Jump to content

ଶାମ୍ବ (କୃଷ୍ଣଙ୍କ ପୁତ୍ର)

ଉଇକିପିଡ଼ିଆ‌ରୁ

ଶାମ୍ବ (ସଂସ୍କୃତ:साम्ब ) ହିନ୍ଦୁ ଦେବତା କୃଷ୍ଣ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ ଜାମ୍ବବତୀଙ୍କ ପୁତ୍ର । କଥିତ ଅଛି ଶ୍ରୀକୃଷ୍ଣଙ୍କ ସବୁ ପୁତ୍ରଙ୍କ ମଧ୍ୟରେ ଜାମ୍ବବତୀଙ୍କ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ । ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରି ଆଣିଲେ । ବଳରାମଙ୍କ ସହାୟତାରେ ଶାମ୍ବ ବିବାହ କଲେ ଦୁର୍ଯ୍ୟୋଧନ ପୁତ୍ରୀ ଲକ୍ଷଣାଙ୍କୁ ।

ମହାଭାରତ ଏବଂ ଦେବୀ ଭାଗବତ ପୁରାଣରେ ଶାମ୍ବଙ୍କ ଜନ୍ମର କାହାଣୀ ବର୍ଣ୍ଣନା କରାଯାଇଛି । ଜାମ୍ବବତୀଙ୍କ ବ୍ୟତୀତ କୃଷ୍ଣଙ୍କ ଅନ୍ୟ ସମସ୍ତ ରାଣୀ ସନ୍ତାନବତୀ ଥିଲେ । ତେଣୁ ଜାମ୍ବବତୀ ପ୍ରଦ୍ୟୁମ୍ନଙ୍କ ପରି ସୁନ୍ଦର ପୁତ୍ରଟିଏର ଜନନୀ ହେବାର ଆଶୀର୍ବାଦ ପାଇବା ପାଇଁ କୃଷ୍ଣଙ୍କ ନିକଟକୁ ଯାଇଥିଲେ । କୃଷ୍ଣ ଜାଣିଥିଲେ ଯେ ଜାମ୍ବବତୀଙ୍କ ପୁତ୍ର ହିଁ ଭବିଷ୍ୟତରେ ଯଦୁ ବଂଶର ବିନାଶ ଘଟାଇବ, ଏବଂ ସେଥିପାଇଁ ସେ ଶିବଙ୍କର ବିନାଶକାରୀ ଶକ୍ତିର ଏକ ରୂପ ହେବା ଆବଶ୍ୟକ । ଏହାର ସମାଧନା ପାଇବା ପାଇଁ କୃଷ୍ଣ ହିମାଳରରେ ଥିବା ଉପମନ୍ୟୁ ଋଷିଙ୍କ ଆଶ୍ରମକୁ ଗଲେ ଏବଂ ଋଷୀଙ୍କ ପରାମର୍ଶ ଅନୁଯାୟୀ ସେ ଶିବ ଦେବତାଙ୍କ ନିକଟରେ ପ୍ରାର୍ଥନା କରିବାକୁ ଲାଗିଲେ । ସେ ବିଭିନ୍ନ ଆସନରେ ବହୁଦିନ ପାଇଁ କଷ୍ଟକର ତପ ସାଧନ କରିଥିଲେ; ଥରେ ଗୋଟିଏ ଖପୁରୀ ଏବଂ ବାଡ଼ି ଧରି, ତା’ପରେ ପରବର୍ତ୍ତୀ ମାସରେ କେବଳ ଗୋଟିଏ ଗୋଡରେ ଠିଆ ହୋଇ କେବଳ ଜଳରେ ବଞ୍ଚି ରହିଲେ, ତୃତୀୟ ମାସରେ ସେ ଆଙ୍ଗୁଠି ଉପରେ ଠିଆ ହୋଇ କେବଳ ବାୟୁରେ ବଞ୍ଚି ରହିଲେ । ଏଭଳି କଠିନ ତପରେ ସନ୍ତୁଷ୍ଟ ହୋଇ ଶିବ ଶେଷରେ କୃଷ୍ଣଙ୍କ ନିକଟରେ ଅର୍ଦ୍ଧନାରୀଶ୍ୱର ରୂପରେ ଦେଖାଦେଲେ, ଏବଂ ତାଙ୍କୁ ଏକ ବର ମାଗିବାକୁ କହିଥିଲେ । ବର ପ୍ରାପ୍ତିପରେ କୃଷ୍ଣ ଓ ଜାମ୍ବବତୀଙ୍କଠାରୁ ଏକ ପୁତ୍ର ଜନ୍ମଲାଭ କରିଥିଲା, ଯାହାର ନାମ ଦିଆଯାଇଥିଲା ଶାମ୍ବ ।[] ଶାମ୍ବ ଠିକ୍ ଭଗବାନ କୃଷ୍ଣଙ୍କ ପରି ଦେଖାଯାଉଥିଲେ ଏବଂ ଭଗବାନ କୃଷ୍ଣ ତାଙ୍କୁ ତାଙ୍କର ସମସ୍ତ ଲୀଳା ଶିଖାଇଥିଲେ । ପରେ ଶାମ୍ବ ଯଦୁ ରାଜବଂଶର ବିନାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶାମ୍ବଙ୍କ ଏହି ବିନାଶକାରୀ ଭୂମିକା ପଛରେ ଥିବା ମୁଖ୍ୟ କାରଣ ହେଉଛି ଯେ ଭଗବାନ କୃଷ୍ଣ ଶିବଙ୍କଠାରୁ ସନ୍ତାନ ପାଇଁ ବର ମାଗିଥିଲେ ସେତେବେଳେ ଶିବ ଉତ୍ତର ଦେଇଥିଲେ ଯେ ଜାମ୍ବବତୀଙ୍କ ପୁଅ ଶାମ୍ବ ଏକାଦଶ ରୁଦ୍ର ମଧ୍ୟରୁ ଜଣେ ହେବ ଯିଏ ବିନାଶ ପାଇଁ ଉଦ୍ଦିଷ୍ଟ । ଭଗବାନ କୃଷ୍ଣ ମଧ୍ୟ ଏହାକୁ ଗ୍ରହଣ କଲେ ।

ଭାଗବତ ପୁରାଣଙ୍କ ଅନୁଯାୟୀ ଜାମ୍ବବତୀଙ୍କ ପୁତ୍ରମାନେ ଥିଲେ ଶାମ୍ବ, ସୁମିତ୍ର, ପୂରୁଜିତ, ଶତାଜିତ, ସହସ୍ରାଜିତ, ବିଜୟ, ଚିତ୍ରକେତୁ, ବାସୁମାନ, ଦ୍ରାବିଡ ଏବଂ କ୍ରତୁ ।

ପୌରାଣିକ କିମ୍ବଦନ୍ତୀ

[ସମ୍ପାଦନା]

ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ । ଏହି ଶାମ୍ବପୁରାଣ ଦେବର୍ଷି ନାରଦ ଶ୍ରୀକୃଷ୍ଣ ଜାମ୍ବବତୀ ପୁତ୍ର ଶାମ୍ବଙ୍କୁ ଶୁଣାଇଛନ୍ତି । ପୌରଣିକ କିମ୍ବଦନ୍ତୀ ଅନୁସାରେ:

ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ । ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହେଇ ଶ୍ରୀକୃଷ୍ଣ ଦର୍ଶନ ଚାହିଁଲେ । ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ । ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବା ନିମନେ ଅଭିଶାପ ଦେଲେ । []ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ । ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ବର୍ଣ୍ଣିତ । ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ । ସେଠାରେ ସୂର୍ଯ୍ୟଙ୍କ ପୂଜାରାଧନା କଲେ । ସୂର୍ଯ୍ୟଙ୍କୁ ଚାହିଁ ଚାହିଁ ତପସ୍ୟା କଲେ । ଶାମ୍ବ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣ ବା ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ । ତାଙ୍କରି ଆର୍ଶିବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧି ଦୂର ହୋଇ ସୁନ୍ଦର ଶରୀର ଲାଭ କରିଥିଲେ । ଏଇ ଦିନଟି ଥିଲା ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି I ଶାମ୍ବ କୁଷ୍ଠ ରୋଗରୁ ମୁକ୍ତିଲାଭ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରାଇଲେ । ସେହିକାଳରୁ ଆମଦେଶରେ ଶାମ୍ବ ଦଶମୀରେ ସୂର୍ଯ୍ୟରେ ସୂର୍ଯ୍ୟଙ୍କର ବ୍ରତପାଳନ ଓ ପୂଜାର ପ୍ରଚଳନ ରହିଛି ।

ମୃତ୍ୟୁ

[ସମ୍ପାଦନା]

କୁରୁକ୍ଷେତ୍ର ଯୁଦ୍ଧର ଶେଷରେ, ଗାନ୍ଧାରୀଙ୍କ ସମସ୍ତ ଶହେ ପୁଅ (କୌରବ)ଙ୍କୁ ସେମାନଙ୍କ ସମ୍ପର୍କୀୟ ପାଣ୍ଡବମାନେ କୃଷ୍ଣଙ୍କ ସାହାଯ୍ୟରେ ହତ୍ୟା କରିଥିଲେ । ପାଣ୍ଡବ ମଧ୍ୟ ସେମାନଙ୍କର ସମସ୍ତ ପୁଅଙ୍କୁ ହରାଇଲେ । ଏହି ସମସ୍ତ ବିନାଶକୁ ଅନୁମତି ଦେଇଥିବାରୁ ଗାନ୍ଧାରୀ କୃଷ୍ଣଙ୍କୁ ଅଭିଶାପ ଦେଇଥିଲେ । ସେ ଅଭିଶାପ ଦେଇଥିଲେ ଯେ କୃଷ୍ଣଙ୍କ ବଂଶ ତଥା ତାଙ୍କ ରାଜ୍ୟ ଧ୍ୱଂସ ହେବ । ଗାନ୍ଧାରିଙ୍କ ଏହି ଅଭିଶାପକୁ କୃଷ୍ନ ସାଦରେ ଗ୍ରହଣ କରିଥିଲେ ।[]

  1. "Encyclopaedia of the Śaivism". www.archive.org (in English). Sarup & Sons. 2004. Retrieved 13 January 2021.{{cite web}}: CS1 maint: unrecognized language (link)
  2. "Samba: The Boy who Ended a Dynasty". Glorious Hinduism. 21 March 2020. Retrieved 13 January 2021.
  3. Roy, Pratap Chandra (undefined NaN). "The Mahabharata of Krishna-Dwaipayana Vyasa". www.archive.org. Calcutta : Bharata press. Retrieved 13 January 2021. {{cite web}}: Check date values in: |date= (help)