ଲାଲ କିଲ୍ଲା

ଉଇକିପିଡ଼ିଆ‌ରୁ
ଲାଲ କିଲ୍ଲା
لال قلعہ
लाल क़िला
View towards the Lahore Gate of the Red Fort
ଅବସ୍ଥାନଦିଲ୍ଲୀ, ଭାରତ
ନିର୍ମାଣ କାଳ୧୬୪୮
ସ୍ଥପତିଉସ୍ତାଦ ଅହ୍ମଦ ଲହୋରୀ
ନିର୍ମାଣ ଶୈଳୀMughal architecture
Official name: Red Fort Complex
ପ୍ରକାରCultural
ମାନଦଣ୍ଡii, iii, vi
Designated2007 (31st session)
Reference no.231
State Partyଭାରତ
RegionAsia-Pacific
Drawn diagram on cream-coloured paper
Plan of the Red Fort before 1857

ଦିଲ୍ଲୀ ସ୍ଥିତଲାଲକିଲ୍ଲାର ରଙ୍ଗ ଲାଲ ହୋଇଥିବାରୁ ଏହାକୁ ଲାଲକିଲ୍ଲା ବୋଲି କୁହାଯାଏ। ଏହା ଭାରତର ରାଜଧାନୀ ନୂଆ ଦିଲ୍ଲୀ ନିକଟରେ ଥିବା ପୁରୁଣା-ଦିଲ୍ଲୀରେ ଅବସ୍ଥିତ । ଏହା ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ସୂଚୀରେ ଅନ୍ତର୍ଭୁକ୍ତ ।

ନାମ[ସମ୍ପାଦନା]

ଇତିହାସ[ସମ୍ପାଦନା]

ବନ୍ଧନ ମୁକ୍ତ ଯାତ୍ରାର ନାଁ ହେଉଛି ସ୍ୱାଧୀନତା । ଏକ ମୁକ୍ତ ଉଡାଣର ନାଁ ହେଉଛି ସ୍ୱାଧୀନତା । ହେଲେ ବିନା ଲାଲ୍ କିଲ୍ଲାରେ ସ୍ୱାଧୀନତାର ଏହି ଦିନକୁ ପାଳନ କରିବା ସମ୍ଭବ ନୁହେଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଏହି ଲାଲ୍ କିଲ୍ଲାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହି ସମ୍ବୋଧନ ପୂର୍ବରୁ ଯେତେବେଳେ ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ସେତେବେଳେ ଗର୍ବରେ ଦେଶବାସୀଙ୍କ ଛାତି ଚଉଡା ହୋଇଯାଇଥାଏ ।

ତେବେ କାହିଁକି ଅଧୁରା ଲାଲ୍ କିଲ୍ଲା ବିନା ସ୍ୱାଧୀନତାର ସୁଆଦ । ଜାଣନ୍ତୁ ଏହା ସହ ଜଡ଼ିତ କିଛି କଥା

ୟୁନେସ୍କୋ ବିଶ୍ୱ ଐତିହ୍ୟ :

• ଲାଲ୍ କିଲ୍ଲା ମୋଗଲ୍ ବାଦଶାହା ଶହାଜାହାନଙ୍କଦ୍ୱାରା ୧୬୩୯ରେ ନିର୍ମାଣ ହୋଇଥିଲା ।

• ଏହି ମହାନ୍ କିଲ୍ଲା ୟୁନେସ୍କୋ ବିଶ୍ୱ ଐତିହ୍ୟରେ ନିଜ ନାଁ ସାମିଲ୍ କରିଛି ।

• ଏହି କିଲ୍ଲା ଲାଲ୍ ସାଣ୍ଡଷ୍ଟୋନରେ ତିଆରି ହୋଇଛି ସେଥିପାଇଁ ଏହାକୁ ଲାଲ୍ କିଲ୍ଲା କୁହାଯାଏ ।

• ଦିଲ୍ଲୀର ସପ୍ତମ ମୁସଲମାନ୍ ନଗର ଲାଲ୍ କିଲ୍ଲା ।

• ଲାଲ୍ କିଲ୍ଲା ଯମୁନା ନଦୀ କୂଳରେ ଅବସ୍ଥିତ ।

• ପାରସୀ, ୟୁରୋପୀୟ ଏବଂ ଭାରତୀୟ କଳାର ସମାବେଶ ହେଉଛି ଏହି କିଲ୍ଲା ।

• ୮ଟି ଭାଗରେ ବିଭକ୍ତ ଏହି କିଲ୍ଲା । ଯାହାର ନାଁ ହେଉଛି ନକ୍କରଖାନ୍ନା, ଦିୱାନ୍ – ଏ -ଆମ୍, ନହର୍ – ଏ – ବହିସ୍ତ, ଜନାନା, ଖାସ୍ ମହଲ୍, ଦିୱାନ – ଏ – ଖାସ୍, ମୋତି ମସଜିଦ୍ ଏବଂ ହୟାତ ବଖ୍ସ ବାଗ୍ ।

ପ୍ରଥମ ପ୍ରଧାନମନ୍ତ୍ରୀ ପ୍ରଥମ ଥର ଉଡାଇଥିଲେ ତ୍ରିିରଙ୍ଗା :

• ଦିଲ୍ଲୀର ସବୁଠାରୁ ବଡ଼ ସ୍ମାରକ ହେଉଛି ଲାଲ୍ କିଲ୍ଲା ।

• ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ପ୍ରଥମ ଥର ଏଠାରେ ତ୍ରିରଙ୍ଗା ଉଡାଇଥିଲେ । ଆଉ ସେବେଠାରୁ ଚାଲିଆସିଛି ଏହି ପ୍ରଥା ।

• ୧୮୫୭ର ସ୍ୱତନ୍ତ୍ରତା ସଂଗ୍ରାମ ପରେ ଲାଲ୍ କିଲ୍ଲା ବ୍ରିଟିଶ୍ ସେନାର କବଜାକୁ ଆସିଥିଲା । ଏହାକୁ ବ୍ରିଟିଶ୍ ସେନାର ମୁଖ୍ୟାଳୟ ମଧ୍ୟ କରାଯାଇଥିଲା । ଏହି ସଂଗ୍ରାମ ପରେ ବାହାଦୁର ଶାହା ଜାଫରଙ୍କ ଉପରେ ମାମଲା ଚାଲିଥିଲା । ଏହିଠାରେ ହିଁ ନଭେମ୍ବର ୧୯୪୫ରେ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ତିନି ଜଣ ଅଫିସରଙ୍କୁ କୋର୍ଟ ମାର୍ସଲ୍ କରାଯାଇଥିଲା । ଏହା ପରେ ଭାରତୀୟ ସେନା ଏହି କିଲ୍ଲାକୁ ନିଜ ଅଧୀନକୁ ନେଇଥିଲା । ପରେ ଡିସେମ୍ବର ୨୦୦୩ରେ ଭାରତୀୟ ସେନା ଏହାକୁ ଭାରତୀୟ ପର୍ଯ୍ୟଟନ ଅଧିକାରୀଙ୍କୁ ହସ୍ତାନ୍ତର କରିଦେଇଥିଲେ ।

• ଡିସେମ୍ବର ୨୦୦୦ରେ ଲସ୍କର–ଏ– ତୋଏବାର ଆତଙ୍କବାଦୀମାନେ ଏହି ଲାଲ୍ କିଲ୍ଲାକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଦୁଇ ଜଣ ସୈନିକ ଏବଂ ଜଣେ ନାଗରିକଙ୍କ ଜୀବନ ନେଇଥିଲା । ସମୟ ଥିଲା ଏଠାରେ ୩୦୦୦ ଲୋକ ବସିବାର ବ୍ୟବସ୍ଥା ଥିଲା । କିନ୍ତୁ ଏବେ ଏହା ପର୍ଯ୍ୟଟନସ୍ଥଳୀ ବନିଯାଇଛି , ଯାହାକୁ ଦେଖିବା ପାଇଁ ବିଦେଶରୁ ଲୋକଙ୍କ ସୁଅ ଛୁଟେ ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]