ଶୁକଦେବ

ଉଇକିପିଡ଼ିଆ‌ରୁ
ଶୁକଦେବ ସନ୍ଥମାନଙ୍କୁ କଥା ଶୁଣାଉଛନ୍ତି
Sage Sukdeva narrating the story of Krishna to Parikshit.

ଶୁକଦେବ ମହାଭାରତ କାଳର ମୁନୀ ଥିଲେ । ସେ ବେଦବ୍ୟାସଙ୍କ ପୁତ୍ର ଥିଲେ । ସେ ପିଲାବେଳୁ ହିଁ ଜ୍ଞାନ ପ୍ରାପ୍ତ ପାଇଁ ବଣକୁ ଚାଲି ଯାଇଥିଲେ । ସେ ପରୀକ୍ଷିତଙ୍କୁ ଶ୍ରୀମଦ ଭାଗବତ ଶୁଣେଇଥିଲେ ।[୧] ଶୁକଦେବ, ବ୍ୟାସଙ୍କଠାରୁ ମହାଭାରତ ପଢ଼ିଥିଲେ ଏବଂ ତାହାକୁ ଦେବତା ମାନଙ୍କୁ ଶୁଣାଇଥିଲେ । ସେ କମ ବୟସରେ ହିଁ ବ୍ରହ୍ମଲୀନ ହୋଇଯାଇଥିଲେ ।[୨]

ଐତିହାସିକ କାହାଣୀ[ସମ୍ପାଦନା]

ଶୁକଦେବ ମହର୍ଷି ବେଦ ବ୍ୟାସଙ୍କ ପୁତ୍ର ଥିଲେ ଏବଂ ସେ 12 ବର୍ଷ ପର୍ଯ୍ୟନ୍ତ ନିଜ ମାତାଙ୍କ ଗର୍ଭରେ ରହିଥିଲେ ।

ଭଗବାନ ଶିବ, ମାତା ପାର୍ବତୀଙ୍କୁ ଅମର କଥା ଶୁଣାଉଥିଲେ । ମାତା ପାର୍ବତୀଙ୍କୁ କଥା ଶୁଣି ଶୁଣି ନିଦ ଆସି ଯାଇଥିଲା ଏବଂ ତାଙ୍କ ଜାଗାରେ ସେଠାରେ ବସିଥିବା ଶୁକ ହୁଙ୍କାରୀ ଭର୍ତ୍ତି କରିବା ପ୍ରାରମ୍ଭ କରିଦେଇଥିଲେ । ଯେତେବେଳେ ଭଗବାନ ଶିବଙ୍କୁ ଏହି ବିଷୟରେ ଜ୍ଞାତ ହେଲା , ସେତେବେଳେ ସେ ଶୁକଙ୍କୁ ମାରିବା ପାଇଁ ଦୌଡିଥିଲେ ଏବଂ ତାଙ୍କ ପଛରେ ନିଜ ତ୍ରିଶୁଳ ଛାଡିଥିଲେ । ଶୁକ ନିଜ ଜୀବନ ବଞ୍ଚାଇବା ପାଇଁ ତିନି ଲୋକରେ ଦୌଡ଼ିବାକୁ ଲାଗିଲେ, ଦୌଡ଼ି-ଦୌଡ଼ି ସେ ବ୍ୟାସଙ୍କ ଆଶ୍ରମକୁ ଆସିଥିଲେ ଏବଂ ସୁକ୍ଷ୍ମ ରୂପ ବନେଇ ତାଙ୍କ ପତ୍ନୀଙ୍କ ମୁଖ ମଧ୍ୟକୁ ପଶିଗଲେ । ସେଠାରେ ସେ ତାଙ୍କ ଗର୍ଭ ମଧ୍ୟରେ ରହିଗଲେ । ଏହା କୁହାଯାଏ କି, ସେ 12 ବର୍ଷ ପର୍ଯ୍ୟନ୍ତ ଗର୍ଭ ବହାରକୁ ବାହାରିଲେ ନାହିଁ । ଯେତେବେଳେ ଭଗବାନ ଶ୍ରୀ କୃଷ୍ଣ ସ୍ୱୟଂ ଆସି ତାଙ୍କୁ ଆଶ୍ୱସନା ଦେଲେ କି, ବାହାରକୁ ବାହାରିବା ପରେ ତୁମ ଉପରେ ମାୟାର ପ୍ରଭାବ ପଡିବ ନାହିଁ । ତା'ପରେ ସେ ଗର୍ଭରୁ ବାହାରିଲେ ଏବଂ ବ୍ୟାସଙ୍କ ପୁତ୍ର ବୋଲି କୁହାଗଲା । ଗର୍ଭରେ ହିଁ ତାଙ୍କୁ ବେଦ, ଉପନିଷଦ, ଦର୍ଶନ ଏବଂ ପୁରାଣ ଆଦିର ସମ୍ୟକ ଜ୍ଞାନ ହୋଇଯାଇଥିଲା ।

ଜନ୍ମ ନେବା ପରେ ସେ ବାଲ୍ୟ ଅବସ୍ଥାରେ ତପ ହେତୁ ବଣ ପାଖକୁ ଦୌଡ଼ିଲେ । ତାଙ୍କୁ ସଂସାରକୁ ବିରକ୍ତ ଭାବନା ଥିଲା । ପରନ୍ତୁ ବାତ୍ସଲ୍ୟ ଭାବରେ କାନ୍ଦି ବ୍ୟାସ ମଧ୍ୟ ତାଙ୍କ ପଛରେ ଦୌଡିଥିଲେ । ମାର୍ଗରେ ଏକ ଜଳାଶୟରେ କିଛି କନ୍ୟାମାନେ ସ୍ନାନ କରୁଥିଲେ, ସେମାନେ ଯେତେବେଳ ଶୁକଦେବଙ୍କୁ ଦେଖିଲେ ତ ନିଜ ଅବସ୍ଥାକୁ ଧ୍ୟାନ ନ ଦେଇ ଶୁକଦେବଙ୍କ ଆଶୀର୍ବାଦ ନେଇଥିଲେ । କିନ୍ତୁ ଯେତେବେଳ ଶୁକଦେବଙ୍କ ପଛେ ମୋହରେ ପଡିଲେ ସେତେବେଳେ ବ୍ୟାସ ସେଠାରେ ପହଞ୍ଚିଲେ । ତାହାପରେ ସମସ୍ତ କନ୍ୟା ଶାନ୍ତ ହୋଇଗଲେ । ଏହି ସାଂସାରିକ ବିରକ୍ତିରେ ଶୁକଦେବ ତପର ପ୍ରାରମ୍ଭ କରିଥିଲେ ।

ଯେଉଁ ଜାଗାରେ ଶୁକଦେବ ବ୍ରହ୍ମଲୀନ ହୋଇଥିଲେ ବର୍ତ୍ତମାନ ସମୟରେ ସେହି ଜାଗା ହରିୟାଣାରେ କୈଥଳର ଗ୍ରାମ ସଜୁମାରେ ରହିଛି ।

ଆଧାର[ସମ୍ପାଦନା]

  1. Matchett, Freda (2001). Krishna, Lord or Avatara?: the relationship between Krishna and Vishnu. Routledge. ISBN 978-0-7007-1281-6.
  2. Sullivan, Bruce M. (1990). Kṛṣṇa Dvaipāyana Vyāsa and the Mahābhārata: a new interpretation. BRILL. p. 40. ISBN 978-90-04-08898-6.