ଶିବରାମ ପ୍ରସାଦ ସିଂହ

ଉଇକିପିଡ଼ିଆ‌ରୁ

ଶିବରାମ ପ୍ରସାଦ ସିଂହ ଜଣେ ଭାରତୀୟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ, ଚିକିତ୍ସକ ଅନୁସନ୍ଧାନକାରୀ ଏବଂ ଅଧ୍ୟାପକ। ତାଙ୍କର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି କ୍ଷେତ୍ରରେ ପ୍ରାୟ ୩୦ ବର୍ଷର ଅଭିଜ୍ଞତା ରହିଛି । ଶିବରାମ ପ୍ରସାଦ ସିଂହ ୨୦୨୨ ମସିହାରେ ଏସସିବି ମେଡିକାଲ କଲେଜର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଅଧ୍ୟାପକ ଏବଂ ବିଭାଗ ମୁଖ୍ୟ ଭାବରେ ଅବସର ନେଲେ। [୧]

ଡାକ୍ତର ଶିବରାମ ପ୍ରସାଦ ସିଂହ ୧୯୮୦ ମସିହାରେ ଏମ ବି ବି ଏସ ପାଠ୍ୟକ୍ରମରେ ଉତୀର୍ଣ୍ଣ ହେବା ପରେ ୧୯୮୫ରେ ଏମ ଡି ପାଠ୍ୟକ୍ରମ ଏସସିବି ମେଡିକାଲ କଲେଜରୁ ଅର୍ଜନ କରିଥିଲେ | [୨]

୨୦୧୩ ମସିହାରେ ଆଇ ଏସ ଜି (ଇଣ୍ଡିଆନ୍ ସୋସାଇଟି ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି)ରୁ ଡାକ୍ତର ଶିବରାମ ପ୍ରସାଦ ସିଂହଙ୍କୁ ଏସ ଆର ନାୟକ ମେମୋରିଆଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଡାକ୍ତର ଶିବରାମ ପ୍ରସାଦ ସିଂହ ୨୦୧୨ - ୧୩ରେ ଆଇ ଏସ ଜିର ସଭାପତି ଭାବରେ କାର୍ଯ୍ୟ କରିଥିଲେ।[୩][୪]

ଡାକ୍ତର ଶିବରାମ ପ୍ରସାଦ ସିଂହଙ୍କୁ ୨୦୧୯ରେ ସମ୍ମାନଜନକ ଏ ଜି ଏ ଫେଲୋସିପ୍ ସହିତ ମଧ୍ୟ ସମ୍ମାନିତ କରାଯାଇଛି |[୫]

ସେ ତାଙ୍କ ସେବା ଅବଧି ସମୟରେ ପ୍ରାୟ ୧୫୦ରୁ ଅଧିକ ଅନୁସନ୍ଧାନ ପୁସ୍ତକ ପ୍ରକାଶ କରିଛନ୍ତି | ତାଙ୍କର ପ୍ରକାଶିତ ଅନୁସନ୍ଧାନ ପୁସ୍ତକ ପବମେଡ଼, ରିସର୍ଚ୍ଚଗେଟ, ଗୁଗୁଲ ଇତ୍ୟାଦି ୱେବସାଇଟରେ ଉପଲବ୍ଧ ଅଛି ![୬][୭]

  1. "Gastroenterology Department – SCB Medical College & Hospital". scbmch.in. Retrieved 2022-08-05.
  2. "Prof. Dr S.P. Singh – SCB Medical College Alumni Association". scbmchalumni.in. Retrieved 2022-08-05.
  3. "ISG: Indian Society of Gastroenterology". www.isg.org.in. Retrieved 2022-08-05.
  4. "ISG: Indian Society of Gastroenterology". www.isg.org.in. Retrieved 2022-08-05.
  5. "AGA fellowship for Prof Singh". The New Indian Express. Retrieved 2022-08-05.
  6. "Singh SP - Search Results - PubMed". PubMed (in ଇଂରାଜୀ). Retrieved 2022-08-05.
  7. "Shivaram Prasad Singh". scholar.google.co.in. Retrieved 2022-08-05.