ଶାଜାନ ପଦ୍ମସୀ

ଉଇକିପିଡ଼ିଆ‌ରୁ
ଶାଜାନ ପଦ୍ମସୀ
ଜୁଲାଇ ୨୦୧୨ରେ ଶାଜାନ
ଜନ୍ମ
ପ୍ୟାରିସ, ଫ୍ରାନ୍ସ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ, ଥିଏଟର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ
ପିତାମାତା(s)ଆଲିକ୍ୟୁ ପଦ୍ମସୀ, ଶାରୋନ୍ ପ୍ରଭାକର
ସମ୍ପର୍କୀୟଆକବର ପଦ୍ମସୀ (କ‌କା), ରାଇସା ପଦ୍ମସୀ (ସମ୍ପର୍କୀୟ)

ଶାଜାନ ପଦ୍ମସୀ (ଜନ୍ମ: ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ମଡେଲ ଏବଂ ମଞ୍ଚ ଅଭିନେତ୍ରୀ । ସେ ଜଣେ ପ୍ରସିଦ୍ଧ ଅଭିନେତା ଆଲିକ୍ୟୁ ପଦ୍ମସୀ ଏବଂ ଶାଓରନ୍ ପ୍ରଭାକର୍‌ଙ୍କ ଝିଅ । ସେ ୨୦୦୯ରେ ହିନ୍ଦୀ କଥାଚିତ୍ର ରକେଟ୍ ସିଂହ- ସେଲ୍‌ସ୍‌ମ୍ୟାନ୍ ଓଫ୍ ଦ ଇଅର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ତେଲୁଗୁ ଏବଂ ତାମିଲ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ଦିଲ୍ ତୋ ବଚ୍ଚା ହୈ, ହା‌ଉସଫୁଲ୍ ୨ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଶାଜାନ ତାଙ୍କ ବାପାଙ୍କ ସ‌ହ କିଛି ଥିଏଟରରେ ଅଭିନୟ କରିବା ପରେ ୨୦୦୯ରେ ସେ ରକେଟ ସିଂହ- ଦ ସେଲ୍‌ସ୍ ମ୍ୟାନ୍ ଅଫ୍ ଦ ଇଅର ଚଳଚ୍ଚିତ୍ର ଜରିଆରେ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧] ଚଳଚ୍ଚିତ୍ରରେ ଯଦିଓ ସେ ମୁଖ୍ୟ ଭୂମିକାରେ ଥିଲେ, କିନ୍ତୁ ତାଙ୍କ ଅଭିନୟ ସମୟ ଖୁବ୍ ସ୍ୱଳ୍ପ ଥିଲା । ତାଙ୍କୁ ଅଧିକ ସ‌ମୟର ସୁଯୋଗ ମିଳିଥିଲେ, ସେ ଆହୁରି ଭଲ କରିପାରିଥାନ୍ତେ ବୋଲି ସମୀକ୍ଷକମାନେ ମତ ଦେଇଥିଲେ ।[୨] ଏହି ଚଳଚ୍ଚିତ୍ରଟି ପ୍ରାରମ୍ଭରୁ ଭଲ କରିଥିଲା, ମାତ୍ର ପ୍ରଚାରର ଅଭାବ ଯୋଗୁଁ ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇପାରିନଥିଲା ।[୩]

ତାଙ୍କର ଦ୍ୱିତୀୟ ଏବଂ ତୃତୀୟ ଚଳଚ୍ଚିତ୍ର ଗୋଟିଏ ଦିନରେ ମୁକ୍ତିଲାଭ କରିଥିଲା । ସେହି ଚଳଚ୍ଚିତ୍ର ଦୁଇଟି ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ର ଥିଲା ।[୪] ତାମିଲ ଚଳଚ୍ଚିତ୍ରର ମୁକ୍ତିଲାଭ କରିବା ପରେ ତାଙ୍କୁ ମିଶ୍ରିତ ସମୀକ୍ଷା ମିଳିଥିଲା ।[୫] କେହି କେହି ତାଙ୍କ ଚଳଚ୍ଚିତ୍ରରେ ଭୂମିକା ପାଇଁ ମଧ୍ୟ ଭଲ ମନ୍ତବ୍ୟ ମିଳିଥିଲା ।[୬]

ତେଲୁଗୁ ଚଳଚ୍ଚିତ୍ର ଅରେଞ୍ଜ ପାଇଁ ତାଙ୍କୁ ଉତ୍ତମ ମତାମତ ମିଳିଥିଲା ।[୭][୮][୯][୧୦]

ଶାଜାନ ୨୦୧୧ରେ ଦିଲ୍ ତୋ ବଚ୍ଚା ହୈ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।[୧୧] ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ, ଇମ୍ରାନ ହାସିମ, ଓମି ବୈଦ୍ୟ, ଶ୍ରୁତି ହାସନ ଏବଂ ଶ୍ରଦ୍ଧା ଦାସନ ପ୍ରମୁଖ ଅଭିନୟ କରିଥିଲେ ।[୧୨] ଏହି ଚଳଚ୍ଚିତ୍ର ପାଇଁ ମଧ୍ୟ ତାଙ୍କୁ ମିଶ୍ରିତ ମନ୍ତବ୍ୟ ମିଳିଥିଲା ।[୧୩][୧୪] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇଥିଲା ।[୧୫]

ଏହାପରେ ସେ ଶାଜିଦ୍ ଖାନ୍‌ଙ୍କ ନିର୍ଦ୍ଦେଶିତ ହାଉସଫୁଲ୍ ୨ରେ ଅଭିନୟ କରିଥିଲେ । ତାଙ୍କ ସ‌ହ ଅକ୍ଷୟ କୁମାର, ଜନ୍ ଆବ୍ରାହମ୍, ଜରୀନ ଖାନ, ଅସିନ, ଜ୍ୟାକ୍‌ଲିନ୍ ଫର୍ଣ୍ଣାଡିସ୍, ରିତେଶ୍ ଦେଶମୁଖ୍ ପ୍ରମୁଖ ଅଭିନୟ କରିଥିଲେ ।[୧୬] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇଥିଲା ।[୧୭] ୨୦୧୫ରେ ମୁକ୍ତିଲାଭ କରିଥିବା ସଲିଡ ପଟେଲରେ ଶାଜାନ ଜଣେ ଗୁଜରାଟୀ ଝିଅ ଭୂମିକାରେ ଅଭିନୟ କରିଥିଲେ ।[୧୮] ୨୦୧୬ରେ ସେ ଡିସ୍କୋ ଭେଲ୍ଲୀରେ ରଜତ ବର୍ମେଚାଙ୍କ ସ‌ହ ଅଭିନୟ କରିଥିଲେ ।[୧୯]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୯: ରକେଟ ସିଂହ- ସେଲ୍‌ସ୍ ମ୍ୟାନ୍ ଅଫ୍ ଦ ଇଅର୍ (ହିନ୍ଦୀ)
  • ୨୦୧୦: କାନିମୋଝି (ତାମିଲ)
  • ୨୦୧୦: ଅରେଞ୍ଜ (ତେଲୁଗୁ)
  • ୨୦୧୧: ଦିଲ୍ ତୋ ବଚା ହୈ ଜି (ହିନ୍ଦୀ)
  • ୨୦୧୨: ହାଉସଫୁଲ୍ ୨ (ହିନ୍ଦୀ)
  • ୨୦୧୩: ମସାଲା (ତେଲୁଗୁ)
  • ୨୦୧୫: ସଲିଡ୍ ପଟେଲ୍‌ସ୍ (ହିନ୍ଦୀ)
  • ୨୦୧୬: ଡିସ୍କୋ ଭେଲ୍ଲି (ହିନ୍ଦୀ)

ଆଧାର[ସମ୍ପାଦନା]

  1. Kulkarni, Onkar (2010). "I play the love interest in Rocket Singh: Shazahn Padamsee". Mid-Day. Retrieved 30 May 2017.
  2. Kazmi, Nikhat (11 December 2009). "Rocket Singh: Salesman of the Year". The Times of India.
  3. "Movie Review: Rocket Singh – Salesman of the Year". The Economic Times. 13 December 2009.
  4. Rangarajan, Malathi (23 July 2010). "A promising start". Chennai, India: The Hindu. Retrieved 30 May 2017.
  5. Moviebuzz (2010). "Kanimozhi". Sify. Retrieved 26 November 2010.
  6. "Kanimozhi". Top10Cinema.com. 2010. Retrieved 30 May 2017.
  7. "Orange girl gets a clap and a slap!". Supergoodmovies.com. 2010. Retrieved 30 May 2017.
  8. "Review: Orange leaves audiences groping in the dark". NDTV. 2010. Archived from the original on 28 November 2010. Retrieved 30 May 2017.
  9. "'Orange' – High on style, low on substance". Sify. 2010. Retrieved 30 May 2017.
  10. Naniseeti, Serish (27 November 2010). "One colour of love". Chennai, India: The Hindu. Retrieved 30 May 2017.
  11. Kotwani, Hiren (2010). "'I have no regrets'". Hindustan Times. Archived from the original on 25 December 2010. Retrieved 30 May 2017.
  12. Gangul, Prithwish (29 December 2010). "The rollercoaster ride of love awaits them!". Times of India. Archived from the original on 6 November 2012. Retrieved 30 May 2017.
  13. Crook: It's Good To Be Bad (2010) | Movie Review, Trailers, Music Videos, Songs, Wallpapers. Bollywood Hungama. Retrieved on 30 May 2017.
  14. Dil Toh Baccha Hai Ji: Wannabe sex comedy – Rediff.com Movies. Rediff.com (28 January 2011). Retrieved on 30 May 2017.
  15. Tuteja, Joginder (3 February 2011) Team DTBHJ ecstatic with film's success. bollywoodhungama.com
  16. Housefull 2 (2012) | Hindi Movie Critic Review By Taran Adarsh. Bollywood Hungama. Retrieved on 30 May 2017.
  17. Housefull 2 Crossed Rs. 100 crore Mark At Box-Office In 17 Days. Koimoi.com (23 April 2012). Retrieved on 30 May 2017.
  18. "Shazahn Padamsee impresses her director in 'Solid Patels'". timesofindia. Retrieved 30 May 2017.
  19. "Shazahn to romance Rajat Bharmecha in Disco Valley". bollywoodhungama. Retrieved 30 May 2017.

ଅଧିକ ତ‌ଥ୍ୟ[ସମ୍ପାଦନା]