ଶାର୍ଦୁଳ ଠାକୁର
| ବ୍ୟକ୍ତିଗତ ତଥ୍ୟ | |
|---|---|
| ନାମ | Shardul Narendra Thakur |
| ଜନ୍ମ | ୧୬ ଅକ୍ଟୋବର ୧୯୯୧ Palghar, Maharashtra |
| ବ୍ୟାଟିଂ ପ୍ରକାର | Right-hand bat |
| ବୋଲିଂ ପ୍ରକାର | Right-arm medium |
| ଭୂମିକା | Bowler |
| ଘରୋଇ ଦଳ ତଥ୍ୟ | |
| Years | Team |
| 2012–present | Mumbai |
| 2015 | Kings XI Punjab |
Source: Cricinfo, 24 June, 2016 | |
ଶାର୍ଦୁଳ ଠାକୁର (ଜନ୍ମ 16 ଅକ୍ଟୋବର , 1991 )ଜଣେ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଜନ୍ମ ମହାରାଷ୍ଟ୍ର ରାଜ୍ୟର ପଲଘରଠାରେ ହେଇଥିଲା । ସେ ମୁମ୍ବାଇ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ସହ ପଞ୍ଜାବ କିଂ ଏକାଦଶ ପାଇଁ ଆଇପିଏଲରେ ଖେଳନ୍ତି । ସେ ଭାରତୀୟ A ଦଳରେ ମଧ୍ୟ ଖେଳିଥିଲେ । ସେ ଜଣେ ଦ୍ରୁତ ଗତି ବୋଲର ।
ଘରେଇ ପ୍ରଦର୍ଶନ
[ସମ୍ପାଦନା]ସେ ପ୍ରଥମ ଶ୍ରେଣୀ କ୍ରିକେଟ 2012 ମସିହା ରେମୁମ୍ବାଇର ରାଜସ୍ଥାନ ବିରୁଦ୍ଧ ମେଚରେ ଖେଳିଥିଲେ । ସେ ପ୍ରଥମରୁ ବହୁତ ମହଙ୍ଗା ବୋଲିଂ କରୁଥିଲେ । ଚାରିଟି ୱିକେଟ ନେଇଥିଲେମଧ୍ୟ ସେ ଏଥିରେ 82 ହାରରେ ରନ ଦେଇଥିଲେ । କିନ୍ତୁ ତାଙ୍କର ବୋଲିଂରେ ପରବର୍ତୀସିଜନ୍ରେ ବହୁ ଉନ୍ନତି ପରିଲକ୍ଷିତ ହେଇ ସେ 2013/14 ସିଜନରେ 48ଟି ୱିକେଟ ହାସଲ କରିପାରିଥିଲେ । ଏହା ସେ 20.81 ହାରରେ 5 ଥର 5- ୱିକେଟ ନେଇ କରିଥିଲେ ।.[୧]
ସେ 2015/16 ରଣଜୀ ସିଜନରେ ଫାଇନାଲରେ 8 ୱିକେଟ ନେବା ଫଳରେ ମୁମ୍ବାଇ 41 ତମ ଥର ପାଇଁ ରଣଜୀ ଟ୍ରଫି ଜିତି ପାରିଥିଲା । [୨]
ଅନ୍ତର୍ଜାତିକ ପ୍ରଦର୍ଶନ
[ସମ୍ପାଦନା]ଶାର୍ଦୁଳ ଭାରତର ୱେଷ୍ଟ ଇଣ୍ଡିଜ ଗସ୍ତ ପାଇଁ 2016 ମସିହାରେ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇ ନଥିଲେ । [୩]