ଶର ତୃଣ

ଉଇକିପିଡ଼ିଆ‌ରୁ

ଶର ତୃଣ ଏକ ପ୍ରକାରର ଘାସ ଜାତୀୟ ଦୀର୍ଘଜୀବୀ ତୃଣ । ଏହାର ବୈଜ୍ଞାନିକ ନାମ Saccharum arundinaceum ଏବଂ ସାଧାରଣ ଇଂରାଜୀରେ ଏହି ଘାସକୁ hardy sugar cane ତଥା pin Reed grass ମଧ୍ଯ କୁହାଯାଏ । ଏହି ଜାତୀୟ ତୃଣ ମୁଖ୍ଯତଃ ପୂର୍ବ,ପଶ୍ଚିମ ତଥା ଦକ୍ଷିଣ ପୂର୍ବ ଏସିଆରେ ଦେଖିବାକୁ ମିଳିଥାଏ ଏବଂ ଏହାର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆରେ ହୋଇଛି । ଓଡ଼ିଆରେ ଏହି ଘାସକୁ କାଣ୍ଡଶର ତଥା କେବଳ ଶର ଘାସ ମଧ୍ଯ କୁହାଯାଏ ।

ଆବାସ ସ୍ଥଳ[ସମ୍ପାଦନା]

ଭାରତ,ବଙ୍ଗଳାଦେଶ,ଶ୍ରୀଲଙ୍କା,ନେପାଳ ଏବଂ ଅନ୍ଯ ଦକ୍ଷିଣପୂର୍ବ ଏସୀୟ ଦେଶ ।

ବୈଶିଷ୍ଟ୍ଯ[ସମ୍ପାଦନା]

ଏ ଗଛ ଆଖୁଗଛ ଭଳି । ପାହାଡ଼ିଆ ଅଞ୍ଚଳରେ ଭଲ ବଢିପାରେ । ଶର ତୃଣ ପ୍ରାୟ 10ରୁ 12 ମିଟର ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ । ଆଗେ ଏ ଗଛର ପତ୍ରରେ ଘର ଛାଆଣି ଏବଂ ପାନବରଜର ତାଟି ହେଉଥିଲା । ଏହାର ଡାଙ୍ଗଦ୍ୱାରା ଧନୁଶରର ବେଣ୍ଟ ଓ କାଠି କଲମ ମଧ୍ଯ ହେଉଥିଲା ।

ବଂଶ ବିସ୍ତାର[ସମ୍ପାଦନା]

ବୀଜରୁ ଏହି ଘାସ ଜାତୀୟ ଗଛର ବଂଶ ବଢିଥାଏ । ତେବେ ଆଧୁନିକ ଯୁଗରେ ମନୁଷ୍ଯକୃତ ଚାଷବାସ ଅଦି କାରଣରୁ ଦିନକୁ ଦିନ ଶର ତୃଣ ଦୂର୍ଲଭ ହେବାକୁ ବସିଲାଣି ।