ଲାବଣ୍ୟା ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ଲାବଣ୍ୟା ତ୍ରିପାଠୀ
Lavanya Tripati at Maayavan movie press meet.png
ଲାବଣ୍ୟା ତ୍ରିପାଠୀ
ଜନ୍ମ ଓ ଜନ୍ମସ୍ଥାନ (1990-12-15) ୧୫ ଡିସେମ୍ବର ୧୯୯୦ (ବୟସ ୩୨)
ଜୀବିକାଅଭିନେତ୍ରୀ, ମଡେଲ
କାର୍ଯ୍ୟକାଳ୨୦୦୮- ଏବେଯାଏଁ

ଲାବଣ୍ୟା ତ୍ରିପାଠୀ (ଜନ୍ମ: ୧୫ ଡିସେମ୍ବର ୧୯୯୦)[୧]ଜଣେ ଭାରତୀୟ ମଡେଲ ଏବଂ କଥାଚିତ୍ର ଅଭିନେତ୍ରୀ । ୨୦୦୬ରେ ଉତ୍ତରାଖଣ୍ଡରେ ଆୟୋଜିତ ମିସ୍ ଉତ୍ତରାଖଣ୍ଡ ପ୍ରତିଯୋଗୀତାରେ ବିଜୟୀ ହେବା ପରେ ଲାବଣ୍ୟା ୨୦୧୨ରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତେଲୁଗୁ ଚଳଚ୍ଚିତ୍ର ଅନ୍ଦଲା ରାକ୍ଷସୀ ଚଳଚ୍ଚିତ୍ର ଜରିଆରେ ସେ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । କଥାଚିତ୍ରରେ ଅଭିନୟ ପୂର୍ବରୁ ସେ କିଛି ଦୂରଦର୍ଶନର ଧାରାବାହିକରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଲାବଣ୍ୟା ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ ଏବଂ ଉତ୍ତରାଖଣ୍ଡର ଡେରାଡୁନରେ ବଡ଼ ହୋଇଥିଲେ ।[୨] ତାଙ୍କର ପିତା ଜଣେ ଓକିଲ ଏବଂ ମାଆ ଜଣେ ଶିକ୍ଷକ ଥିଲେ । ଲାବଣ୍ୟାଙ୍କର ଜଣେ ବଡ଼ ଭାଇ ଏବଂ ଭଉଣୀ ଅଛନ୍ତି ।[୩] ଲାବଣ୍ୟା ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ମୁମ୍ବାଇର ଋଷି ଦୟାରାମ ଜାତୀୟ ମହାବିଦ୍ୟାଳୟରୁ ଅର୍ଥନୀତି ଶିକ୍ଷା ଶେଷ କରିଥିଲେ । [୩][୪]

ସେ ତାଙ୍କ ଶିକ୍ଷା ଶେଷ କରିବା ପରେ ମଡେଲିଂରେ ଯୋଗ ଦେଇଥିଲେ ଏବଂ କିଛି ବିଜ୍ଞାପନ ସ‌ହି କିଛି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

୨୦୧୨ରେ ଲାବଣ୍ୟା ତେଲୁଗୁ ଚଳଚ୍ଚିତ୍ର ଅନ୍ଦଲା ରାକ୍ଷସୀରେ କଥାଚିତ୍ର ଜଗତରେ ଅଭିନୟର ପ୍ରଥମ ସୁଯୋଗ ପାଇଥିଲେ ।[୫][୨] । ଏହାପରେ ସେ ଦୁସୁକେଲ୍‌ତା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ମଧ୍ୟ ଉତ୍ତମ ବ୍ୟବସାୟ କରିତିଲେ ।[୨] ୨୦୧୪ରେ ଲାବଣ୍ୟା ତାମିଲ ଚଳଚ୍ଚିତ୍ର ବ୍ରାହ୍ମଣ ଜରିଆରେ ମଧ୍ୟ ପ୍ରଥମ ଅଭିନୟ କରିଥିଲେ ।[୨] ୨୦୧୫ରେ ତେଲୁଗୁ ଚଳଚ୍ଚିତ୍ର ବଲ୍ଲେ ବଲ୍ଲେ ମଗାଡ଼ି ବଏ ଚଳଚ୍ଚିତ୍ର ଅଭିନେତା ନାନୀଙ୍କ ସ‌ହ ଅଭିନୟ କରିଥିଲେ ।[୬]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୨: ଅନ୍ଦଲା ରାକ୍ଷସୀ (ତେଲୁଗୁ)
  • ୨୦୧୩: ଦୁସୁକେଲ୍‌ତା (ତେଲୁଗୁ)
  • ୨୦୧୪: ବ୍ରାହ୍ମଣ (ତାମିଲ)
  • ୨୦୧୪: ମନମ୍ (ତେଲୁଗୁ)
  • ୨୦୧୫: ବଲ୍ଲେ ବଲ୍ଲେ ମଗାଡ଼ି ବଏ (ତେଲୁଗୁ)
  • ୨୦୧୬: ସୋଗଡ଼େ ଚିନ୍ନି ନୟେନା (ତେଲୁଗୁ)
  • ୨୦୧୬: ଲାଚ୍ଚିମୋଦେବୁକି ଓ ଲେକୁନ୍ଦି (ତେଲୁଗୁ)
  • ୨୦୧୬: ଶ୍ରୀରାସ୍ତୁ ଶୁଭମସ୍ତୁ (ତେଲୁଗୁ)

ଅଭିନୀତ ଧାରାବାହିକ[ସମ୍ପାଦନା]

  • ୨୦୦୬: ସଃ... କୋଇ ହୈ
  • ୨୦୦୮: ଗେଟ୍ ଗର୍ଜିୟସ୍
  • ୨୦୦୯-୧୦: ପ୍ୟାର୍ କା ବନ୍ଧନ

ଆଧାର[ସମ୍ପାଦନା]

  1. "Lavanya Tripathi biography". Times of India. Retrieved 2020-07-14.
  2. ୨.୦ ୨.୧ ୨.୨ ୨.୩ ୨.୪ http://www.newindianexpress.com/entertainment/tamil/I-Always-Wanted-to-Enter-Showbiz-Says-Newcomer-Lavanya-Tripathi/2014/02/18/article2062281.ece
  3. ୩.୦ ୩.୧ "Exclusive Interview With Lavanya Tripathi". Aboututtarakhand.com. 2009-07-07. Retrieved 2017-04-20.
  4. "Interviews". Tellychakkar.com. Retrieved 2017-04-20.
  5. "Lavanya Tripathi plays heroine role". Retrieved 20 April 2017.
  6. "Lavanya to pair with Nani" Ap7am,Retrieved 20.04.2017

ଅଧିକ ତ‌ଥ୍ୟ[ସମ୍ପାଦନା]