Jump to content

ଲୁମାସିରାନ

ଉଇକିପିଡ଼ିଆ‌ରୁ
ଲୁମାସିରାନ
Clinical data
Trade namesOxlumo
SynonymsALN-GO1, lumasiran sodium
AHFS/Drugs.commonograph
data
Routes of
administration
Subcutaneous
Legal status
Legal status

ଲୁମାସିରାନ (ଇଂରାଜୀ ଭାଷାରେ Lumasiran), ଅକ୍ସଲୁମୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ପ୍ରାଥମିକ ହାଇପରଅକ୍ସାଲୁରିଆ ଟାଇପ୍ ୧ (PH1) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହା ଉଭୟ ପରିସ୍ରା ଏବଂ ରକ୍ତର ଅକ୍ସାଲେଟ୍ ସ୍ତରକୁ ହ୍ରାସ କରିଥାଏ ।[୪] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ସ୍ଥାନରେ ଲାଲିମା, ଯନ୍ତ୍ରଣା ଏବଂ ଗଲୁ ହୋଇପାରେ ।[୪] [୩] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ କ୍ଷୁଦ୍ର ହସ୍ତକ୍ଷେପକାରୀ ରାଇବୋନ୍ୟୁକ୍ଲିକ୍ ଏସିଡ୍ (siRNA) ଯାହା ଏଚଏଓ୧ (HAO1) ମେସେଞ୍ଜର ରାଇବୋନ୍ୟୁକ୍ଲିକ ଏସିଡକୁ (mRNA) ଅବରୋଧ କରି ହାଇଡ୍ରୋକ୍ସିଏସିଡ୍ ଅକ୍ସିଡେଜ ସୃଷ୍ଟି କରେ ।[୪] [୩]

୨୦୨୦ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଲୁମାସିରାନ‌କୁ ଅନୁମୋଦନ କରାଯାଇଥିଲା ।[୪] [୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୯୪.୫ ମିଗ୍ରାର ଏକ ଭାଏଲର ମୂଲ୍ୟ ପ୍ରାୟ ୬୦,୦୦୦ ଡଲାର ଥିଲା ।[୫]

ଆଧାର[ସମ୍ପାଦନା]

  1. "Oxlumo Lumasiran Injection Product Monograph" (PDF). Alnylam Netherlands B.V. The Drug and Health Product Register, The Government of Canada. Archived (PDF) from the original on 29 June 2022. Retrieved 29 June 2022.
  2. "Summary Basis of Decision - Oxlumo". Health Canada. 23 October 2014. Archived from the original on 6 August 2022. Retrieved 6 August 2022.
  3. ୩.୦ ୩.୧ ୩.୨ ୩.୩ "Oxlumo EPAR". European Medicines Agency (EMA). Archived from the original on 10 January 2021. Retrieved 26 December 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Oxlumo- lumasiran injection, solution". DailyMed. Archived from the original on 4 May 2022. Retrieved 26 December 2020.
  5. "Oxlumo Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 19 January 2022. Retrieved 3 November 2022.