ଶବ୍ଦ (ଧ୍ୱନି)

ଉଇକିପିଡ଼ିଆ‌ରୁ
(ଶବ୍ଦ (ଧ୍ଵନି)ରୁ ଲେଉଟି ଆସିଛି)

ଶବ୍ଦ ହେଉଛି ଏକ ଯାନ୍ତ୍ରିକ ତରଙ୍ଗ ଯାହା କଠିନ, ତରଳ କିମ୍ବା ବାଷ୍ପରେ ଚାପର କମ୍ପନଦ୍ୱାରା ପ୍ରେରିତ ହୋଇ ଶୁଣି ପାରିବା ଭଳି ବାରମ୍ବାରତାରେ କର୍ଣଗୋଚର ହୁଏ ।

ଶବ୍ଦ ସଂଚରଣ[ସମ୍ପାଦନା]

ଶବ୍ଦ ହେଉଛି ଚାପରେ ପରିବର୍ତ୍ତନର ତରଙ୍ଗ ଯାହା ବାୟୁ ଓ ଜଳ ପରି ସଂକୋଚନୀୟ ମାଧ୍ୟମ ଦେଇ ଗତି କରେ । (ଶବ୍ଦ କଠିନ ଦେଇ ମଧ୍ୟ ଗତି କରିପାରେ, କିନ୍ତୁ ସଂଚରଣର ମୋଡ‍ ଅଲଗା ହୁଏ । ) ସଂଚରଣ ବେଳେ ତରଙ୍ଗ ପ୍ରତିଫଳିତ, ପ୍ରତିସରିତ କିମ୍ବା ବିଘଟିତ ହୋଇପାରେ ।

ଶବ୍ଦ ସଂଚରଣ ସାଧାରଣତଃ ତିନୋଟି କାରଣଦ୍ୱାରା ପ୍ରଭାବିତ ହୁଏ:

  • ସାନ୍ଦ୍ରତା ଓ ଚାପ ମଧ୍ୟରେ ଥିବା ସମ୍ପର୍କ । ଏହି ସମ୍ପର୍କ, ତାପମାତ୍ରାଦ୍ୱାରା ପ୍ରଭାବିତ ହୋଇ ମାଧ୍ୟମରେ ଶବ୍ଦର ଗତି ନିରୂପଣ କରେ ।
  • ସଂଚରଣ ମାଧ୍ୟମର ନିଜସ୍ୱ ଗତିଦ୍ୱାରା ମଧ୍ୟ ପ୍ରଭାବିତ ହୁଏ । ଉଦାହରଣ ସ୍ୱରୂପ, ବାୟୁରେ ଶବ୍ଦର ଗତି । ଶବ୍ଦର ଗତିକୁ ଛାଡିଲେ, ଯଦି ମାଧ୍ୟମ ଗତି କରୁଥାଏ, ଶବ୍ଦ ଅଧିକ ଗତିଶୀଳ ହୁଏ ।
  • ମାଧ୍ୟମର ଘନତ୍ୱ ମଧ୍ୟ ଶବ୍ଦତରଙ୍ଗର ଗତିକୁ ପ୍ରଭାବିତ କରେ । ଏହା ଶବ୍ଦର ଗତିରେ ବିଘଟନ ସୃଷ୍ଟି କରେ । ବାୟୁ ଓ ଜଳ ପରି ମାଧ୍ୟମ ପାଇଁ ଘନତ୍ୱ ଯୋଗୁ ଗତିରେ ବିଘଟନ ନଗଣ୍ୟ ।

ନିର୍ଦ୍ଦିଷ୍ଟ ଭୌତିକ ଗୁଣ ନଥିବା ମାଧ୍ୟମରେ ଶବ୍ଦ ଗତି କଲା ବେଳେ ପ୍ରତିସରିତ ହୁଏ (ବିଚ୍ଛୁରିତ କିମ୍ବା କେନ୍ଦ୍ରିତ ହୁଏ) ।

ଶବ୍ଦର ଧାରଣା[ସମ୍ପାଦନା]

ପ୍ରତ୍ୟେକ ଜୀବ କ୍ଷେତ୍ରରେ ଶବ୍ଦର ଅନୁଭବ କିଛି ବାରମ୍ବାରତା ମଧ୍ୟରେ ସୀମିତ ଥାଏ । ମାନବ ପାଇଁ ୨୦ ହର୍ଜ୍‌ରୁ ୨୦,୦୦୦ ହର୍ଜ୍ ହେଉଛି ସାଧାରଣ ପରିସର, ଯଦିଓ ଏହା ନିର୍ଦ୍ଦିଷ୍ଟ ନୁହେଁ । ଉର୍ଦ୍ଧ୍ୱ ସୀମା ବୟସ ବଢିବା ସହିତ କମେ । ଅନ୍ୟ ଜୀବମାନଙ୍କର ଶୁଣିବାର ଅଲଗା ପରିସର ଥାଏ । ଦୃଷ୍ଟାନ୍ତ ସ୍ୱରୂପ, କୁକୁରମାନେ ୨୦ କିଲୋହର୍ଜ୍‌ରୁ ଅଧିକ ଶବ୍ଦ ଶୁଣି ପାରନ୍ତି, ମାତ୍ର ୪୦ ହର୍ଜ୍‌ରୁ କମ୍ ଶବ୍ଦ ଶୁଣି ପାରନ୍ତି ନାହିଁ । ନିଜ ଶ୍ରବଣ ଇନ୍ଦ୍ରିୟକୁ ବ୍ୟବହାର କରି ବିଭିନ୍ନ ଜୀବ ବିପଦ ଚିହ୍ନଟ, ପଥପ୍ରଦର୍ଶନ, ଶିକାର ଓ ଯୋଗାଯୋଗ ପରି କାମ କରିଥାନ୍ତି । ପୃଥିବୀର ବାୟୁମଣ୍ଡଳ, ଜଳ ଏବଂ ଅଗ୍ନି, ବର୍ଷା, ପବନ, ଭୂକମ୍ପ ଭଳି ପ୍ରାକୃତିକ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ଶବ୍ଦ ସୃଷ୍ଟି କରନ୍ତି । ବେଙ୍ଗ, ପକ୍ଷୀ, ଜଳଜ ଓ ସ୍ଥଳଜ ସ୍ତନ୍ୟପାୟୀମାନଙ୍କ ପରି ଅନେକ ଜୀବଙ୍କର ଶବ୍ଦ ସୃଷ୍ଟି କରିବାର ବିଶେଷ ଅଙ୍ଗ ଥାଏ । କିଛି ଜୀବ କଥା କୁହନ୍ତି ଓ ଗୀତ ମଧ୍ୟ ବୋଲନ୍ତି । ମାନବମାନେ ତ ସଂଗୀତ, ଟେଲିଫୋନ୍, ରେଡିଓ ଭଳି ବିଦ୍ୟାଦ୍ୱାରା ଶବ୍ଦ ସୃଷ୍ଟି, ରେକର୍ଡ୍, ପ୍ରେରଣ ଓ ପ୍ରସାରଣ ମଧ୍ୟ କରିଥାନ୍ତି । ମାନବର ଶବ୍ଦ ଗ୍ରହଣର ବିଜ୍ଞାନକୁ ସାଇକୋଆକୋଷ୍ଟିକ୍‌ସ୍ କୁହାଯାଏ ।

ଶବ୍ଦର ବିଜ୍ଞାନ[ସମ୍ପାଦନା]

ଶବ୍ଦକୁ ସୂଚାଉଥିବା ଯାନ୍ତ୍ରିକ କମ୍ପନ କଠିନ, ତରଳ, ଗ୍ୟାସ୍ ଓ ପ୍ଲାଜ୍‌ମାରେ ଗତି କରିପାରେ । ମାଧ୍ୟମ ହିଁ ଶବ୍ଦକୁ ସହଯୋଗ କରେ ସଂଚରଣ ପାଇଁ । ଶୂନ୍ୟରେ ଶବ୍ଦ ଗତି କରିପାରେ ନାହିଁ ।

ଅନୁଦୈର୍ଘ୍ୟ ଓ ଅନୁପ୍ରସ୍ଥ ତରଙ୍ଗ[ସମ୍ପାଦନା]

ତରଳ, ଗ୍ୟାସ୍ ଓ ପ୍ଲାଜ୍‌ମା ମଧ୍ୟ ଦେଇ ଗତି କରୁଥିବା ଶବ୍ଦକୁ ସଂକୋଚନ ତରଙ୍ଗ ମଧ୍ୟ କୁହାଯାଏ । ଯଦିଓ କଠିନରେ ଶବ୍ଦ ଉଭୟ ଅନୁଦୈର୍ଘ୍ୟ ଓ ଅନୁପ୍ରସ୍ଥ ଭାବରେ ଗତି କରିପାରେ ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]