ୱର: ସାମୟିକୀ ପ୍ରକାଶନୀ. pp. ୧-୩.